ସାତକୋଶିଆରୁ ୩ ଗଁ। ବିସ୍ଥାପନ ଯୋଜନା

ଅନୁଗୋଳ ଅଫିସ୍‌, ୨୪ା୭
ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯୋଜନା ପରେ ଯୋଜନା କରୁଛି। ମହାବଳ ବାଘ ‘ମହାବୀର’ର ମୃତ୍ୟୁ ପରେ ବ୍ୟାଘ୍ର ପ୍ରକଳ୍ପ ସ୍ଥଗିତ ରହିଥିଲେ ମଧ୍ୟ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ମଧ୍ୟରେ ଥିବା କେତେକ ଗଁାକୁ ବିସ୍ଥାପନ କରିବାକୁ ବିଭାଗ ଉଦ୍ୟମ ଜାରି ରଖିଛି। ମଧ୍ୟପ୍ରଦେଶରୁ ବାଘ ଆଣିବା ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୨୦୧୭ରେ ରାଇଗୁଡ଼ା ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯାଇସାରିଛି। ଆଗାମୀ ଦିନରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଆଉ ୩ଟି ଗଁାକୁ ହଟାଯିବା ଯୋଜନା ରହିଛି। ଏହା ସଫଳ ହେଲେ ଉକ୍ତ ୩ ଗ୍ରାମବାସୀ ରହୁଥିବା ୫୦ ଏକର ଜାଗା ଖାଲି ହୋଇଯିବ। ଫଳରେ ଜୀବଜନ୍ତୁଙ୍କ ଅବାଧ ବିଚରଣରେ ଏହା ସହାୟକ ହେବ ବୋଲି ବନଖଣ୍ଡ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ସାତକୋଶିଆ ବନଖଣ୍ଡରେ ପୁରୁଣାକୋଟ, ପମ୍ପାସର, ଟିକରପଡ଼ା, ରାଇଗୁଡ଼ା ଓ ଜିଲିଣ୍ଡା ରେଞ୍ଜ ରହିଛି। ତେବେ ପୁରୁଣାକୋଟ, ଜିଲିଣ୍ଡା ଓ ପମ୍ପାସର ରେଞ୍ଜ ଅଧୀନରେ ଥିବା ୩ଟି ଗ୍ରାମକୁ ହଟାଇ ଅନ୍ୟତ୍ର ଥଇଥାନ କରାଯିବାର ଯୋଜନା କରାଯାଇଛି। ଏ ନେଇ ୨୦୧୯ରେ ଉକ୍ତ ୩ ଗ୍ରାମବାସୀଙ୍କ ସହ ବନଖଣ୍ଡର ଅଧିକାରୀମାନେ ଆଲୋଚନା କରିଥିଲେ। ଚଳିତବର୍ଷ ମଧ୍ୟ ଦୁଇ ଥର କଥାବାର୍ତ୍ତା କରିସାରିଛନ୍ତି। କିନ୍ତୁ ଗ୍ରାମବାସୀ ରାଜି ହେଉ ନ ଥିବାରୁ ସମସ୍ୟା ଉପୁଜୁଛି। ଯଦି ଗ୍ରାମବାସୀ ବିସ୍ଥାପିତ ହେବାକୁ ସମ୍ମତି ପ୍ରଦାନ କରିବେ ତା’ହେଲେ ସେମାନଙ୍କୁ ଭଲ ପ୍ୟାକେଜ ପ୍ରଦାନ କରାଯିବ। ରାଇଗୁଡ଼ା ଗ୍ରାମବାସୀଙ୍କୁ ଯେପରି ନୂଆ ରାଇଗୁଡ଼ାରେ ଜମି, ଘର, ଲକ୍ଷ ଲକ୍ଷ ଟଙ୍କା ଦିଆଯାଇ ଥଇଥାନ କରାଯାଇଛି ଠିକ୍‌ ସେହିପରି ପଦକ୍ଷେପ ନିଆଯିବ। ସେମାନଙ୍କ ପାଇଁ ପାନୀୟ ଜଳ, ସ୍ବତନ୍ତ୍ର ବିଦ୍ୟୁତ୍‌ ବ୍ୟବସ୍ଥା କରାଯିବ। ଅନ୍ୟପକ୍ଷରେ ଗ୍ରାମବାସୀ ପୂର୍ବସ୍ଥାନରୁ ହଟିଗଲେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଅଧିକ ୫୦ ଏକର ଜାଗା ମିଳିପାରିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।
ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ
ସାତକୋଶିଆ ଅଭୟାରଣ୍ୟର ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଏପରି ଯୋଜନା ଚାଲିଛି। ବନଖଣ୍ଡରୁ ୩ଟି ଗ୍ରାମବାସୀଙ୍କୁ ବିସ୍ଥାପନ କରାଯିବା ନିମନ୍ତେ ସେମାନଙ୍କ ସହ ଆଲୋଚନା କରାଯାଉଛି। ଉକ୍ତ ଗ୍ରାମବାସୀଙ୍କୁ ନୂଆ ରାଇଗୁଡ଼ାବାସୀଙ୍କ ଭଳି ସୁବିଧା ଦିଆଯିବ। ସରକାରଙ୍କ ପକ୍ଷରୁ ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ସହ ଘର ଯୋଗାଇ ଦିଆଯିବ।
-ରାମାସ୍ବାମୀ.ପି, ଡିଏଫ୍‌ଓ, ସାତକୋଶିଆ ବନଖଣ୍ଡ

ବିଫଳତାରୁ ଶିକ୍ଷା ନେବା ଉଚିତ
ପୂର୍ବରୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଏଯାଏ ଭଲଭାବେ ଥଇଥାନ କରାଯାଇ ନାହିଁ। ଏବେ ପୁଣି ୩ଟି ଗାଁ ଉଚ୍ଛେଦ ପାଇଁ ଯୋଜନା କରାଯାଉଛି। ଜଙ୍ଗଲ ମଧ୍ୟରେ ଗଁ। ରହିଲେ ବନ୍ୟପ୍ରାଣୀ ସୁରକ୍ଷିତ ରହିପାରିବେ। ବିଫଳ ବ୍ୟାଘ୍ର ପ୍ରକଳ୍ପରୁ ବିଭାଗ ଶିକ୍ଷା ନେବା ଉଚିତ।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ

ବିସ୍ଥାପିତ ହେବାକୁ ଚାହୁଁ ନାହୁଁ
ବିସ୍ଥାପିତ ହେବାକୁ ଗ୍ରାମବାସୀ ଚାହୁଁ ନାହାନ୍ତି। ସରକାର ତାଙ୍କ ଯୋଜନା ବନ୍ଦ କରନ୍ତୁ। ଖଣି ଖାଦାନ ପାଇଁ ବିସ୍ଥାପନ ନୀତି ଅଲଗା ଥିବାବେଳେ ଜଙ୍ଗଲ ବିଭାଗ ଏହି ଜଙ୍ଗଲୀ ଲୋକଙ୍କୁ ଭୁଅଁ। ବୁଲାଉଛି। ପୁରୁଣା ଗଁ। ବଦଳରେ କିଛି ଟଙ୍କା ମିଳିବ ସତ ହେଲେ ତାହା ସରିଗଲେ ଭିକାରୀ ହୋଇ ସେମାନେ ଦାଣ୍ଡରେ ବୁଲିବେ।
-ଜନାର୍ଦ୍ଦନ ସାହୁ, ସଭାପତି, ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri