ଷ୍ଟାଡିୟମରେ ମିନାବଜାର ଅନିଶ୍ଚିତତାକୁ ନେଇ ଅସନ୍ତୋଷ

ଜଟଣୀ, ୨୬।୮(ଡି.ଏନ୍‌.ଏ):ରାଜ୍ୟରେ ଖୋର୍ଦ୍ଧା ଜିଲା ଜଟଣୀ ଗଣେଶ ପୂଜାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପୂଜା ସମୟରେ ମନୋରଞ୍ଜନ ଏବଂ କିଣା ବିକା ପାଇଁ ବିଭିନ୍ନ ସ୍ଥାନରେ ବ୍ୟବସାୟୀ ସଂଘ ଏବଂ ସାମାଜିକ ଅନୁଷ୍ଠାନ ପକ୍ଷରୁ ମିନାବଜାର ପଡିଥାଏ। ତେବେ ମିନାବଜାରର ଲାଭ କ୍ଷତିକୁ ନେଇ ବିବାଦ ସୃଷ୍ଟି ହେବାରୁ ଏହାକୁ ବନ୍ଦ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ସ୍ଥାନୀୟ ଶରତ ପାଇକରାୟ ଷ୍ଟାଡିୟମରେ ମିନାବଜାର ଆୟୋଜନ କରି ଆସୁଥିବା କଳିଙ୍ଗ ଯୁବ ପରିଷଦ ବିଭିନ୍ନ ଫୋରମରେ ମିନାବଜାର କରିବା ଅନୁମତି ପାଇଁ ଚେଷ୍ଟା ଜାରି ରଖିଥିବାବେଳେ ଏହା ଏବେ ରାଜନୈତିକ ଏବଂ ପ୍ରଶାସନିକ ଜାଲରେ ଛନ୍ଦି ହୋଇଯାଇଛି। ଏପରିକି ଷ୍ଟାଡ଼ିୟମରେ ମିନାବଜାର ହେବା ନେଇ ଅନିଶ୍ଚିତତା ଦେଖାଦେଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପାଇକରାୟ ଷ୍ଟାଡିୟମ ବଜାରଠାରୁ ଦୂର ଏବଂ ଖୋଲା ସ୍ଥାନରେ ରହିଥିବାରୁ ପୂଜା ସମୟରେ ସେଠାରେ ଲାଗିଥିବା ମିନାବଜାରରେ ହଜାର ହଜାର ଦର୍ଶକଙ୍କ ଭିଡ଼ ପ୍ରତିଦିନ ସକାଳୁ ସା ପର୍ଯ୍ୟନ୍ତ ଲାଗିଥାଏ। ଫଳରେ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଆୟୋଜକ କମିଟି ବେଶ୍‌ ଲାଭବାନ୍‌ ହୋଇଥାନ୍ତି। ତେବେ ନିଜ ସଦସ୍ୟଙ୍କ ମଧ୍ୟରେ ଲାଭ କ୍ଷତି ହିସାବ ମତ ଭେଦରୁ ଜନୈକ ସଦସ୍ୟ ଉକ୍ତ ଷ୍ଟାଡିୟମ ପରିସରରେ ମିନାବଜାର ବନ୍ଦ ନିମନ୍ତେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅପରପକ୍ଷରେ ହାଇକୋର୍ଟରେ ମାମଲା ପହଞ୍ଚତ୍ଥିବାବେଳେ ଗତ ଗୁଣ୍ଡିଚା ଦିନ ଉଭୟ ସପକ୍ଷ, ବିପକ୍ଷ ଏବଂ ଜଟଣୀ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ ଏବଂ ପୌର କାଉନସିଲର ଏକାଠି ହୋଇ ଷ୍ଟାଡିୟମରେ ଚଳିତ ଗଣେଶ ମହୋତ୍ସବ ପାଇଁ ନଡ଼ିଆ ଶୁଭ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ମତ ମତାନ୍ତର ଯୋଗୁ ଏବେ ମାମଲା ହାଇକୋର୍ଟରେ ପହଞ୍ଚତ୍ଛି।
ସୂଚନାଥାଉ କି, ଜଟଣୀ ଗଣେଶ ପୂଜା ସମୟରେ ବିଭିନ୍ନ ପୂଜା କମିଟି ଏବଂ ସାମାଜିକ ଅନୁଷ୍ଠାନ ଭଲ ରୋଜଗାର ଏବଂ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସୀତାରାମ ଛକ ଚର୍ଚ୍ଚ ପଡ଼ିଆ, ମ୍ୟୁନିସିପାଲିଟି ପଡ଼ିଆ, ସୁଜାତା ଆନନ୍ଦ ଘର ନିକଟ ଗୋଡ଼ାଧର୍ମସାଗର ପଡ଼ିଆ, କୁଦିଆରୀ ବଜାର, ଥାନା ଛକ ଏବଂ ମାଛ ମାର୍କେଟ ପ୍ରମୁଖ ସ୍ଥାନରେ ଛୋଟ ବଡ଼ ୫ ରୁ ୬ଗୋଟି ସ୍ଥାନରେ ମିନାବଜାର ଲାଗୁଥିଲା। କାଳକ୍ରମେ ଜନବସତି ବୃଦ୍ଧି ସହିତ ବିଭିନ୍ନ କାରଣରୁ କିଛି ସ୍ଥାନରେ ମିନାବଜାର ବନ୍ଦ ହୋଇଯାଇଛି। ଜଟଣୀ ଗଣେଶ ପୂଜାର ସ୍ବତନ୍ତ୍ରତା ରହିଥିବାରୁ ପୂଜା ସମୟରେ ସହରରେ ବିଭିନ୍ନତା ମଧ୍ୟରେ ଏକତା ସଦୃଶ ଗଣେଶ ପୂଜା ସମୟରେ ସମସ୍ତେ ଏକତ୍ରିତ ହୋଇଥାନ୍ତି। ପୂଜାରେ ନୂତନ ଉଦ୍ଦିପନା ଭରିବା ଉଦ୍ଦେଶ୍ୟରେ ଜଟଣୀ ମହାବିଦ୍ୟାଳୟ ନିକଟ ଶରତ ପାଇକରାୟ ଖେଳ ପଡ଼ିଆ ପରିସରରେ ୨୦୧୩ରେ କଳିଙ୍ଗ ଯୁବ ପରିଷଦର କେତେକ ସଦସ୍ୟ ଜଟଣୀ ଗଣେଶ ମହୋତ୍ସବ ଆରମ୍ଭ କରିଥିଲେ। ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ଖେଳ ପଡ଼ିଆ ପରିସରରେ ୧୫ ଦିନ ବ୍ୟାପି ମିନାବଜାର, ଯାତ୍ରା ଓଡ଼ିଶାର କଳା ଏବଂ ସଂସ୍କୃତିକୁ ନେଇ ପ୍ରତିଦିନ ସାରେ ରାଜ୍ୟ ଏବଂ ରାଜ୍ୟ ବାହାର କଳାକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଶରତ ପାଇକରାୟ ଷ୍ଟାଡିୟମ ସହରରୁ କମ୍‌ ଦୂରତାରେ ଥିବାରୁ ଯାନ ବାହନ ଗମନା ଗମନ ସୁବିଧା କାରଣରୁ ଉକ୍ତ ମିନାବଜାର ପଡିଆକୁ ଦର୍ଶକ ଯିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ତେବେ ଗତ ୨ବର୍ଷ ଧରି କରୋନା ମହାମାରୀ ଯୋଗୁ ଗଣେଶ ପୂଜା ଏବଂ ମିନାବଜାର ବନ୍ଦ ରହିଥିଲା। ଏବର୍ଷ କରୋନା ପ୍ରକୋପ ନ ଥିବାରୁ ଗଣେଶ ପୂଜାକୁ ଧୁମଧାମରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଭଳି ସ୍ଥିତିରେ ଶରତ ପାଇକରାୟ ଷ୍ଟାଡିୟମରେ ମିନାବଜାର କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଏବଂ ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ଦାବି ହୋଇଆସୁଥିବାବେଳେ ଏଯାବତ୍‌ ଏନେଇ କୌଣସି ନିଷ୍ପତ୍ତି ହୋଇ ନ ପାରିବା ଅନିଶ୍ଚିତତା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?