କରୋନା ସଂକ୍ରମଣକୁ ପ୍ରତିହତ ନିମନ୍ତେ ଜିଲାବ୍ୟାପି ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟଜାରି

ଦେବଗଡ,୧୯ା୧୨(ଡି.ଏନ.ଏ)-ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ ନିମନ୍ତେ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଜିଲାବ୍ୟାପି ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ୧୯ ରୁ ୨୨ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୪ଟି ଟିମ୍‌ ଜିଲାର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟ ନିମନ୍ତେ ସ୍ବାବ୍‌ ସଂଗ୍ରହ କରିବେ। ଏହି କ୍ରମରେ ୧୯ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ବାରକୋଟ ବ୍ଲକର ଗୁରୁସଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁରୁସଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ମଣ୍ଡାସିଳା (କ) ଅଙ୍ଗନୱାଡି କେନ୍ଦ୍ର ଏବଂ ତିଲେଇବଣି ବ୍ଲକର ଝରାଗୋଗୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିକ୍ତିମାଳ ଅଙ୍ଗନୱାଡି କେନ୍ଦ୍ର ଓ ହରିଡାବାହାଲ ୟୁପିସ୍କୁଲଠାରେ ଏହି ଟେଷ୍ଟ କରାଯାଉଥିବାବେଳେ ୨୦ ତାରିଖ ବାରକୋଟ ବ୍ଲକର ଡଅଁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାଣି ଅଙ୍ଗନୱାଡି କେନ୍ଦ୍ର ଓ ଚକ୍ରପାଲି ଅଙ୍ଗନୱାଡି କେନ୍ଦ୍ର ଏବଂ ରିଆମାଳ ବ୍ଲକର ତେନ୍ତେଳାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲନାଳି ଅଙ୍ଗନୱାଡି କେନ୍ଦ୍ର ଓ ତେନ୍ତେଳାବାହାଲ ହାଇସ୍କୁଲଠାରେ ଏହି ଟେଷ୍ଟ କରାଯିବ ା ସେହିଭଳି ୨୧ ତାରିଖ ତିଲେଇବଣି ବ୍ଲକର ଲଇମୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଲୋହିୟୁ.ପି.ସ୍କୁଲ ଓ ଲଇମୁରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଏବଂ ବାରକୋଟ ବ୍ଲକର ସରୁଆଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରୁଆଳି ହାଇସ୍କୁଲ ଓ ମାଦଳିଆ ଅଙ୍ଗନୱାଡି କେନ୍ଦ୍ରଠାରେ ଟେଷ୍ଟ କରାଯିବ ଏବଂ ୨୨ ତାରିଖ ତିଲେଇବଣି ବ୍ଲକର ସୁଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଅଙ୍ଗନୱାଡି କେନ୍ଦ୍ର ଓ କଲଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାମନ୍ତରାପାଲି ଅଙ୍ଗନୱାଡି କେନ୍ଦ୍ର ଏବଂ ରିଆମାଳ ବ୍ଲକର ବାଘବର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଂଜଣା ସ୍କୁଲ ଓ ଡଅଁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଳିତା ଅଙ୍ଗନୱାଡି କେନ୍ଦ୍ରଠାରେ ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟ କରାଯିବ। ଏହାର ସୁଯୋଗ ନେଇ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ନିଜର କୋଭିଡ ଟେଷ୍ଟ କରାଇ ନେଇ ସଂକ୍ରମଣକୁ ପ୍ରତିହତ କରିବାରେ ସହାୟକ ହେବା ପାଇଁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀଧନ ଚିକିତ୍ସାଧିକାରୀ

ଦେବଗଡ଼,ରିଆମାଳ,୨୨ା୩( ଶଶାଙ୍କ ଶେଖର ଝାଙ୍କର/ନିରଞ୍ଜନ ବେହେରା):କୁକୁଡା ଫାର୍ମ ପାଇଁ ବିଦ୍ୟୁତ୍‌ ସଂଯୋଗ ଓ ସବ୍‌ସିଡି ପ୍ରଦାନ ପାଇଁ ଜଣେ ଚାଷୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା...

କଂଗ୍ରେସ ସାଧାରଣ ସମ୍ପାଦିକା ନିଯୁକ୍ତ

ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ମହିଳା କଂଗ୍ରେସର ବରିଷ୍ଠ ନେତ୍ରୀ ମିନତୀ ନାଏକ ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ...

ମୋର ଟିକେଟ ଫାଇନାଲ

ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ ସବୁ ଦଳରେ ଅନେକ ଟିକେଟ ଆଶାୟୀ ଅଛନ୍ତି। ତେବେ ଟିକେଟ କିଏ...

ସ୍ବାମୀ-ପୁଅଙ୍କୁ ଛାଡି ପ୍ରେମିକଙ୍କ ସହ ଯାଇଥିଲେ, ମାଟିତଳୁ ମିଳିଲା ମୃତଦେହ

ଦେବଗଡ,୫।୩: ସ୍ବାମୀ ଓ ପୁଅକୁ ଛାଡି ପ୍ରେମିକ ସହ ଫେରାର ହୋଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଏରୁଣ୍ଡି ଡେଇଁଥିଲେ, ସିଏ ସାଜିଲା...

ମାଟିତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ: କୁକୁର ଟାଣିଟାଣି କାଢ଼ୁଥିଲା

ଦେବଗଡ଼,୨।୩(ଶଶାଙ୍କ ଶେଖର ଝାଙ୍କର): ମାଟି ତଳେ  ପୋତା ଯାଇଥିବା ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ତାଙ୍କୁ କେହି  ହତ୍ୟା କରିଥିବା  ସନ୍ଦେହ କରାଯାଉଛି। ଏଭଳି...

ଜଙ୍ଗଲ ଭିତରେ ନରକଙ୍କାଳ ଠାବ

ଦେଗଗଡ଼,୧୨ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ସୋମବାର ଏକ ନରକଙ୍କାଳ ଠାବ କରାଯାଇଛି । ମଗରମୁହିଁ ହୁଲି ଜଙ୍ଗଲ...

ଲୁହାପଥର ଚୋରା ଚାଲାଣ କରୁଥିଲେ: ଧରାପଡ଼ିଲେ ପୋଲିସ କନଷ୍ଟେବଳ

ଦେବଗଡ଼,୯।୨(ଶଶାଙ୍କ ଶେଖର ଝାଙ୍କର): ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ ପକ୍ଷରୁ ଜବତ କରାଯାଇଥିବା ଲୁହାପଥର ଚାଲାଣ ବେଳେ ପୋଲିସ କନେଷ୍ଟବଳଙ୍କ ସହ ୪ଜଣ ଗିରଫ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri