ଖରାଛୁଟିକୁ ନେଇ ବଢ଼ୁଛି ଅସନ୍ତୋଷ

ଆନନ୍ଦପୁର,୨୫।୪(ସ୍ବ.ପ୍ର): କରୋନା ମହାମାରୀ ପାଇଁ ଦୁଇ ବର୍ଷ ବ୍ୟବଧାନ ପରେ ବିଦ୍ୟାଳୟ ଗୁଡିକରେ ପାଠପଢା ସ୍ବାଭାବିକ ହେବାରେ ଲାଗିଛି। ସରକାରୀ ସ୍ତରରେ ଛାତ୍ରୀଛାତ୍ରୀଙ୍କ ପାଠ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇ ଠିକଣା ସମୟରେ ଶେଷ କରିବା ତପତ୍ରତା ପ୍ରକାଶ ପାଇଛି। ଏହିକ୍ରମରେ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଖରାଦିନିଆ ସ୍କୁଲ ଛୁଟିକୁ ହ୍ରାସ କରାଯାଇଛି। ଏହା ସହିତ ସକାଳ ୬ରୁ ୯ ଟା ଯାଏ ବିଦ୍ୟାଳୟରେ ପାଠପଢା ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ନିଷ୍ପତିକୁ ନେଇ ଅଭିଭାକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଧୁ ଧୁ ଖରାରେ ବିଦ୍ୟାଳୟରୁ ଫେରିବା ପିଲାମାନଙ୍କ ପାଇଁ କଷ୍ଟଦାୟକ ବୋଲି ଅନୁଭବ କରି ଖରା ଦିନିଆ ଛୁଟିକୁ ବଢାଇବା ପାଇଁ ଦାବି ଜୋର ହେବାକୁ ଲାଗିଲାଣି। ପ୍ରଚଣ୍ଡ ରୌଦ୍ରତାପରେ କୋମଳମତି ଶିଶୁମାନେ ବିଦ୍ୟାଳୟରୁ ଘରକୁ ଫେରିବା କଷ୍ଟ ଦାୟକ। ବର୍ତ୍ତମାନ ସକାଳ ୯ଟା ସମୟରେ ତାପମାତ୍ର ଅତ୍ୟଧିକ ବୃଦ୍ଧି ପାଉଛି। ଯାହାକୁ ଛାତ୍ରଛାତ୍ରୀମାନେ ସହ୍ୟକରିବା ଅସମ୍ଭବ। ଏପରିକି ଅନେକ ବିଦ୍ୟାଳୟରେ ନିରବଛିନ୍ନ ବିଦ୍ୟୁତ୍‌ ସଂଯୋଗରେ ମଧ୍ୟ ପ୍ରତିବନ୍ଧକ ରହିଛି। ବ୍ରିଜ କୋର୍ସ ପାଇଁ ଅଦ୍ୟାବଧି କୌଣସି ନିର୍ଦ୍ଦେଶାବଳୀ ଆସିନାହିଁ କିମ୍ବା ପ୍ରସ୍ତୁତି ସମ୍ପର୍କରେ ସୂଚନା ମିଳିପାରି ନାହିଁ।

ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ହୋଇ ଅଧିକାଂଶ ଜିଲାରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହୁଛି। ଏଭଳି ଉତ୍ତପ୍ତ ସମମୟରେ ଗ୍ରୀଷ୍ମ ଅବକାଶ ହେବା କଥା, ମାତ୍ର ଜୁନ୍‌ ୬ ରୁ ୧୬ ବେଳକୁ ମୌସୁମୀ ସ୍ବାଭାବିକ ଅବସ୍ଥାକୁ ଆସିଯାଇଥିବ ସେଭଳି ସମୟରେ ନ ଦେଇ ବରଂ ଏବେ କରାଗଲେ ଭଲ ହୁଅନ୍ତା। ଏଣୁ ଏହାକୁ ପୁନର୍ବିଚାର କରାଯାଇ, ଜୁନ୍‌ ୬ ରୁ ୧୬ ଛୁଟି କରା ନ ଯାଇ ମେ’ ୪ ରୁ ମାସ ଶେଷ ଯାଏ କୋମଳମତି ପିଲାଙ୍କ ହିତକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରାଗଲେ ଅତ୍ୟନ୍ତ ଭଲ ହୁଅନ୍ତା।
-ଦେବାଶିଷ ପଣ୍ଡା(ଶିକ୍ଷାବିତ୍‌, ଘସିପୁରା)

କରୋନା କଟକଣା ଅବଧି ମଧ୍ୟରେ ବିଦ୍ୟାଳୟ ବନ୍ଦ ରହିଥିବାରୁ ଶିକ୍ଷା କ୍ଷେତ୍ରରେ ବହୁବର୍ଗର ଶିଶୁ ଅବହେଳିତ ହୋଇଛନ୍ତି। ଶିଶୁମାନଙ୍କ ଶୈକ୍ଷିକ ବାତାବରଣକୁ ଫେରାଇ ଶ୍ରେଣୀ ଶିକ୍ଷା, ବୈଦ୍ଧିକ ତଥା ମାନସିକ ସ୍ତରରେ ସୁସ୍ଥ ସବଳ ରଖିବା ଦୃଷ୍ଟିରେ ରଖି ଗ୍ରୀଷ୍ମ ଅବକାଶକୁ ନେଇ ସରକାର ଏ ନିଷ୍ପତି ସମ୍ପୁର୍ଣ୍ଣ ଠିକ୍‌। ଗୁଳୁଗୁଳି ଓ ରୌଦ୍ର ତାପକୁ ନେଇ ସମୟ ନିର୍ଘଣ୍ଟ ହୋଇଛି। ଶିକ୍ଷା, ଶିକ୍ଷକ ଓ ଶୈକ୍ଷିକ ବାତାବରଣକୁ ଦୃଷ୍ଟି ଦେବା ଆବଶ୍ୟକତା ରହିଛି।
-ଆଇନଜୀବୀ ଭାଗୀରଥି ଦାଶ
(ଶିଶୁ ଅଧିକାର କର୍ମୀ, ଆନନ୍ଦପୁର)

ସକାଳ ୬ଟାରୁ ବିଦ୍ୟାଳୟକୁ ଅସିବା କଷ୍ଟକର। ସଅଳ ଉଠି ନିତ୍ୟକର୍ମ ଶେଷ ପୂର୍ବକ ବିଦ୍ୟାଳୟରେ ପହଞ୍ଚିବାବେଳକୁ କିଛି ପିରିୟଡ୍‌ ଶେଷ ହୋଇଯାଇଥିବ। ଏତେ ଶୀଘ୍ର ପାଠପଢାର ସୁବିଧା ମିଳିବ କେମିତି। ପୁଣି ପ୍ରକୃତ ଗରମ ସମୟରେ ଛୁଟି ଦିଆ ନ ଯାଇ ଜୁନ୍‌ ମାସରେ ଛୁଟି, ସରକାରଙ୍କ ନିଷ୍ପତ୍ତି ଠିକ୍‌ ନାହିଁ। ଏହାକୁ ପରିବର୍ତ୍ତନ କରାଯିବା ଆବଶ୍ୟକ। ଏପ୍ରିଲ୍‌ ଶେଷ କିମ୍ବା ମେ’ରୁ ଜୁନ୍‌ ପର୍ଯ୍ୟନ୍ତ ଛୁଟି କରାଯିବା ଆବଶ୍ୟକ।
-ଜିତେନ୍ଦ୍ର ବେହେରା( ୫ମ ଶ୍ରେଣୀ ଛାତ୍ର)

ଭାରତ ଏକ ଗ୍ରୀଷ୍ମ ପ୍ରବାହ ଦେଶ ହୋଇଥିବାରୁ ନିର୍ଦ୍ଦିଷ୍ଟ ସମୟରେ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଥାଏ। ଗ୍ରୀଷ୍ମ ପ୍ରବାହ ପାଇଁ ଲୋକମାନେ ଘରୁ ବାହାରକୁ ନ ଯିବାକୁ ମଧ୍ୟ ସରକାରୀ ସ୍ତରରେ ସଚେତନ କରାଯାଇଥଏ। ହେଲେ ପିଲାମାନଙ୍କ କ୍ଷେତ୍ରରେ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଛୁଟି ସମୟ ପୂର୍ବରୁ ଜିରୋ କାଜୁଆଲଟିକୁ ଦୃଷ୍ଟିରେ ରଖାଯାଇ ଖରାଛୁଟି ଘୋଷଣା କରାଯାଇଥାଏ। ଶିକ୍ଷକମାନେ କରୋନା ମହାମାରୀ ସମୟରେ ଅନଲାଇନ୍‌, ୟୁଟ୍ୟୁବ୍‌, ଅଭିଭାବକଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ଶିକ୍ଷା ଭରଣା କରିବାରେ ଯଥା ସାଧ୍ୟ ଉଦ୍ୟମ କରିଛନ୍ତି। ଏଣୁ ଏହି ୬ ରୁ ୯ ସମୟ ଏବଂ ଖରାଛୁଟିକୁ କମାଇବା ସମ୍ପୂର୍ଣ୍ଣ ଭାବେ ଅମୂଳକ। ରାଜ୍ୟରେ ଅଧିକାଂଶ ବିଦ୍ୟାଳୟରେ ଅଦ୍ୟାବଧି ପାନୀୟ ଜଳ ସମସ୍ୟା ଓ ବିଦ୍ୟୁତ ସମସ୍ୟାର ସୁଧାର ଆସିପାରିନି, ଏଣୁ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇ ପୂର୍ବଭଳି ଗ୍ରୀଷ୍ମଛୁଟି ସମୟ ଅନୁସାରେ ହେବା ଉଚିତ୍‌।
-ବିବେକାନନ୍ଦ ବେହେରା(ଶିକ୍ଷାବିତ୍‌, ଆନନ୍ଦପୁର)


Enter your email to get our daily news in your inbox.

All Right Reserved By Dharitri.Com

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?