ଜିଲା ପ୍ରଶାସନର ତତ୍ପରତା: ୬ କ୍ଲିନିକ୍‌ ସିଲ୍‌

ଗୁଣପୁର,୬।୧୧(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡରେ ବେଆଇନ ଭାବେ ଚାଲିଥିବା କ୍ଲିନିକ ଗୁଡିକକୁ ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗ ସିଲ୍‌ କରିଛି। ଉପ ଜିଲାପାଳ ଦୁଧାଲ ଅଭିଷେକ ଦିଲିପ ଗୁରୁବାର ଅଚାନକ ଚଢାଉ କରି ବିଭିନ୍ନ କ୍ଲିନିକ୍‌ଗୁଡିକୁ ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ। ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଏକ ଟିମ୍‌ ବେଆଇନ କ୍ଲିନିକଗୁଡିକୁ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ୬ଟି କ୍ଲିନିକକୁ ସିଲ କରିଛନ୍ତି। ମାଜିଷ୍ଟ୍ରେଟ ଭାବେ ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଏମ୍‌ ଏମ୍‌ ମେଡିକସ, ଆମ୍ମା କ୍ଲିନିକ, ଅମୂଲ୍ୟ ଭାରତ, ରାଧିକା, ଜଶେଫ ଶବର, ଅନନ୍ତ ଦାସ ପ୍ରମୁଖ କ୍ଲିନିକ ଓ ପାଥୋଲ୍ୟାବର କାଗଜପତ୍ର ତନଖି କରିବା ସମୟରେ ବହୁ ଅସଙ୍ଗତି ନଜରକୁ ଆସିବା ପରେ ସେଗୁଡିକୁ ସିଲ୍‌ କରିଦିଆଯାଇଛି । ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଦର୍ଶ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛ। ସରକାରୀ ଡାକ୍ତର ଖାନାରେ ଚିକିତ୍ସିତ ହେବା ସହ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଉପ ଜିଲାପାଳ ଗୁଣପୁର ଉପଖଣ୍ଡର ସମସ୍ତ ଜନସଧାରଣଙ୍କୁ ଅପିଲ କରିଥିଲେ। ଏଥିସହ ଅତିରିକ୍ତ ଜିଲାପାଳ, ରାୟଗଡା ନିହାର ରଞ୍ଜନ କହଁରଙ୍କ ନେତୃତ୍ୱରେ ରାମାନଗୁଡ଼ା ବ୍ଲକରେ ମଧ୍ୟ୨ଟି ବେଆଇନ କ୍ଲିନିକ କାଗଜପତ୍ର ତନଖି କରିବା ସହ ସିଲ୍‌ କରାଯାଇଛି। ଆସନ୍ତା ଦିନ ମାନଙ୍କରେ ଗୁଣପୁର ଉପଖଣ୍ଡର ସମସ୍ତ ବ୍ଲକ, ଗ୍ରାମରେ ଥିବା ବିଭିନ୍ନ ବେଆଇନ କ୍ଲିନିକ ଉପରେ ଚଢାଉ ଜାରି ରହିବ। ଲୋକଙ୍କ ସ୍ବାସ୍ଥ୍ୟ ସେବାରେ ଯେମିତି ଅସୁବିଧା ହେବନାହିଁ ତାହା ଉପରେ ନଜର ରଖାଯିବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁଣପୁର ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, ରାଜେଶ ପାତ୍ର, ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ଅସମାହିତ, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ଅନ୍ୟପକ୍ଷରେ ଏଠାରେ ଚାଷ ଓ ଚାଷୀଙ୍କ…

ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ଷ୍ଟାଲିନଙ୍କ ବିରୋଧରେ NCWରେ ଅଭିଯୋଗ କଲା TVK

ନୂଆଦିଲ୍ଲୀ,୪।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୁଦ୍ଧରେ ଜାତୀୟ ମହିଳା ଆୟୋଗ (NCW)ରେ ଅଭିଯୋଗ ଦାଖଲ କରିଛି ଥଲାପତି ବିଜୟଙ୍କ ପାର୍ଟି TVK । ତଞ୍ଜାଭୁରରେ…

ଅତ୍ୟଧିକ ଆତ୍ମବିଶ୍ୱାସ ଭାଜପାକୁ ପଡିଲା ମହଙ୍ଗା! ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ନୀତିନ ନବୀନ, କହିଲେ…

ପାଟନା,୪।୮: ଦେଶର ତିନୋଟି ରାଜ୍ୟର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ସୋମବାର ପ୍ରକାଶ ପାଇଛି। ବିହାରର ବାଙ୍କିପୁର ଏବଂ ମଧ୍ୟପ୍ରଦେଶର ଦାତିଆ ଆସନରେ ଅନୁଷ୍ଠିତ ଉପନିର୍ବାଚନରେ…

ଗୌତମ ଗମ୍ଭୀରଙ୍କ ଚାକିରି ବିପଦରେ! ବିଗୁଡୁଛି ଡ୍ରେସିଂ ରୁମର ମାହୋଲ

ନୂଆଦିଲ୍ଲୀ,୪।୮: ଗୌତମ ଗମ୍ଭୀର ହେଡ କୋଚ୍‌ ହେବା ପରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ ମଧ୍ୟ, ସତ୍ୟ ଏହା ଯେ…

ଅଭିଜିତଙ୍କ ନାଁରେ ସାଂଘାତିକ ଅଭିଯୋଗ: ତୁରନ୍ତ ଗିରଫ କରିବାକୁ ତେଜିଲା ଦାବି

ନୂଆଦିଲ୍ଲୀ,୪।୮: ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଫୈଜାନ ଅନସାରୀ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଡିପକେଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏକ ଲିଖିତ ଅଭିଯୋଗ ଦାଖଲ…

ନିଜ ଗଡ଼ରେ ହାରିବା ପରେ ଚିନ୍ତାରେ ଭାଜପା: ରଣନୀତିରେ ହେବ ବଡ଼ ପରବର୍ତ୍ତନ

ପାଟନା,୪।୮: ବାଙ୍କିପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ବିହାରରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବିକଳ୍ପ ଭାବରେ…

ଟ୍ରମ୍ପଙ୍କ ଉପରେ ବଢିବ ଚାପ! ଭାରତ ସମେତ ୬୦ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କ ଉପରେ ମାମଲା ରୁଜୁ କଲେ ୨୫ଟି ଆମେରିକା ରାଜ୍ୟ

ଓ୍ବାଶିଂଟନ,୪।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ପୁଣି ଥରେ ଆଇନଗତ ବିବାଦରେ ଫସିଛି। ଡେମୋକ୍ରାଟମାନଙ୍କ ଦ୍ୱାରା ଶାସିତ ୨୫ଟି ଆମେରିକା ରାଜ୍ୟ ଟ୍ରମ୍ପ…

ଆମେରିକାରେ ହଇଚଇ! ଇରାନ ଉପରେ ଆକ୍ରମଣ ଯୋଜନା ଲିକ; ଏମାନଙ୍କୁ ଦାୟୀ କଲେ ଟ୍ରମ୍ପ…

ଓ୍ବାଶିଂଟନ,୪।୮: ଘଟଣାକ୍ରମ ପରେ, ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ ଯୋଜନା ବନ୍ଦ କରିଛି। ଟ୍ରମ୍ପ ଏହି ନିଷ୍ପତ୍ତି ପାଇଁ କାତାର ଏବଂ ୟୁଏଇର ମଧ୍ୟସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri