Posted inଜାତୀୟ

ହିଜାବ ମାମଲାରେ ବିଭାଜିତ ରାୟ

ନୂଆଦିଲ୍ଲୀ,୧୪।୧୦(ପି.ଟି.):କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ନିଷେଧ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ବିଭାଜିତ ରାୟ ପ୍ରଦାନ କରିଛନ୍ତି। ଫଳରେ ଏକ ବୃହତ୍ତର ପୀଠରେ ମାମଲାର ବିଚାର ଲାଗି ଏହାକୁ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପାଖକୁ ପଠାଯାଇଛି। ବୃହତ୍ତର ପୀଠରେ ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ହିଜାବ ଉପରେ କର୍ନାଟକ ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ ରହିବ।
ଶ୍ରେଣୀ ଗୃହରେ ହିଜାବ ନିଷେଧ ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଉଡ଼ୁପିର ସରକାରୀ ପ୍ରି-ୟୁନିଭର୍ସିିଟି ମହିଳା ମହାବିଦ୍ୟାଳୟର କେତଜେଣ ମୁସଲମାନ ଛାତ୍ରୀ କର୍ନାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଗତ ମାର୍ଚ୍ଚ ୧୫ରେ ହାଇକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ। ଇସ୍‌ଲାମ ଧର୍ମରେ ହିଜାବ ଅତି ଜରୁରୀ ଧର୍ମୀୟ ପ୍ରଥା ନୁହେଁ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ। ଉକ୍ତ ରାୟ ବିରୋଧରେ ହୋଇଥିବା ଆବେଦନକୁ ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଖାରଜ କରିଦେଇଛନ୍ତି। ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନ ଉପରେ ପ୍ରତିବନ୍ଧକ ରହିବା ଠିକ୍‌ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ସୁଧାଂଶୁ ଧୁଲିଆ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନକୁ ଅନୁମତି ଦେବା ସହ ହିଜାବ ପରିଧାନ ମହିଳାମାନଙ୍କ ପସନ୍ଦର କଥା ବୋଲି କହିଥିଲେ। ଏହା ବଦଳରେ ଗ୍ରାମାଞ୍ଚଳର ବାଳିକାମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ହାଇକୋର୍ଟ ବୋଧହୁଏ ଭୁଲ୍‌ ରାସ୍ତାରେ ଯାଇଥିବା ଜଷ୍ଟିସ୍‌ ଧୁଲିଆ କହିଥିଲେ। ମାମଲାକୁ ନେଇ ମତଭେଦ ଦେଖାଦେଇଥିବା ଖଣ୍ଡପୀଠର ମୁଖ୍ୟ ଜଷ୍ଟିସ ଗୁପ୍ତା ରାୟ ଘୋଷଣା ବେଳେ କହିଛନ୍ତି। ଜଷ୍ଟିସ୍‌ ଗୁପ୍ତା କହିଛନ୍ତି, ତାଙ୍କ ରାୟ ଉପରେ ସେ ୧୧ଟି ପ୍ରଶ୍ନ ଫ୍ରେମ୍‌ କରିଛନ୍ତି, ଯାହାର ଉତ୍ତର ଆବେଦନକାରୀଙ୍କ ବିରୋଧରେ ଯାଉଛି। ସେହି ପ୍ରଶ୍ନ ମଧ୍ୟରେ ରହିଛି ସମ୍ବିଧାନର ଅନୁଚ୍ଛେଦ ୨୫ ଅଧୀନରେ ଥିବା ଅନ୍ତଃକରଣ ଓ ଧର୍ମ ସ୍ବାଧୀନତା ଏବଂ ଜରୁରୀ ଧର୍ମୀୟ ପ୍ରଥାର ଅଧିକାର ପରିସର ଅନ୍ତର୍ଭୁକ୍ତ। ଅନୁଚ୍ଛେଦ ୧୯(୧)(ଏ) ଅଧୀନରେ ଅଭିବ୍ୟକ୍ତି ସ୍ବାଧୀନତାର ମୌଳିକ ଅଧିକାର ଏବଂ ଅନୁଚ୍ଛେଦ ୨୧ ଅଧୀନରେ ଥିବା ଗୋପନୀୟତା ଅଧିକାର ପରସ୍ପରଠାରୁ ଅଲଗା କିମ୍ବା ଗୋଟିଏ ଅନ୍ୟଟିର ପରିପୂରକ ଏହା ଉପରେ ବିଚାର ଆବଶ୍ୟକ। ବିଭାଜିତ ରାୟ ଆସିଥିବାରୁ ହାଇକୋର୍ଟଙ୍କ ରାୟ ବିରୋଧରେ ହୋଇଥିବା ପିଟିଶନଗୁଡ଼ିକୁ ପ୍ରଧାନ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରାଯିବ, ଯାହା ଫଳରେ ସେ ଉପଯୁକ୍ତ ବୃହତ୍ତର ପୀଠ ଗଠନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ସେକ୍ସ ସ୍କାଣ୍ଡାଲରେ ଏଚ୍‌.ଡି ରେଭନ୍ନା ଗିରଫ

ବେଙ୍ଗାଲୁରୁ,୪ା୫: କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ବିଧାୟକ ଏଚ୍‌.ଡି. ରେଭନ୍ନାଙ୍କୁ ଏସ୍‌ଆଇଟି ଶନିବାର ଗିରଫ କରିଛି। ରେଭନ୍ନାଙ୍କ ଘରେ କାମ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌, ନିର୍ଦ୍ଦେଶ ଜାରି କଲେ ଜିଲାପାଳ

ପୁରୀ,୪ା୫: ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଚିକିଲିରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି।...

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

ବାୟୁସେନା ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଆହତ

ନୂଆଦିଲ୍ଲୀ,୪ା୫: ଶନିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର...

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri