ଆହାର କେନ୍ଦ୍ରଗୁଡିକରେ ଅବ୍ୟବସ୍ଥା

ଛତ୍ରପୁର,୨୮।୮(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ସହରାଞ୍ଚଳରେ ଆହାର କେନ୍ଦ୍ର ନିର୍ମାଣ ହୋଇଛି ା ଏଠାରେ ୫ ଟଙ୍କାରେ ଭାତ, ଡାଲମା ଦିଆଯାଉଛି ା ମାତ୍ର ଏଠାରେ ଖାଦ୍ୟ ମାନଠାରୁ ଆରମ୍ଭ କରି ପାନୀୟଜଳ, ସଫେଇ ଅବ୍ୟବସ୍ଥା ମଧ୍ୟରେ ରହିଛିା ଏପରିକି ସମସ୍ତ ଆହାର କେନ୍ଦ୍ରରେ ପାଇଖାନା ନିର୍ମାଣ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶନାମା ଆସୁଥିଲେହେଁ ତାହା କାର୍ଯ୍ୟକାରୀ ହେଉନି ା ଖାଦ୍ୟ ପରଶୁ ଥିବା ବେଳେ ସମ୍ପୃକ୍ତ କର୍ମଚାରୀ ଆପ୍ରୋନ୍‌ ଓ ମୁଣ୍ଡ ମଧ୍ୟ ଘୋଡାଉନାହାନ୍ତି ା ଗତ କିଛି ଦିନ ପୂର୍ବେ ଛତ୍ରପୁରଠାରେ ଅନୁଷ୍ଠିତ ସହରାଞ୍ଚଳ ସମୀକ୍ଷା ବୈଠକରେ ଏନେଇ ବିଭାଗର କମିଶନର ତଥା ଅତିରିକ୍ତ ପ୍ରମୁଖ ଶାସନ ସଚିବ ଓ ମ୍ୟୁନିସିପାଲ ପ୍ରଶାସନର ନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିଥିଲେ ା ବିଭିନ୍ନ ସହରାଞ୍ଚଳ ପରିଦର୍ଶନ ବେଳେ ଜିଲାପାଳ ଓ ଡୁଡା ପିଡି ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ଖାଦ୍ୟ ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ା
ବ୍ରହ୍ମପୁର ମହାନଗର ନିଗମ କମିଶନର ଏବଂ ହିଞ୍ଜିିଳି ଓ ଅନ୍ୟ ଏନ୍‌ଏସି ନିର୍ବାହୀ ଅଧିକାରୀମାନେ ନିୟମିତ ଆହାର କେନ୍ଦ୍ର ପରିଦର୍ଶନ କରି ମନିଟରିଂ କରିବାକୁ କୁହାଯାଇଛି ା ବ୍ରହ୍ମପୁର ମହାନଗର ନିଗମ ରେ ଥିବା ଆହାର କେନ୍ଦ୍ର ମାନଙ୍କ ମଧ୍ୟରୁ ବ୍ରହ୍ମପୁର ଏମ୍‌କେସିଜି ଓ ସିଟି ହସ୍ପିଟାଲ ଆହାର କେନ୍ଦ୍ର ପ୍ରମୁଖ ରହିଛି। ଏଠାରେ ପାଇଖାନା ଏଯାବତ ନିର୍ମାଣ ହୋଇନି ା ଉକ୍ତ ୨ କେନ୍ଦ୍ର ଉପରେ ବିଶେଷକରି ରୋଗୀଙ୍କ ସମ୍ପର୍କୀୟମାନେ ନିର୍ଭର କରିଥାନ୍ତି ା ଏଣୁ ଏଠାରେ ପାଇଖାନା ନିର୍ମାଣ କରିବାର ଜରୁରୀ ଆବଶ୍ୟକତା ରହିଛି ା ସହରାଞ୍ଚଳରେ ଥିବା ଆହାର କେନ୍ଦ୍ରଗୁଡିକରେ କିଭଳି ଖାଦ୍ୟ ମାନ ଠିକ୍‌ ରହିବ ଏବଂ ସଫା ଓ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହେବ ସେଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଏଥିରେ ସ୍ଥାନୀୟ ମେୟର, ଅଧ୍ୟକ୍ଷ ଏବଂ କର୍ପୋରେଟର ଓ କାଉନସିଲରଙ୍କୁ ସାମିଲ କରିବାକୁ କୁହାଯାଇଛି ା ବ୍ରହ୍ମପୁର ମହାନଗର ନିଗମରେ ଥିବା ଆସ୍କା ଗେଟ୍‌, ପୁରୁଣା ଓ ନୂଆ ବସ୍‌ଷ୍ଟାଣ୍ଡ ସମେତ ୫ ଟି ଆହାର କେନ୍ଦ୍ରରେ ଅଟୋ ଡିସ୍‌ ୱାସର କାମ କରୁନି ା ଫଳରେ ଡିସ୍‌ଗୁଡିକୁ ହାତରେ ଧୁଆଯାଉଛି ା ଯାହାକି ଅସ୍ବାସ୍ଥ୍ୟକର ବୋଲି କୁହାଯାଇଛି ା ସେହିପରି ଛତ୍ରପୁର, ଗୋପାଳପୁର, ରମ୍ଭା, ସୋରଡା ଓ କୋଦଳା ଆହାର କେନ୍ଦ୍ରରେ ମଧ୍ୟ ଅଟୋ ଡିସ୍‌ ୱାସର କାମ କରୁନଥିବା ଜଣାପଡିଛି ା
କବିସୂର୍ଯ୍ୟନଗର ଆହାର କେନ୍ଦ୍ରରେ ୱାଟର ପ୍ୟୁରିଫାଏର କାମ କରୁନଥିବା ଉକ୍ତ ସମୀକ୍ଷା ବୈଠକରୁ ଜଣାପଡିଥିଲା ା ସେହିପରି ସହରାଞ୍ଚଳ ଗୁଡିକରେ ଆହାର କିଚେନ୍‌ ପାଇଁ କୋଠା ନିର୍ମାଣ ନିର୍ଦ୍ଦେଶ ଦିଆଯାଇଥିଲା ା ବର୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମରେ ଆହାର କିଚେନ୍‌ ନିର୍ମାଣ ଆରମ୍ଭ ହୋଇନି ା କୋଦଳା, ପୁରୁଷୋତ୍ତମପୁର ଓ ବୁଗୁଡାରେ ଆହାର କିଚେନ୍‌ ନିର୍ମାଣ କାର୍ଯ୍ୟ ପାଣି ଜମିବା କାରଣରୁ ବନ୍ଦ ରହିଛି ା ପାଣି ଜମୁଥିବା ସ୍ଥାନରେ କିଭଳି ଆହାର କିଚେନ୍‌ ନିର୍ମାଣ ପାଇଁ ଜମି ଚିହ୍ନଟ ହେଲା ସେନେଇ ମଧ୍ୟ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ପ୍ରଶ୍ନ ଉଠାଇଛନ୍ତି ା ରମ୍ଭା ଆହାର କିଚେନ୍‌ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ା ଗଞ୍ଜାମ ଓ ସୋରଡାରେ କାମ ଆରମ୍ଭ ହୋଇନଥିବା ବେଳେ ଦିଗପହଣ୍ଡିରେ ଜମି ବିବାଦ ରହିଛି ା ଆହାର କେନ୍ଦ୍ର ଗୁଡିକରେ ଏଲଇଡି ଟିଭି ଲାଗିଛି ା ତେବେ ଅଧିକାଂଶ ଖରାପ ହୋଇ ବନ୍ଦ ପଡିଛି। ଉକ୍ତ ଏଲଇଡି ଟିଭିରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଡିସପ୍ଲେ ହେବା ପାଇଁ ଏହି ବ୍ୟବସ୍ଥା ହୋଇଥିଲାା ମାତ୍ର ତାହା ହୋଇପାରୁନଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri