ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ, ବ୍ରାହ୍ମଣୀରୁ ଉଠୁଛି ବାଲି

ପଟ୍ଟାମୁଣ୍ଡାଇ,୨୩ା୧(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳ ବ୍ରାହ୍ମଣୀ ନଦୀପଠା ବାଲି ଖାଦାନରୁ ବେଧଡ଼କ ବେଆଇନ ଭାବେ ହେଉଛି ବାଲି ଚୋରା ଚାଲାଣ। ପ୍ରଶାସନ ଆଖିରେ ଧୂଳି ଦେଇ ବାଲି ବ୍ୟବସାୟୀ ମାଲାମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀ ପଠାରୁ ଅତଡ଼ା ଖାଇ ଗତିପଥ ବଦଳାଇ ଗଁାମୁହଁା ହେଉଥିବା ବେଳେ ନାଇଆଡ଼ିଆ ସେତୁ ପ୍ରତି ବିପଦ ଡାକି ଆଣିଛି। କେଉଁ ମୁହୂର୍ତ୍ତରେ ସେତୁ ଭୁଶୁଡ଼ି ପଡ଼ିବ ସେଭଳି ଆଶଙ୍କା ସୃଷ୍ଟି ହେଉଛି। ବନ୍ୟାପାଣି ଆସିଲେ ନଦୀ ଅବବାହିକାରେ କ୍ଷୟକ୍ଷତି କରୁଥିବାରୁ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ଅଛନ୍ତି। ନଦୀ ପଠା ଓ ନଦୀବ୍ରିଜ ପାଖରୁ ବାଲି ଉତ୍ତୋଳନ ନ କରିବା ଉପରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଜିଲା ଖଣି ବିଭାଗ ଓ ସ୍ଥାନୀୟ ତହସିଲଦାର ଫୁ କରି ଉଡ଼ାଇ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଆଇନଗତ ପଦକ୍ଷେପ ନୈରାଶ୍ୟଜନକ ଓ ଧର୍ମକୁ ଆଖିଠାର ସଦୃଶ ରହିଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନଦୀରେ ସାମାନ୍ୟ ପାଣି ଆସିଲେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହେବା ସହ ଏକର ଏକର ଫସଲ ନଷ୍ଟ ହେଉଛି। ପ୍ରଶାସନ ଠୋସ ପଦକ୍ଷେପ ନେଇ କଠୋର ଆଭିମୁଖ୍ୟ ପୋଷଣ କରିବାକୁ ସାଧାରଣରେ ଦାବି ହୋଇଛି।
ବୁଦ୍ଧିଜୀବୀ, ସାମାଜିକ କର୍ମୀ ନରେନ୍ଦ୍ର ଧଳ, କୈଳାସ ସେଠୀ, ବାବୁଲି ମହାନ୍ତି, ଆର୍ତ୍ତତ୍ରାଣ ପାତ୍ର ପ୍ରମୁଖ କହିଛନ୍ତି ଯେ, ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳ ନୀଳକଣ୍ଠପୁର ବାଲି ଖାଦାନରେ ବେଆଇନ ଉତ୍ତୋଳନ ସୀମା ଲଂଘିଛି। ଏହି ନଦୀପଠାରୁ ଦୈନିକ ପ୍ରାୟ ୫୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ବାଲି ବେଆଇନ ଭାବେ ଉତ୍ତୋଳନ କରି ପରିବହନ ହେଉଥିବା ଅଭିଯୋଗ ପରେ ବି ଖଣି କିମ୍ବା ତହସିଲ ପ୍ରଶାସନ ହାତବାନ୍ଧି ବସିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥାନୀୟ ପ୍ରଶାସନ ମାନୁ ନ ଥିବା ବେଳେ ବାଲି ବ୍ୟବସାୟୀଙ୍କ ସହ ଡିଲ୍‌ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏହାର ସୁଯୋଗରେ ବେଆଇନ ବାଲି ଚୋରା ଚାଲାଣକାରୀମାନେ ବାଲି ଉତ୍ତୋଳନ ପରିମାଣ ବୃଦ୍ଧି କରି ପରିବହନ କରୁଛନ୍ତି। ଫଳରେ ରାଜ୍ୟ ସରକାର ବିପୁଳ ରାଜସ୍ବ ହରାଉଥିବା ବେଳେ ପ୍ରଭାବଶାଳୀ ବାଲି ବ୍ୟବସାୟୀ ମାଲାମାଲ ହେଉଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ସେହିପରି ଚଉଦକୁଲାଟ-ଦାଣ୍ଡିସାହିକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀର ନାଇଆଡ଼ିଆଠାରେ ଥିବା ସେତୁ ନିକଟରୁ ବେଧଡ଼କ ବାଲି ଉଠାଯାଇ ଚୋରା ଚାଲାଣ ହେଉଛି। ଏଥିଯୋଗୁ ସେତୁ ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି। ଫଳରେ ଏହାକୁ ନେଇ ଅଞ୍ଚଳବାସୀ ଚିନ୍ତିତ ହୋଇ ପଡ଼ିଛନ୍ତି। ସେତୁଠାରୁ ମାତ୍ର ୫୦ ମିଟର ଉପରକୁ ବାଲି ବ୍ୟବସାୟୀମାନେ ଜେସିବି ଲଗାଇ ଦୈନିକ ଶତାଧିକ ହାଇୱା ଯୋଗେ ବାଲି ଉଠାଇ ଚୋରାରେ ଜିଲା ବାହାରକୁ ଚାଲାଣ କରୁଛନ୍ତି। ସେତୁର ଅତି ନିକଟରୁ ବାଲି ଖନନ ଫଳରେ ବିପଦ ଦେଖାଦେଇଛି। ଏହି ରାସ୍ତାଦେଇ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଯାଉଥିବା ବେଳେ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଚାଲାଣକାରୀ ଗାଡ଼ି ନମ୍ବର ପ୍ଲେଟ୍‌ ଖୋଲି ନିର୍ଭୟରେ ବାଲି ଚାଲାଣ କରୁଛନ୍ତି। ଏଥିପ୍ରତି ପୋଲିସ, ତହସିଲଦାର, ଖଣି ବିଭାଗ ଓ ପରିବହନ ବିଭାଗ ମଧ୍ୟ ଆଖିବୁଜି ଦେଇଛି। କିଛିଦିନ ପୂର୍ବେ ସାଧାରଣ ଲୋକଙ୍କ ଅଭିଯୋଗକ୍ରମେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ପକ୍ଷରୁ ଚଢ଼ାଉ କରାଯାଇ ୨ବାଲି ବୋଝେଇ ହାଇୱାକୁ ଜବତ କରି ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିଲା। ପରେ ଆଉ ଚଢ଼ାଉ ହେଉନାହିଁ। ଫଳରେ ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜିଲା ପ୍ରଶାସନ ତୁରନ୍ତ ଏସବୁ ବାଲିଘାଟକୁ ବେଆଇନ ଘୋଷଣା କରିବା ସହ ପୋଲକୁ ସୁରକ୍ଷିତ ରଖିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଖଣି ବିଭାଗ ଅଧିକାରୀ ରାଜେନ୍ଦ୍ର ଖୁଣ୍ଟିଆଙ୍କୁ ପଚାରିବାରେ ଟେଣ୍ଡର ପ୍ରକ୍ରିୟା ଚାଲୁଅଛି। ଏ ବାବଦରେ ସ୍ଥାନୀୟ ପ୍ରଶାସନର ମତାମତ ନେଇ ପାରନ୍ତି। ଅତିରିକ୍ତ ତହସିଲଦାର ଦିଲୀପ କୁମାର ନାୟକଙ୍କୁ ପଚାରିବାରେ ନୀଳକଣ୍ଠପୁର ବାଲି ସଇରାତ କାହାକୁ ଦିଆଯାଇନାହିଁ। ବାରମ୍ବାର ଅଭିଯୋଗ ଆସୁଛି ଏହା ଉପରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?