ପ୍ରାଥମିକ କୃଷି ସମବାୟ ସମିତିରେ ଅବ୍ୟବସ୍ଥା

ପଟ୍ଟାମୁଣ୍ଡାଇ,୧୦।୭(ସ୍ବ.ପ୍ର.): ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଗଠନ କରାଯାଇଛି କୃଷି ସମବାୟ ସମିତି। ଏହା ମାଧ୍ୟମରେ କୃଷିଋଣଠାରୁ ଆରମ୍ଭ କରି ଗ୍ରୁପ୍‌ ଋଣ, ରିହାତି ଦରରେ ବିହନ ଯୋଗାଣ, ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ଧାନ, ମୁଗ ଆଦି ସରକାରୀ ଦରରେ ସଂଗ୍ରହ କରାଯାଉଛି। କେବଳ ସେତିକି ନୁହେଁ, ସମବାୟ ସମିତିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ୧୬ ସମବାୟ ସମିତି ମଧ୍ୟରୁ ଅଧିକାଂଶ ସମବାୟ ସମିତି ଅବ୍ୟବସ୍ଥାରେ ପରିଚାଳିତ ହେଉଥିଲେ ମଧ୍ୟ ଏଥିପ୍ରତି ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି ା
ଏଠାରେ ପଟ୍ଟାମୁଣ୍ଡାଇ ବ୍ଲକର ଖଡିଅଣ୍ଟା କୃଷି ସେବା ସମବାୟ ସମିତିକୁ ଉଦାହରଣ ଭାବେ ଗ୍ରହଣ କରାଯାଇଛି ା ଉକ୍ତ ସମିତି କୋଠାଘର ସମ୍ମୁଖରେ ଚୂନ ସଫେଇତି କରାଯାଇଥିବା ବେଳେ ଭିତର ଅବସ୍ଥା ଭିନ୍ନ । ସମିତିର ୨ ଗୋଦାମ ଗୃହ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଫଳରେ ଧାନ ବିହନ ଗଚ୍ଛିତ ରଖିବା ପାଇଁ ସମିତି ସମର୍ଥ ହୋଇପାରୁନାହିଁ ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି ା ସମବାୟ ସମିତି ମାଧ୍ୟମରେ କୃଷକଙ୍କୁ ବିଭିନ୍ନ ତାଲିମ, ପ୍ରୋତ୍ସାହନ, ବିହନ ବଣ୍ଟନ, ଧାନ ସଂଗ୍ରହ କରାଯାଇଥାଏ। ଏହି ସମିତି ଉପରେ ଖଡିଅଣ୍ଟା, କଖାରୁଣୀ ପଞ୍ଚାୟତର ଶତାଧିକ ଚାଷୀ ନିର୍ଭରଶୀଳ॥ ସମିତି ଘରର କାନ୍ଥରୁ ପ୍ଳାଷ୍ଟର ଛାଡି ଇଟା ଓ ଛାତର ରଡ଼ ଦେଖାଯାଉଛି। ବର୍ଷା ହେଲେ ଛାତରୁ ପାଣି ଗଳୁଛି। ଧାନ ବିହନ ରଖିବା ସମ୍ଭବ ହୋଇ ନ ଥିଲା ବେଳେ ଚାଷୀମାନେ ବିହନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି । ସେହିପରି ଧାନମଣ୍ଡି ଖୋଲିବା ସମୟରେ ଚାଷୀଙ୍କ ଧାନ ଖରା,କାକରରେ ପଡି ରହି ନଷ୍ଟ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ା
୧୯୯୯ ମହାବାତ୍ୟାରେ ଏହି ଘରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏ ସମ୍ପର୍କରେ ବିଭିନ୍ନ ସମୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଚାଷୀମାନେ କହିଛନ୍ତି ା କମିଟି ସଦସ୍ୟଙ୍କ ଅଭିଯୋଗ ମୁତାବକ, ୨୦୧୯ରେ ତକତ୍ାଳୀନ ସଭାପତି ଗୃହ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ କଟକ କେନ୍ଦ୍ରୀୟ କୋ-ଅପରେଟିଭ୍‌ ବ୍ୟାଙ୍କ ଓ ରାଜ୍ୟ ସମବାୟ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଘର ମରାମତି କରାଯାଉ ନ ଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ଆଦି ଚୋରି ହୋଇଯିବାର ଭୟ ରହିଛି।
ଅନ୍ୟପକ୍ଷେ କଟକ କେନ୍ଦ୍ରୀୟ କୋ-ଅପରେଟିଭ୍‌ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖାର ଅବସ୍ଥା ନ କହିବା ଭଲ ା ଅସରାଏ ବର୍ଷା ହେଲେ କାର୍ଯ୍ୟାଳୟ ବନ୍ଦ ରୁହେ ା ସବୁ କମ୍ପ୍ୟୁଟର ଓ କାଗଜପତ୍ର ପାଲ ତଳେ ରଖାଯାଏ ା ଏଥିପାଇଁ ଜରୁରୀ କାମରେ ଆସୁଥିବା ଲୋକମାନେ ବାଧ୍ୟ ହୋଇ ନିରାଶରେ ଘରକୁ ଫେରୁଛନ୍ତି ା ଏସମ୍ପର୍କରେ କଟକ କେନ୍ଦ୍ରୀୟ କୋ-ଅପରେଟିଭ୍‌ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ନିରୋଦ କୁମାର ନାୟକଙ୍କୁ ପଚାରିବାରେ ଘର ମାଲିକ ମରାମତି କରୁ ନାହାନ୍ତି ା ଆସନ୍ତା ଅକ୍ଟୋବର ମାସରେ ଏହି ଘର ଛାଡିବାକୁ ଆମେ ଯୋଜନା ପ୍ରସ୍ତୁତ କରିଛୁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri