ଜିଲାପାଳଙ୍କ ଆଦେଶ ସତ୍ତ୍ବେ ନିର୍ବିକାର

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକିୟା ବର୍ତ୍ତମାନ ସହରରେ ପ୍ରମୁଖ ଚର୍ଚ୍ଚା ପାଲଟିଛି। ସହରର ଚା’ ଖଟିଠାରୁ ଆରମ୍ଭ କରି ବସଷ୍ଟାଣ୍ଡ, ଗଳିକନ୍ଦି ସବୁଠି ଏହାକୁ ନେଇ ଆଲୋଚନା ଜୋର୍‌ ଧରିଛି। ପ୍ରଶାସନ ସୀମା ଚିହ୍ନଟ ଜାରି ରଖିଥିବାବେଳେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପଟେ ଜିଲାପାଳ ମୋନିଷା ବାନାର୍ଜୀଙ୍କ ଆଦେଶକ୍ରମେ ୪୮ଘଣ୍ଟା ମଧ୍ୟରେ ଜବରଦଖଲ ସ୍ଥାନ ଖାଲି କରିବାକୁ ପୌର ପ୍ରଶାସନ ପକ୍ଷରୁ ଶୁକ୍ରବାର ଡାକବାଜି ଯନ୍ତ୍ରରେ ତୁହାକୁ ତୁହାସୂଚନା ଦିଆଯାଇଥିଲେ ମଧ୍ୟ ଜବରଦଖଲକାରୀ ମାନେ ନିର୍ବିକାର ରହିଛନ୍ତି।
ଇତିମଧ୍ୟରେ ୨୪ଘଣ୍ଟା ବିତିଯାଇଛି। ହେଲେ କୌଣସି ଜବରଦଖଲକାରୀ ଜାଗା ଖାଲି କରିଥିବା ପରିଲକ୍ଷିତ ହୋଇନାହିଁ। ଜାଗା ଖାଲି କରିବାକୁ ସେମାନଙ୍କୁ ଲିଖିତ ନୋଟିସ୍‌ ମିଳି ନ ଥିବା କେତେକ ଯୁକ୍ତି ବାଢ଼ିଛନ୍ତି। ଜବରଦଖଲ ଜାଗା ଖାଲି କରିବାକୁ ଆଉ ମାତ୍ର ୨୪ ଘଣ୍ଟା ଅବଧି ବାକି ରହିଛି। କିନ୍ତୁ ସେମାନଙ୍କ ଗତିବିଧିରୁ ସେହି ଅବଧି ମଧ୍ୟରେ ଜବରଦଖଲ ଖାଲି ହେବା ଆଶା କ୍ଷୀଣ ରହିଛି। ଅପରପକ୍ଷେ ନିର୍ଦ୍ଧାରିତ ଅବଧି ମଧ୍ୟରେ ଜାଗା ଖାଲି କରା ନ ଗଲେ ପୌର ପ୍ରଶାସନର ଆଇନ ଅନୁଯାୟୀ ଜବରଦଖଲ ସ୍ଥାନରେ ଗଢ଼ି ଉଠିଥିବା କୋଠାବାଡ଼ି, ଦୋକାନ ଗୃହ ଆଦିକୁ ଭାଙ୍ଗିବା ସହିତ ଜବରଦଖଲକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଇଛି। ତେବେ ସୋମବାର ପୂର୍ବାହ୍ନ ୯ଟାରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା କହିଥିବାବେଳେ ଆଗକୁ ଉଚ୍ଛେଦ ହେବ ନା ଅଧାବାଟରେ ଅଟକିଯିବ, ତାହା ସେତେବେଳେ ସ୍ପଷ୍ଟ ହୋଇଯିବ।
ସୂଚନାଯୋଗ୍ୟ, ଲେଙ୍ଗୁ ମିଶ୍ର ଛକରୁ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ଜବରଦଖଲ ନୂଆ ନୁହେଁ। ସହରବାସୀଙ୍କ ଏହା ଦୀର୍ଘବର୍ଷର ପ୍ରମୁଖ ଦାବି ହୋଇ ରହିଛି । କିନ୍ତୁ ଏପର୍ଯ୍ୟନ୍ତ ତାହା ଦାବିରେ ହିଁ ସୀମିତ ରହିଯାଇଛି। ନୂଆ ଜିରା ବ୍ରିଜ ନିର୍ମାଣ କାର୍ଯ୍ୟ ସରିବା ତଥା ବ୍ରିଜର ଅପରପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ପରେ ଏହି ଦାବିର ତାତି ଆହୁରି ବଢ଼ି ଯାଇଛି। ବିଭିନ୍ନ ସଙ୍ଗଠନର ଦାବି ଜୋର୍‌ ଧରିବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି । କମିଟି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବାରମ୍ବାର ବୈଠକ ପରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛି। ସେହି ରିପୋର୍ଟ ପାଇବା ପରେ ଜିଲାପାଳଙ୍କ ଆଦେଶକ୍ରମେ ୪୮ଘଣ୍ଟା ପରେ ଜାଗା ଖାଲି କରିବାକୁ ସୂଚନା ଦିଆଯାଇ ସୀମା ଚିହ୍ନଟ ଚାଲିଛି ତେବେ ରାସ୍ତା ପ୍ରଶସ୍ତୀକରଣ ପାଇଁ କମିଟିର ନିଷ୍ପତ୍ତିକ୍ରମେ ପ୍ରଥମେ ପୌର, ପୂର୍ତ୍ତ ଏବଂ ରାଜସ୍ବ ବିଭାଗ ନାମରେ ରହିଥିବା ୫୩ ପ୍ଲଟକୁ ଚିହ୍ନଟ କରାଯାଇଛି ଏବଂ ସମ୍ପୃକ୍ତ ପ୍ଲଟ ଗୁଡ଼ିକର ସୀମା ଚିହ୍ନଟ କରି ୪୮ଘଣ୍ଟା ମଧ୍ୟରେ ସେହି ଜାଗା ଛାଡ଼ିବାକୁ ସମ୍ପୃକ୍ତ ଦୋକାନୀ, ଘର ମାଲିକଙ୍କୁ ପରାମର୍ଶ ଦିଆଯାଇଛି। ତାହା ଉଚ୍ଛେଦ ହେବା ପରେ ଅସାଧୁ ଉପାୟରେ ସରକାରୀ ଜାଗାକୁ ନିଜ ନାମରେ ରେକର୍ଡ କରି ସେଠାରେ ଗଢ଼ି ଉଠିଥିବା କୋଠାବାଡ଼ି, ଦୋକାନ, ଘର ଉଚ୍ଛେଦ ହେବ। ଏଭଳି ଭାବେ ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ଜବରଦଖଲକୁ ସମ୍ପୂର୍ଣ୍ଣ ହଟାଇ ଦିଆଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଦଣ୍ଡସେନା କହିଛନ୍ତି। ଅନ୍ୟପଟେ ସୀମା ଚିହ୍ନଟ ପ୍ରକ୍ରିୟା ଚାଲିଥିବାବେଳେ ଶନିବାର ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା। ଲିଖିତ ଆଦେଶ ପାଇ ନ ଥିବାରୁ ସୀମା ଚିହ୍ନଟ ବନ୍ଦ ରଖିବାକୁ କିଛି ଲୋକ ଯୁକ୍ତି ବାଢ଼ିଥିଲେ। ଖବର ପାଇ ତହସିଲଦାର ପ୍ରଶାନ୍ତ ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଦଣ୍ଡସେନା, ଟାଉନ ଥାନା ଆଇଆଇସି ସତ୍ୟଜିତ କଣ୍ଡାନକେଲ ସେଠାକୁ ପହଞ୍ଚତ୍ ସେମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଉପସ୍ଥିତିରେ ପୁଣି ସୀମା ଚିହ୍ନଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?