ଜିଲା କୃଷକ ସଂଘର ରାସ୍ତାରୋକୋ ଆନ୍ଦୋଳନ: ୧୫ ଗିରଫ

ଦେବଗଡ,୬ା୧୨(ଡ଼ି.ଏନ୍‌.ଏ.)- ପଶ୍ଚିମ ଓଡିଶା କୃଷକ ସଙ୍ଗଠନର ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିର ଦୃଢ ପ୍ରତିବାଦ କରାଯିବା ସହ ଚାଷୀଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଶନିବାର ଦେବଗଡ ଜିଲା କୃଷକ ସଂଘ ପକ୍ଷରୁ ରାସ୍ତାରୋକୋ ଆନ୍ଦୋଳନ କରାଯାଇଥିଲା ା ଶନିବାର ପୂର୍ବାହ୍ନ ୧୧ଟାରେ ଜିଲା କୃଷକ ସଂଘର ସଭାପତି ପ୍ରମୋଦ କୁମାର ଝାଙ୍କର, ସମ୍ପାଦକ ଯଯାତି କିଶୋର ବିଶ୍ୱାଳ, ବିଜୟ କୁମାର ପ୍ରଧାନ, ସଂଗ୍ରାମଜିତ କୁଅଁର, ପବିତ୍ର ପ୍ରଧାନ ଓ ମକରଧ୍ୱଜ ପ୍ରଧାନଙ୍କ ନେତୃତ୍ୱରେ ଜିଲାର ବହୁ ଚାଷୀ ଦେବଗଡ ପୌରାଞ୍ଚଳର ପୁରୁଣାଗଡ ପେଟ୍ରୋଲ ପମ୍ପ ଛକଠାରେ ଏକତ୍ରିତ ହୋଇ ରାସ୍ତା ଉପରେ ଧାନବସ୍ତା ରଖି ବିଭିନ୍ନ ସ୍ଲୋଗାନ ସହ ରାସ୍ତାରୋକୋ ଆନ୍ଦୋଳନ କରିଥିଲେ ା ଏହି ଅବସରରେ ଆନ୍ଦୋଳନକାରୀମାନେ ଧାନ ବିକ୍ରି ନିମନ୍ତେ ରାଜ୍ୟସ୍ତରରେ ଟୋକନ ପ୍ରସ୍ତୁତ କରା ନ ଯାଇ ଜିଲାସ୍ତରରେ ଟୋକନ ପ୍ରସ୍ତୁତ କରାଯିବା, ଦେବଗଡ ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କ ଠାରୁ ୧୩ କୁଇଣ୍ଟାଲ ପରିବର୍ତ୍ତେ ୨୦ କୁଇଣ୍ଟାଲ ଲେଖାଏଁ ଓ ଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ନିକଟରୁ ୧୯ ପରିବର୍ତ୍ତେ ୨୫ କୁଇଣ୍ଟାଲ ଲେଖାଏଁ ଧାନ କ୍ରୟ କରାଯିବାକୁ ଦାବି କରିଥିଲେ ା ଫଳରେ ୪୯ ନମ୍ବର ଓ ୫୩ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା ା ପ୍ରାୟ ୧୨ଟା ୩୦ ମିନିଟ ସମୟରେ ପୋଲିସ ଜିଲା କୃଷକ ସଂଘର ସଭାପତି ଶ୍ରୀ ଝାଙ୍କରଙ୍କ ସମେତ ଆନ୍ଦୋଳନରତ ୧୫ ଜଣ ଚାଷୀଙ୍କୁ ଗିରଫ କରିଥିଲା। ଫଳରେ ରାସ୍ତାରୋକୋ ଆନ୍ଦୋଳନ ପ୍ରତ୍ୟାହୃତ ହେବା ସହ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା ା ପରେ ଗିରଫ ଚାଷୀମାନଙ୍କୁ ପୋଲିସ ଥାନାରୁ ଛାଡିଦେଇଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀଧନ ଚିକିତ୍ସାଧିକାରୀ

ଦେବଗଡ଼,ରିଆମାଳ,୨୨ା୩( ଶଶାଙ୍କ ଶେଖର ଝାଙ୍କର/ନିରଞ୍ଜନ ବେହେରା):କୁକୁଡା ଫାର୍ମ ପାଇଁ ବିଦ୍ୟୁତ୍‌ ସଂଯୋଗ ଓ ସବ୍‌ସିଡି ପ୍ରଦାନ ପାଇଁ ଜଣେ ଚାଷୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା...

କଂଗ୍ରେସ ସାଧାରଣ ସମ୍ପାଦିକା ନିଯୁକ୍ତ

ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ମହିଳା କଂଗ୍ରେସର ବରିଷ୍ଠ ନେତ୍ରୀ ମିନତୀ ନାଏକ ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ...

ମୋର ଟିକେଟ ଫାଇନାଲ

ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ ସବୁ ଦଳରେ ଅନେକ ଟିକେଟ ଆଶାୟୀ ଅଛନ୍ତି। ତେବେ ଟିକେଟ କିଏ...

ସ୍ବାମୀ-ପୁଅଙ୍କୁ ଛାଡି ପ୍ରେମିକଙ୍କ ସହ ଯାଇଥିଲେ, ମାଟିତଳୁ ମିଳିଲା ମୃତଦେହ

ଦେବଗଡ,୫।୩: ସ୍ବାମୀ ଓ ପୁଅକୁ ଛାଡି ପ୍ରେମିକ ସହ ଫେରାର ହୋଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଏରୁଣ୍ଡି ଡେଇଁଥିଲେ, ସିଏ ସାଜିଲା...

ମାଟିତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ: କୁକୁର ଟାଣିଟାଣି କାଢ଼ୁଥିଲା

ଦେବଗଡ଼,୨।୩(ଶଶାଙ୍କ ଶେଖର ଝାଙ୍କର): ମାଟି ତଳେ  ପୋତା ଯାଇଥିବା ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି। ତାଙ୍କୁ କେହି  ହତ୍ୟା କରିଥିବା  ସନ୍ଦେହ କରାଯାଉଛି। ଏଭଳି...

ଜଙ୍ଗଲ ଭିତରେ ନରକଙ୍କାଳ ଠାବ

ଦେଗଗଡ଼,୧୨ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା କାଉଁଶିବାହାଳ ଗାଁ ନିକଟ ଜଙ୍ଗଲ ଭିତରେ ସୋମବାର ଏକ ନରକଙ୍କାଳ ଠାବ କରାଯାଇଛି । ମଗରମୁହିଁ ହୁଲି ଜଙ୍ଗଲ...

ଲୁହାପଥର ଚୋରା ଚାଲାଣ କରୁଥିଲେ: ଧରାପଡ଼ିଲେ ପୋଲିସ କନଷ୍ଟେବଳ

ଦେବଗଡ଼,୯।୨(ଶଶାଙ୍କ ଶେଖର ଝାଙ୍କର): ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ ପକ୍ଷରୁ ଜବତ କରାଯାଇଥିବା ଲୁହାପଥର ଚାଲାଣ ବେଳେ ପୋଲିସ କନେଷ୍ଟବଳଙ୍କ ସହ ୪ଜଣ ଗିରଫ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri