ସାଂସ୍କୃତିକ ଦଳ ଚୟନ ପ୍ରକ୍ରିୟା ନେଇ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୩୧ା୩: ଏପ୍ରିଲ ୩ରେ ଜଗତ୍‌ସିଂହପୁର ଜିଲା ପ୍ରତିଷ୍ଠା ଦିବସ। ଏନେଇ ପ୍ରସ୍ତୁତି ଏକପ୍ରକାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। କିନ୍ତୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପନକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି। ବିଜ୍ଞାପନ ପତ୍ର ସଂଖ୍ୟା ନଂ. ୩୬୭/ ୧୮-୩-୨୩ରେ ଉଲ୍ଲେଖ ଅଛି, ଉକ୍ତ ଦିନ ସନ୍ଧ୍ୟାରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ ସିଟିଏମ୍‌ଏସ୍‌ ଦ୍ୱାରା ପଞ୍ଜୀକୃତ ସ୍ଥାନୀୟ ଇଚ୍ଛୁକ ସାଂସ୍କୃତିକ ଦଳଗୁଡିକ ୨୮ା୩ା୨୩ ଅପରାହ୍ନ ୫ ଟା ୩୦ ମଧ୍ୟରେ ସେମାନଙ୍କ ଆବେଦନପତ୍ର ଜିଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟରେ କିମ୍ବା ଇ-ମେଲ୍‌ ମାଧ୍ୟମରେ ଦାଖଲ କରିପାରିବେ। ୨୯ା୩ା୨୩ ପୂର୍ବାହ୍ନ ୧୧ଟାରେ ଆବେଦନ କରିଥିବା ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ନେଇ ଲଟେରି କରାଯିବ। ଏହି ଲଟେରିରେ ୪ଟି ସାଂସ୍କୃତିକ ଅନୁଷ୍ଠାନକୁ ଜିଲା ପ୍ରତିଷ୍ଠା ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ମନୋନୀତ କରାଯିବ।
ଜଗତ୍‌ସିଂହପୁର ସହରର କିଛି ସାଂସ୍କୃତିକ ଅନୁଷ୍ଠାନ ଏଥିରେ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଦୁଃଖିରାମ ସ୍ବାଇଁ କଳା ପ୍ରତିଷ୍ଠାନ ପ୍ରତିଷ୍ଠାତା ଅଜୟ କୁମାର ଗୋଚ୍ଛାୟତ କହିଛନ୍ତି, ଏଭଳି ଚୟନ ଅତୀତରେ କେବେ ହୋଇ ନ ଥିଲା । ତାଙ୍କ ଅନୁଷ୍ଠାନ କେବଳ ଜିଲା ନୁହେଁ, ରାଜ୍ୟ ଓ ଜାତୀୟସ୍ତରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପ୍ରତିଷ୍ଠା ଲାଭ କରିପାରିଛି। କିନ୍ତୁ ଜିଲା ପ୍ରତିଷ୍ଠା ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯେଉଁ ବିଜ୍ଞାପନ କରାଯାଇଛି ତା’ର କୌଣସି ସ୍ପଷ୍ଟତା ନାହିଁ। ଏହି ବିଜ୍ଞାପନଟି ଜିଲା ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କ ହ୍ବାଟ୍ସଆପ୍‌କୁ ମାର୍ଚ୍ଚ ୨୩ରେ ପଠାଯାଇଥିଲା। ଯେଉଁଥିରେ କେଉଁ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ତା’ଉପରେ କୌଣସି ସୂଚନା ଦିଆଯାଇନାହିଁ। ୨୩ରେ ଏହି ସୂଚନା ପାଇଲା ପରେ ୨୮ ତାରିଖ ଭିତରେ ଆବେଦନ ଓ ୨୯ରେ ଲଟେରି ହେବ ବୋଲି ଉଲ୍ଲେଖ ଥିଲା। କିନ୍ତୁ ଦୁଃଖର କଥା ହେଲା ଲଟେରୀ ସମୟରେ ଉପସ୍ଥିତ ରହିବା ପାଇଁ ତାଙ୍କୁ ସୁଯୋଗ ନ ଥିଲା। ବାସ୍ତବରେ ଲଟେରି ହୋଇଛି କି ନାହିଁ, ତାଙ୍କ ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଚୟନ ହୋଇଛି କି ନାହିଁ ତାହା ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେଣୁ ସେ ସନ୍ଦେହରେ ରହିଛନ୍ତିି। କେବଳ ଏତିକି ନୁହେଁ, କୌଣସି ଅନୁଷ୍ଠାନକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅତି କମ୍‌ରେ ୧୫ ଦିନ ସମୟ ଦିଆଯିବା କଥା। ତରବରିଆ ଭାବେ ଏବଂ କେଉଁ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଚୟନ ହେବ ତା’ଉପରେ ସୂଚନା ଦିଆଯାଇ ନ ଥିବାରୁ ଜିଲା ସଂସ୍କୃତି ବିଭାଗର ବେପରୁଆ ମନୋଭାବର ପ୍ରତିଫଳନ କରୁଛି। ଏହା ଭିତରେ ପଶ୍ଚିମବଙ୍ଗ ବନପୁରସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ତାଙ୍କ ଅନୁଷ୍ଠାନକୁ ଚୟନ କରାଯାଇଛି। ଅଥଚ ଜିଲା ପ୍ରତିଷ୍ଠା ଦିବସରେ ତାଙ୍କ ଅନୁଷ୍ଠାନ ଭାଗ ନେବା ପାଇଁ ଚୟନ ହୋଇଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣାଗଲା ନାହିଁ। ଏହା ତାଙ୍କୁ ଦୁଃଖ ଦେଇଛି। ଏହା ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ହକି କପ୍‌ ଉଦ୍‌ଘାଟନୀ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଃଖିରାମ ସ୍ବାଇଁ କଳା ପ୍ରତିଷ୍ଠାନ ଭାଗ ନେଇଥିଲା। କିନ୍ତୁ ଏଯାଏ ଆର୍ଥିକ ସହାୟତା ଦିଆଗଲା ନାହିଁ। ଜିଲା ସଂସ୍କୃତି ବିଭାଗ ଯେତେବେଳେ ଯେଉଁ ସମୟରେ ମନଇଚ୍ଛା ଡାକିଦେବା ଠିକ୍‌ ବ୍ୟବସ୍ଥା ନୁହେଁ । କଳାକାରମାନେ ଅନେକ ଝଡଝଞ୍ଜା ଦେଇ ଗତି କରୁଛନ୍ତି। ସେମାନଙ୍କୁ ଆର୍ଥିକ ସହାୟତା ଦେବା ତ ଦୂରର କଥା ଅନ୍ତତଃ ମର୍ଯ୍ୟାଦା ଦିଆଯିବାରେ କୁଣ୍ଠା ପ୍ରକାଶ କରା ନ ଯାଉ ବୋଲି ଗୋଚ୍ଛାୟତ ଦୁଃଖର ସହ କହିଛନ୍ତି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା କହିଛନ୍ତି, ଜିଲା ପ୍ରତିଷ୍ଠା ଦିବସରେ ଜଗତ୍‌ସିଂହପୁର ସଦରମହକୁମାସ୍ଥିତ ୭ଟି ଅନୁଷ୍ଠାନ ଭାଗ ନେବା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ଟି ଅନୁଷ୍ଠାନକୁ ଏହି ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସୁଯୋଗ ଦିଆଯିବ। ଏଥିସହ ଓଡ଼ିଶା ଦିବସରେ ଅବଶିଷ୍ଟ ଅନୁଷ୍ଠାନଗୁଡିକୁ ସୁଯୋଗ ଦେବା ପାଇଁ ଚିନ୍ତା କରାଯାଉଛି। ତେଣୁ କୌଣସି ସାଂସ୍କୃତିକ ଅନୁଷ୍ଠାନକୁ ନିରାଶ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବିଗତ ବର୍ଷଗୁଡିକରେ ଜିଲା ମହୋତ୍ସବ କଲ୍ଲୋଳ ଏବଂ ଓଡ଼ିଶା ଦିବସ ଏକ ସମୟରେ କରାଯାଉଥିଲା। ଚଳିତବର୍ଷ କିନ୍ତୁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଜିଲା ମହୋତ୍ସବ କଲ୍ଲୋଳ ଆଗୁଆ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?