‘ଇଞ୍ଚେ ଜମି କାହାରି ଦଖଲକୁ ଛଡାଯିବ ନାହିଁ’: ରାଜମାତା ବିଦ୍ୟାଳୟର ସୁରକ୍ଷା ପରିଷଦ ପକ୍ଷରୁ ଆଲୋଚନା ସଭାରେ…

ଦିଗପହଣ୍ଡି,୨୫।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ସଂଲଗ୍ନ ରାଜମାତା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ବିଦ୍ୟାଳୟ ସୁରକ୍ଷା ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ କୈଳାଶ ଷଡ଼ଙ୍ଗୀ, ତପନ କୁମାର ମିଶ୍ର, ଭି. ସୁଦର୍ଶନ ରାଜୁ, ଏ. ହରି, ଏ. ଗଣେଶ, ବି. ଦୀନବନ୍ଧୁ, ସମ୍ଭବ କୁମାର ତ୍ରିପାଠୀ, ସୁନୀଲ କୁମାର ପଣ୍ଡା, ପି. ଶିବ ଶଙ୍କର, ଏମ. ତ୍ରିନାଥ, କେ. କୁନା, ଦୀପକ କୁମାର ମିଶ୍ର, କୁରେଶୁ ମହାରଣା, ବିଣାରାଣୀ ପାଢ଼ୀ, ଆଶୁତୋଷ ମିଶ୍ର, ନୀଳମାଧବ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆଇନଜୀବୀ କୁରେଶୁ ପଣ୍ଡା ପ୍ରଥମେ ରାଜମାତା ସ୍କୁଲର ସଂକ୍ଷିପ୍ତ ଇତିହାସ ଆଲୋଚନା କରିଥିଲେ।
୧୯୦୭ ଏପ୍ରିଲ ୭ରେ ସ୍ଥାପିତ ଏହି ବିଦ୍ୟାଳୟର ଭୂ – ସମ୍ପତ୍ତି ରାଜପରିବାରର ବୋଲି ଦର୍ଶାଇ ରାଜପୁତ୍ର ସୁଶାନ୍ତ ଗତ ୨୦୦୬ ରେ ହାଇକୋର୍ଟରେ ଏସ୍‌ଓ- ୭୨/୦୬ ଅନୁଯାୟୀ ପିଟିଶନ ଦାଖଲ କରିଥିଲେ।୨୦୦୭ ଅଗଷ୍ଟ ୧ରେ ହାଇକୋର୍ଟ ମାମଲାର ଚୂଡାନ୍ତ ଶୁଣାଣି କରି ସୁଶାନ୍ତଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଏହାକୁ ଭିତ୍ତିକରି ବ୍ରହ୍ମପୁର ଦେୱାନୀ ଅଦାଲତ ମାମଲା ନଂ. ଇ ପି – ୫/୨୦୦୮ ଅନୁଯାୟୀ ବିଦ୍ୟାଳୟ କୋଠା ଓ ସମସ୍ତ ଭୂସମ୍ପତ୍ତି କୁ ଦଖଲ ମୁକ୍ତ କରିବା ପାଇଁ ଆଦେଶ ଦେଇଥିଲେ। କୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ବିଦ୍ୟାଳୟ ସୁରକ୍ଷା ପରିଷଦ ବ୍ରହ୍ମପୁର ଦେୱାନିି ଅଦାଲତରେ ଆର୍‌ଏଫ୍‌ଏ ୪୩/୧୪ ଅନୁଯାୟୀ ଅପିଲ କରିଥିଲା। ଗତ ୧୯୫୩ ଜୁନ ୧ ରେ ଜମିଦାରୀ ଉଚ୍ଛେଦ ପରେ ବିଦ୍ୟାଳୟର ଭୂସମ୍ପତ୍ତି ଖାତା ନଂ.୨୯୫ ଓ ସର୍ଭେ ନଂ.୧୯୪ ସରକାରୀ ରେକର୍ଡ ଭୁକ୍ତ ହୋଇଥିଲା। ଏଥିରେ ଚଞ୍ଚକତା କରି ସୁଶାନ୍ତ ୧୯୮୫ରେ ବିଦ୍ୟାଳୟର ସମସ୍ତ କୋଠା ଓ ଜମିକୁ ନିଜର ସମ୍ପତ୍ତି ବୋଲି ଦାବି କରି ଦେୱାନି ଅଦାଲତରେ ମକଦ୍ଦମା ରୁଜୁ କରି ଡିକ୍ରି ହାସଲ କରିଥିଲେ ବୋଲି ବିଦ୍ୟାଳୟ ସୁରକ୍ଷା ପରିଷଦ ଅଭିଯୋଗ କରିଛି। ବିଦ୍ୟାଳୟ କୋଠା ଉଚ୍ଛେଦ ବିରୋଧରେ ଥିବା ସମସ୍ତ ନଥିପତ୍ର ଯାହାକି ୧୯୪୮ ଏବଂ ୧୯୫୨ ମସିହାର ଜମି ପଟ୍ଟା, ୟାଦସ୍ତ ରିପୋର୍ଟ ତତ୍କାଳୀନ ରାଜା ରାମଚନ୍ଦ୍ର ଦେବ ସ୍କୁଲ ସଭାପତି ଭାବେ ମାଡ୍ରାସ ଶିକ୍ଷା ବିଭାଗକୁ ସ୍କୁଲର ସରକାରୀ ମଞ୍ଜୁରୀ ପାଇଁ ଦରଖାସ୍ତ ସମେତ ତତ୍କାଳୀନ ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଦେଇଥିବା ତଦନ୍ତ ରିପୋର୍ଟ, ୨୦୧୪ ରେ ତତ୍କାଳୀନ ଥାନା ଆଇଆଇସି ସୁରେଶ ତ୍ରିପାଠୀ ଏବଂ ତତ୍କାଳୀନ ତହସିଲଦାର ରଞ୍ଜିତ ପରିଡାଙ୍କ ମିଳିତ ତଦନ୍ତ ରିପୋର୍ଟ ବ୍ରହ୍ମପୁର କୋର୍ଟ ରେ ଦାଖଲ କରାଯାଇଥିଲା। କୋର୍ଟ ଏହାକୁ ଗ୍ରହଣ ନକରି ସ୍କୁଲ କୋଠା ଉଚ୍ଛେଦ ବିରୋଧରେ ମାମଲାକୁ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ଏହି ରାୟ ବିରୋଧରେ ଉଚ୍ଚ ଅଦାଲତରେ ଅପିଲ କରାଯିବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ମାମଲାରେ ତତ୍କାଳୀନ ଜିଲାପାଳ ଏବଂ ସ୍ଥାନୀୟ ତହସିଲଦାରଙ୍କୁ ପକ୍ଷ କରାଯାଇ ନ ଥିବାରୁ ଏହି ରାୟର ବୈଧତା ନାହିଁ ବୋଲି ବିଦ୍ୟାଳୟ ସୁରକ୍ଷା ପରିଷଦ ଦର୍ଶାଇଛି। ତେଣୁ ବିଦ୍ୟାଳୟର ଇଞ୍ଚେ ମଧ୍ୟ ଜମି କାହାରି ଦଖଲକୁ ଛଡାଯିବ ନାହିଁ। ବିଦ୍ୟାଳୟର କୋଠା ଓ ଭୂସମ୍ପତ୍ତିର ସୁରକ୍ଷା ପାଇଁ ଆଇନଗତ ଲଢେଇକୁ ତ୍ୱରାନ୍ବିତ କରାଯିବା ନେଇ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ପର୍ଯ୍ୟଟନର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରୀଛାତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ପର୍ଯ୍ୟଟନ ସଚେତନତାର ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟନସ୍ଥଳୀ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?