ଜାତୀୟ ପତାକାକୁ ଅସମ୍ମାନ

ଭଞ୍ଜନଗର,୨୬।୯(ଡି.ଏନ.ଏ): ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘର ସମ୍ମୁଖରେ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋଷ୍ଟ ଅଫିସଗୁଡିକରେ ଜାତୀୟ ପତାକା ବିକ୍ରି କରାଯାଇଥିଲା। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାଗଣାରେ ଜାତୀୟ ପତାକା ବାଣ୍ଟିବା ପାଇଁ ଘୋଷଣା କରାଯାଇଥିଲା। ତେବେ ସେ ସମୟରେ ଉଡୁଥିବା ଜାତୀୟ ପତାକା ଏବେ କେଉଁଠି ଛିଣ୍ଡି ତଳେ ପଡ଼ିଛି ତ ଆଉ କେଉଁଠି ଠିକ୍‌ ଭାବେ ଉଡୁନାହିଁ । ଭଞ୍ଜନଗର ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଏକ କ୍ୱାର୍ଟର୍ସରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଦେଖାଯାଉଛି। ପତାକାରେ ଲାଗିଥିବା ବାଡ଼ି ଭାଙ୍ଗିଯାଇଥିବାରୁ ପତାକାଟି ଓଲଟା ଝୁଲି ରହିଛି ା ଏ ନେଇ ସମ୍ପୃକ୍ତ କାର୍ଯ୍ୟାଳୟର କର୍ମଚାରୀମାନେ ଦେଖୁଥିଲେ କେହି ଠିକ୍‌ ଭାବେ ଲଗାଉନାହାନ୍ତି ଏହାକୁ ନେଇ ଅସନ୍ତୋଷ ଦେଖାଦେଉଛି।
ଅନ୍ୟପକ୍ଷରେ ରାଜ୍ୟରେ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଜାତୀୟ ପତାକା ପ୍ରସ୍ତୁତ କରିବା ଦାୟିତ୍ୱ ଦିଆଯାଇଥିଲା। ମହିଳା ଗୋଷ୍ଠୀ ଏହି ଦାୟିତ୍ୱ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ହେଲେ ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରିଥିବା ଜାତୀୟ ପତାକା ସେ ସମୟରେ ଲୋକଙ୍କ ପାଖରେ ଠିକ୍‌ ଭାବେ ପହଞ୍ଚିନଥିବା ଜଣାପଡ଼ିଛି। ବେଲଗୁଣ୍ଠା ବ୍ଲକରେ ଅଙ୍ଗନୱାଡ଼ି କର୍ମୀମାନେ ନିଜ ହାତରୁ ଅଳ୍ପ କେତୋଟି ଜାତୀୟ ପତାକା କିଣି କାମ ଚଳାଇଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ପତାକା ଦିଆଯାଇ ନ ଥିବା ଜଣାପଡ଼ିଛି। ସେହିଭଳି ଭଞ୍ଜନଗର ବ୍ଲକରେ ମଧ୍ୟ ଅଙ୍ଗନୱାଡ଼ି କର୍ମୀ ମାନେ ନିଜ ନିଜ ଅଞ୍ଚଳର ୫ରୁ ୧୦ ଘରକୁ ଗୋଟିଏ ଲେଖାଏ ଜାତୀୟ ପତାକା ବାଣ୍ଟିଥିଲେ। ଏ ନେଇ ଭଞ୍ଜନଗର ସିଡ଼ିପିଓ ବିଷ୍ଣୁପ୍ରିୟା ସେଠୀଙ୍କୁ ପଚାରିବାରେ ଜାତୀୟ ପତାକା ବଣ୍ଟନ ନେଇ ତାଙ୍କ ପାଖରେ ଠିକ୍‌ ତଥ୍ୟ ନାହିଁ, ଯାହା ଆସିଥିଲା ତାହା ଅଙ୍ଗନୱାଡ଼ି କର୍ମୀମାନଙ୍କ ସହାୟତାରେ ବଣ୍ଟାଯାଇଥିବା କହିଥିଲେ। ବେଲଗୁଣ୍ଠା ସିଡ଼ିପିଓ ଗାୟତ୍ରୀ ମିଶ୍ର ମୋବାଇଲ ଫୋନ ଉଠାଇ ନ ଥିବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri