ଭାସିଗଲା ଡାଇଭର୍ସନ ରୋଡ

ନୂଆଗାଁ,୨୩।୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ୫୭ ନଂ. ଜାତୀୟ ରାଜପଥ ସୋରଡାଠାରୁ ଗୌଡ ଚାଞ୍ଚେରାପଲୀ ଦେଇ ଯାଇଥିବା ଆର.ଡି. ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ଡାହୁକା ନଦୀରେ ଶନିବାର ସାମାନ୍ୟ ପାଣି ଆସିବା ଫଳରେ ଡାଇଭର୍ସନ ରୋଡ ଧୋଇ ହୋଇଯାଇଛି । ଫଳରେ ଜାତୀୟ ରାଜପଥରୁ ଜଗନ୍ନାଥପ୍ରସାଦ, ଗୌଡ ଚାଞ୍ଚେରାପଲି, କନ୍ଦଳବ ସମେତ ୩ ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।
ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ. ଜାତୀୟ ରାଜପଥ ସୋରଡାଠାରୁ ଗୌଡ ଚାଞ୍ଚେରାପଲି ଦେଇ ଯାଇଥିବା ଆର.ଡି. ରାସ୍ତାର ଡାହୁକା ନଦୀରେ ଥିବା ପୋଲଟି ଗତ ୨ ବର୍ଷ ତଳେ ଭୁଶୁଡି ପଡିଥିଲା । ଫଳରେ ଆଖପାଖ ଗ୍ରାମବାସୀଙ୍କ ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ବାରମ୍ବାର ଜଣାଇବା ପରେ ସେହି ସ୍ଥାନରେ ପୋଲ ନିର୍ମାଣ ସହିତ ଜାତୀୟ ରାଜପଥଠାରୁ ୩.୫ କିଲୋମିଟର ରାସ୍ତା ନିର୍ମାଣ କରିବା ପାଇଁ ୩୭୪.୮୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରି ଟେଣ୍ଡର ମାଧ୍ୟମରେ ଭୁବନେଶ୍ୱରର ପାଲ୍‌ ଆଣ୍ଡ ପାଲ୍‌ ଇନଫ୍ରାଷ୍ଟ୍ରକଚର ଠିକାସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଉକ୍ତ କାମ ୨୪ା୮ା୨୨ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ପୋଲ ନିର୍ମାଣ ସମୟରେ ନଦୀର ପାଣି ନିଷ୍କାସନ ଓ ଲୋକଙ୍କ ଯାତାୟତର ସୁବିଧା ପାଇଁ ଏକ ପକ୍କା ଡାଇଭର୍ସନ ରୋଡ ନିର୍ମାଣ କରିବାର ନିୟମ ରହିଥିବା ବେଳେ ଠିକାସଂସ୍ଥା ଅଳ୍ପ କିଛି ମାଟି ପକାଇ ଅତି ନିମ୍ନମାନର ଡାଇଭର୍ସନ ରୋଡ ନିର୍ମାଣ କରିଥିଲେ । ଫଳରେ ନଦୀର ଉପର ମୁଣ୍ଡରେ ଗୋଟିଏ ବନ୍ଧ ଭାଙ୍ଗି ଯିବାରୁ ସେହି ପାଣିରେ ଡାଇଭର୍ସନ ରୋଡଟି ଧୋଇ ହୋଇ ଯାଇଛି । ନଦୀରେ ପାଣି ଚାଲିଥିବାରୁ କୌଣସି ଯାନବାହାନ ଯିବା ସମ୍ଭବ ହେଉ ନାହିଁ । ଏପରିକି ପାଣି ଆସୁଥିବାରୁ ଲୋକମାନେ ଚାଲି ଯିବା ମଧ୍ୟ ଅସମ୍ଭବ । ଡାଇଭର୍ସନ ରୋଡ ଭାଙ୍ଗିବାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାକୁ ମରାମତି କରାଯାଇନାହିଁ । ଏ ବାବଦରେ ଠିକାସଂସ୍ଥାର ସୁପରଭାଇଜର ପ୍ରଦୀପ୍ତ କୁମାର ମଲିକଙ୍କୁ ପଚାରିବାରୁ ବିଭାଗ ତରଫରୁ ବିଲ୍‌ ନ ମିଳିବାରୁ କାମ ବନ୍ଦ ରଖାଯାଇଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ବିଲ୍‌ ବନ୍ଦ କରିଥିବା ଅଭିଯୋଗ ବିଷୟରେ ଆର.ଡି. କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁଙ୍କୁ ପଚାରିବାରେ ଏତେ ବଡ କାମରେ ମାତ୍ର ୧୨ ଲକ୍ଷ ଟଙ୍କା ବିଲ ବାକିଥିବା କହିଛନ୍ତି । ସୂଚନାଯୋଗ୍ୟ, ଠିକାଦାରର ରାସ୍ତା ନିର୍ମାଣ କାର୍ଯ୍ୟରେ ଶିଥିଳତା ଓ ପ୍ରଥମେ ପୋଲ ନିର୍ମାଣ ନ କରି ରାସ୍ତା କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ନୂଆଗାଁ ବ୍ଲକରେ ଚଳିତ ମାସ ୧୧ ତାରିଖରେ ଆୟୋଜିତ ପ୍ରଥମ ସମିତି ବୈଠକରେ ବିଧାୟକ ରମେଶ ଚନ୍ଦ୍ର ବେହେରା ଆର୍‌.ଡି ଏସ୍‌.ଡି.ଓ. ତ୍ରିଲୋଚନ ପଣ୍ଡାଙ୍କୁ ତାଗିଦ କରିବା ସହ ଯାତାୟତର ସୁବିଧା ଦୃଷ୍ଟିରୁ ପ୍ରଥମେ ପୋଲ କାମ ଶେଷ କରନ୍ତୁ , ତା’ପରେ ରାସ୍ତା କାମ କରିବେ । ନଚେତ୍‌ କାମ କରନ୍ତୁ ନାହିଁ ବୋଲି କହିଥିଲେ । ଏହା ପରେ ଠିକାଦାର କାମ ବନ୍ଦ କରିଥିବା ଦେଖିବାକୁ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri