ଶିଶୁଙ୍କ ଶୀତବସ୍ତ୍ର ଯୋଗାଣକୁ ନେଇ ବିବାଦ, ସିଡିପିଓଙ୍କୁ ଦାବିପତ୍ର 

ଦିଗପହଣ୍ଡି,୮। ୧୦(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପରିଚାଳିତ ଉତ୍ପାଦକ ସଂଘ ଏବଂ ଏମ୍ଏସ୍ଏମ୍ଇ ଗୋଷ୍ଠୀ ଦ୍ଵାରା  ଅଙ୍ଗନୱାଡ଼ି କେନ୍ଦ୍ରରେ ପଢୁଥିବା  ଶିଶୁ ଙ୍କୁ ଶୀତବସ୍ତ୍ର ଯୋଗାଣକୁ ନେଇ ବିବାଦ ଦେଖା ଦେଇଥିବା ଜଣାପଡିଛି । ଚଳିତ ବର୍ଷ ଅଙ୍ଗନୱାଡ଼ି ଶିଶୁମାନଙ୍କୁ ଉଲ୍ ଦ୍ଵାରା ପ୍ରସୂତ ଶୀତବସ୍ତ୍ର ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ହୋଇଥିବା ଜଣାପଡିଛି । ସ୍ୱୟଂ ସହାୟିକା ଗୋଷ୍ଠୀ  ଉଲରେ ବୁଣି ଶୀତବସ୍ତ୍ର ପ୍ରଦାନ ନକଲେ ସମ୍ପୃକ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ଉଲ ବସ୍ତ୍ର କ୍ରୟ ପାଇଁ ଆବଶ୍ୟକ ଅର୍ଥରାଶି ପ୍ରଦାନ ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଛି।   ଏନେଇ ସ୍ୱୟଂ ସହାୟିକା ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇ ବୁଧବାର ଦିଗପହଣ୍ଡି ସମନ୍ବିତ ଶିଶୁ ପ୍ରକଳ୍ପ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀଙ୍କ ଜରିଆରେ ଗଞ୍ଜାମ ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।  ଉଲ୍ ଦ୍ଵାରା ବୁଣାଯାଇ ଶୀତବସ୍ତ୍ର ତିଆରି କରିବା ପାଇଁଁ ଆବଶ୍ୟକ ମୂଲ୍ୟଠାରୁ ସରକାରଙ୍କ ମୂଲ୍ୟ ବହୁତ କମ୍ ହୋଇଛି । ଯାହାଫଳରେ ଉଲ୍ ଦ୍ବାରା ଶୀତବସ୍ତ୍ର ବୁଣି ପୋଷାକ ସିଲାଇ କରିବା କଷ୍ଟ ସାଧ୍ୟ ହୋଇପଡିଛି । ଏଣୁ ଚଳିତବର୍ଷ  ପୂର୍ବବର୍ଷ ଭଳି  ଶୀତବସ୍ତ୍ର ସିଲେଇ କରି ଅଙ୍ଗନୱାଡ଼ି ଶିଶୁଙ୍କୁ ଯୋଗାଇବା ପାଇଁ ସଂଘ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର କାର୍ଯ୍ୟକର୍ତ୍ତା କେ . ସନ୍ଧ୍ୟା ରାଣୀ ପାତ୍ର , ନୁନୀ ଗୈାଡ , ସୁଚିତ୍ରା ପ୍ରଧାନ , ନମିତା ରେଡ୍ଡୀ , ଅନୀତା ବେହେରା , ଧନଲକ୍ଷ୍ମୀ ରେଡ୍ଡୀ , ଜ୍ୟୋତ୍ସ୍ନା ପ୍ରଧାନ ଙ୍କ ସମେତ ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ଏନେଇ ସିଡିପିଓଙ୍କୁ ପଚାରିବାରୁ ଦିଗପହଣ୍ଡି ବ୍ଲକରେ କୌଣସି ସ୍ଵୟଂ ସହାୟିକା ଗୋଷ୍ଠୀ ପାଖରେ ଉଲ ତିଆରି ପୋଷାକ ନିମନ୍ତେ ମେସିନ ନାହିଁ।ସେମାନେ ପୂର୍ବରୁ ବଜାର ଦୋକାନ ମାନଙ୍କରୁ ଶୀତବସ୍ତ୍ର କ୍ରୟ କରି ବଣ୍ଟନ କରୁଥିଲେ।ଚଳିତ ବର୍ଷ ରାଜ୍ୟସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏନେଇ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ନିଜସ୍ଵ ମେସିନ ନ ଥିଲେ ଶୀତବସ୍ତ୍ର ଯୋଗାଣ ଦାୟିତ୍ଵ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବାଦ ଦେଇ ଅଙ୍ଗନୱାଡ଼ି କର୍ମୀଙ୍କୁ ଦାୟିତ୍ଵ ଦେବାକୁ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିବା ସେ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?