ଆହାର କେନ୍ଦ୍ରଗୁଡିକରେ ଅବ୍ୟବସ୍ଥା

ଛତ୍ରପୁର,୨୮।୮(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ସହରାଞ୍ଚଳରେ ଆହାର କେନ୍ଦ୍ର ନିର୍ମାଣ ହୋଇଛି ା ଏଠାରେ ୫ ଟଙ୍କାରେ ଭାତ, ଡାଲମା ଦିଆଯାଉଛି ା ମାତ୍ର ଏଠାରେ ଖାଦ୍ୟ ମାନଠାରୁ ଆରମ୍ଭ କରି ପାନୀୟଜଳ, ସଫେଇ ଅବ୍ୟବସ୍ଥା ମଧ୍ୟରେ ରହିଛିା ଏପରିକି ସମସ୍ତ ଆହାର କେନ୍ଦ୍ରରେ ପାଇଖାନା ନିର୍ମାଣ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶନାମା ଆସୁଥିଲେହେଁ ତାହା କାର୍ଯ୍ୟକାରୀ ହେଉନି ା ଖାଦ୍ୟ ପରଶୁ ଥିବା ବେଳେ ସମ୍ପୃକ୍ତ କର୍ମଚାରୀ ଆପ୍ରୋନ୍‌ ଓ ମୁଣ୍ଡ ମଧ୍ୟ ଘୋଡାଉନାହାନ୍ତି ା ଗତ କିଛି ଦିନ ପୂର୍ବେ ଛତ୍ରପୁରଠାରେ ଅନୁଷ୍ଠିତ ସହରାଞ୍ଚଳ ସମୀକ୍ଷା ବୈଠକରେ ଏନେଇ ବିଭାଗର କମିଶନର ତଥା ଅତିରିକ୍ତ ପ୍ରମୁଖ ଶାସନ ସଚିବ ଓ ମ୍ୟୁନିସିପାଲ ପ୍ରଶାସନର ନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିଥିଲେ ା ବିଭିନ୍ନ ସହରାଞ୍ଚଳ ପରିଦର୍ଶନ ବେଳେ ଜିଲାପାଳ ଓ ଡୁଡା ପିଡି ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ଖାଦ୍ୟ ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା
ବ୍ରହ୍ମପୁର ମହାନଗର ନିଗମ କମିଶନର ଏବଂ ହିଞ୍ଜିିଳି ଓ ଅନ୍ୟ ଏନ୍‌ଏସି ନିର୍ବାହୀ ଅଧିକାରୀମାନେ ନିୟମିତ ଆହାର କେନ୍ଦ୍ର ପରିଦର୍ଶନ କରି ମନିଟରିଂ କରିବାକୁ କୁହାଯାଇଛି ା ବ୍ରହ୍ମପୁର ମହାନଗର ନିଗମ ରେ ଥିବା ଆହାର କେନ୍ଦ୍ର ମାନଙ୍କ ମଧ୍ୟରୁ ବ୍ରହ୍ମପୁର ଏମ୍‌କେସିଜି ଓ ସିଟି ହସ୍ପିଟାଲ ଆହାର କେନ୍ଦ୍ର ପ୍ରମୁଖ ରହିଛି। ଏଠାରେ ପାଇଖାନା ଏଯାବତ ନିର୍ମାଣ ହୋଇନି ା ଉକ୍ତ ୨ କେନ୍ଦ୍ର ଉପରେ ବିଶେଷକରି ରୋଗୀଙ୍କ ସମ୍ପର୍କୀୟମାନେ ନିର୍ଭର କରିଥାନ୍ତି ା ଏଣୁ ଏଠାରେ ପାଇଖାନା ନିର୍ମାଣ କରିବାର ଜରୁରୀ ଆବଶ୍ୟକତା ରହିଛି ା ସହରାଞ୍ଚଳରେ ଥିବା ଆହାର କେନ୍ଦ୍ରଗୁଡିକରେ କିଭଳି ଖାଦ୍ୟ ମାନ ଠିକ୍‌ ରହିବ ଏବଂ ସଫା ଓ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହେବ ସେଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଏଥିରେ ସ୍ଥାନୀୟ ମେୟର, ଅଧ୍ୟକ୍ଷ ଏବଂ କର୍ପୋରେଟର ଓ କାଉନସିଲରଙ୍କୁ ସାମିଲ କରିବାକୁ କୁହାଯାଇଛି ା ବ୍ରହ୍ମପୁର ମହାନଗର ନିଗମରେ ଥିବା ଆସ୍କା ଗେଟ୍‌, ପୁରୁଣା ଓ ନୂଆ ବସ୍‌ଷ୍ଟାଣ୍ଡ ସମେତ ୫ ଟି ଆହାର କେନ୍ଦ୍ରରେ ଅଟୋ ଡିସ୍‌ ୱାସର କାମ କରୁନି ା ଫଳରେ ଡିସ୍‌ଗୁଡିକୁ ହାତରେ ଧୁଆଯାଉଛି ା ଯାହାକି ଅସ୍ବାସ୍ଥ୍ୟକର ବୋଲି କୁହାଯାଇଛି ା ସେହିପରି ଛତ୍ରପୁର, ଗୋପାଳପୁର, ରମ୍ଭା, ସୋରଡା ଓ କୋଦଳା ଆହାର କେନ୍ଦ୍ରରେ ମଧ୍ୟ ଅଟୋ ଡିସ୍‌ ୱାସର କାମ କରୁନଥିବା ଜଣାପଡିଛି ା
କବିସୂର୍ଯ୍ୟନଗର ଆହାର କେନ୍ଦ୍ରରେ ୱାଟର ପ୍ୟୁରିଫାଏର କାମ କରୁନଥିବା ଉକ୍ତ ସମୀକ୍ଷା ବୈଠକରୁ ଜଣାପଡିଥିଲା ା ସେହିପରି ସହରାଞ୍ଚଳ ଗୁଡିକରେ ଆହାର କିଚେନ୍‌ ପାଇଁ କୋଠା ନିର୍ମାଣ ନିର୍ଦ୍ଦେଶ ଦିଆଯାଇଥିଲା ା ବର୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମରେ ଆହାର କିଚେନ୍‌ ନିର୍ମାଣ ଆରମ୍ଭ ହୋଇନି ା କୋଦଳା, ପୁରୁଷୋତ୍ତମପୁର ଓ ବୁଗୁଡାରେ ଆହାର କିଚେନ୍‌ ନିର୍ମାଣ କାର୍ଯ୍ୟ ପାଣି ଜମିବା କାରଣରୁ ବନ୍ଦ ରହିଛି ା ପାଣି ଜମୁଥିବା ସ୍ଥାନରେ କିଭଳି ଆହାର କିଚେନ୍‌ ନିର୍ମାଣ ପାଇଁ ଜମି ଚିହ୍ନଟ ହେଲା ସେନେଇ ମଧ୍ୟ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ପ୍ରଶ୍ନ ଉଠାଇଛନ୍ତି ା ରମ୍ଭା ଆହାର କିଚେନ୍‌ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ା ଗଞ୍ଜାମ ଓ ସୋରଡାରେ କାମ ଆରମ୍ଭ ହୋଇନଥିବା ବେଳେ ଦିଗପହଣ୍ଡିରେ ଜମି ବିବାଦ ରହିଛି ା ଆହାର କେନ୍ଦ୍ର ଗୁଡିକରେ ଏଲଇଡି ଟିଭି ଲାଗିଛି ା ତେବେ ଅଧିକାଂଶ ଖରାପ ହୋଇ ବନ୍ଦ ପଡିଛି। ଉକ୍ତ ଏଲଇଡି ଟିଭିରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଡିସପ୍ଲେ ହେବା ପାଇଁ ଏହି ବ୍ୟବସ୍ଥା ହୋଇଥିଲାା ମାତ୍ର ତାହା ହୋଇପାରୁନଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?