ଆସିକା ଚିନିଶିଳ୍ପରେ ଅବ୍ୟବସ୍ଥା

ଆସିକା, ୮।୪ (ଡି.ଏନ୍‌.ଏ.):ଆସିକା ସମବାୟ ଚିନିଶିଳ୍ପରେ ଲାଗିରହିଥିବା ଅବ୍ୟବସ୍ଥାର ପ୍ରତିକାର ହୋଇପାରୁନଥିବାରୁ ଚିନିଶିଳ୍ପ ପରିଚାଳନା ପରିଷଦର କେତେକ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଗୁରୁବାର ପରିଚାଳନା ପରିଷଦର ୭ଜଣ ସଦସ୍ୟ ଭୁବନେଶ୍ୱରଠାରେ ସମବାୟ ବିଭାଗର ରେଜିଷ୍ଟ୍ରାର ଡ. ଉଦୟ ମାଝୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ଶାସନ ସଚିବ ଶୁଭ୍ରାଶୁଂ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ପରାମର୍ଶଦାତାଙ୍କୁ ସାକ୍ଷାତ କରି ଚିନିଶିଳ୍ପରେ ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବା ଲାଗି ନିବେଦନ କରିଥିବା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ବରାଡ ସୂଚନା ଦେଇଛନ୍ତି। ବରାଡଙ୍କ ସମେତ ପରିଚାଳନା ପରିଷଦର ସଦସ୍ୟ ବସନ୍ତ ଦଳାଇ, ଉଦୟନାଥ ପ୍ରଧାନ, ସନ୍ତୋଷ ପ୍ରଧାନ, ରତ୍ନାକର ସାହୁ, ନିରଞ୍ଜନ ପ୍ରଧାନ, ଧରମୁ ପ୍ରଧାନ ଓ ଶତୃଘନ ଭୂୟାଁଙ୍କ ଏହି ପ୍ରତିନିଧି ଦଳ ଅଧିକାରୀ ଓ ମନ୍ତ୍ରୀଙ୍କୁ ଚିନିଶିଳ୍ପରେ ଦୀର୍ଘଦିନ ଧରି ଖାଲିପଡିଥିବା ପରିଚାଳନା ନିର୍ଦ୍ଦେଶକ, ପର୍ଶନାଲ ମ୍ୟାନେଜର, ସେଫ୍ଟି ଅଫିସର, ଆଖୁ ପରିଚାଳକ ଭଳି ମୁଖ୍ୟ ପଦବୀରେ ନିଯୁକ୍ତି, ଚିନିଶିଳ୍ପର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ନିୟମାନୁଯାୟୀ ପରିଚାଳନା ପରିଷଦର ବୈଠକରେ ଆଲୋଚନା କରି ନିଷ୍ପତ୍ତି, ଚିନିଶିଳ୍ପ ମଦ ପ୍ରସ୍ତୁତି କାରଖାନାରୁ ବାହାରୁଥିବା ଆସିକା ୪୦ ପ୍ୟାକିଂ ବଦଳାଇ ପଲି ପ୍ରପୋଲିନ ମାଧ୍ୟମରେ ପ୍ୟାକିଂ କରି ପରିବେଶ ସୁରକ୍ଷା ସହ ଖର୍ଚ୍ଚ କମାଇବା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୂଚନା ଯୋଗ୍ୟ ଗତ ଡିସେମ୍ବର ୧୩ ତାରିଖରେ ଚିନିଶିଳ୍ପ ପରିଚାଳନା ପରିଷଦର ପ୍ରଥମ ବୈଠକ ବସିଥିଲା। ତା ପରବର୍ତ୍ତି ଅବସ୍ଥାରେ ଆଉ ବୈଠକ ବସିପାରିନାହିଁ। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଗତ ମାର୍ଚ୍ଚ ୨୩ରେ ପରିଚାଳନା ପରିଷଦର ଉପସଭାପତି ସ୍ନେହଲତା ଚଣ୍ଡଙ୍କ ଅଧ୍ୟକ୍ଷତାରେ ୯ଜଣ ଡାଇରେକ୍ଟରଙ୍କ ଏକ ବୈଠକ ବସିଥିଲା। ଏହି ବୈଠକରେ ପରିଚାଳନା ପରିଷଦର ସଭାପତିଙ୍କୁ ତୁରନ୍ତ ବୈଠକ ଡକାଇ ସମସ୍ୟା ବିଷୟରେ ଆଲୋଚନା କରିବା ସହ ବ୍ୟବସାୟିକ ନୀତି ନିର୍ଦ୍ଧାରଣ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଏକ ସ୍ମାରକପତ୍ର ଦିଆଯାଇଥିଲା ା ତଥାପି ସମସ୍ୟାର କୌଣସି ସମାଧାନ ନହେବାରୁ ନିର୍ବାଚିତ ନିର୍ଦ୍ଦେଶକମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ବାଧ୍ୟ ହେଲେ ବୋଲି ବରାଡ଼ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?