ଏମ୍‌ଏଏଚ୍‌ଏସ୍‌ଆର୍‌ ପ୍ରକଳ୍ପକୁ ୧୮,୭୫୦ କୋଟି ଦେବ ଜିକା

ନୂଆଦିଲ୍ଲୀ,୩୧।୩:ଦେଶର ବୁଲେଟ୍‌ ଟ୍ରେନ ପ୍ରକଳ୍ପର ଅଗ୍ରଗତି ପାଇଁ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଶନ ଏଜେନ୍ସି (ଜେଆଇସିଏ) ଅଫିସିଆଲ୍‌ ଡେଭଲପମେଣ୍ଟ ଆସିଷ୍ଟାଣ୍ଟ (ଓଡିଏ) ଜରିଆରେ ଭାରତକୁ ୩୦୦ ବିଲିୟନ ୟେନ୍‌ (ଭାରତୀୟ ମୁଦ୍ରାରେ ପ୍ରାୟ ୧୮,୭୫୦ କୋଟି ଟଙ୍କା ) ଋଣ ଆକାରରେ ଯୋଗାଇଦେବ ବୋଲି ସୂଚନା ମିଳିଛି। ଏ ନେଇ ଉଭୟ ଭାରତ ଓ ଜାପାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ରାଜିନାମା ସ୍ବାକ୍ଷର ହୋଇଥିବା ଜଣାପଡ଼ିଛି। ବିଶେଷକରି ମୁମ୍ବାଇ-ଅହମଦାବାଦ ହାଇସ୍ପିଡ୍‌ ରେଳ (ଏମ୍‌ଏଏଚ୍‌ଏସ୍‌ଆର୍‌) ପ୍ରକଳ୍ପର ଅଗ୍ରଗତି ହୋଇପାରିବ ବୋଲି କୁହାଯାଉଛି। ଏପରିକି ଏମ୍‌ଏଏଚ୍‌ଏସ୍‌ଆର୍‌ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ଉକ୍ତ ପରିମାଣର ଅର୍ଥରାଶି ଜାପାନ ଋଣ ଆକାରରେ ଯୋଗାଇଦେବ। ଏ ନେଇ ମଧ୍ୟ ଉଭୟ ଭାରତ ଓ ଜାପାନ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିବା ଉଭୟ ପକ୍ଷରୁ କୁହାଯାଇଛି। ସେହିଭଳି ଏକ ଏକକ ପ୍ରକଳ୍ପ ନିର୍ମାଣ ପାଇଁ ଜିକା ଦ୍ୱାରା ଦିଆଯାଇଥିବା ଉକ୍ତ ଋଣ ଜିକା ଇତିହାସରେ ଏକ ବିରଳ ରେକର୍ଡ ହୋଇଥିବା ବେଳେ ବିଶ୍ୱର ସର୍ବାଧିକ ଋଣ ମଞ୍ଜୁର ବୋଲି ଉକ୍ତ ଜାପାନୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷରେ ଭାରତୀୟ ଅର୍ଥନୀତି ବ୍ୟାପାର ବିଭାଗ ଓ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ମୁଖ୍ୟ ରଜତ କୁମାର ମିଶ୍ର ଓ ଜିକା ଭାରତ ପ୍ରତିନିଧି ମୁଖ୍ୟ ସାଇତୋ ମିତ୍‌ସୁନୋରୀଙ୍କ ମଧ୍ୟରେ ଉକ୍ତ ରାଜିନାମା ସ୍ବାକ୍ଷରିତ ହୋଇଥିବା ଜଣାପଡ଼ିଛି। ବିଶେଷକରି ଏମ୍‌ଏଏଚ୍‌ଏସ୍‌ଆର୍‌ ପ୍ରକଳ୍ପ ଜାପାନ-ଭାରତ ସହଯୋଗରେ ଏକ ପ୍ରତୀକ ବୋଲି ମିତ୍‌ସୁନୋରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୭ ଠାରୁ ଜିକା ମୁମ୍ବାଇ ଅହମଦାବାଦ ବୁଲେଟ ଟ୍ରେନ୍‌ ପ୍ରକଳ୍ପକୁ ବିଭିନ୍ନ ଦିଗରେ ସହଯୋଗ କରି ଆସୁଛି। ଉକ୍ତ ପ୍ରକଳ୍ପ ପାଇଁ ଜାପାନୀ ସଂସ୍ଥା ପ୍ରାୟ ୬୫୦ବିଲିୟନ ୟେନ୍‌ (୪୦,୬୨୬ କୋଟି ଟଙ୍କା ) ଦେବ ପୂର୍ବରୁ ବୋଲି ଘୋଷଣା କରିଛି। ସେହିପରି ଉକ୍ତ ପ୍ରକଳ୍ପ ପାଇଁ (ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌) ହିନ୍ଦୁସ୍ଥାନ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଲିମିଟେଡ୍‌ ଓ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚରକୁ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଅଣ୍ଡର ଗ୍ରାଉଣ୍ଡ କରିଡର ନିର୍ମାଣ ପାଇଁ ୩,୬୮୧ କୋଟି କଣ୍ଟ୍ରାକ୍ଟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…

ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!

ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri