ସାଂସ୍କୃତିକ ଦଳ ଚୟନ ପ୍ରକ୍ରିୟା ନେଇ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୩୧ା୩: ଏପ୍ରିଲ ୩ରେ ଜଗତ୍‌ସିଂହପୁର ଜିଲା ପ୍ରତିଷ୍ଠା ଦିବସ। ଏନେଇ ପ୍ରସ୍ତୁତି ଏକପ୍ରକାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। କିନ୍ତୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପନକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି। ବିଜ୍ଞାପନ ପତ୍ର ସଂଖ୍ୟା ନଂ. ୩୬୭/ ୧୮-୩-୨୩ରେ ଉଲ୍ଲେଖ ଅଛି, ଉକ୍ତ ଦିନ ସନ୍ଧ୍ୟାରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ସିଟିଏମ୍‌ଏସ୍‌ ଦ୍ୱାରା ପଞ୍ଜୀକୃତ ସ୍ଥାନୀୟ ଇଚ୍ଛୁକ ସାଂସ୍କୃତିକ ଦଳଗୁଡିକ ୨୮ା୩ା୨୩ ଅପରାହ୍ନ ୫ ଟା ୩୦ ମଧ୍ୟରେ ସେମାନଙ୍କ ଆବେଦନପତ୍ର ଜିଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟରେ କିମ୍ବା ଇ-ମେଲ୍‌ ମାଧ୍ୟମରେ ଦାଖଲ କରିପାରିବେ। ୨୯ା୩ା୨୩ ପୂର୍ବାହ୍ନ ୧୧ଟାରେ ଆବେଦନ କରିଥିବା ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ନେଇ ଲଟେରି କରାଯିବ। ଏହି ଲଟେରିରେ ୪ଟି ସାଂସ୍କୃତିକ ଅନୁଷ୍ଠାନକୁ ଜିଲା ପ୍ରତିଷ୍ଠା ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ମନୋନୀତ କରାଯିବ।
ଜଗତ୍‌ସିଂହପୁର ସହରର କିଛି ସାଂସ୍କୃତିକ ଅନୁଷ୍ଠାନ ଏଥିରେ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଦୁଃଖିରାମ ସ୍ବାଇଁ କଳା ପ୍ରତିଷ୍ଠାନ ପ୍ରତିଷ୍ଠାତା ଅଜୟ କୁମାର ଗୋଚ୍ଛାୟତ କହିଛନ୍ତି, ଏଭଳି ଚୟନ ଅତୀତରେ କେବେ ହୋଇ ନ ଥିଲା । ତାଙ୍କ ଅନୁଷ୍ଠାନ କେବଳ ଜିଲା ନୁହେଁ, ରାଜ୍ୟ ଓ ଜାତୀୟସ୍ତରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପ୍ରତିଷ୍ଠା ଲାଭ କରିପାରିଛି। କିନ୍ତୁ ଜିଲା ପ୍ରତିଷ୍ଠା ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯେଉଁ ବିଜ୍ଞାପନ କରାଯାଇଛି ତା’ର କୌଣସି ସ୍ପଷ୍ଟତା ନାହିଁ। ଏହି ବିଜ୍ଞାପନଟି ଜିଲା ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କ ହ୍ବାଟ୍ସଆପ୍‌କୁ ମାର୍ଚ୍ଚ ୨୩ରେ ପଠାଯାଇଥିଲା। ଯେଉଁଥିରେ କେଉଁ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ତା’ଉପରେ କୌଣସି ସୂଚନା ଦିଆଯାଇନାହିଁ। ୨୩ରେ ଏହି ସୂଚନା ପାଇଲା ପରେ ୨୮ ତାରିଖ ଭିତରେ ଆବେଦନ ଓ ୨୯ରେ ଲଟେରି ହେବ ବୋଲି ଉଲ୍ଲେଖ ଥିଲା। କିନ୍ତୁ ଦୁଃଖର କଥା ହେଲା ଲଟେରୀ ସମୟରେ ଉପସ୍ଥିତ ରହିବା ପାଇଁ ତାଙ୍କୁ ସୁଯୋଗ ନ ଥିଲା। ବାସ୍ତବରେ ଲଟେରି ହୋଇଛି କି ନାହିଁ, ତାଙ୍କ ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଚୟନ ହୋଇଛି କି ନାହିଁ ତାହା ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେଣୁ ସେ ସନ୍ଦେହରେ ରହିଛନ୍ତିି। କେବଳ ଏତିକି ନୁହେଁ, କୌଣସି ଅନୁଷ୍ଠାନକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅତି କମ୍‌ରେ ୧୫ ଦିନ ସମୟ ଦିଆଯିବା କଥା। ତରବରିଆ ଭାବେ ଏବଂ କେଉଁ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଚୟନ ହେବ ତା’ଉପରେ ସୂଚନା ଦିଆଯାଇ ନ ଥିବାରୁ ଜିଲା ସଂସ୍କୃତି ବିଭାଗର ବେପରୁଆ ମନୋଭାବର ପ୍ରତିଫଳନ କରୁଛି। ଏହା ଭିତରେ ପଶ୍ଚିମବଙ୍ଗ ବନପୁରସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ତାଙ୍କ ଅନୁଷ୍ଠାନକୁ ଚୟନ କରାଯାଇଛି। ଅଥଚ ଜିଲା ପ୍ରତିଷ୍ଠା ଦିବସରେ ତାଙ୍କ ଅନୁଷ୍ଠାନ ଭାଗ ନେବା ପାଇଁ ଚୟନ ହୋଇଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣାଗଲା ନାହିଁ। ଏହା ତାଙ୍କୁ ଦୁଃଖ ଦେଇଛି। ଏହା ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ହକି କପ୍‌ ଉଦ୍‌ଘାଟନୀ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଃଖିରାମ ସ୍ବାଇଁ କଳା ପ୍ରତିଷ୍ଠାନ ଭାଗ ନେଇଥିଲା। କିନ୍ତୁ ଏଯାଏ ଆର୍ଥିକ ସହାୟତା ଦିଆଗଲା ନାହିଁ। ଜିଲା ସଂସ୍କୃତି ବିଭାଗ ଯେତେବେଳେ ଯେଉଁ ସମୟରେ ମନଇଚ୍ଛା ଡାକିଦେବା ଠିକ୍‌ ବ୍ୟବସ୍ଥା ନୁହେଁ । କଳାକାରମାନେ ଅନେକ ଝଡଝଞ୍ଜା ଦେଇ ଗତି କରୁଛନ୍ତି। ସେମାନଙ୍କୁ ଆର୍ଥିକ ସହାୟତା ଦେବା ତ ଦୂରର କଥା ଅନ୍ତତଃ ମର୍ଯ୍ୟାଦା ଦିଆଯିବାରେ କୁଣ୍ଠା ପ୍ରକାଶ କରା ନ ଯାଉ ବୋଲି ଗୋଚ୍ଛାୟତ ଦୁଃଖର ସହ କହିଛନ୍ତି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା କହିଛନ୍ତି, ଜିଲା ପ୍ରତିଷ୍ଠା ଦିବସରେ ଜଗତ୍‌ସିଂହପୁର ସଦରମହକୁମାସ୍ଥିତ ୭ଟି ଅନୁଷ୍ଠାନ ଭାଗ ନେବା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ଟି ଅନୁଷ୍ଠାନକୁ ଏହି ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସୁଯୋଗ ଦିଆଯିବ। ଏଥିସହ ଓଡ଼ିଶା ଦିବସରେ ଅବଶିଷ୍ଟ ଅନୁଷ୍ଠାନଗୁଡିକୁ ସୁଯୋଗ ଦେବା ପାଇଁ ଚିନ୍ତା କରାଯାଉଛି। ତେଣୁ କୌଣସି ସାଂସ୍କୃତିକ ଅନୁଷ୍ଠାନକୁ ନିରାଶ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବିଗତ ବର୍ଷଗୁଡିକରେ ଜିଲା ମହୋତ୍ସବ କଲ୍ଲୋଳ ଏବଂ ଓଡ଼ିଶା ଦିବସ ଏକ ସମୟରେ କରାଯାଉଥିଲା। ଚଳିତବର୍ଷ କିନ୍ତୁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଜିଲା ମହୋତ୍ସବ କଲ୍ଲୋଳ ଆଗୁଆ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri