ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ତଳ ଆଡୁ ଜିଲା ପ୍ରଥମ

ପାରାଦୀପ,୧୬ା୩ (ସ୍ବ.ପ୍ର.):ପୂର୍ବ ଭାରତର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଏବେ କ୍ଷୁଦ୍ର, ମଧ୍ୟମ, ଆନୁଷଙ୍ଗିକ ଶିଳ୍ପ ସ୍ଥାପନ ଗତି ମନ୍ଥର ଥିବା ପାରିପାଶର୍‌ବିକ ଅବସ୍ଥାରୁ ଜଣାପଡିଛି। କାରଣ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବେ ସ୍ଥାଣୁ ପାଲଟିଥିବା ଅଭିଯୋଗ ହେଉଛି। ଏପରି କି ଗତ ୨ଟି ଆର୍ଥିକ ବର୍ଷରେ ଜଗତ୍‌ସିଂହପୁର ଜିଲାର ଏମ୍‌ଏସ୍‌ଏମ୍‌ଇ ନୂଆ ଉଦ୍ୟୋଗ ସୃଷ୍ଟି କରିବାରେ ରାଜ୍ୟର ତଳ ଆଡୁ ପ୍ରଥମ ବୋଲି ସେହି ବିଭାଗର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ଅର୍ଥାତ୍‌ ଜିଲା ୩୦ ନଂ. ସ୍ଥାନରେ ଅଛି ବୋଲି ଓଡ଼ିଶା ଆସେମ୍ବ୍ଲ୍ଲି କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ସଂଘ ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ କହିଛନ୍ତି।
ଗତ ୧୧ ଓ ୧୨ ତାରିଖରେ ପାରାଦୀପର ବିଜୁ ସଦନଠାରେ ଉତ୍କଳ ଚାମ୍ବର୍ସ ଅଫ୍‌ କମର୍ସ ଇଣ୍ଡଷ୍ଟ୍ରି ଲିମିଟେଡ ପକ୍ଷରୁ ଉଦ୍ୟୋଗୀ ଶିବିର ଆୟୋଜନ କରାଯାଇଥିଲା। ସେଥିରେ ଦେଶର ପ୍ରତିଷ୍ଠିତ କମ୍ପାନୀ ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହି ପାରାଦୀପ ଶିଳ୍ପ ପାଇଁ ଅନୁକୂଳ ବୋଲି ମନ୍ତବ୍ୟ ଦେଇଥିଲେ। ୨୦୨୨ ଡିସେମ୍ବରରେ ମଧ୍ୟ ଶିଳ୍ପ ବିଭାଗ ପକ୍ଷରୁ ପାରାଦୀପରେ ଇନଭେଷ୍ଟର ମିଟ୍‌ ହୋଇଥିଲା। ଚଳିତ ମାସ ୩ ତାରିଖରେ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦର୍ଶାନା ଜର୍ଦ୍ଦୋଶ ମଧ୍ୟ ପାରାଦୀପ ଗସ୍ତ କରିଥିଲେ। ଫେବୃୟାରୀ ୧୬ରୁ ୨୬ ପର୍ଯ୍ୟନ୍ତ ଜିଲାର ସବୁ ବ୍ଲକରେ ନିଯୁକ୍ତି ମେଳା ହୋଇଥିଲା। ଏସବୁଥିରେ ନୂଆ ଉଦ୍ୟୋଗ ଆସିବ, ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଥିଲା। କିନ୍ତୁ ବାସ୍ତବରେ ନୂଆ କ୍ଷୁଦ୍ର ମଧ୍ୟମ କିମ୍ବା ଆନୁଷଙ୍ଗିକ ଶିଳ୍ପ ସ୍ଥାପନ ଗତି ମନ୍ଥର ଥିବା ଜଣାପଡିଛି। ଉଦାହରଣତଃ ୨୦୧୩ରେ ଘୋଷଣା କରାଯାଇଥିଲା ପାରାଦୀପରେ ଛୋଟ ଆନୁଷଙ୍ଗିକ ଶିଳ୍ପ ପ୍ଲାଷ୍ଟିକ ପାର୍କ ହେବ। ଏଥିପାଇଁ ଇଡ୍‌କୋ ୧୫୩ ଏକର ଜମି ଯୋଗାଇ ଦେଇଥିଲା। ୨୦୧୫ରେ ଶିଳ୍ପ ହେବ ବୋଲି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ୧୦ ବର୍ଷ ମଧ୍ୟରେ ଉକ୍ତ ସ୍ଥାନରେ ଆରାଧନା ଓ ଟାଇଡାଲ ପ୍ଲାଷ୍ଟିକ ୨ଟି ୟୁନିଟ କରିବେ ବୋଲି ଆବଶ୍ୟକ ଭିତ୍ତିଭୂମି ତିଆରି କରିଛନ୍ତି। ଅନ୍ୟ ୩୦ରୁ ଅଧିକ ଉଦ୍ୟୋଗୀ ଆବେଦନ କରିଥିଲେ ହେଁ ସେମାନଙ୍କୁ କ୍ଲିୟରାନ୍ସ ମିଳିନାହିଁ ବୋଲି ଭଗବାନ ପରିଡା ନାମକ ଆବେଦନକାରୀ କହିଛନ୍ତି। ସେହିପରି ୨୦୧୫ରେ ବଗଦିଆ ସିଜୁ ଗ୍ରାମ ସୀମାନ୍ତରେ ୪୫୦ ଏକର ଜମିରେ ଦୀପକ ଫର୍ଟିଲାଇଜର କମ୍ପାନୀ ହେବ ବୋଲି ଘୋଷଣା ହୋଇଥିଲା। ଏପରିକି ୨୦୧୭ ଅକ୍ଟୋବରରେ ପରିବେଶ ଜନ ଶୁଣାଣି ସରିଥିଲା। ତା’ ପରଠାରୁ କମ୍ପାନୀ ଏ ପର୍ଯ୍ୟନ୍ତ ପ୍ରତିଷ୍ଠା ହୋଇନାହିଁ।
ଛୋଟ ଉଦ୍ୟୋଗ ପାଇଁ ଏମ୍‌ଏସ୍‌ଏମ୍‌ଇ ପାଖରୁ କ୍ଲିୟରାନ୍ସ, ବ୍ୟାଙ୍କ ଋଣ, ପ୍ରୋଜେକ୍ଟ ଆପ୍ରୁଭାଲ ଆଦି ମିଳିବା କଥା। ଏଥିପାଇଁ ପ୍ରତି ବ୍ଲକରେ ଜଣେ ଆଇପିଓ (ଇଣ୍ଡଷ୍ଟ୍ରି ପ୍ରମୋଶନ ଅଫିସର) ରହିବା କଥା। ପାରାଦୀପ ପାଇଁ ଆଇପିଓ ପଦବୀ ୪ବର୍ଷ ହେଲା ଖାଲିପଡିଛି। ଏବେ ଜିଲାରେ ମାତ୍ର ୩ ଜଣ ଆଇପିଓ ଥିବା ଉକ୍ତ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଜିଲାରେ ମାତ୍ର ୨୩୨ ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକୃତ ଉଦ୍ୟୋଗ ଚାଲିଛି ବୋଲି ଉକ୍ତ ସଂଘର ସଭାପତି ଭଗବାନ ସ୍ବାଇଁ କହିଛନ୍ତି। ଅନ୍ୟମାନେ ଆବେଦନ କଲେ ବିଭାଗୀୟ ଅଧିକାରୀ ଜେନେରାଲ ମ୍ୟାନେଜର (ଜିଏମ୍‌)ଙ୍କ ପକ୍ଷରୁ ସହଯୋଗ ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଏମ୍‌ କଙ୍କଣ ଘୋଷଙ୍କୁ ପଚାରିବାରେ ଅଭିଯୋଗ କରିବା ସହଜ। ଏବେ ବିଧାନସଭାରେ ନୟାଗଡ଼ ଜିଲା ପାଇଁ ଅଭିଯୋଗ ହୋଇଛି, ଜଗତ୍‌ସିଂହପୁର ଜିଲାରେ ୧୦୩୭ ସାର୍ଟିଫାଏଡ୍‌ ୟୁନିଟ ଅଛି। ଆଇପିଓ ନ ରହିବା ଓ ଉଦ୍ୟୋଗୀ ନ ହେବା ସମ୍ପର୍କରେ କୁହନ୍ତି, ଆମର କାମ ଯଦି ପସନ୍ଦ ହେଉନାହିଁ ବୋଲି ଅଭିଯୋଗ ହେଉଛି ତାହା ହେଲେ ଆମକୁ ବିଦା କରି ନୂଆ ଅଫିସର ଆଣନ୍ତୁ କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ଅନ୍ୟ ଏକ ଘଟଣା ହେଲା ୨୦୧୪ରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଡା. ଦାମୋଦର ରାଉତ ଥିବାବେଳେ ପାରାଦୀପର ହାଉସିଂ ବୋର୍ଡଠାରେ ଏହି ବିଭାଗ ପକ୍ଷରୁ ଏକ କାର୍ଯ୍ୟାଳୟ ଖୋଲା ଯାଇଥିଲା। ୭ ଜଣ କର୍ମଚାରୀ ୫ ବର୍ଷ ମଧ୍ୟରେ ଗୋଟିଏ ୟୁନିଟ କରିପାରିଲେ ନାହିଁ। ସେଥିପାଇଁ ୨୦୧୯ ମାର୍ଚ୍ଚ ୩୧ରେ ପାରାଦୀପ ଅଫିସ ବନ୍ଦ କରାଯାଇ କଟକର ଚୌଦ୍ୱାରକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?