Posted inUncategorized

ନିଜ ମାଟିର ମହକରେ ରହିଛି ସ୍ବତନ୍ତ୍ରତା: ରାଷ୍ଟ୍ରପତି

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ):ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି। ଯେଉଁଠି ଥିଲେ ମଧ୍ୟ ନିଜ ମାଟିର ମହକରେ ସ୍ବତନ୍ତ୍ରତା ରହିଛି। ତଥାପି ନିଜ ଅଞ୍ଚଳର ଦିଗଦିଗନ୍ତର ସୌନ୍ଦର୍ଯ୍ୟ ନିଆରା। ଓଡ଼ିଶା ଆସି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।
ଗୁରୁବାର ସନ୍ଧ୍ୟାରେ ରାଜଭବନ ପରିସରରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଭାରତବର୍ଷର ଭୂଗୋଳ ଓ ଇତିହାସରେ ଓଡ଼ିଶା ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ଚିଲିକା ପରି ହ୍ରଦ, ଶିମିଳିପାଳ ପରି ଜୈବବିବିଧତା ଓ ଭିତରକନିକା ପରି ଜାତୀୟ ଉଦ୍ୟାନ ଆମ ପାଖରେ ରହିଛି। ଓଡ଼ିଶାର ଗୌରବମୟ ଇତିହାସ ଓ ସଂସ୍କୃତି ଭାରତକୁ ମହାନ୍‌ କରିଛି। ଭାରତବର୍ଷର ନୌବାଣିଜ୍ୟରେ ଓଡ଼ିଶାର ଦାନ ଅପୂରଣୀୟ। ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଦେଶୀୟ ରାଜ୍ୟ ମିଶ୍ରଣରେ ଓଡ଼ିଶାର ଅବଦାନ ସର୍ବାଗ୍ରେ। ଉତ୍କଳକେଶରୀ ହରେକୃଷ୍ଣ ମହତାବଙ୍କ ଭୂମିକା ଯୋଗୁ ଓଡ଼ିଶାରେ ଦେଶୀୟ ରାଜ୍ୟ ମିଶ୍ରଣ ସମ୍ଭବପର ହୋଇପାରିଥିଲା। ଓଡ଼ିଶାରୁ ଭାରତର ପ୍ରଗତି ଆରମ୍ଭ ହେଉ ବୋଲି ରାଷ୍ଟ୍ରପତି କହିଛନ୍ତି। ବିକାଶର ସୁଫଳ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ବିଶେଷକରି ସମାଜର ଶେଷ ଧାଡ଼ିରେ ଠିଆ ହୋଇଥିବା ଲୋକ ପାଖରେ ଯୋଜନା ପହଞ୍ଚତ୍ ପାରିଲେ ହିଁ ବିକାଶ ଲକ୍ଷ୍ୟ ପୂରଣ ହୋଇପାରିବ। ରାଜ୍ୟଗୁଡ଼ିକର ବିକାଶରେ ଦେଶର ବିକାଶ। ତେଣୁ ଏହି ବିକାଶ ପ୍ରକ୍ରିୟା ଓଡ଼ିଶାରୁ ଆରମ୍ଭ ହେଉ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ହେବା ପରେ ନିଜ ମାଟିକୁ ଏହା ମୋର ପ୍ରଥମ ଆଗମନ ବୋଲି କହିଥିଲେ। ଆପଣଙ୍କ ସ୍ନେହ, ଶ୍ରଦ୍ଧା ମୋତେ ଅଭିଭୂତ କରିଛି। ପୁରୀରେ ଏଏସ୍‌ଆଇର ସର୍କଲ ଅଫିସ ଖୋଲା ଯାଇଥିବାରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି।
ରାଜଭବନରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଅବସରରେ ରାଜଭବନରେ ରାଷ୍ଟ୍ରପତିଙ୍କ ପାଇଁ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା। ରାଜ୍ୟବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମହିମଙ୍କ ସଫଳତା ଭିତରେ ପ୍ରତ୍ୟେକ ଓଡ଼ିଆ ନିଜ ସଫଳତା ଦେଖୁଛନ୍ତି। ପ୍ରଥମଥର ପାଇଁ ଓଡ଼ିଶାରୁ ଜଣେ ମହିଳା ଦେଶର ପ୍ରଥମ ନାଗରିକ ହୋଇଛନ୍ତି। ରାଇରଙ୍ଗପୁରରୁ ରାଇସିନା ହିଲ୍ସକୁ ତାଙ୍କ ଯାତ୍ରା ପାଇଁ ପ୍ରତ୍ୟେକ ଓଡ଼ିଆ ଆଜି ଗର୍ବିତ। ଜୀବନରେ ବଡ଼ ସ୍ବପ୍ନ ପାଇଁ ରାଷ୍ଟ୍ରପତି ପ୍ରେରଣା ଦେଉଛନ୍ତି। ଓଡ଼ିଶା ଆଜି ଆପଣଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri