ଷ୍ଟାଡିୟମରେ ମିନାବଜାର ଅନିଶ୍ଚିତତାକୁ ନେଇ ଅସନ୍ତୋଷ

ଜଟଣୀ, ୨୬।୮(ଡି.ଏନ୍‌.ଏ):ରାଜ୍ୟରେ ଖୋର୍ଦ୍ଧା ଜିଲା ଜଟଣୀ ଗଣେଶ ପୂଜାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପୂଜା ସମୟରେ ମନୋରଞ୍ଜନ ଏବଂ କିଣା ବିକା ପାଇଁ ବିଭିନ୍ନ ସ୍ଥାନରେ ବ୍ୟବସାୟୀ ସଂଘ ଏବଂ ସାମାଜିକ ଅନୁଷ୍ଠାନ ପକ୍ଷରୁ ମିନାବଜାର ପଡିଥାଏ। ତେବେ ମିନାବଜାରର ଲାଭ କ୍ଷତିକୁ ନେଇ ବିବାଦ ସୃଷ୍ଟି ହେବାରୁ ଏହାକୁ ବନ୍ଦ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ସ୍ଥାନୀୟ ଶରତ ପାଇକରାୟ ଷ୍ଟାଡିୟମରେ ମିନାବଜାର ଆୟୋଜନ କରି ଆସୁଥିବା କଳିଙ୍ଗ ଯୁବ ପରିଷଦ ବିଭିନ୍ନ ଫୋରମରେ ମିନାବଜାର କରିବା ଅନୁମତି ପାଇଁ ଚେଷ୍ଟା ଜାରି ରଖିଥିବାବେଳେ ଏହା ଏବେ ରାଜନୈତିକ ଏବଂ ପ୍ରଶାସନିକ ଜାଲରେ ଛନ୍ଦି ହୋଇଯାଇଛି। ଏପରିକି ଷ୍ଟାଡ଼ିୟମରେ ମିନାବଜାର ହେବା ନେଇ ଅନିଶ୍ଚିତତା ଦେଖାଦେଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପାଇକରାୟ ଷ୍ଟାଡିୟମ ବଜାରଠାରୁ ଦୂର ଏବଂ ଖୋଲା ସ୍ଥାନରେ ରହିଥିବାରୁ ପୂଜା ସମୟରେ ସେଠାରେ ଲାଗିଥିବା ମିନାବଜାରରେ ହଜାର ହଜାର ଦର୍ଶକଙ୍କ ଭିଡ଼ ପ୍ରତିଦିନ ସକାଳୁ ସା ପର୍ଯ୍ୟନ୍ତ ଲାଗିଥାଏ। ଫଳରେ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଆୟୋଜକ କମିଟି ବେଶ୍‌ ଲାଭବାନ୍‌ ହୋଇଥାନ୍ତି। ତେବେ ନିଜ ସଦସ୍ୟଙ୍କ ମଧ୍ୟରେ ଲାଭ କ୍ଷତି ହିସାବ ମତ ଭେଦରୁ ଜନୈକ ସଦସ୍ୟ ଉକ୍ତ ଷ୍ଟାଡିୟମ ପରିସରରେ ମିନାବଜାର ବନ୍ଦ ନିମନ୍ତେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅପରପକ୍ଷରେ ହାଇକୋର୍ଟରେ ମାମଲା ପହଞ୍ଚତ୍ଥିବାବେଳେ ଗତ ଗୁଣ୍ଡିଚା ଦିନ ଉଭୟ ସପକ୍ଷ, ବିପକ୍ଷ ଏବଂ ଜଟଣୀ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ ଏବଂ ପୌର କାଉନସିଲର ଏକାଠି ହୋଇ ଷ୍ଟାଡିୟମରେ ଚଳିତ ଗଣେଶ ମହୋତ୍ସବ ପାଇଁ ନଡ଼ିଆ ଶୁଭ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ମତ ମତାନ୍ତର ଯୋଗୁ ଏବେ ମାମଲା ହାଇକୋର୍ଟରେ ପହଞ୍ଚତ୍ଛି।
ସୂଚନାଥାଉ କି, ଜଟଣୀ ଗଣେଶ ପୂଜା ସମୟରେ ବିଭିନ୍ନ ପୂଜା କମିଟି ଏବଂ ସାମାଜିକ ଅନୁଷ୍ଠାନ ଭଲ ରୋଜଗାର ଏବଂ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସୀତାରାମ ଛକ ଚର୍ଚ୍ଚ ପଡ଼ିଆ, ମ୍ୟୁନିସିପାଲିଟି ପଡ଼ିଆ, ସୁଜାତା ଆନନ୍ଦ ଘର ନିକଟ ଗୋଡ଼ାଧର୍ମସାଗର ପଡ଼ିଆ, କୁଦିଆରୀ ବଜାର, ଥାନା ଛକ ଏବଂ ମାଛ ମାର୍କେଟ ପ୍ରମୁଖ ସ୍ଥାନରେ ଛୋଟ ବଡ଼ ୫ ରୁ ୬ଗୋଟି ସ୍ଥାନରେ ମିନାବଜାର ଲାଗୁଥିଲା। କାଳକ୍ରମେ ଜନବସତି ବୃଦ୍ଧି ସହିତ ବିଭିନ୍ନ କାରଣରୁ କିଛି ସ୍ଥାନରେ ମିନାବଜାର ବନ୍ଦ ହୋଇଯାଇଛି। ଜଟଣୀ ଗଣେଶ ପୂଜାର ସ୍ବତନ୍ତ୍ରତା ରହିଥିବାରୁ ପୂଜା ସମୟରେ ସହରରେ ବିଭିନ୍ନତା ମଧ୍ୟରେ ଏକତା ସଦୃଶ ଗଣେଶ ପୂଜା ସମୟରେ ସମସ୍ତେ ଏକତ୍ରିତ ହୋଇଥାନ୍ତି। ପୂଜାରେ ନୂତନ ଉଦ୍ଦିପନା ଭରିବା ଉଦ୍ଦେଶ୍ୟରେ ଜଟଣୀ ମହାବିଦ୍ୟାଳୟ ନିକଟ ଶରତ ପାଇକରାୟ ଖେଳ ପଡ଼ିଆ ପରିସରରେ ୨୦୧୩ରେ କଳିଙ୍ଗ ଯୁବ ପରିଷଦର କେତେକ ସଦସ୍ୟ ଜଟଣୀ ଗଣେଶ ମହୋତ୍ସବ ଆରମ୍ଭ କରିଥିଲେ। ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ଖେଳ ପଡ଼ିଆ ପରିସରରେ ୧୫ ଦିନ ବ୍ୟାପି ମିନାବଜାର, ଯାତ୍ରା ଓଡ଼ିଶାର କଳା ଏବଂ ସଂସ୍କୃତିକୁ ନେଇ ପ୍ରତିଦିନ ସାରେ ରାଜ୍ୟ ଏବଂ ରାଜ୍ୟ ବାହାର କଳାକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଶରତ ପାଇକରାୟ ଷ୍ଟାଡିୟମ ସହରରୁ କମ୍‌ ଦୂରତାରେ ଥିବାରୁ ଯାନ ବାହନ ଗମନା ଗମନ ସୁବିଧା କାରଣରୁ ଉକ୍ତ ମିନାବଜାର ପଡିଆକୁ ଦର୍ଶକ ଯିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ତେବେ ଗତ ୨ବର୍ଷ ଧରି କରୋନା ମହାମାରୀ ଯୋଗୁ ଗଣେଶ ପୂଜା ଏବଂ ମିନାବଜାର ବନ୍ଦ ରହିଥିଲା। ଏବର୍ଷ କରୋନା ପ୍ରକୋପ ନ ଥିବାରୁ ଗଣେଶ ପୂଜାକୁ ଧୁମଧାମରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଭଳି ସ୍ଥିତିରେ ଶରତ ପାଇକରାୟ ଷ୍ଟାଡିୟମରେ ମିନାବଜାର କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଏବଂ ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ଦାବି ହୋଇଆସୁଥିବାବେଳେ ଏଯାବତ୍‌ ଏନେଇ କୌଣସି ନିଷ୍ପତ୍ତି ହୋଇ ନ ପାରିବା ଅନିଶ୍ଚିତତା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri