ବରଗଡ଼ରେ ଉଦ୍‌ଘାଟିତ ହେଲା ଜିଲା ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ କୋର୍ଟ: ଉପକୃତ ହେବେ ୩ଜିଲାର ଲୋକେ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଜିଲା ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ କୋର୍ଟ ବୁଧବାର ଉଦଘାଟି୍‌ତ ହୋଇଛି । ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଲାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ବରଗଡ଼ କଚେରି ପରିସରରେ ରହିଥିବା ଉପଜିଲାପାଳଙ୍କ ଅଫିସ ପରିସରରେ ଏହି କୋର୍ଟ ଉଦ୍‌ଘାଟିତ ହୋଇଛି। ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି କୋର୍ଟ ବର୍ତ୍ତମାନ ପାଇଁ ଅସ୍ଥାୟୀଭାବେ ଚାଲିବ। ତେବେ ପରେ ଏହି କୋର୍ଟ ପାଇଁ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ହେବ ଏବଂ ଏନେଇ ଜିଲାପାଳ ଜାଗା ଚିହ୍ନଟ କରି ସାରିଛନ୍ତି ବୋଲି ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ ସମାରୋହରେ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ, ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ସମେତ ଓକିଲ ସଂଘର ଅନ୍ୟ କର୍ମକର୍ତ୍ତା ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ ।ଏହି କୋର୍ଟ ଦ୍ବାରା ବରଗଡ଼ ସମେତ ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର ଜିଲାର ଲୋକେ ଉପକୃତ ହୋଇ ପାରିବେ ଏବଂ ଜମିଜମା ରେକର୍‌ ପାଇଁ ସେମାନଙ୍କୁ ସମ୍ବଲପୁର ଯିବାକୁ ପଡିବ ନାହିଁ ବୋଲି ଆର୍‌ଡିସି ଦଲାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା, ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାରିପଦା,୨୨।୭: ବାପା ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପଡ଼ୋଶୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ନୁଦୁଡିହା ଗାଁରେ। ବିଲରେ କାମ କରୁଥିବା...

ବର୍ଷାରେ ଧସିଲା ନଦୀ ପୋଲ

ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଗତ ୩ ଦିନ ଧରି ଲଘୁଚାପ ଲଗାଣ ବର୍ଷା ଯୋଗୁ ଏମ୍‌ଭି ୯୦, ଏମ୍‌ଭି ୯୬, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମ...

ଘରଡିହ ନ ମିଳିଲେ ସରକାରୀ ଜାଗା ଦଖଲ କରିବୁ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗୁମ୍ମା ବ୍ଲକର ଶତାଧିକ ଲୋକ ପହଞ୍ଚି ଘର ଡିହ ପ୍ରଦାନରେ ବିଳମ୍ବ ଓ ବିଫଳତା ପ୍ରତିବାଦରେ...

ଆଇରନ୍‌ ବଟିକା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

ପାରାଦୀପ,୨୨।୭: ଜଗତ୍‌ସିଂହପୁର ଜିଲା ଅଠରବାଙ୍କି ତଳଗଡ଼ ଯୁପି ସ୍କୁଲରେ ସୋମବାର ଏକ ଅଘଟଣ ଘଟିଛି। ସ୍କୁଲରେ ଦିଆଯାଇଥିବା ଆଇରନ୍‌ ବଟିକା ଖାଇ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର...

ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ସୁନ୍ଦରଗଡ଼,୨୨ା୭: ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ ହୋଇଛି। ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସୋମବାର ହାଇକୋର୍ଟ ସାରଦାଙ୍କୁ ଏହି ନୋଟିସ୍‌ କରିଛନ୍ତି...

ଶ୍ରାବଣ ସୋମବାର: ବିଭିନ୍ନ ଶୈବପୀଠରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା,୨୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଗୁରୁପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ। ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି...

୨୪ରେ ଉପବାଚସ୍ପତି ନିର୍ବାଚନ: ୨୫ରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର,୨୨।୭: ସୋମବାର ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ...

ଜର୍ମାନରେ ଗବେଷଣା କରିବେ ବୀରମହାରାଜପୁରର ଯୁବ ବୈଜ୍ଞାନିକ ଶିଭାଜିତ୍‌

ଅମରପାଲି,୨୨ା୭(ପୀତାମ୍ବର ସାହୁ): ଦୃଢ଼ ଇଚ୍ଛାଶକ୍ତି ଥିଲେ ସଂଘର୍ଷ କରିବାକୁ ପଡ଼େ ଏବଂ ସଂଘର୍ଷ କଲେ ସଫଳତାର ଶୀର୍ଷରେ ପହଞ୍ଚିବାର ସୁଯୋଗ ମିଳେ। ପ୍ରତିକୂଳ ପରିସ୍ଥିତିରେ ବି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri