ବୁଥ୍‌ରେ ଅବ୍ୟବସ୍ଥା, ରାତି ୯ ଯାଏ ହେଲା ଭୋଟ ଗ୍ରହଣ

ଝରିଗାଁ, ୧୭।୨(ସ୍ବ.ପ୍ର.)  ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଝରିଗାଁ ବ୍ଲକ ସଦର ମହକୁମା ୮ ,୧୧ ଏବଂ ୧୨ ନମ୍ବର ବୁଥ୍‌ରେ ଭୋଟରମାନେ ଅବ୍ୟବସ୍ଥା ହୋଇଥିବା ନେଇ ସ୍ଥାନୀୟ ତହସିଲଦାର ଏବଂ ସମ୍ପୃକ୍ତ ସେକ୍ଟର ଅଫିସରଙ୍କୁ ଜଣାଇଥିଲେ। ଭୋଟରମାନେ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ମତଦାନ କରିଥିଲେ। ସେଠାରେ ସେମାନଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା ନ ଥିଲା। ଝରିଗାଁ ପଞ୍ଚାୟତ ହତିବାଡି ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରରେ ଦୁଇଟି ବୁଥ୍‌ରେ ୧୩୯୧ ଭୋଟର ଥିଲେ। ସେଠାରେ ଅବ୍ୟବସ୍ଥା ଯୋଗୁ ମତଦାନ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା। ଉକ୍ତ କେନ୍ଦ୍ର ମାଓବାଦୀପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁ ସେଠାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଘଟଣାସ୍ଥଳେ ତହସିଲଦାର, ଏସଡିପିଓ ଦିନେଶ ଚନ୍ଦ୍ର ନାଏକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

କୋଳି ତୋଳିବାକୁ ଯାଇଥିଲେ ମା’-ଝିଅ, ହଠାତ୍‌ ବଦଳିଗଲା ପାଗ, ଘଟିଲା ବଡ଼ ଅଘଟଣ

ଉମରକୋଟ,୨୮ା୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକରୁ ଆସିଛି ଏକ ଦୁଃଖଦ ଖବର। କୋଳି ତୋଳିବାକୁ ଯାଇ ମା’-ଝିଅଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ପରେ ଗାଁରେ…

ଶିଶୁକନ୍ୟାର ମୁଣ୍ଡ ଉପରେ ଚଢ଼ିଗଲା ମିନିଟ୍ରକ୍‌

ନବରଙ୍ଗପୁର,୨୮ା୬(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ ଖବର। ୪ ବର୍ଷର ଏକ ଶିଶୁକନ୍ୟାଙ୍କ ଉପରେ ଚଢ଼ିଗଲା ମିନିଟ୍ରକ୍‌।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri