ଜିଲାପାଳଙ୍କ ଆଦେଶ ସତ୍ତ୍ବେ ନିର୍ବିକାର

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)ବରଗଡ଼ ପୌର ପରିଷଦ ଅନ୍ତର୍ଗତ ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକିୟା ବର୍ତ୍ତମାନ ସହରରେ ପ୍ରମୁଖ ଚର୍ଚ୍ଚା ପାଲଟିଛି। ସହରର ଚା’ ଖଟିଠାରୁ ଆରମ୍ଭ କରି ବସଷ୍ଟାଣ୍ଡ, ଗଳିକନ୍ଦି ସବୁଠି ଏହାକୁ ନେଇ ଆଲୋଚନା ଜୋର୍‌ ଧରିଛି। ପ୍ରଶାସନ ସୀମା ଚିହ୍ନଟ ଜାରି ରଖିଥିବାବେଳେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପଟେ ଜିଲାପାଳ ମୋନିଷା ବାନାର୍ଜୀଙ୍କ ଆଦେଶକ୍ରମେ ୪୮ଘଣ୍ଟା ମଧ୍ୟରେ ଜବରଦଖଲ ସ୍ଥାନ ଖାଲି କରିବାକୁ ପୌର ପ୍ରଶାସନ ପକ୍ଷରୁ ଶୁକ୍ରବାର ଡାକବାଜି ଯନ୍ତ୍ରରେ ତୁହାକୁ ତୁହାସୂଚନା ଦିଆଯାଇଥିଲେ ମଧ୍ୟ ଜବରଦଖଲକାରୀ ମାନେ ନିର୍ବିକାର ରହିଛନ୍ତି।
ଇତିମଧ୍ୟରେ ୨୪ଘଣ୍ଟା ବିତିଯାଇଛି। ହେଲେ କୌଣସି ଜବରଦଖଲକାରୀ ଜାଗା ଖାଲି କରିଥିବା ପରିଲକ୍ଷିତ ହୋଇନାହିଁ। ଜାଗା ଖାଲି କରିବାକୁ ସେମାନଙ୍କୁ ଲିଖିତ ନୋଟିସ୍‌ ମିଳି ନ ଥିବା କେତେକ ଯୁକ୍ତି ବାଢ଼ିଛନ୍ତି। ଜବରଦଖଲ ଜାଗା ଖାଲି କରିବାକୁ ଆଉ ମାତ୍ର ୨୪ ଘଣ୍ଟା ଅବଧି ବାକି ରହିଛି। କିନ୍ତୁ ସେମାନଙ୍କ ଗତିବିଧିରୁ ସେହି ଅବଧି ମଧ୍ୟରେ ଜବରଦଖଲ ଖାଲି ହେବା ଆଶା କ୍ଷୀଣ ରହିଛି। ଅପରପକ୍ଷେ ନିର୍ଦ୍ଧାରିତ ଅବଧି ମଧ୍ୟରେ ଜାଗା ଖାଲି କରା ନ ଗଲେ ପୌର ପ୍ରଶାସନର ଆଇନ ଅନୁଯାୟୀ ଜବରଦଖଲ ସ୍ଥାନରେ ଗଢ଼ି ଉଠିଥିବା କୋଠାବାଡ଼ି, ଦୋକାନ ଗୃହ ଆଦିକୁ ଭାଙ୍ଗିବା ସହିତ ଜବରଦଖଲକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡାକବାଜି ଯନ୍ତ୍ରରେ ସୂଚନା ଦିଆଯାଇଛି। ତେବେ ସୋମବାର ପୂର୍ବାହ୍ନ ୯ଟାରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା କହିଥିବାବେଳେ ଆଗକୁ ଉଚ୍ଛେଦ ହେବ ନା ଅଧାବାଟରେ ଅଟକିଯିବ, ତାହା ସେତେବେଳେ ସ୍ପଷ୍ଟ ହୋଇଯିବ।
ସୂଚନାଯୋଗ୍ୟ, ଲେଙ୍ଗୁ ମିଶ୍ର ଛକରୁ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ଜବରଦଖଲ ନୂଆ ନୁହେଁ। ସହରବାସୀଙ୍କ ଏହା ଦୀର୍ଘବର୍ଷର ପ୍ରମୁଖ ଦାବି ହୋଇ ରହିଛି । କିନ୍ତୁ ଏପର୍ଯ୍ୟନ୍ତ ତାହା ଦାବିରେ ହିଁ ସୀମିତ ରହିଯାଇଛି। ନୂଆ ଜିରା ବ୍ରିଜ ନିର୍ମାଣ କାର୍ଯ୍ୟ ସରିବା ତଥା ବ୍ରିଜର ଅପରପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ପରେ ଏହି ଦାବିର ତାତି ଆହୁରି ବଢ଼ି ଯାଇଛି। ବିଭିନ୍ନ ସଙ୍ଗଠନର ଦାବି ଜୋର୍‌ ଧରିବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି । କମିଟି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବାରମ୍ବାର ବୈଠକ ପରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛି। ସେହି ରିପୋର୍ଟ ପାଇବା ପରେ ଜିଲାପାଳଙ୍କ ଆଦେଶକ୍ରମେ ୪୮ଘଣ୍ଟା ପରେ ଜାଗା ଖାଲି କରିବାକୁ ସୂଚନା ଦିଆଯାଇ ସୀମା ଚିହ୍ନଟ ଚାଲିଛି ତେବେ ରାସ୍ତା ପ୍ରଶସ୍ତୀକରଣ ପାଇଁ କମିଟିର ନିଷ୍ପତ୍ତିକ୍ରମେ ପ୍ରଥମେ ପୌର, ପୂର୍ତ୍ତ ଏବଂ ରାଜସ୍ବ ବିଭାଗ ନାମରେ ରହିଥିବା ୫୩ ପ୍ଲଟକୁ ଚିହ୍ନଟ କରାଯାଇଛି ଏବଂ ସମ୍ପୃକ୍ତ ପ୍ଲଟ ଗୁଡ଼ିକର ସୀମା ଚିହ୍ନଟ କରି ୪୮ଘଣ୍ଟା ମଧ୍ୟରେ ସେହି ଜାଗା ଛାଡ଼ିବାକୁ ସମ୍ପୃକ୍ତ ଦୋକାନୀ, ଘର ମାଲିକଙ୍କୁ ପରାମର୍ଶ ଦିଆଯାଇଛି। ତାହା ଉଚ୍ଛେଦ ହେବା ପରେ ଅସାଧୁ ଉପାୟରେ ସରକାରୀ ଜାଗାକୁ ନିଜ ନାମରେ ରେକର୍ଡ କରି ସେଠାରେ ଗଢ଼ି ଉଠିଥିବା କୋଠାବାଡ଼ି, ଦୋକାନ, ଘର ଉଚ୍ଛେଦ ହେବ। ଏଭଳି ଭାବେ ଲେଙ୍ଗୁ ମିଶ୍ର ଛକଠାରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ଜବରଦଖଲକୁ ସମ୍ପୂର୍ଣ୍ଣ ହଟାଇ ଦିଆଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଦଣ୍ଡସେନା କହିଛନ୍ତି। ଅନ୍ୟପଟେ ସୀମା ଚିହ୍ନଟ ପ୍ରକ୍ରିୟା ଚାଲିଥିବାବେଳେ ଶନିବାର ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା। ଲିଖିତ ଆଦେଶ ପାଇ ନ ଥିବାରୁ ସୀମା ଚିହ୍ନଟ ବନ୍ଦ ରଖିବାକୁ କିଛି ଲୋକ ଯୁକ୍ତି ବାଢ଼ିଥିଲେ। ଖବର ପାଇ ତହସିଲଦାର ପ୍ରଶାନ୍ତ ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଦଣ୍ଡସେନା, ଟାଉନ ଥାନା ଆଇଆଇସି ସତ୍ୟଜିତ କଣ୍ଡାନକେଲ ସେଠାକୁ ପହଞ୍ଚତ୍ ସେମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଉପସ୍ଥିତିରେ ପୁଣି ସୀମା ଚିହ୍ନଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri