ସମ୍ବଲପୁରରୁ ଢେଙ୍କାନାଳ ଦେଇ କୋଲକାତାକୁ ଗଡ଼ିବ ଟ୍ରେନ୍‌

ଢେଙ୍କାନାଳ ଅଫିସ,୨୬ା୯: ଖୁବ୍‌ଶୀଘ୍ର ସମ୍ବଲପୁରରୁ ଅନୁଗୋଳ-ତାଳଚେର-ଢେଙ୍କାନାଳ ଦେଇ କୋଲକାତାକୁ ଦୈନିକ ଯାତ୍ରୀବାହୀ ଟ୍ରେନ୍‌ ଚାଲିବ। ଏଥିସହ ଢେଙ୍କାନାଳ ରେଳଷ୍ଟେଶନର ନବକଳେବର ହେବ। ଅବିଭକ୍ତ ଢେଙ୍କାନାଳ ଜିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ବଡ଼ ଉପହାର। କେନ୍ଦ୍ର ରେଳମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ଅପରାହ୍ନ ପ୍ରାୟ ୪ଟା ୫୦ରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ରେଲଓ୍ବେର ପଦସ୍ଥ ଅଧିକାରୀଙ୍କ ସହ ଢେଙ୍କାନାଳରେ ପହଞ୍ଚତ୍ ଏହି ଐତିହାସିକ ରେଳଷ୍ଟେଶନର ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର।
ଏ ସମ୍ପର୍କରେ ସୂଚନା ଦେଇ ସେ କହିଲେ, ସମ୍ବଲପୁରରୁ କୋଲକାତାକୁ ନୂତନ ଟ୍ରେନ୍‌ ଚାଲିବା ଦ୍ୱାରା ଅଞ୍ଚଳବାସୀଙ୍କ ଅର୍ଥନୀତିର ବିକାଶ ହେବ। ଦଶହରା, ଲକ୍ଷ୍ମୀପୂଜା ଭଳି ପ୍ରସିଦ୍ଧ ପର୍ବପର୍ବାଣି ଦେଖିବା ପାଇଁ ବହୁ ଲୋକ ଆସିବେ। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ୨୫୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ତାଳଚେର, ତାଳଚେର ରୋଡ୍‌, ଅନୁଗୋଳ, ଢେଙ୍କାନାଳ ରେଳଷ୍ଟେଶନର ପୁନରୁଦ୍ଧାର କାମ ଚାଲିଛି। ଏଥିସହ ରେଳପଥ ଦୋହରୀକରଣ, ୩ୟ ଓ ୪ର୍ଥ ଲାଇନ କାମ ଜାରି ରହିଛି। ଖୁବଶୀଘ୍ର ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଏବଂ ୨ଟି ମାଲବାହୀ ଟ୍ରେନ୍‌ ଟ୍ରାକ୍‌ କାମ ଶେଷ ହେବ। ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ତାଳଚେରରୁ ଭାୟା ଏଫ୍‌ସିଆଇ ଓ ନାଲ୍‌କୋ ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳଲାଇନ କାମ ଆସନ୍ତା ନଭେମ୍ବର ସୁଦ୍ଧା ସରିବ। ୧୯୩୨ରେ ଢେଙ୍କାନାଳ ଜିଲା ମେରାମଣ୍ଡଳୀ ରେଳ ଷ୍ଟେଶନରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏହି ବାଟ ଦେଇ ଟ୍ରେନ୍‌ରେ ପୁରୀ ଯାଇଥିଲେ। ତେଣୁ ସମ୍ପୃକ୍ତ ଷ୍ଟେଶନଗୁଡ଼ିକର ଗୁରୁତ୍ୱ ରହିଛି। ଅନୁଗୋଳ, ତାଳଚେର ଓ ଢେଙ୍କାନାଳର ଶିଳ୍ପାନୁଷ୍ଠାନ ବୃଦ୍ଧି ଓ କୋଇଲା ଖଣି ଯୋଗୁ ସରକାର ଅଧିକ ରାଜସ୍ବ ପାଉଛନ୍ତି। ତଦନୁଯାୟୀ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଥିବା ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଶତ୍ରୁଘ୍ନ ଜେନା, ପ୍ରେମାନନ୍ଦ ଜେନା, ସୁନୀଲ ଶର୍ମା, ନବକିଶୋର ଗୁରୁ, ରାମଚନ୍ଦ୍ର ପାତ୍ର ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଧର୍ମେନ୍ଦ୍ର ମେରାମଣ୍ଡଳୀ, ହିନ୍ଦୋଳ ରୋଡ୍‌, ସଦାଶିବପୁର, ଶ୍ୟାମାଚରଣପୁର, ଯୋରନ୍ଦା ରୋଡ୍‌ ଷ୍ଟେଶନର ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ପୂର୍ବତଟ ରେଲଓ୍ବେ ଜିଏମ୍‌ ଶରତ କୁମାର ଶ୍ରୀବାସ୍ତବ, ଖୋର୍ଦ୍ଧାରୋଡ୍‌ ଡିଆରଏମ୍‌ ରିଙ୍କେଶ ରାୟ, ଢେଙ୍କାନାଳ ରେଳଷ୍ଟେଶନ ମ୍ୟାନେଜର ମନୋଜ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?