ବାଇପାସ୍‌ ରାସ୍ତା ନ ଥିବାରୁ ଚିନ୍ତା

ନୟାଗଡ଼ ଅଫିସ,୨୩।୫: ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ନୟାଗଡ଼ ଓ ଦଶପଲ୍ଲା ଏବଂ ନୟାଗଡ଼- ନାଉଖାଲ ୨୧ ନଂ. ରାଜ୍ୟ ରାଜପଥର ଶରଣକୁଳ ଅଞ୍ଚଳରେ ବାଇପାସ ନିର୍ମାଣ ପାଇଁ ଦାବି ହୋଇ ଆସୁଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏହି କାରଣରୁ ନୟାଗଡ଼, ଦଶପଲ୍ଲା, ଶରଣକୁଳ ଅଞ୍ଚଳରେ ଗତ ଦେଢ଼ ବର୍ଷ ମଧ୍ୟରେ ଦୁର୍ଘଟଣା ଘଟି ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦିନକୁ ଦିନ ଉପରୋକ୍ତ ଅଞ୍ଚଳରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡୁଛି ବୋଲି ଅଭିଯୋଗ ହୋଇଛି।
ଜିଲା ସଦର ମହକୁମାରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇଛି । ସହର ମଧ୍ୟଦେଇ ଯାଇଥିବା ୫୭ ନଂ. ଜାତୀୟ ରାଜପଥ ଅଣଓସାରିଆ । ପୁଣି ରାସ୍ତା ଉପରେ ଯାନବାହନ ରଖି ଟ୍ରାଫିକ ଜାମ୍‌ କରାଯାଉଛି । ଗତ ଦୁଇ ବର୍ଷରେ ଏଠାରେ ୫ ଜଣ ପ୍ରାଣ ହରାଇ ସାରିଲେଣି। ଦୁର୍ଘଟଣାକୁ ଏଡାଇବା ପାଇଁ ପଣ୍ଡୁସର ବ୍ରିଜ୍‌ଠାରୁ ମାଙ୍କପଲ୍ଲି ପର୍ଯ୍ୟନ୍ତ ଏକ ବାଇପାସ୍‌ ରାସ୍ତା ନିର୍ମାଣ ହେବାର ପ୍ରସ୍ତାବ ରହିଥିଲା। ଏଥିପାଇଁ ଜମି ଅଧିଗ୍ରହଣ ଚାଲିଛି । ଜମି ଅଧିଗ୍ରହଣ ଶୀଘ୍ର ଶେଷ ହେଲେ ରାସ୍ତା କାର୍ଯ୍ୟ ଆରମ୍ଭ ହେବ । ଅନ୍ୟପକ୍ଷେ ଦଶପଲ୍ଲା ସହର ଭିତରେ ୫୭ ନଂ. ଜାତୀୟ ରାଜପଥ ଯାଇଛି । ପୁଣି ଦଶପଲ୍ଲା ଏନ୍‌ଏସି ଗଠନ ପରେ ଏହାର ନବକଳେବର ବଢ଼ିଛି। ଏଠାରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏହି କାରଣରୁ ସଡ଼କ ଦୁର୍ଘଟଣାରେ ଗତ ଦେଢ଼ ବର୍ଷରେ ୫ଜଣ ପ୍ରାଣ ହରାଇ ସାରିଲେଣି। ଦଶପଲ୍ଲାର ଦୁର୍ଗାବଜାର ଶଙ୍ଖଠାରୁ ବ୍ଲକ କଲୋନୀ ରାସ୍ତାରେ ଚାଲି ଚାଲି ଗଲେ ଅଧ ଘଣ୍ଟା ଲାଗୁଛି। ସେହିପରି ଦଶପଲ୍ଲାରୁ ଗଣିଆ ରାସ୍ତା ମଧ୍ୟ ସବୁବେଳେ ଜାମ ରହୁଛି। ଟ୍ରାଫିକ୍‌ ଜାମ କମାଇବା ପାଇଁ ସହରର ଜାତୀୟ ରାଜପଥକୁ ଦୁଇ ଲେନ୍‌ ରାସ୍ତା କରିବା ଦରକାର । ନଚେତ୍‌ ସହର ବାହାରେ ବାଇପାସ୍‌ ନିର୍ମାଣ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଏନେଇ ଦଶପଲ୍ଲା ଏନ୍‌ଏସି ନିର୍ବାହୀ ଅଧିକାରୀ କୁହନ୍ତି, ଟ୍ରାଫିକ ଜାମ୍‌ ଯୋଗୁ ସହରର ସୌନ୍ଦର୍ଯ୍ୟକରଣ ବାଟବଣା ହୋଇଛି । ଟ୍ରାଫିକ ଜାମ୍‌ ସମସ୍ୟା ଦୂର କରିବାକୁ ସହରବାସୀ ଅଭିଯୋଗ କରି ଆସୁଛନ୍ତି । ଏନ୍‌ଏସି ପକ୍ଷରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି । ଦଶପଲ୍ଲା ବିଧାୟକ ରମେଶ ବେହେରା କୁହନ୍ତି, ଇଣ୍ଡିଆନ ଅଏଲ ଟାଙ୍କିଠାରୁ ଏସାର ଟାଙ୍କି ପର୍ଯ୍ୟନ୍ତ ସାଢ଼େ ୪ କି.ମି. ରାସ୍ତାରେ ଡିଭାଇଡର କରିବାକୁ ପ୍ରସ୍ତାବ ଦେଇଥିଲୁ। ଦୁଇ ଲେନ୍‌ ରାସ୍ତା ପାଇଁ ରୋଡମ୍ୟାପ୍‌ ଶେଷ ହୋଇଛି। ଏନେଇ ସରକାରଙ୍କ ପାଖରେ ପ୍ରସ୍ତାବ ଅଛି। ସହରରେ ଡିଭାଇଡର ହେଲେ ଟ୍ରାଫିକ ସମସ୍ୟା ଦୂର ହେବ । ସହରର ସୌନ୍ଦର୍ଯ୍ୟ ବଢ଼ିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଶରଣକୁଳ ଦେଇ ଜାତୀୟ ରାଜପଥ ଯାଇ ନ ଥିଲେ ମଧ୍ୟ ଏଠାରେ ୨୧ ନଂ. ରାଜ୍ୟ ରାଜପଥ ଯାଇଛି। ଗତ ଦେଢ଼ ବର୍ଷ ଭିତରେ ଶରଣକୁଳରେ ୧୨ ଜଣଙ୍କ ଜୀବନ ଗଲାଣି। ଶରଣକୁଳସ୍ଥିତ ଲଡୁବାବାଙ୍କ ମନ୍ଦିରକୁ ଲାଗି ୨୧ ନଂ. ରାଜ୍ୟ ରାଜପଥ ଯାଇଛି । ଏଠାରେ ବାଇପାସ୍‌ ରାସ୍ତା ନିର୍ମାଣ ଜରୁରୀ ହୋଇଛି । ଶରଣକୁଳ ଜିଲା ପରିଷଦ ସଭ୍ୟ ଚିନ୍ମୟୀ ଦାଶ ଓ ଶରଣକୁଳ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ କୁହନ୍ତି, ୨୦୨୦ ନଭେମ୍ବର ୨୪ରେ ଶରଣକୁଳରେ ୬ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଗତ ଶନିବାର ଟ୍ରକ ଧକ୍କାରେ ଜଣେ ୩ ବର୍ଷର ଶିଶୁ ପ୍ରାଣ ହରାଇଛିି । ଏଠାରେ ଗତ ଦେଢ଼ ବର୍ଷ ଭିତରେ ୧୨ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇ ସାରିଲେଣି। ଦୁର୍ଘଟଣାକୁ ଏଡାଇବା ପାଇଁ ବାଇପାସ୍‌ ନିର୍ମାଣ ଜରୁରୀ ବୋଲି ସେ କହିଛନ୍ତି। ଏନେଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ କିଶୋର ଶତପଥୀ କୁହନ୍ତି, ଶରଣକୁଳ ପାଇଁ ବାଇପାସ୍‌ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। କଟରାଝରି ଡ୍ୟାମ୍‌ଠାରୁ ବାଉଁଶିଆ ଶାସନ, ଶିଖରପୁର ପୋଲ, ଶିଖରପୁର ଗହିର ଦେଇ କରଡା ଶାସନ ପୂର୍ବରୁ ବାଇପାସ୍‌ ଯିବ । ଏଠାର ବାଇପାସ୍‌ ପାଇଁ ଆଲଟ୍‌ମେଣ୍ଟ ଆପୁ୍ରଭ ହୋଇ ସାରିଛି। ଜମି ଅଧିଗ୍ରହଣ ପାଇଁ ଫାଇନାଲ ସର୍ଭେ ଚାଲିଛି । ସେଠାରେ ବାଇପାସ୍‌ ୫ କି.ମି.୪୦୦ମିଟର ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?