ପୂଜ୍ୟପୂଜାଙ୍କୁ ଅସମ୍ମାନ

ଢେଙ୍କାନାଳ ଅଫିସ, ୨୪।୧: ଢେଙ୍କାନାଳ ଜିଲାରେ ପୂଜ୍ୟପୂଜାଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ। ମହାପୁରୁଷଙ୍କ ଜୟନ୍ତୀ, ତିରୋଧାନ ଦିବସରେ ସହରରେ ସ୍ଥାପିତ ପ୍ରତିମୂର୍ତ୍ତିରେ ନାମକୁ ମାତ୍ର ଫୁଲମାଳ ପକାଇ ପ୍ରଶାସନ ଦାୟିତ୍ୱ ସାରିଦେଉଥିବାବେଳେ ଅନ୍ୟଦିନରେ ପରିତ୍ୟକ୍ତ ଅବସ୍ଥାରେ ଧୂଳିଧୂସରିତ ହୋଇ ପଡ଼ିରହୁଛି। ଏଭଳି ଅବହେଳାକୁ ନେଇ କ୍ଷୋଭବ୍ୟକ୍ତ କରିଛି ଢେଙ୍କାନାଳ ଥିଙ୍କର୍ସ ଫୋରମ୍‌। ଜିଲାର ଐତିହ୍ୟ, ସଂସ୍କୃତି, ସାହିତ୍ୟ ଏବଂ ଗଡ଼ଜାତ ଆନ୍ଦୋଳନ ସହ ଜଡ଼ିତ ବ୍ୟକ୍ତିବିଶେଷ ପରପିଢ଼ି ପାଇଁ ଆଦର୍ଶ ହୋଇଥିବାବେଳେ ସେମାନଙ୍କ ସ୍ମୃତିସ୍ଥଳର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।
ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଫୋରମ୍‌ ପକ୍ଷରୁ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ତେବେ ଏହା ନିକଟରେ ଥିବା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ ଏବଂ ଢେଙ୍କାନାଳ ମାଟିର ବିଶିଷ୍ଟ କବି ବ୍ରଜନାଥ ବଡ଼ଜେନାଙ୍କ ପ୍ରତିମୂର୍ତ୍ତି ପରିତ୍ୟକ୍ତ ହୋଇପଡ଼ିଥିଲା। ଏହାକୁ ଦେଖି କ୍ଷୋଭବ୍ୟକ୍ତ କରିଥିଲେ ଫୋରମ୍‌ ସଦସ୍ୟ। ସେମାନେ ମିଳିତ ହୋଇ ଉଭୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ବିଜ୍ଞାନକେନ୍ଦ୍ର ନିକଟସ୍ଥ ପାହାଡ଼ରେ ଥିବା ଢେଙ୍କା ଶବର ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ଢେଙ୍କାନାଳରେ ଢେଙ୍କା ଶବରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ଲାଗି ଫୋରମ୍‌ ସଦସ୍ୟ ଦାବି କରିଥିଲେ। ସଭାପତି ସୋମେନ୍ଦୁ ଶତପଥୀ, ପ୍ରକାଶଚନ୍ଦ୍ର ରାଉତ, କୋଷାଧ୍ୟକ୍ଷ ବୈକୁଣ୍ଠ ବିହାରୀ ଦ୍ୱିବେଦୀ, ବିଶ୍ୱଜିତ ବରାଳ, ଭୋଜରାଜ ସାହୁ, ସୁଶୀଲ ନନ୍ଦ, ବିବେକାନନ୍ଦ ଷଡ଼ଙ୍ଗୀ, ନଜରୁଲ ଇସଲାମ, ହୃଦୟାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋୟର ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ମଥୁରାରେ କିଣିଥିଲେ ଜମି, ଲକର ଖୋଲିବା ଅଛି ବାକି

ବଲାଙ୍ଗୀର/ ଭୁବନେଶ୍ୱର,୨୬ା୭: ବଲାଙ୍ଗୀର ଲୋୟର ସୁକ୍‌ତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି ଠକେଇ

ଢେଙ୍କାନାଳ,୨୧ା୭(ରତନ ନାୟାର): ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି କହି ଢେଙ୍କାନାଳ ଭଗବାନପୁର ଅଞ୍ଚଳର ବାପପୁଅ ସେଠାକାର ୨ଜଣ ମହିଳାଙ୍କୁ ଠକେଇ କରିଥିବା ଶନିବାର ଟାଉନ...

ଅସୁସ୍ଥ ଦନ୍ତାହାତୀକୁ କାବୁ କରିପାରୁନି ବନ ବିଭାଗ

ଢେଙ୍କାନାଳ,୨୦ା୭(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ଖଡ଼ଗପ୍ରସାଦ ବଡ଼ପୋଲ ଅଞ୍ଚଳରେ ଏକ ଦନ୍ତାହାତୀ ଅସୁସ୍ଥ ହୋଇ ଗର୍ଜନ କରୁଥିବା ଦେଖାଯାଇଥିଲା। ହାତୀଟିର...

ଭୁବନ ଏନ୍‌ଏସିରେ ହାତୀ ଆତଙ୍କ, ଜନସାଧାରଣ ଭୟଭୀତ

ଭୁବନ,୧୯ା୭(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅରାସାହିରେ ଗୋଟିକିଆ ହାତୀ ଆତଙ୍କ ସୃଷ୍ଟି କରିଛି। ହାତୀଟି ଭୁବନ ଏନ୍‌ଏସି ଚିନ୍ତା ପୋଖରୀ ରାସ୍ତା...

ବାଇକ୍‌କୁ ଚାପି ଦେଲା ଟ୍ରକ: ଚାଲିଗଲା ୨ଯୁବକଙ୍କ ଜୀବନ

ଢେଙ୍କାନାଳ,୧୮।୭: ଢେଙ୍କାନାଳ ଜିଲା ୫୫ ନମ୍ବର ଜାତୀୟ ରାଜପଥ ମୋଟଙ୍ଗା ଥାନା ଚିନ୍ତାପୋଖରୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌କୁ ପଛପଟୁ...

ନୂଆ ରୂପରେ ସଜେଇ ହେଉଛି ଲକ୍ଷ୍ମୀ ବସ୍‌: ଏବେ ସବୁଜ ବଦଳରେ…

ଢେଙ୍କାନାଳ,୨ା୭(ରତନ ନାୟାର):ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଲକ୍ଷ୍ମୀ ବସ୍‌ଗୁଡିକର ରଙ୍ଗ ବଦଳାଯାଉଛି। ପୂର୍ବ ବିଜେଡି ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ ତାରିଖରେ ଢେଙ୍କାନାଳ ଜିଲାରେ...

ସପ୍ତଶଯ୍ୟାରେ ନିଖୋଜ ୫ ଛାତ୍ରଙ୍କୁ ଠାବକଲା ବନ ବିଭାଗ

ଢେଙ୍କାନାଳ,୧ା୭(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସବୁଜିମା ଜଙ୍ଗଲ ସପ୍ତଶଯ୍ୟା ବୁଲିବାକୁ ଆସିଥିବାବେଳେ ୫ଜଣ ଛାତ୍ର ରବିବାର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସହିତ ଆସିଥିବା...

ରୁଙ୍ଗଟା ମାଇନ୍ସରେ ଅଘଟଣ: ମେକାନିକାଲ ଷ୍ଟ୍ରକଚର୍‌ ଭୁଶୁଡ଼ି ଘଟଣାସ୍ଥଳରେ ୩ ମୃତ

ଢେଙ୍କାନାଳ,୨୪।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ଝାଡ଼ବନ୍ଧ ଗ୍ରାମ ସ୍ଥିତ ରୁଙ୍ଗଟା ମାଇନ୍ସ ଲିମିଟେଡ଼ କଂପାନୀରେ ଅଘଟଣ। ଏକ ମେକାନିକାଲ ଷ୍ଟ୍ରକଚର୍‌ ଭୁଷୁଡ଼ି ୩ଜଣ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri