ଡେରାବିଶ ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା

ଡେରାବିଶ,୨୫ା୨(ବେବର୍ତ୍ତା ଅଜୟ ଦାସ)ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ ବ୍ଲକରେ ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ା ହେଲେ ଆଦର୍ଶ ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ରେ। ୨୦୨୨ ଶିକ୍ଷା ବର୍ଷରେ ଏହି ବ୍ଲକ୍‌ ଅଧୀନ ଚାଟରାଚକଡ଼ା ପଞ୍ଚାୟତରେ ବନ୍ଦ ପଡିଥିବା ହାପିମେଳକ ଛତାବଟ ବାଳିକା ଉଚ୍ଚବିଦ୍ୟାଳୟରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ଦ୍ୱାରା ଅସ୍ଥାୟୀ ଭାବେ ଆଦର୍ଶ ବିଦ୍ୟାଳୟ ଉଦଘାଟନ ହୋଇଥିଲା। ଏଥିସହିତ ସେହି ବର୍ଷ ଉକ୍ତ ବିଦ୍ୟାଳୟ ପାଇଁ ବ୍ଳକ ଅଧୀନ କୁରୁଜଙ୍ଗାଠାରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ୭ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଅବଧି ଶେଷ ହେବାର ୬ମାସରୁ ଊର୍ଦ୍ଧ୍ୱ ସମୟ ବିତିଛି। ହେଲେ ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ତେବେ କୁରୁଜଙ୍ଗାଠାରେ ନିର୍ମାଣଧୀନ ବିଦ୍ୟାଳୟରେ ୮ କୋଠରୀ ପ୍ରସ୍ତୁତ କରାଯାଇ ପିଲାମାନଙ୍କୁ ସେଠାକୁ ପଠାଯାଇଛି। ଏହାପରେ ବି ବିିଦ୍ୟାଳୟ କାମ ମନ୍ଥର ଗତିରେ ଚାଲୁଛି। ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୮ କୋଠରୀ ମଧ୍ୟରୁ ୪ କୋଠରୀରେ ଶ୍ରେଣୀଗୃହ ଚାଲିଥିବା ବେଳେ ଗୋଟିଏ କୋଠରୀ ବିଦ୍ୟାଳୟ କାର୍ଯ୍ୟାଳୟ ସହ ଟିଚର୍ସ କମନ୍‌ରୁମ୍‌, ଅନ୍ୟ ଏକ କୋଠରୀରେ ଷ୍ଟୋର ରୁମ ଏବଂ ଅନ୍ୟ ଦୁଇଟି କୋଠରୀରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଉର୍ଦ୍ଧିଷ୍ଟ ରହିଛି। ବର୍ତ୍ତମାନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୬୦ ରହିଥିବା ବେଳେ ସେମାନଙ୍କ ପାଇଁ ବେଞ୍ଚ ଡେସ୍କ ନାହିଁ। ତଳେ ବସି ପିଲାମାନେ ପାଠ ପଢ଼ୁଛନ୍ତି। ପିଲାଙ୍କ ବେଞ୍ଚ ଡେସ୍କ ଓ ଅନ୍ୟାନ୍ୟ ସରଞ୍ଜାମ ପାଇଁ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଜିଲା ଶିକ୍ଷାଧିକାରୀଙ୍କୁ ୨୦୨୨ରୁ ଅନୁଦାନ ଯୋଗାଇ ଦିଆଯାଇଛି। ମାତ୍ର ଜିଲା ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଓ ପ୍ରଶାସନିକ ଅବହେଳା ପାଇଁ ପ୍ରାରମ୍ଭରୁ ଏଯାଏ ଦୁର୍ଦ୍ଦଶା ମଧ୍ୟରେ ଛାତ୍ରୀଛାତ୍ରମାନେ ପାଠ ପଢ଼ୁଛନ୍ତି। ଏ ନେଇ ଛାତ୍ରୀଛାତ୍ର ଓ ଅଭିଭାବଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏ ନେଇ ଅଭିଭାବକ ସ୍ବର୍ଣ୍ଣଲତା ରାଉତ କୁହନ୍ତି, ଉନ୍ନତ ଶିକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟରେ ମୋ ଝିଅକୁ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲି। ଚଳିତ ବର୍ଷ ଝିଅର ସପ୍ତମ ଶ୍ରେଣୀ ହୋଇଛି। ହେଲେ ପିଲାମାନେ ତଳେ ବସି ଶିକ୍ଷାଗ୍ରହଣ କରୁଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଉ ନ ଥିବା ଯୋଗୁ ଆମକୁ ବହୁ କଷ୍ଟ ଦେଇଛି। ନିଜ ଗାଁ ବିଦ୍ୟାଳୟ ତୁଳନାରେ ଆଦର୍ଶ ବିଦ୍ୟାଳୟର ଏଭଳି ଅବ୍ୟବସ୍ଥା ଆମ୍ଭମାନଙ୍କୁ ଚକିତ କରିଛି। ସେହିପରି ବ୍ଲକ ଅଞ୍ଚଳର ମୃତ୍ୟୁଞ୍ଜୟ ରାଉତ ନାମକ ଜଣେ ଅଭିଭାବକ କୁହନ୍ତି, ଡେରାବିଶ ବ୍ଳକରେ ଗୋଟିଏ ମାତ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିବାରୁ ଆମ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଭାବି ବିଦ୍ୟାଳୟରେ ନାମ ଲେଖାଇଥିଲୁ। ମାତ୍ର ଭଙ୍ଗା ଦଦରା ଘରେ ଅସ୍ଥାୟୀ ଭାବେ ଖୋଲାଯାଇଥିବା ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରିବା ପରେ ଗତ ୧ମାସ ହେବ କୁରୁଜଙ୍ଗାଠାରେ ନିର୍ମାଣଧୀନ ସ୍ଥାୟୀଗୃହକୁ ପିଲାମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଆଶା ରଖିଥିଲୁ ଏହି ନୂତନ ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ହେବ। ମାତ୍ର ଜିଲା ଶିକ୍ଷାବିଭାଗର ବେପରୁଆ ନୀତି ଯୋଗୁ ପିଲାଙ୍କ ବେଞ୍ଚ ଡେସ୍କ ଦେବାରେ ବିଳମ୍ବ ଯୋଗୁ ପିଲାମାନେ ତଳିବସି ଶିକ୍ଷାଗ୍ରହଣ କରୁଛନ୍ତି। ବିଦ୍ୟାଳୟର ପାରିପାର୍ଶ୍ୱିକ ଅବସ୍ଥା ଶିକ୍ଷାଦାନ ପ୍ରତି କୁଠାରଘାତ କରିଛି ବୋଲି ସେ କହିଛନ୍ତି। ବର୍ତ୍ତମାନ କୁରୁଜଙ୍ଗା ଠାରେ ଶିକ୍ଷାଦାନ ଚାଲୁଛି ା ଅନ୍ୟପକ୍ଷେ ସେହି ପରିସରରେ ବାଲି, ଗୋଡ଼ି, ସିମେଣ୍ଟ ଓ ରଡ ଆଦି ଗଦା ହୋଇ ରହିଛି। ଫଳରେ ଏକ ଅସ୍ବାସ୍ଥ୍ୟକର ପରିବେଶରେ ଶିକ୍ଷାଦାନ କରାଯାଉଥିବାରୁ ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବିଦ୍ୟାଳୟର ପ୍ରବେଶ ପଥରେ ବାଲି ଗୋଡ଼ି ଗଦା ହୋଇଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ଏବେ ମନ୍ଥର ଗତିରେ ବିଦ୍ୟୁତ୍‌କରଣ ଓ ପ୍ଲାଷ୍ଟର କାମ ଆରମ୍ଭ ହୋଇଛି। ଏ ବିଷୟରେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଦାସଙ୍କୁ ପଚାରିବାରୁ ଏହି ବିଦ୍ୟାଳୟ କାମ ଶୀଘ୍ର ସାରିବା ପାଇଁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ନବନିର୍ମିତ ସ୍କୁଲ ଗୃହକୁ ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ପାଇଁ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଥିବା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରିୟବ୍ରତ ସ୍ବାଇଁ କହିଛନ୍ତି। ଏ ବିଷୟରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶରତ କୁମାର କର କହିଛନ୍ତି, ଅବ୍ୟବସ୍ଥା ମଧ୍ୟରେ ଥିବା ଏହି ବିଦ୍ୟାଳୟରେ ତୁରନ୍ତ ସୁଧାର ଆଣିବା ପାଇଁ ଗଣଶିକ୍ଷା ବିଭାଗର ଶାସନ ସଚିବ ଓ ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ନିର୍ଦ୍ଦେଶକଙ୍କୁ ଭେଟି ବାରମ୍ବାର ଦାବି କରିଛି। ମାତ୍ର ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ତୁରନ୍ତ ନୂତନ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରାଯିବା, ପିଲାମାନଙ୍କ ପାଇଁ ବେଞ୍ଚ ଡେସ୍କ ଯୋଗାଇଦେବା ସହ ଲାଇବ୍ରେରୀ ଓ ବିଜ୍ଞାନାଗାରର ସୁବିଧା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?