ଏଇ ଭାରତରେ

ଝାଡ଼ଖଣ୍ଡର ଛୋଟ ଗାଁଟିଏ ପୂରବି ସିଂହଭୂମ। ଏହି ଗାଁକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ଯମୁନା ଟୁଡୁ। ଯମୁନାଙ୍କ ନେତୃତ୍ୱରେ ମହିଳାମାନେ ଗଛ ସୁରକ୍ଷାରେ ଲାଗିିଛନ୍ତି। ସେମାନେ ଗଛରେ ରାଖୀ ବାନ୍ଧି ଚିରଦିନ ଲାଗି ତା’ ସୁରକ୍ଷା ପାଇଁ ଶପଥ ନେଉଛନ୍ତି। ଏହି ପରମ୍ପରା ଆଧ୍ୟାତ୍ମିକତା ଜଡ଼ିତ ଥିବା ସହ ସାମାଜିକ ସ୍ତରରେ ଏହା ଜଙ୍ଗଲ ମାଫିଆ ଓ ପଶୁ ଶିକାରୀଙ୍କ ବିରୋଧରେ ଏକ ଅହିଂସା ଯୁଦ୍ଧ ଘୋଷଣାକୁ ସୂଚାଇଥାଏ। ୨୦ ବର୍ଷ ପୂର୍ବେ ଯମୁନା ଏହି ଅଭିଯାନ ଆରମ୍ଭ କରିବା ସମୟରେ ପ୍ରଥମେ ଜଣେ କାଠମାଫିଆ ସହ ମୁହଁାମୁହଁି ହୋଇଥିଲେ। ଆଇନ ପରିସରରେ ସେ ସେହି ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବା ପରେ ଗଛ ସୁରକ୍ଷା ଲାଗି ସଂକଳ୍ପ ନେଇଥିଲେ। ପରେ ଗାଁର ୨୫ ଜଣ ମହିଳାଙ୍କୁ ନେଇ ଏକ ଟିମ୍‌ ଗଠନ କରିଥିଲେ। ବିଗତ ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଅଭିଯାନରେ କେବଳ ତାଙ୍କ ଗାଁ ନୁହେଁ ବରଂ ଆଖପାଖର ଶହ ଶହ ହେକ୍ଟର ଜଙ୍ଗଲର ସୁରକ୍ଷା କରିପାରୁଛନ୍ତି। ତାଙ୍କ ସହ ଏବେ ୬୦୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ସାମିଲ ହୋଇଛନ୍ତି। ସେମାନେ ଧନୁତୀର, ଠେଙ୍ଗା ଧରି ଜଙ୍ଗଲରେ ପ୍ରବେଶ କରୁଛନ୍ତି। ବହୁ ସମୟରେ ସେମାନଙ୍କର ଶିକାରୀ ଓ କାଠମାଫିଆଙ୍କ ସହ ମୁହଁାମୁହଁି ହେଲେ ମଧ୍ୟ ସେମାନେ ଗଛ ଓ ବନ୍ୟଜନ୍ତୁମାନଙ୍କୁ ସୁରକ୍ଷିତ ରଖିବାରେ ସଫଳ ହେଉଛନ୍ତି। ଏବେ ଯମୁନାଙ୍କୁ ‘ଲେଡି ଟାର୍ଜନ’ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri