ପ୍ରାଥମିକ କୃଷି ସମବାୟ ସମିତିରେ ଅବ୍ୟବସ୍ଥା

ପଟ୍ଟାମୁଣ୍ଡାଇ,୧୦।୭(ସ୍ବ.ପ୍ର.): ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଗଠନ କରାଯାଇଛି କୃଷି ସମବାୟ ସମିତି। ଏହା ମାଧ୍ୟମରେ କୃଷିଋଣଠାରୁ ଆରମ୍ଭ କରି ଗ୍ରୁପ୍‌ ଋଣ, ରିହାତି ଦରରେ ବିହନ ଯୋଗାଣ, ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ଧାନ, ମୁଗ ଆଦି ସରକାରୀ ଦରରେ ସଂଗ୍ରହ କରାଯାଉଛି। କେବଳ ସେତିକି ନୁହେଁ, ସମବାୟ ସମିତିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ୧୬ ସମବାୟ ସମିତି ମଧ୍ୟରୁ ଅଧିକାଂଶ ସମବାୟ ସମିତି ଅବ୍ୟବସ୍ଥାରେ ପରିଚାଳିତ ହେଉଥିଲେ ମଧ୍ୟ ଏଥିପ୍ରତି ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି ା
ଏଠାରେ ପଟ୍ଟାମୁଣ୍ଡାଇ ବ୍ଲକର ଖଡିଅଣ୍ଟା କୃଷି ସେବା ସମବାୟ ସମିତିକୁ ଉଦାହରଣ ଭାବେ ଗ୍ରହଣ କରାଯାଇଛି ା ଉକ୍ତ ସମିତି କୋଠାଘର ସମ୍ମୁଖରେ ଚୂନ ସଫେଇତି କରାଯାଇଥିବା ବେଳେ ଭିତର ଅବସ୍ଥା ଭିନ୍ନ । ସମିତିର ୨ ଗୋଦାମ ଗୃହ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଫଳରେ ଧାନ ବିହନ ଗଚ୍ଛିତ ରଖିବା ପାଇଁ ସମିତି ସମର୍ଥ ହୋଇପାରୁନାହିଁ ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି ା ସମବାୟ ସମିତି ମାଧ୍ୟମରେ କୃଷକଙ୍କୁ ବିଭିନ୍ନ ତାଲିମ, ପ୍ରୋତ୍ସାହନ, ବିହନ ବଣ୍ଟନ, ଧାନ ସଂଗ୍ରହ କରାଯାଇଥାଏ। ଏହି ସମିତି ଉପରେ ଖଡିଅଣ୍ଟା, କଖାରୁଣୀ ପଞ୍ଚାୟତର ଶତାଧିକ ଚାଷୀ ନିର୍ଭରଶୀଳ॥ ସମିତି ଘରର କାନ୍ଥରୁ ପ୍ଳାଷ୍ଟର ଛାଡି ଇଟା ଓ ଛାତର ରଡ଼ ଦେଖାଯାଉଛି। ବର୍ଷା ହେଲେ ଛାତରୁ ପାଣି ଗଳୁଛି। ଧାନ ବିହନ ରଖିବା ସମ୍ଭବ ହୋଇ ନ ଥିଲା ବେଳେ ଚାଷୀମାନେ ବିହନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି । ସେହିପରି ଧାନମଣ୍ଡି ଖୋଲିବା ସମୟରେ ଚାଷୀଙ୍କ ଧାନ ଖରା,କାକରରେ ପଡି ରହି ନଷ୍ଟ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ା
୧୯୯୯ ମହାବାତ୍ୟାରେ ଏହି ଘରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏ ସମ୍ପର୍କରେ ବିଭିନ୍ନ ସମୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଚାଷୀମାନେ କହିଛନ୍ତି ା କମିଟି ସଦସ୍ୟଙ୍କ ଅଭିଯୋଗ ମୁତାବକ, ୨୦୧୯ରେ ତକତ୍ାଳୀନ ସଭାପତି ଗୃହ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ କଟକ କେନ୍ଦ୍ରୀୟ କୋ-ଅପରେଟିଭ୍‌ ବ୍ୟାଙ୍କ ଓ ରାଜ୍ୟ ସମବାୟ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଘର ମରାମତି କରାଯାଉ ନ ଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ଆଦି ଚୋରି ହୋଇଯିବାର ଭୟ ରହିଛି।
ଅନ୍ୟପକ୍ଷେ କଟକ କେନ୍ଦ୍ରୀୟ କୋ-ଅପରେଟିଭ୍‌ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖାର ଅବସ୍ଥା ନ କହିବା ଭଲ ା ଅସରାଏ ବର୍ଷା ହେଲେ କାର୍ଯ୍ୟାଳୟ ବନ୍ଦ ରୁହେ ା ସବୁ କମ୍ପ୍ୟୁଟର ଓ କାଗଜପତ୍ର ପାଲ ତଳେ ରଖାଯାଏ ା ଏଥିପାଇଁ ଜରୁରୀ କାମରେ ଆସୁଥିବା ଲୋକମାନେ ବାଧ୍ୟ ହୋଇ ନିରାଶରେ ଘରକୁ ଫେରୁଛନ୍ତି ା ଏସମ୍ପର୍କରେ କଟକ କେନ୍ଦ୍ରୀୟ କୋ-ଅପରେଟିଭ୍‌ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ନିରୋଦ କୁମାର ନାୟକଙ୍କୁ ପଚାରିବାରେ ଘର ମାଲିକ ମରାମତି କରୁ ନାହାନ୍ତି ା ଆସନ୍ତା ଅକ୍ଟୋବର ମାସରେ ଏହି ଘର ଛାଡିବାକୁ ଆମେ ଯୋଜନା ପ୍ରସ୍ତୁତ କରିଛୁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ, ସାବୁନ ବାଣ୍ଟି ସଚେତନ କଲେ ମହିଳା

ଗୋପ,୧ା୪(ଡି.ଏନ୍‌.ଏ)- କରୋନା ସଂକ୍ରମଣ ରୋକିବା ନେଇ ସରକାର ସଚେତନତାଠାରୁ ଆରମ୍ଭ କରି ଲକଡାଉନ ଭଳି ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏଭଳି ସମୟରେ ଗୋପ ବ୍ଲକ ଗଣେଶ୍ୱରପୁର...

ଏଟିଏମ୍‌ କାଟି ସାଢ଼େ ୨୬ ଲକ୍ଷ ଲୁଟ୍‌

ଢେଙ୍କାନାଳ ଅଫିସ, ୧୬ା୧୨: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିମବାହାଳି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଏକ...

ଜାତୀୟ ମହିଳା ଆୟୋଗ ସଦସ୍ୟଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ ଅଫିସ,୧୫ା୯-ଜାତୀୟ ମହିଳା ଆୟୋଗ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ କନ୍ଧମାଳ ଗସ୍ତରେ ଆସି ମହିଳାମାନଙ୍କ ବିଭିନ୍ନ ସମସ୍ୟା ଉପରେ ଅବଗତ ହେବା ସହ ସମୀକ୍ଷା କରିଛନ୍ତି।...

ଶ୍ୱଶୁର ଘର ଯିବାକୁ ବାହାରି ଥିଲେ, ମିଳିଲା ନାଳରୁ ମୃତଦେହ

ବ୍ରହ୍ମପୁର ଅଫିସ,୧୯ା୫: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମ ନିକଟ କୁରେଇଶୁଣି ମନ୍ଦିର ପାର୍ଶ୍ୱରେ ଥିବା ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ଗୁରୁବାର...

ନାଡ଼ି କାଟି ଦେବାରୁ ପ୍ରସୂତିଙ୍କ ମୃତ୍ୟୁ

ଯାଜପୁର ଟାଉନ,୧୧ା୨(ଡି.ଏନ.ଏ.): ଯାଜପୁର ଜିଲା ମୁଖ୍ୟଚିକିତ୍ସାଳୟରେ ଅସ୍ତ୍ରୋପଚରାବେଳେ ନାଡ଼ି କଟିଯିବାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ଏଥିସହିତ ଅସ୍ତ୍ରୋପଚାର ଲାଗି ଡାକ୍ତର ୫ ହଜାର ଟଙ୍କା...

ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗଲା ୩ ଆଖଡ଼ାର ନିଶାନ

ପୁରୀ ଅଫିସ, ୯ା୭: ଆଷାଢ ଶୁକ୍ଳ ନବମୀ ତିଥିରେ ଶୁକ୍ରବାର ୩ ଆଖଡ଼ାର ନିଶାନ ଶୋଭାଯାତ୍ରା ସମ୍ପନ୍ନ ହୋଇଛି। ବଡ଼ ଆଖଡ଼ା, ହାତୀ ଆଖଡ଼ା ଏବଂ...

‘ସବୁଜିମା ତାଙ୍କ ସ୍ବପ୍ନ ଓ ଲକ୍ଷ୍ୟ’

କେନ୍ଦୁଝର, ୨୬।୧୧(ସ୍ବ.ପ୍ର.)-‘ଗଛ ବଞ୍ଚିଲେ ଆମେ ବଞ୍ଚିବା’ ଏଭଳି ବାର୍ତ୍ତା ଦେଇ ଗାଁ ସମେତ ଆଖପାଖ ଅଞ୍ଚଳରେ ଗଛ ଲଗାଇବା କାମରେ ସେ ଲାଗିପଡ଼ିଛନ୍ତି। ଗତ ୫...

କାମାକ୍ଷାନଗର କଲେଜରେ ଆରମ୍ଭ ହେବ ଇଗ୍ନୋ ପାଠ୍ୟକ୍ରମ

କାମାକ୍ଷାନଗର, ୩୦।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର କଲେଜରେ ଆରମ୍ଭ ହୋଇଥିବା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ଶିକ୍ଷାଦାନ।...

Advertisement
Archives

Model This Week