ଏମ୍‌ଏଏଚ୍‌ଏସ୍‌ଆର୍‌ ପ୍ରକଳ୍ପକୁ ୧୮,୭୫୦ କୋଟି ଦେବ ଜିକା

ନୂଆଦିଲ୍ଲୀ,୩୧।୩:ଦେଶର ବୁଲେଟ୍‌ ଟ୍ରେନ ପ୍ରକଳ୍ପର ଅଗ୍ରଗତି ପାଇଁ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଶନ ଏଜେନ୍ସି (ଜେଆଇସିଏ) ଅଫିସିଆଲ୍‌ ଡେଭଲପମେଣ୍ଟ ଆସିଷ୍ଟାଣ୍ଟ (ଓଡିଏ) ଜରିଆରେ ଭାରତକୁ ୩୦୦ ବିଲିୟନ ୟେନ୍‌ (ଭାରତୀୟ ମୁଦ୍ରାରେ ପ୍ରାୟ ୧୮,୭୫୦ କୋଟି ଟଙ୍କା ) ଋଣ ଆକାରରେ ଯୋଗାଇଦେବ ବୋଲି ସୂଚନା ମିଳିଛି। ଏ ନେଇ ଉଭୟ ଭାରତ ଓ ଜାପାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ରାଜିନାମା ସ୍ବାକ୍ଷର ହୋଇଥିବା ଜଣାପଡ଼ିଛି। ବିଶେଷକରି ମୁମ୍ବାଇ-ଅହମଦାବାଦ ହାଇସ୍ପିଡ୍‌ ରେଳ (ଏମ୍‌ଏଏଚ୍‌ଏସ୍‌ଆର୍‌) ପ୍ରକଳ୍ପର ଅଗ୍ରଗତି ହୋଇପାରିବ ବୋଲି କୁହାଯାଉଛି। ଏପରିକି ଏମ୍‌ଏଏଚ୍‌ଏସ୍‌ଆର୍‌ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ଉକ୍ତ ପରିମାଣର ଅର୍ଥରାଶି ଜାପାନ ଋଣ ଆକାରରେ ଯୋଗାଇଦେବ। ଏ ନେଇ ମଧ୍ୟ ଉଭୟ ଭାରତ ଓ ଜାପାନ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିବା ଉଭୟ ପକ୍ଷରୁ କୁହାଯାଇଛି। ସେହିଭଳି ଏକ ଏକକ ପ୍ରକଳ୍ପ ନିର୍ମାଣ ପାଇଁ ଜିକା ଦ୍ୱାରା ଦିଆଯାଇଥିବା ଉକ୍ତ ଋଣ ଜିକା ଇତିହାସରେ ଏକ ବିରଳ ରେକର୍ଡ ହୋଇଥିବା ବେଳେ ବିଶ୍ୱର ସର୍ବାଧିକ ଋଣ ମଞ୍ଜୁର ବୋଲି ଉକ୍ତ ଜାପାନୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷରେ ଭାରତୀୟ ଅର୍ଥନୀତି ବ୍ୟାପାର ବିଭାଗ ଓ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ମୁଖ୍ୟ ରଜତ କୁମାର ମିଶ୍ର ଓ ଜିକା ଭାରତ ପ୍ରତିନିଧି ମୁଖ୍ୟ ସାଇତୋ ମିତ୍‌ସୁନୋରୀଙ୍କ ମଧ୍ୟରେ ଉକ୍ତ ରାଜିନାମା ସ୍ବାକ୍ଷରିତ ହୋଇଥିବା ଜଣାପଡ଼ିଛି। ବିଶେଷକରି ଏମ୍‌ଏଏଚ୍‌ଏସ୍‌ଆର୍‌ ପ୍ରକଳ୍ପ ଜାପାନ-ଭାରତ ସହଯୋଗରେ ଏକ ପ୍ରତୀକ ବୋଲି ମିତ୍‌ସୁନୋରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୭ ଠାରୁ ଜିକା ମୁମ୍ବାଇ ଅହମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପକୁ ବିଭିନ୍ନ ଦିଗରେ ସହଯୋଗ କରି ଆସୁଛି। ଉକ୍ତ ପ୍ରକଳ୍ପ ପାଇଁ ଜାପାନୀ ସଂସ୍ଥା ପ୍ରାୟ ୬୫୦ବିଲିୟନ ୟେନ୍‌ (୪୦,୬୨୬ କୋଟି ଟଙ୍କା ) ଦେବ ପୂର୍ବରୁ ବୋଲି ଘୋଷଣା କରିଛି। ସେହିପରି ଉକ୍ତ ପ୍ରକଳ୍ପ ପାଇଁ (ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌) ହିନ୍ଦୁସ୍ଥାନ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଲିମିଟେଡ୍‌ ଓ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚରକୁ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଅଣ୍ଡର ଗ୍ରାଉଣ୍ଡ କରିଡର ନିର୍ମାଣ ପାଇଁ ୩,୬୮୧ କୋଟି କଣ୍ଟ୍ରାକ୍ଟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri