ଆଲୋଚନା ସାଙ୍ଗକୁ ଆକ୍ରମଣ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୪ା୩:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ସାକାର ହୋଇ ନ ଥିବାରୁ ସେ ଏବେ ରଣନୀତି ବଦଳାଇଛନ୍ତି। ପୁଟିନ୍‌ଙ୍କ ଶକ୍ତିଶାଳୀ ସୈନ୍ୟ ପଡ଼ୋଶୀ ଦେଶ ଉପରେ ତୁହାକୁ ତୁହା ବୋମା ବର୍ଷଣ କରୁଥିବାବେଳେ କେବଳ ଆକ୍ରମଣରୁ ସୁଫଳ ମିଳିବ ନାହିଁ ବୋଲି ପୁଟିନ୍‌ ବୁଝିସାରିଲେଣି। ତେଣୁ ସେ ଗୋଟିଏ ପଟେ ଆଲୋଚନା ଓ ଅନ୍ୟପକ୍ଷେ ଆକ୍ରମଣର ଷ୍ଟ୍ରାଟେଜି ଆପଣାଇଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧବିରତି ପାଇଁ ଆଲୋଚନା କରିବାକୁ ମସ୍କୋ ଚାହୁଁଛି। କିନ୍ତୁ ୟୁକ୍ରେନ୍‌ର ସାମରିକ ଭିତ୍ତିଭୂମି ନଷ୍ଟ ଉଦ୍ୟମ ଜାରି ରହିବ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭ୍‌ ସ୍ପଷ୍ଟ କରିଛନ୍ତି। ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ସୋମବାର ବେଲାରୁଷ ସୀମାନ୍ତ ସହର ଗୋମେଲରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିବାବେଳେ ଅସ୍ତ୍ରବିରତି ପାଇଁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିଛି। ୟୁକ୍ରେନ୍‌ ଆକ୍ରମଣ ଗୁରୁବାର ଦ୍ୱିତୀୟ ସପ୍ତାହରେ ପହଞ୍ଚତ୍ଥିବାବେଳେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସରକାରର ପତନ ଘଟାଇବାରେ ମସ୍କୋର ରଣନୈତିକ ବିଫଳତା ସାମ୍ନାକୁ ଆସିଛି। ଏହାର ମୁଖ୍ୟ ଆସଲ୍ଟ ଫୋର୍ସ ସୈନ୍ୟମାନେ କିଛିଦିନ ହେଲା କ୍ୱିଭ୍‌ ଉତ୍ତର ପାର୍ଶ୍ୱରେ ଥିବା ରାଜପଥ ଉପରେ ଛିଡ଼ା ହୋଇଛନ୍ତି। ଅନ୍ୟ ସଶସ୍ତ୍ର ବଳ ସହରଗୁଡ଼ିକ ଉପରେ ବୋମା ବର୍ଷଣ କରି ସେଗୁଡ଼ିକୁ ଧ୍ୱଂସସ୍ତୂପରେ ପରିଣତ କରୁଛନ୍ତି। ଦକ୍ଷିଣରେ ଥିବା କୃଷ୍ଣସାଗର ବନ୍ଦର ସହର ଖେରସୋନ୍‌ ଏବଂ ଚେର୍ନିହିବ୍‌କୁ ରୁଷୀୟ ସୈନ୍ୟ ଦଖଲ କରିବା ପରେ ପ୍ରତିରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ମରିଉପୋଲକୁ ଘେରିରହିଛନ୍ତି। କ୍ୱିଭ୍‌ ଅଭିମୁଖେ ଅଗ୍ରସର ହେଉଥିବା ରୁଷୀୟ ସୈନ୍ୟ ୩୦ କି.ମି. ବ୍ୟାପି ଲମ୍ବିଛନ୍ତି। ୟୁକ୍ରେନ୍‌ବାସୀଙ୍କ ପ୍ରତିରୋଧ, ଯାନ୍ତ୍ରିକ ତ୍ରୁଟି, ପ୍ରତିକୂଳ ପାଗ ଓ ଭିଡ଼ ଯୋଗୁ ସେମାନେ ଆଗକୁ ବଢ଼ିପାରୁ ନାହାନ୍ତି। କ୍ୱିଭ୍‌ ଅଭିମୁଖେ ଅଗ୍ରସର ହେବାରେ ରୁଷିଆକୁ ବିଶେଷ ସଫଳତା ମିଳି ନ ଥିବା ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆକ୍ରମଣ ଅଷ୍ଟମ ଦିନରେ ପହଞ୍ଚତ୍ଥିବାବେଳେ ଅଦ୍ୟାବଧି ୨,୦୦୦ରୁ ଊର୍ଦ୍ଧ୍ୱ ୟୁକ୍ରେନୀୟ ନିହତ ହୋଇଥିବା କ୍ୱିଭ୍‌ ପକ୍ଷରୁ କୁହାଯାଇଛି। ତେବେ କେବଳ ୟୁକ୍ରେନ୍‌ ସୈନ୍ୟଙ୍କ ମୃତ୍ୟୁସଂଖ୍ୟା ୨,୮୭୦ ବୋଲି ରୁଷିଆ ଦାବି କରିଛି। ୟୁକ୍ରେନ୍‌ ଏମର୍ଜେନ୍ସି ସର୍ଭିସ୍‌ ମତରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ୯,୦୦୦ ରୁଷୀୟ ସୈନ୍ୟଙ୍କ ଜୀବନ ଯାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଗଣପଳାୟନ କଲେଣି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଜାତିସଂଘର ଶରଣାର୍ଥୀ ସଂସ୍ଥା ପକ୍ଷରୁ କୁହାଯାଇଛି। କ୍ୱିଭ୍‌ ସମେତ ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ପଳାୟନର ସୁଯୋଗ ଦେବା ପାଇଁ ‘ହ୍ୟୁମାନିଟାରିଆନ୍‌ କରିଡର’ କରିବା ନେଇ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ପାଶ୍ଚାତ୍ୟର କଟକଣାଗୁଡ଼ିକ ରୁଷିଆ ଅର୍ଥନୀତି ପାଇଁ ଅଭୂତପୂର୍ବ ସଙ୍କଟ ସୃଷ୍ଟି କରିଛି। ରୁଷିଆର ସାମରିକ ଅପରେଶନ ବିରୋଧରେ ପାଶ୍ଚାତ୍ୟର ପ୍ରତିକ୍ରିୟାକୁ ମସ୍କୋ ଏକ ଉନ୍ମାଦ ଭାବେ ଅଭିହିତ କରିଛି। ପୁଟିନ୍‌ଙ୍କ ସହଯୋଗୀ ଲାଭ୍ରୋଭ୍‌ ଆହୁରି କହିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଲଗାତର ୟୁକ୍ରେନ୍‌କୁ ରୁଷିଆ ବିରୋଧରେ ଢାଲ କରିବା ଲାଗି ଯୁଦ୍ଧାସ୍ତ୍ର ଓ ତାଲିମ ଦେଇ ପଡ଼ୋଶୀ ଦେଶରେ ନିଜ ସେନା ଶିବିର ପ୍ରତିଷ୍ଠା କରିବାରେ ଲାଗିଛନ୍ତି। ଏଭଳି ଉଦ୍ୟମ ଯୋଗୁ ରୁଷିଆ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ମସ୍କୋ ବାଧ୍ୟହୋଇ ପଦକ୍ଷେପ ନେଉଥିବା ସେ ଦର୍ଶାଇଛନ୍ତି। ସେର୍ଗେଇଙ୍କ ମତରେ ରୁଷିଆ ନୁହେଁ, ବରଂ ପାଶ୍ଚାତ୍ୟର ରାଜନେତାମାନେ ଆଣବିକ ଯୁଦ୍ଧ ନେଇ ବିଚାର କରୁଛନ୍ତି। ଅନ୍ୟପକ୍ଷେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)କୁ ଏକ ପ୍ରତିରକ୍ଷାମତ୍କ ମେଣ୍ଟ ଭାବେ ଅଭିହିତ କରି ଏହି ସଙ୍ଗଠନରୁ ରୁଷିଆ ପ୍ରତି ବିପଦ ନ ଥିବା ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?