ପରିବେଶ ପାଇଁ କ୍ଷତିକାରକ ଡିସପୋଜେବଲ ଇ-ସିଗାରେଟ: ଆମେରିକାରେ ପ୍ରତି ମାସରେ ବିକ୍ରି ହେଉଛି ୧.୧୯କୋଟି ଇ-ସିଗାରେଟ

ସାରା ବିଶ୍ୱରେ ଡିସପୋଜେବଲ ଇ-ସିଗାରେଟ ଏବଂ ଇଲେକ୍ଟ୍ରିକ ଭେପ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଇ-ବର୍ଜ୍ୟବସ୍ତୁ ସାରା ଦେଶରେ ଚିନ୍ତା ବଢାଇଛି। ଏହି ଇ-ସିଗାରେଟକୁ କେବଳ ଥରେ ବ୍ୟବହାର କରିହେବ ତେଣୁ ସବୁଆଡେ ଏହାର ବହୁଳ ବ୍ୟବହାର ଦେଖାଯାଉଛି।

ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ଫ୍ରେବେଶନର ସହଯୋଗୀ ସିଡିଏସ ଫାଉଣ୍ଡେସନର ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତି ମାସରେ ପ୍ରାୟ ୧.୧୯ କୋଟି ଡିସପୋଜେବଲ ଇ-ସିଗାରେଟ ବିକ୍ରି ହୋଇଥାଏ। ମାର୍ଚ୍ଚ ୨୦୨୩ରେ ବିକ୍ରି ହୋଇଥିବା ଇ-ସିଗାରେଟର ଅଧାରୁ ଅଧିକ ଅର୍ଥାତ୍‌ ପ୍ରାୟ ୫୩ଶତକଡା ଡିସପୋଜେବଲ ଇ-ସିଗାରେଟ ଥିଲା। ମାତ୍ର ଗ୍ଲୋବାଲୋଜି ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ୨୦୨୨ ମସିହାରେ କେବଳ ୮ଶତକଡା ଇ-ସିଗାରେଟ ରିସାଇକେଲ ହୋଇ ପାରିଥିଲା।

ପରିବେଶ ପ୍ରେମୀମାନେ ଏହା ଉପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଆମେରିକାର ପିଆଇଆରଜି ଶିକ୍ଷା ପାଣ୍ଠିର ରିପୋର୍ଟ ଅନୁଯାୟୀ, ଆମେରିକାରେ ଗୋଟିଏ ବର୍ଷରେ ବିକ୍ରି ହେଉଥିବା ଡିସପୋଜେବଲ ଭାପଗୁଡିକୁ ଗୋଟିଏ ଲମ୍ବା ଧାଡିରେ ରଖିଲେ ଏହାର ଲମ୍ବ ୧୧,୨୬୫ କିଲୋମିଟର ହେବ। ଯାହା ଆମେରିକୀୟ ମାଳଦ୍ୱୀପର ଦୁଇଗୁଣ ହେବ।

ଏପରି ଗଢଣ ଯୋଗୁ ଇ-ସିଗାରେଟକୁ ଡିସପୋଜ କରିବା କଷ୍ଟକର ହୋଇପଡେ। କାରଣ ଏହାର ଗୋଟିଏ ଅଂଶ ପ୍ଲାଷ୍ଟିକ୍‌ରେ ଗଠିତ। ଯେଉଁଥିରେ ପ୍ଲାଷ୍ଟିକ ଇଲେକ୍ଟ୍ରିକ ସର୍କିଟ ଏବଂ ଲିଥିୟମ ବ୍ୟାଟେରୀ ରହିଛି। ଏଥିରେ ଥିବା ନିକୋଟିନ ବିପଜ୍ଜନକ ବର୍ଜ୍ୟବସ୍ତୁର ଶ୍ରେଣୀଭୁକ୍ତ ହୋଇଥାଏ। ତେଣୁ ଏହାନୁ ପୁନଃ ବ୍ୟବହାର କରାଯାଇ ପାରିବ ନାହିଁ।

କାଲିଫର୍ନିଆ ଏବଂ ନ୍ୟୁୟର୍କର ଅନେକ ଆଇନଜୀବୀ ଇ-ସିଗାରେଟ ବିକ୍ରିକୁ ନିୟନ୍ତ୍ରଣ କରିବା ପାଇଁ ବିଲ୍‌ ଆଗତ କରିଛନ୍ତି। ଟ୍ରୁଥ ଇନିସିଏଟିଭ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ୫୧% ଲୋକ ଇ-ସିଗାରେଟ ବ୍ୟବହାର କରିବା ପରେ ସାଧାରଣ ବର୍ଜ୍ୟବସ୍ତୁରେ ଏହାକୁ ଫିଙ୍ଗି ଦିଅନ୍ତିି।

ଇ-ସିଗାରେଟ ବେଆଇନ ଲାଇସେନ୍ସପ୍ରାପ୍ତ ଉତ୍ପାଦ ଅଟେ। ଲୋକଙ୍କୁ ସ୍ମୋକିଂ ଛଡାଇବା ପାଇଁ ଏହାକୁ ବ୍ୟବହାର କରାଯାଏ। ଏହି କାରଣରୁ ଯୁବକମାନଙ୍କ ମଧ୍ୟରେ ଏହାର ବ୍ୟବହାର ବୃଦ୍ଧି ପାଉଛି। ଇ-ସିଗାରେଟ ତମାଖୁକୁଜ ଜଳାଏ ନାହିଁ, କିନ୍ତୁ ତରଳ ନିକୋଟିନ ଦ୍ରବଣରୁ ଧୂଆଁ ବାହାରିବା ପାଇଁ ଏକ ହିଟିଂ ଡିଭାଇସ ବ୍ୟବହାର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ…

ଝରିଗାଁ,୭ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ…

ସାଉଦି-ତୁର୍କି ଓ ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ପଡିପାରେ ବଡ଼ ପ୍ରଭାବ!

ନୂଆଦିଲ୍ଲୀ, ୭।୮: ସାଉଦୀ ସେନା ଏବଂ ସରକାର ସହ ଜଡ଼ିତ ସୂତ୍ରରୁ AFP ସୂଚନା ଦେଇଛି ଯେ ସାଉଦୀ ଆରବ, ତୁର୍କୀ ଏବଂ ପାକିସ୍ତାନ ଶୁକ୍ରବାର ଦିନ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ୟୁସୁଫ ପଠାନ କେଉଁ ପ୍ରମୁଖ ଦାବି କରିଥିଲେ? ଯଦି ଏହା ପୂରଣ ହୁଏ, ତେବେ…

ନୂଆଦିଲ୍ଲୀ,୭।୮: ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନ ତାଙ୍କ ନିର୍ବାଚନମଣ୍ଡଳୀ ସମ୍ପର୍କିତ ସମସ୍ୟାକୁ ନେଇ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri