ପ୍ରାକୃତିକ ବିପର୍ଯ୍ୟୟ କ୍ଷତି ଆଶଙ୍କାରେ ଜିଲାବାସୀ

କେନ୍ଦ୍ରାପଡ଼ା,୩ା୫(ଜଗନ୍ନାଥ ଧଳ): ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ଜିଲାକୁ ବନ୍ୟା, ବାତ୍ୟା ସହ ସୁନାମି ଆଶଙ୍କା ଅଛି। ଏପରିକି ସୁନାମି ପାଇଁ ଏହି ଜିଲାର ୬୪ ଗ୍ରାମ ବିପଦସଙ୍କୁଳ ବୋଲି ଚିହ୍ନଟ ହୋଇଛି। ସେହିପରି ପ୍ରତ୍ୟେକ ବର୍ଷ ସାମାନ୍ୟ ବନ୍ୟାରେ ଅନୂ୍ୟନ ୫୫ ଗ୍ରାମ ମଧ୍ୟକୁ ପାଣି ପଶୁଛି। ଅଧିକ ହେଲେ ଜିଲାର ଅର୍ଦ୍ଧାଧିକ ଗ୍ରାମର ଅଧିବାସୀ ହନ୍ତସନ୍ତ ହେଉଛନ୍ତି। ସାମୁଦ୍ରିକ ବାତ୍ୟାର ପ୍ରଭାବ ରହୁଛି। ଏଥିରେ ଧନ ଓ ଜୀବନ ସହ ପରିବେଶ ନଷ୍ଟ ହେଉଛି। ଜିଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ଏ ନେଇ ବୈଠକ କରୁଥିଲେ ମଧ୍ୟ ଅଦ୍ୟାବଧି ଦୁର୍ବଳ ନଦୀବନ୍ଧର ମରାମତି ସରିନାହିଁ। ବାତ୍ୟା ସମୟରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେଉଥିବା ବାତ୍ୟା ଆଶ୍ରୟସ୍ଥଳକୁ ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ଯାଞ୍ଚ କରାଯାଇନାହିଁ। ବାତ୍ୟା ଆଶ୍ରୟସ୍ଥଳରେ ଥିବା ଉପକରଣର ତନଖି ହେଉ ନ ଥିବାରୁ ଅଧିକାଂଶ ଆପଦକାଳରେ ଉପଯୋଗୀ ହୋଇପାରୁନାହିଁ। ଏଥିସହ ଜିଲା ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ୨୦ଟି ଆଲର୍ଟ କେନ୍ଦ୍ର ମଧ୍ୟରୁ ୧୦ଟିରେ ସାଇରନ ବାଜୁ ନ ଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶ୍ରୀକାନ୍ତ ନାୟକ, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖ କହିଛନ୍ତି ଯେ, ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରତିବର୍ଷ ଜିଲାବାସୀ ଭୋଗୁ ଥିଲେ ମଧ୍ୟ ଏହାର ଆଶୁ ନିରାକରଣ ପ୍ରତି ରାଜନେତା ଓ ପ୍ରଶାସକ ଅଣଦେଖା କରି ଚାଲିଛନ୍ତି। ଲଘୁଚାପଜନିତ ସାମୁଦ୍ରିକ ଝଡ଼ ଭୟଙ୍କର ହେଲେ ଜିଲାରେ ବନ୍ୟାର ଆଶଙ୍କା ଦେଖାଦେଇଥାଏ। ଏହି ଜିଲାରେ ଉଦ୍‌ବୃତ୍ତ ଜଳ ନିଷ୍କାସନ ଏକ ବଡ଼ ସମସ୍ୟା। ଏହାର ନିରାକରଣ ପାଇଁ କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ, ମହାନଦୀ ଡିଭିଜନ, ଚିତ୍ରୋତ୍ପତ୍ଳା ଡିଭିଜନ, ଡ୍ରେନେଜ ଡିଭିଜନର ଅଧିକାରୀମାନେ ସତର୍କ ହେବା କଥା। ମେ ମାସ ପୂର୍ବରୁ ନଦୀବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ ସହ ମରାମତି ହେବା କଥା। ତେବେ ଅଦ୍ୟାବଧି ଜିଲାରେ ଥିବା ଦୁର୍ବଳ ନଦୀବନ୍ଧ ସମ୍ପୂର୍ଣ୍ଣ ମରାମତି ହୋଇ ନ ଥିବା ବେଳେ ସାମାନ୍ୟ ବନ୍ୟାରେ ତାହା ଭାଙ୍ଗିବା ଆଶଙ୍କା ଅଛି। ସେହିପରି ଜଳ ନିଷ୍କାସନ ପଥ ପରିଷ୍କାର ପାଇଁ ଅଦ୍ୟାବଧି ଉଦ୍ୟମ ହୋଇନାହିଁ। ବାତ୍ୟାର ବେଗ ଅଧିକ ହେଲେ ସାମୁଦ୍ରିକ ତଟକ୍ଷୟ ସହ ଜଙ୍ଗଲ ଉପରେ ପ୍ରଭାବ ପକାଇବ। ୨୦୧୮ରେ ତିତ୍‌ଲି, ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ, ୨୦୨୧ରେ ୟାସ୍‌, ଗୁଲାବ, ସାହୀନ, ୨୦୨୨ରେ ଅସନୀ, ୨୦୨୩ରେ ମୋଚା ଆଦି ସାମୁଦ୍ରିକ ବାତ୍ୟା ଏହାର ଉଦାହରଣ ସାଜିଛି। ଏହି ସାମୁଦ୍ରିକ ଝଡ଼ ସମୟରେ ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଛି। ଜଙ୍ଗଲ ଜମି ଜବରଦଖଲ, ଚିଙ୍ଗୁଡି ଘେରି ନିର୍ମାଣ ଆଦି ସମସ୍ୟାକୁ ରାଜନେତା ଓ ପ୍ରଶାସକ ସର୍ବଦା ଉପେକ୍ଷା କରି ଚାଲିଛନ୍ତି। ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଲର୍ଟ କେନ୍ଦ୍ରରୁ ସାଇରନ ଦ୍ୱାରା ସତର୍କ କରାଯାଇଥାଏ। ତେବେ ଗତ ୟାସ୍‌ ସାମୁଦ୍ରିକ ଝଡ଼ ସମୟରେ ରାଜନଗରର ୧୧ଟି ଓ ମହାକାଳପଡ଼ାର ୯ଟି କେନ୍ଦ୍ର ମଧ୍ୟରୁ ରଟପଙ୍ଗା, ନରସିଂହପୁର, ଜମ୍ବୁ, ତନ୍ତିଆପାଳ, ଏଣ୍ଡୁଳାପୁର, କଇଥା, ଚିଞ୍ଚତ୍ରି, ପେଣ୍ଠ, ବ୍ରାହ୍ମଣଶାସନ ଓ କନ୍ଦରାପାଟିଆ ବ୍ୟତୀତ ଅନ୍ୟ ୧୦ଟିରେ ସାଇରନ ବାଜି ନ ଥିଲା। ଏଠାରେ ସିଷ୍ଟମ ସବୁ ଅକାମୀ ହୋଇଯାଇଛି। ସେହିପରି ଜିଲାର ବାତ୍ୟା ଆଶ୍ରୟସ୍ଥଳ ଅସୁରକ୍ଷିତ ହୋଇଥିବା ବେଳେ ଉପକରଣ ନଷ୍ଟ ହୋଇଯାଇଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ସମ୍ଭାବ୍ୟ ସାମୁଦ୍ରିକ ଝଡର ସମ୍ମୁଖୀନ ପାଇଁ ଜିଲା ପ୍ରଶାସନ ସର୍ବଦା ପ୍ରାକ୍‌ ପ୍ରସ୍ତୁତିରେ ରହିଥାନ୍ତି। ଏଥିପାଇଁ ଜିଲାରେ ବଡ଼ ଧରଣର କ୍ଷତିକୁ ଆଡେଇ ଦିଆଯାଇ ପାରୁଛି। ଏପରି ବିପର୍ଯ୍ୟୟ ସମୟରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳର ନିରୀକ୍ଷଣ ସହ ସ୍ଥାନାନ୍ତର, ଗମନାଗମନ, ସ୍ବାସ୍ଥ୍ୟ ସେବା ଆଦିକୁ ଗୁରୁତ୍ୱ ଦିଆଯାଇଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?