ଚାଷୀଙ୍କୁ ଜାପାନୀ ପୋଦିନା ସକର ବଣ୍ଟନ

ନବରଙ୍ଗପୁର,୭ା୨(ବି.ପ୍ର.):  ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ଓସିଏସ୍‌ଆଇଆର୍‌ ଆରୋମା ମିଶନ ପକ୍ଷରୁ ନବରଙ୍ଗପୁର ଜିଲାରେ ଜାପାନୀ ପୋଦିନା ସକର ବଣ୍ଟନ କରାଯାଇଛି। ଜିଲାପାଳ କମଳଲୋଚନ ମିଶ୍ର ୪ ଚାଷୀଙ୍କୁ ଜାପାନୀ ପୋଦିନା ସକର ପ୍ରଦାନ କରିଛନ୍ତି। ଗତବର୍ଷ ୪ ଏକର ଜାଗାରେ ଜାପାନୀ ପୋଦିନା ପରୀକ୍ଷା ମୂଳକଭାବେ ଚାଷ କରାଯାଇଥିଲା। ସେଥିମଧ୍ୟରୁ ପ୍ରାୟ ଏକର ପିଛା ୪୦ ଲିଟର ତେଲ ବାହାରିଥିଲା। ଚଳିତବର୍ଷ ୧୦ ଏକର ଜମିରେ ଏହି ଚାଷ କରାଯାଉଛି। ନବରଙ୍ଗପୁର ବ୍ଲକ ଚୁରାହାଣ୍ଡିଠାରେ ୫ ଏକର, ତେନ୍ତୁଳିଖୁଣ୍ଟି ବ୍ଲକର କବାଗୁଡ଼ାଠାରେ ୩ ଏକର, ପାପଡ଼ାହାଣ୍ଡି ବ୍ଲକର ସେମାଳାଠାରେ ୧ ଏକର ଜମିରେ ଚାଷ କରାଯିବ। ଜାପାନୀ ପୋଦିନା ଚାଷ ଦ୍ୱାରା ଏକର ପିଛା ୫୦ହଜାର ଟଙ୍କା ଲାଭ ହେଉଥିବା ବେଳେ ଖର୍ଚ୍ଚ ମାତ୍ର ୧୫୦୦ ଟଙ୍କା ହୋଇଥାଏ। ଜାପାନୀ ପୋଦିନା ତେଲରୁ ପାନ ମସଲା, କଫ ସିରପ୍‌, ଚକୋଲେଟ ସମେତ ବିଭିନ୍ନ ପ୍ରକାର ଔଷଧରେ ବ୍ୟବହାର ହୋଇଥାଏ ବୋଲି କେନ୍ଦ୍ରୀୟ ସୁଗନ୍ଧୀ ଓ ଔଷଧୀୟ ସଂସ୍ଥାନ ଲକ୍ଷ୍ନୌର ପ୍ରଧାନ ବୈଜ୍ଞାନିକ ଡ. ପ୍ରଶାନ୍ତ କୁମାର ରାଉତ କହିିଛନ୍ତି। କାର୍ଯ୍ୟକ୍ରମରେ ଓର୍‌ମାସର ଏ. ଉମା ମହେଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ବିତିଲା ଯାଞ୍ଚ ହେଲାନି ଶିକ୍ଷକଙ୍କ ପ୍ରମାଣପତ୍ର

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରଜ):ନବରଙ୍ଗପୁର ଜିଲାରେ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣ ପତ୍ର ୫ ବର୍ଷ ବିତିଥିଲେ ମଧ୍ୟ ଯାଞ୍ଚ...

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସୀ

ନବରଙ୍ଗପୁର,୨୩ା୧(ବି.ପ୍ର.):ଆବାସ ଯୋଜନା ଗୃହ ଆବଣ୍ଟନରେ ଅନିୟମିତତା ଅଭିଯୋଗ କରି ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗ୍ରାମବାସୀ ରବିବାର ପଞ୍ଚାୟତ କାର୍ଯାଳୟରେ ତାଲା ଠୁଙ୍କିଛନ୍ତି।...

ଶ୍ମଶାନରେ କରାଗଲା ଆଲୋକ ବ୍ୟବସ୍ଥା

ଉମରକୋଟ, ୧୭।୩(ସ୍ବ.ପ୍ର.):ନବରଙ୍ଗପୁର ଜିଲା ଉମରକୋଟ ଅଧୀନ ୫ନମ୍ବର ୱାର୍ଡ ସ୍ଥିତ ଶ୍ମଶାନରେ ଲାଇଟ୍‌ ନ ଥିବାରୁ ରାତିରେ ‘ମୋବାଇଲ ଲାଇଟ୍‌ରେ ମୃତଦେହ’ ସତ୍କାର ଶୀର୍ଷକ ଏକ...

‘କୌଣସି ପ୍ରକାର ବିଶୃଙ୍ଖଳା ହେବାକୁ ଦିଆଯିବନି’

ଉମରକୋଟ, ୨୨।୨(ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକୋଟ ଓ ରାଇଘର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ହେବ। ଏଥିପାଇଁ ବ୍ଲକ ଓ ପୋଲିସ...

ମୃତଦେହକୁ ଝୁଣି ଖାଉଛନ୍ତି ବୁଲା କୁକୁର, କାହାରି ନିଘା ନାହିଁ

ନବରଙ୍ଗପୁର,୨।୧(ବି.ପ୍ର.): ନବରଙ୍ଗପୁର ଜିଲା ସଦର ମହକୁମା ଗାବ୍ରିଆଲଗୁଡ଼ା ନିକଟରେ ଥିବା କୁସୁମଝର ଡ୍ୟାମ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନେ କି ଦୁଇଦିନ ନୁହେଁ,...

ଚାବି ପଏଣ୍ଟ ଉପରେ ପ୍ଲେଟ ଦେବାକୁ ଦାବି

ରାଇଘର,୨୫।୪(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ରାଇଘର ବ୍ଲକ ସଦର ମହକୁମାରେ ପାନୀୟ ଜଳ ଯୋଗାଣ ତରଫରୁ ସପ୍ଲାଇ କରାଯାଉଥିବା ପାଣି ଚାବି ପଏଣ୍ଟ ଉପରେ ପ୍ଲେଟ ଦେବାକୁ ଦାବି...

ମୋବାଇଲ ବ୍ୟାଟେରି ଫାଟି ନାବାଳକ ଗୁରୁତର

ଡାବୁଗାଁ, ୧୭।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଛେରାଗୁଡା ଗ୍ରାମରେ ମୋବାଇଲ ବ୍ୟାଟେରି ଫାଟି ବୈଦ୍ୟନାଥ ଭତ୍ରାଙ୍କ ପୁଅ ଅନନ୍ତ (୭) ଆହତ ହୋଇଛନ୍ତି।...

ବ୍ୟବସାୟୀଙ୍କଠୁ ଲୁଟିନେଲେ ୪ଲକ୍ଷ

ଝରିଗାଁ, ୧୮।୧: ଖଣ୍ଡାରେ ଆକ୍ରମଣ କରି ଜଣେ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ଡାକ୍ତରଖାନା ଓ ପରେ...

Advertisement
Archives

Model This Week