କରୋନା ସଂକ୍ରମଣକୁ ପ୍ରତିହତ ନିମନ୍ତେ ଜିଲାବ୍ୟାପି ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟଜାରି

ଦେବଗଡ,୧୯ା୧୨(ଡି.ଏନ.ଏ)-ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ ନିମନ୍ତେ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଜିଲାବ୍ୟାପି ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ୧୯ ରୁ ୨୨ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୪ଟି ଟିମ୍‌ ଜିଲାର ୩ଟି ବ୍ଲକର ବିଭିନ୍ନ ସ୍ଥାନରେ ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟ ନିମନ୍ତେ ସ୍ବାବ୍‌ ସଂଗ୍ରହ କରିବେ। ଏହି କ୍ରମରେ ୧୯ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ବାରକୋଟ ବ୍ଲକର ଗୁରୁସଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁରୁସଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ମଣ୍ଡାସିଳା (କ) ଅଙ୍ଗନୱାଡି କେନ୍ଦ୍ର ଏବଂ ତିଲେଇବଣି ବ୍ଲକର ଝରାଗୋଗୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିକ୍ତିମାଳ ଅଙ୍ଗନୱାଡି କେନ୍ଦ୍ର ଓ ହରିଡାବାହାଲ ୟୁପିସ୍କୁଲଠାରେ ଏହି ଟେଷ୍ଟ କରାଯାଉଥିବାବେଳେ ୨୦ ତାରିଖ ବାରକୋଟ ବ୍ଲକର ଡଅଁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାଣି ଅଙ୍ଗନୱାଡି କେନ୍ଦ୍ର ଓ ଚକ୍ରପାଲି ଅଙ୍ଗନୱାଡି କେନ୍ଦ୍ର ଏବଂ ରିଆମାଳ ବ୍ଲକର ତେନ୍ତେଳାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲନାଳି ଅଙ୍ଗନୱାଡି କେନ୍ଦ୍ର ଓ ତେନ୍ତେଳାବାହାଲ ହାଇସ୍କୁଲଠାରେ ଏହି ଟେଷ୍ଟ କରାଯିବ ା ସେହିଭଳି ୨୧ ତାରିଖ ତିଲେଇବଣି ବ୍ଲକର ଲଇମୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଲୋହିୟୁ.ପି.ସ୍କୁଲ ଓ ଲଇମୁରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଏବଂ ବାରକୋଟ ବ୍ଲକର ସରୁଆଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରୁଆଳି ହାଇସ୍କୁଲ ଓ ମାଦଳିଆ ଅଙ୍ଗନୱାଡି କେନ୍ଦ୍ରଠାରେ ଟେଷ୍ଟ କରାଯିବ ଏବଂ ୨୨ ତାରିଖ ତିଲେଇବଣି ବ୍ଲକର ସୁଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଅଙ୍ଗନୱାଡି କେନ୍ଦ୍ର ଓ କଲଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାମନ୍ତରାପାଲି ଅଙ୍ଗନୱାଡି କେନ୍ଦ୍ର ଏବଂ ରିଆମାଳ ବ୍ଲକର ବାଘବର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଂଜଣା ସ୍କୁଲ ଓ ଡଅଁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଳିତା ଅଙ୍ଗନୱାଡି କେନ୍ଦ୍ରଠାରେ ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟ କରାଯିବ। ଏହାର ସୁଯୋଗ ନେଇ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ନିଜର କୋଭିଡ ଟେଷ୍ଟ କରାଇ ନେଇ ସଂକ୍ରମଣକୁ ପ୍ରତିହତ କରିବାରେ ସହାୟକ ହେବା ପାଇଁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?