Posted inଜାତୀୟ

ହିଜାବ ମାମଲାରେ ବିଭାଜିତ ରାୟ

ନୂଆଦିଲ୍ଲୀ,୧୪।୧୦(ପି.ଟି.):କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ନିଷେଧ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ବିଭାଜିତ ରାୟ ପ୍ରଦାନ କରିଛନ୍ତି। ଫଳରେ ଏକ ବୃହତ୍ତର ପୀଠରେ ମାମଲାର ବିଚାର ଲାଗି ଏହାକୁ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପାଖକୁ ପଠାଯାଇଛି। ବୃହତ୍ତର ପୀଠରେ ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ହିଜାବ ଉପରେ କର୍ନାଟକ ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ ରହିବ।
ଶ୍ରେଣୀ ଗୃହରେ ହିଜାବ ନିଷେଧ ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଉଡ଼ୁପିର ସରକାରୀ ପ୍ରି-ୟୁନିଭର୍ସିିଟି ମହିଳା ମହାବିଦ୍ୟାଳୟର କେତଜେଣ ମୁସଲମାନ ଛାତ୍ରୀ କର୍ନାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଗତ ମାର୍ଚ୍ଚ ୧୫ରେ ହାଇକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ। ଇସ୍‌ଲାମ ଧର୍ମରେ ହିଜାବ ଅତି ଜରୁରୀ ଧର୍ମୀୟ ପ୍ରଥା ନୁହେଁ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ। ଉକ୍ତ ରାୟ ବିରୋଧରେ ହୋଇଥିବା ଆବେଦନକୁ ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଖାରଜ କରିଦେଇଛନ୍ତି। ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନ ଉପରେ ପ୍ରତିବନ୍ଧକ ରହିବା ଠିକ୍‌ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ସୁଧାଂଶୁ ଧୁଲିଆ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନକୁ ଅନୁମତି ଦେବା ସହ ହିଜାବ ପରିଧାନ ମହିଳାମାନଙ୍କ ପସନ୍ଦର କଥା ବୋଲି କହିଥିଲେ। ଏହା ବଦଳରେ ଗ୍ରାମାଞ୍ଚଳର ବାଳିକାମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ହାଇକୋର୍ଟ ବୋଧହୁଏ ଭୁଲ୍‌ ରାସ୍ତାରେ ଯାଇଥିବା ଜଷ୍ଟିସ୍‌ ଧୁଲିଆ କହିଥିଲେ। ମାମଲାକୁ ନେଇ ମତଭେଦ ଦେଖାଦେଇଥିବା ଖଣ୍ଡପୀଠର ମୁଖ୍ୟ ଜଷ୍ଟିସ ଗୁପ୍ତା ରାୟ ଘୋଷଣା ବେଳେ କହିଛନ୍ତି। ଜଷ୍ଟିସ୍‌ ଗୁପ୍ତା କହିଛନ୍ତି, ତାଙ୍କ ରାୟ ଉପରେ ସେ ୧୧ଟି ପ୍ରଶ୍ନ ଫ୍ରେମ୍‌ କରିଛନ୍ତି, ଯାହାର ଉତ୍ତର ଆବେଦନକାରୀଙ୍କ ବିରୋଧରେ ଯାଉଛି। ସେହି ପ୍ରଶ୍ନ ମଧ୍ୟରେ ରହିଛି ସମ୍ବିଧାନର ଅନୁଚ୍ଛେଦ ୨୫ ଅଧୀନରେ ଥିବା ଅନ୍ତଃକରଣ ଓ ଧର୍ମ ସ୍ବାଧୀନତା ଏବଂ ଜରୁରୀ ଧର୍ମୀୟ ପ୍ରଥାର ଅଧିକାର ପରିସର ଅନ୍ତର୍ଭୁକ୍ତ। ଅନୁଚ୍ଛେଦ ୧୯(୧)(ଏ) ଅଧୀନରେ ଅଭିବ୍ୟକ୍ତି ସ୍ବାଧୀନତାର ମୌଳିକ ଅଧିକାର ଏବଂ ଅନୁଚ୍ଛେଦ ୨୧ ଅଧୀନରେ ଥିବା ଗୋପନୀୟତା ଅଧିକାର ପରସ୍ପରଠାରୁ ଅଲଗା କିମ୍ବା ଗୋଟିଏ ଅନ୍ୟଟିର ପରିପୂରକ ଏହା ଉପରେ ବିଚାର ଆବଶ୍ୟକ। ବିଭାଜିତ ରାୟ ଆସିଥିବାରୁ ହାଇକୋର୍ଟଙ୍କ ରାୟ ବିରୋଧରେ ହୋଇଥିବା ପିଟିଶନଗୁଡ଼ିକୁ ପ୍ରଧାନ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରାଯିବ, ଯାହା ଫଳରେ ସେ ଉପଯୁକ୍ତ ବୃହତ୍ତର ପୀଠ ଗଠନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?