ହ୍ୟାଣ୍ଡ ବ୍ୟାଗକୁ ନେଇ ଟ୍ରୋଲ ହେଲେ ଦିଶା

ମୁମ୍ବାଇ: ଟାଇଗର ର୍ଶଫଙ୍କ ଫିଲ୍ମ ‘ହିରୋପନ୍ତି ୨’ ଶୁକ୍ରବାର ଫାଇଡେ ରିଲିଜରେ ସାମିଲ ହେବାକୁ ଯାଉଛି । ଏହା ଟାଇଗରଙ୍କ ପାଇଁ ଖୁବ୍ ଗୁରୁତ୍ୱ ରଖେ । କାରଣ ଏହାର ପ୍ରଥମଭାଗରୁ ହିଁ ସେ ବଲିଉଡରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ ବି କରିଥିଲେ । ଏସବୁ ଭିତରେ ‘ହିରୋପନ୍ତି ୨’ ରେ ତାରା ସୁତାରିଆ ଓ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଦେଖିବାକୁ ଦର୍ଶକେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ଗୁରୁବାର ରାତିରେ ମୁମ୍ବାଇରେ ହିରୋପନ୍ତି ୨ ର ସ୍ପେଶାଲ ସ୍କ୍ରିନିଂ ଆୟୋଜନ କରାଯାଇଥିଲା । ବଲିଉଡର ବଡ ବଡ କଳାକାରମାନେ ଟାଇଗରଙ୍କ ଫିଲ୍ମ ଦେଖିବାକୁ ପହଞ୍ଚିଥିଲେ ।
ଏଥିରେ ଟାଇଗରଙ୍କ ବାନ୍ଧବୀ ତଥା ର‌୍ୟୁମର୍ଡ ଗର୍ଲଫ୍ରେଣ୍ଡ ଦିଶା ପାଟନି ବି ପହଞ୍ଚିଥିଲେ । ଲାଇଟ ପରପଲ କଲର ଡ୍ରେସରେ ଖୁବ୍ ସୁନ୍ଦର ଲାଗୁଥିଲେ ଦିଶା । ହେଲେ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଧରିଥିବା ହ୍ୟାଣ୍ଡବ୍ୟାଗକୁ ନେଇ ସେ ଟ୍ରୋଲ ହୋଇଛନ୍ତି । କାରଣ ଦିଶାଙ୍କ ହ୍ୟାଣ୍ଡ ବ୍ୟାଗଟି ଏତେ ଛୋଟ ଥିଲା ଯେ ବୁଝା ପଡୁ ନ ଥିଲା ସେ ସେଥିରେ କ’ଣ ରଖିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜଣେ ସୋସିଆଲ ମିଡିଆ ୟୁଜର ପଚାରିଛନ୍ତି ବୁଝି ପାରୁନି ଦିଶା ଏଥିରେ ରଖିଛନ୍ତି କ’ଣ । ଆଉ ଜଣେ ଲେଖିଛନ୍ତି ପ୍ରକୃତରେ ଏହି ବ୍ୟାଗରେ କ’ଣ ରହିପାରିବ । ଏମିତି କିଛି କମେଣ୍ଟ ଦେଖିବାକୁ ମିଳିଛି । ଯାହା ବି ହେଉ ଏବେ ଦିଶା-ଟାଇଗରଙ୍କ ରିଲେସନଶିପକୁ ନେଇ ଖୁବ୍ ଆଲୋଚନା ହେଉଥିବା ବେଳେ ଏନେଇ କିନ୍ତୁ ଖିଛି ଖୋଲାଖୋଲି କଥା ହୋଇ ନାହାନ୍ତି ଏହି ଯୋଡି ।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷ ତଳୁ ସରିଥିଲା ନିର୍ବନ୍ଧ, ପ୍ରେମିକଙ୍କ ହାତ ଧରିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ‘ବହୁ ହମାରି ରଜନୀକାନ୍ତ, ବେପନାହ ପ୍ୟାର, ମଧୁବାଲା’ ଭଳି ଧାରାବାହିକରେ ନଜର ଆସିଥିବା ତନଭି...

ଗର୍ଭାବସ୍ଥାରେ ଡରିଗଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅନେକ ହିଟ୍‌ ଟିଭି ଶୋ’ ଏବଂ ବଲିଉଡ୍‌ ଫିଲ୍ମରେ କାମ କରିସାରିଥିବା ପ୍ରସିଦ୍ଧ ଅଭିନେତ୍ରୀ ଅନୀତା ହସନନ୍ଦିନୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏହି ସମୟକୁ ଏବେ...

ରିମେକ୍‌ ଫିଲ୍ମରେ ଅଲିଜେହ

ମୁମ୍ବାଇ: ନିର୍ଦ୍ଦେଶକ ବିକାଶ ବହଲ୍‌ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତାଙ୍କ ସିନେମାର ମୁଖ୍ୟ ଚରିତ୍ରରେ ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖଁାଙ୍କ...

ଖୁସି ପଛରେ…

ପରିଣୀତି ଚୋପ୍ରାଙ୍କ ଖୁସି ଏବେ ବନ୍ଧବାଡ଼ ମାନୁନି। କାରଣ କ’ଣ ଜାଣନ୍ତି ? ସେ ଖୁବ୍‌ ଶୀଘ୍ର ବଲିଉଡ୍‌ର ଅନ୍ୟତମ ନାମୀ ପ୍ରଯୋଜକ-କମ୍‌-ନିର୍ଦ୍ଦେଶକ ସୁରଜ ବରଜ୍ୟାତାଙ୍କ...

କେବିସି ସିଜିନ୍‌ ୧୨: ପୁଣି ଆରମ୍ଭ ହେବ ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା, ଭାଗ ନେବା ପାଇଁ ରହିଛି ସର୍ତ୍ତ

କୌନ୍‌ ବନେଗା କରୋଡ୍‌ପତି ସିଜିନ୍‌ ୧୨ ପାଇଁ ପୁଣି ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନୂଆ ସର୍ତ୍ତ ରଖାଯାଇଛି। କେବଳ ସୋନୀ ଲାଇଭ୍‌...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ କେପିଏସି ଲଲିତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୭୪ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ କେପିଏସି...

ଖବର କାଗଜ ବିକାଳି ପିଲାକୁ ନେଇ ଏତେ ବଡ ପୋଷ୍ଟ ଲେଖିଲେ ଅମିତାଭ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ମଙ୍ଗଳବାର ସେ ଫେସ୍‌ବୁକରେ ଏମିତି ଏକ ପୋଷ୍ଟ ଲେଖିଛନ୍ତି ଯାହାକୁ ଏପର୍ଯ୍ୟନ୍ତ...

ସୋନମ କପୁର ସ୍ବାମୀଙ୍କ ସମ୍ପତ୍ତି ଜାଣିଲେ…

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସେମାନଙ୍କ ଜୀବନସାଥୀ ଫିଲ୍ମ ଇଣ୍ଡଷ୍ଟ୍ରି ବାହାରେ ବାଛିଛନ୍ତି। ଆଉ ସେମାନଙ୍କ ସ୍ବାମୀ କୋଟିକୋଟି ଟଙ୍କର ମାଲିକ । ସେମାନଙ୍କ...

Advertisement
Archives

Model This Week