୧୨ ଦଫା ଦାବିରେ ଜିଲାବ୍ୟାପୀ ତହସିଲ ଘେରାଉ

ଜଗତ୍‌ସିଂହପୁର ଅଫିସ/ବାଲିକୁଦା/ ନାଉଗାଁ/ କୁଜଙ୍ଗ/ ବିରିଡ଼ି (ସ୍ବ.ପ୍ର./ଡି.ଏନ୍‌.ଏ.) ୪ା୬: ନବନିର୍ମାଣ କୃଷକ ସଙ୍ଗଠନ ଜଗତ୍‌ସିଂହପୁର ଶାଖା ପକ୍ଷରୁ ୧୨ ଦଫା ଦାବି ନେଇ ଜିଲାବ୍ୟାପୀ ସମସ୍ତ ତହସିଲ ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା। ବିଶେଷକରି ଜୱାଦ ସହାୟତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ୭ ଦିନ ମଧ୍ୟରେ ଏହି ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ତହସିଲଦାରମାନେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶ୍ରୁତି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ସଙ୍ଗଠନର ଅନ୍ୟାନ୍ୟ ଦାବିଗୁଡ଼ିକ ହେଲା, ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉ। ସେମାନଙ୍କୁ ମାସକୁ ୫ ହଜାର ଟଙ୍କା ସୁରକ୍ଷା ଭତ୍ତା ଦିଆଯାଉ। ବୃଦ୍ଧା, ବୃଦ୍ଧ ଓ ବିକଳାଙ୍ଗମାନଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ହିସାବରେ ଭତ୍ତା ଦିଆଯାଉ। ବ୍ରିଟିଶ୍‌ ଅମଳରୁ ଥିବା ରିଲିଫ୍‌ କୋଡ୍‌କୁ ସଂଶୋଧନ ସାଙ୍ଗକୁ ଅଦିନିଆ ବର୍ଷା, ବାତ୍ୟା ଆଦି ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯାଉ। କାଳିଆ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଯାଉ। ଜଳସେଚନ, ଜଳ ନିଷ୍କାସନ, ବିହନ, ସାର, କୀଟନାଶକ ଆଦି ଯୋଗାଣରେ ସ୍ବଚ୍ଛତା ଅଣାଯାଉ। ମୁଗ, ପନିପରିବା ପାଇଁ ମଣ୍ଡି ଓ ସରକାରୀ ଶୀତଳଭଣ୍ଡାର ସ୍ଥାପନ କରାଯାଉ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମାଧ୍ୟମରେ ବେକାରି ବେରୋଜଗାର ଦୂର ସାଙ୍ଗକୁ ଚାଷୀଙ୍କଠାରୁ ବଳକା ଧାନ କିଣିବା ପାଇଁ ସୁବନ୍ଦୋବସ୍ତ କରାଯାଉ। ଖରିଫ ଧାନ କିଣାରେ ଦୁର୍ନୀତି ବଢୁଛି। ଏଥିରେ ସମ୍ପୃକ୍ତ ମିଲର ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଜିଲାରେ ଷଣ୍ଢ ଓ ମାଙ୍କଡ଼ ଉପଦ୍ରବ ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏହି ସମସ୍ୟାର ସମାଧାନ କରାଯିବା ଆଦି ପ୍ରସଙ୍ଗକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାବ୍ୟାପୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରାଯାଇଥିଲା। ବାଲିକୁଦାରେ ଗଙ୍ଗାଧର ଖଟୁଆଙ୍କ ଅଧ୍ୟକ୍ଷତାରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ଦୁର୍ଗାଚରଣ ସ୍ବାଇଁ, ରଘୁନାଥ ନାୟକ, ବାବାଜି ଜେନା, ଅଶୋକ ସ୍ବାଇଁ, ବିଭୂତି ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ। ନାଉଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଧାରଣାରେ ଅଶୋକ ସ୍ବାଇଁ, କୈଳାସ ଚନ୍ଦ୍ର ପରିଡା, ସୁଶ୍ରୀ ଶ୍ରାବଣୀ ରାୟ, ଲଲାଟେନ୍ଦୁ ପରିଡା, ବଂଶୀଧର ବେହେରା, ତ୍ରିଲୋଚନ ରାଉଳ, ରବୀନ୍ଦ୍ର ନାଥ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ। କୁଜଙ୍ଗରେ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। କୃଷକ ନେତା ବାବୁରାମ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ କୃଷକ ନେତା ନୂତନ ତ୍ରିପାଠୀ, ନଟବର ଶେଣ, ପ୍ରହଲ୍ଲାଦ ସ୍ବାଇଁ, ହୃଷୀକେଶ ନାଥ, ବାସୁଦେବ ରାଉତ, ସୁରେନ୍ଦ୍ର ତରାଇ ପ୍ରମୁଖ ସାମିଲ ହୋଇଥିଲେ। ବିରିଡ଼ି ବ୍ଲକରେ ନବନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁଙ୍କ ନେତୃତ୍ୱରେ ସତ୍ୟାଗ୍ରହ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଗୁଣନିଧି ସ୍ବାଇଁ, ବିଧାନ ଚନ୍ଦ୍ର ଜେନା, ରଜନିକାନ୍ତ ବେହେରା, ଡମ୍ବରୁଧର ଲେଙ୍କା, ରମଣି ରଞ୍ଜନ ବେହେରା, ନାରାୟଣ ମୁଦୁଲି ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri