ଝରଣାପାଣିକୁ ନେଇ ଦୁଇ ପଞ୍ଚାୟତରେ ବିବାଦ: କାର୍ଯ୍ୟ ବନ୍ଦ ରଖିଲେ ତହସିଲଦାର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ରୁ ଆସୁଥିବା ଝରଣାପାଣିକୁ ନେଇ ବି.ତୁରୁବୁଡ଼ି ଓ ବଡଡୁମୁଳା ପଞ୍ଚାୟତ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦୀୟ ଅଭିଯୋଗ ଦିଗପହଣ୍ଡି ତହସିଲ୍‌ରେ ପହଞ୍ଚିବା ପରେ ତହସିଲଦାର ସିପକ୍‌ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଆପୋସ ସମାଧାନ କରିଛନ୍ତି। କେରାଣ୍ଡିମାଳ ପାହାଡ଼ରୁ ଏକ ଚିରସ୍ରୋତା ଝରଣା ପାଣି ମାଗୁରାନାଳରେ ପଡ଼ି ବି.ତୁରୁବୁଡି ପଞ୍ଚାୟତର ୪ ଶହ ହେକ୍ଟର୍‌ ଜମିରେ ଜଳସେଚିତ ହେଉଥିଲା। ଏହାଦ୍ୱାରା ପଞ୍ଚାୟତର ସାନଆମ୍ବପୁର,ବଡ଼ଆମ୍ବପୁର,ପଟିଗୁଡ଼ା ଓ ଝରିପଦର ଗ୍ରାମର ବହୁ ଚାଷୀ ଉପକୃତ ହେଉଥିଲେ। ଏପରିକି ଚିର ମରୁଡ଼ି ସତ୍ତ୍ୱେ ସମ୍ପୃକ୍ତ ଚାଷଜମି ପ୍ରଭାବିତ ହେଉ ନ ଥିଲା। ଏହି ୪ ଗ୍ରାମ ପାଇଁ ଝରଣା ପାଣି ପ୍ରକୃତିର ବରଦାନ ହୋଇଥିଲା। କିନ୍ତୁ ବଡ଼ପୁମୁଳା ପଞ୍ଚାୟତ ବଡ଼ପଲ୍ଲୀ ଗ୍ରାମର ଚାଷୀମାନେ ଏହି ସ୍ରୋତର ଗତିପଥ ବଦଳାଇ ସେମାନଙ୍କ ଜମିକୁ ଜଳସେଚନ କରିବା ପାଇଁ ଏମ୍‌ଜି ନରେଗା ପାଣ୍ଠିରୁ ବିନିଯୋଗ କରି ଘଟଣାସ୍ଥଳରେ ଏକ ଚେକ୍‌ ଡ୍ୟାମ୍‌ ନିର୍ମାଣ ପାଇଁ ଉଦ୍ୟମ କରିବାରୁ ପୂର୍ବରୁ ଉପକୃତ ହେଉଥିବା ବି.ତୁରୁବୁଡି ପଞ୍ଚାୟତର ୪ ଗ୍ରାମର ବହୁ ଚାଷୀ ଏକତ୍ରିତ ହୋଇ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଦିଗପହଣ୍ଡି ତହସି୍‌ଲଦାର କାର୍ଯ୍ୟାଳୟରେ ପହଞ୍ଚି ଆନ୍ଦୋଳନ କରିବା ସହ ତହସି୍‌ଲଦାରଙ୍କ ଅନୁପସ୍ଥିିତିରେ ଏନେଇ ଅତିରିକ୍ତ ତହସି୍‌ଲଦାର ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଅଭିଯୋଗ ପାଇ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସି୍‌ଲଦାର ରମେଶ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ଅବସ୍ଥାକୁ ଅନୁଧ୍ୟାନ କରିବା ସହ ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଥିଲେ। ଫଳରେ ମାଗୁରନାଳରେ ଚେକ୍‌ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ ପାଇଁ ଯେଉଁ ଚାଷୀମାନେ ଦାବି କରିଥିଲେ ସେମାନେ ଅଡୁଆରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri