ମେଗା ପାନୀୟ ଜଳ ପ୍ରକଳ୍ପରୁ ସହର ବଞ୍ଚିତ ହେବା ନେଇ ଅସନ୍ତୋଷ

ବିଷମକଟକ,୨୪ା୧୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ୨୧ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା, ସଭ୍ୟ ଯୋଗ ଦେଇଥିଲେ। ବୈଠକରେ ବିଷମକଟକ ବ୍ଲକ ଅଧ୍ୟକ୍ଷା ଯଶୋଦା ହୁଇକା, ବିଡିଓ ସଦାଶିବ ନାୟକ, ବ୍ଲକ ଉପାଧ୍ୟକ୍ଷ ଦେବି ପ୍ରସାଦ ପଟନାୟକ, ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଜ୍ୟୋତି ପ୍ରସାଦ ସାହୁ, କୋରାପୁଟ ଏମ୍‌ପିଙ୍କ ପ୍ରତିନିଧି ପୁରୁଷୋତ୍ତମ ତୁଳ, ଜିଲା ପରିଷଦ ସଭ୍ୟା ସୁଜାତା କାଡ୍ରାକା ପ୍ରମୁଖ ମଞ୍ଚାସିନ ଥିଲେ। ବୈଠକରେ ଜନ ଯୋଜନା ଅଭିଯାନ, ପଞ୍ଚାୟତ ଉନ୍ନୟନ ଯୋଜନାର ପ୍ରସ୍ତୁତି ନେଇ ଆଲୋଚନା ସହ ହଇସ୍କୁଲ ରୂପାନ୍ତରୀକରଣର ଓ ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଶିଶୁ ଓ ମାତୃ ଯୋଜନା ବିଭାଗର କାର୍ଯ୍ୟଶୈଳୀ ନେଇ ମନ୍ତ୍ରୀଙ୍କ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷକରି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଥିଲା।
ବିଷମକଟକ ସଦର ପଞ୍ଚାୟତରେ ରହିଥିବା ବିଭିନ୍ନ ପମ୍ପ ହାଉସ ଗୁଡ଼ିକ ପାଇଁ ମୋଟର ଉପଲବ୍ଧ କରିବା ପାଇଁ ଗତ ଜୁଲାଇରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ଅଧିକାରୀମାନେ ମୋଟର ଉପଲବ୍ଧ କରାଇବାରେ ବିଫଳ ହୋଇଛନ୍ତି। ଅନୁରୂପ ଭାବେ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ପାଇପ୍‌ ବିଛାଯିବାରେ ଉପୁଜୁଥିବା ସ୍ଥାନୀୟ ସମସ୍ୟାରେ ନିର୍ବାଚିତ ପ୍ରତିନିଧିଙ୍କୁ ସହଯୋଗ କରିବା ପାଇଁ ବିଡିଓ ଅନୁରୋଧ କରିଥିଲେ। ବିଷମକଟକ ସହରବାସୀ, ସରପଞ୍ଚ ଏବଂ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ମେଗା ପାନୀୟ ଜଳ ପ୍ରକଳ୍ପର ସୁବିଧା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଷମକଟକ ସହରକୁ ପାନୀୟ ଜଳ ପ୍ରକଳ୍ପରେ ସାମିଲ କରାଯାଇନାହିଁ। ଶୁକ୍ରବାର ଏହି ପ୍ରସଙ୍ଗକୁ ସରପଞ୍ଚ ଗୁରତ୍ୱ ଦେବାପରେ କନିଷ୍ଠ ଯନ୍ତ୍ରୀ କିଛି ସମୟ ଚୁପ୍‌ ରହିଥିଲେ। ପରେ ଅନ୍ୟ କୌଣସି ଯୋଜନାରେ ବିଷମକଟକକୁ ସାମିଲି କରାଯିବ କହି ଚାଲିଯାଇଥିଲେ। କୋଣସି ପ୍ରକାରେ ବିଷମକଟକକୁ ଏହି ପ୍ରକଳ୍ପରେ ସଂଯୋଗ କରାଯାଇ ପାରିବ ନାହିଁ। ଏହାର ବିକଳ୍ପ ପନ୍ଥା ପରେ ଚିନ୍ତା କରଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଗ୍ରୀଷ୍ମ ଋତୁ ପୂର୍ବରୁ ମେଗା ପାନୀୟ ଜଳ ପ୍ରକଳ୍ପ କାମ ତ୍ୱରାନ୍ବିତ କରି ବିଷମକଟକ ବ୍ଲକର ଅଧିକାଂଶ ଲୋକଙ୍କୁ ଏହି ଯୋଜନା ର ଲାଭ ପହଞ୍ଚେଇବା ପାଇଁ ଲକ୍ଷ୍ୟ ରହିଥିବା ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri