ଚାଷୀଙ୍କୁ ଜାପାନୀ ପୋଦିନା ସକର ବଣ୍ଟନ

ନବରଙ୍ଗପୁର,୭ା୨(ବି.ପ୍ର.):  ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ଓସିଏସ୍‌ଆଇଆର୍‌ ଆରୋମା ମିଶନ ପକ୍ଷରୁ ନବରଙ୍ଗପୁର ଜିଲାରେ ଜାପାନୀ ପୋଦିନା ସକର ବଣ୍ଟନ କରାଯାଇଛି। ଜିଲାପାଳ କମଳଲୋଚନ ମିଶ୍ର ୪ ଚାଷୀଙ୍କୁ ଜାପାନୀ ପୋଦିନା ସକର ପ୍ରଦାନ କରିଛନ୍ତି। ଗତବର୍ଷ ୪ ଏକର ଜାଗାରେ ଜାପାନୀ ପୋଦିନା ପରୀକ୍ଷା ମୂଳକଭାବେ ଚାଷ କରାଯାଇଥିଲା। ସେଥିମଧ୍ୟରୁ ପ୍ରାୟ ଏକର ପିଛା ୪୦ ଲିଟର ତେଲ ବାହାରିଥିଲା। ଚଳିତବର୍ଷ ୧୦ ଏକର ଜମିରେ ଏହି ଚାଷ କରାଯାଉଛି। ନବରଙ୍ଗପୁର ବ୍ଲକ ଚୁରାହାଣ୍ଡିଠାରେ ୫ ଏକର, ତେନ୍ତୁଳିଖୁଣ୍ଟି ବ୍ଲକର କବାଗୁଡ଼ାଠାରେ ୩ ଏକର, ପାପଡ଼ାହାଣ୍ଡି ବ୍ଲକର ସେମାଳାଠାରେ ୧ ଏକର ଜମିରେ ଚାଷ କରାଯିବ। ଜାପାନୀ ପୋଦିନା ଚାଷ ଦ୍ୱାରା ଏକର ପିଛା ୫୦ହଜାର ଟଙ୍କା ଲାଭ ହେଉଥିବା ବେଳେ ଖର୍ଚ୍ଚ ମାତ୍ର ୧୫୦୦ ଟଙ୍କା ହୋଇଥାଏ। ଜାପାନୀ ପୋଦିନା ତେଲରୁ ପାନ ମସଲା, କଫ ସିରପ୍‌, ଚକୋଲେଟ ସମେତ ବିଭିନ୍ନ ପ୍ରକାର ଔଷଧରେ ବ୍ୟବହାର ହୋଇଥାଏ ବୋଲି କେନ୍ଦ୍ରୀୟ ସୁଗନ୍ଧୀ ଓ ଔଷଧୀୟ ସଂସ୍ଥାନ ଲକ୍ଷ୍ନୌର ପ୍ରଧାନ ବୈଜ୍ଞାନିକ ଡ. ପ୍ରଶାନ୍ତ କୁମାର ରାଉତ କହିିଛନ୍ତି। କାର୍ଯ୍ୟକ୍ରମରେ ଓର୍‌ମାସର ଏ. ଉମା ମହେଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri