ଜଳ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଜରୁରୀ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସମ୍ପ୍ରତି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ରେ ୪/୫ ଟି ଜିଲା ଜଳାର୍ଣ୍ଣବ ହେବା ସହ ଜନଜୀବନ ଗଭୀର ଭାବରେ ପ୍ରଭାବିତ ହୋଇଛି। ସେହିଭଳି ଓଡ଼ିଶାରେ ମଧ୍ୟ ବନ୍ୟା ଆସିଛି। ତେଣୁ ମହାନଦୀର ଜଳ ପରିଚାଳନା ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହେବା ଜରୁରୀ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ମତ ପ୍ରକାଶ କରିଛି।
ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ନିଜର ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଛତିଶଗଡ଼ ମହାନଦୀରେ ନିର୍ମାଣ କରିଥିବା ୬ଟି ବ୍ୟାରେଜର ଗଚ୍ଛିତ ଜଳ ନିଷ୍କାସନ ପାଇଁ ସବୁ ବ୍ୟାରେଜର ସମସ୍ତ ଗେଟ ଖୋଲି ଦେଇପାରେ। ସେହି କାରଣରୁ ଅବା ହୀରାକୁଦର ଠେଶା ପାଣିରୁ ତ୍ରାହି ପାଇବା ପାଇଁ ଛତିଶଗଡ଼ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଓଡ଼ିଶାର ମୁଖ୍ୟ ଯନ୍ତ୍ରୀଙ୍କୁ ହୀରାକୁଦର ଅଧିକ ଗେଟ ଖୋଲିବା ପାଇଁ ଅନୁରୋଧ କରିଛନ୍ତି। ଯଦି ବର୍ତ୍ତମାନ ପରି ଆଉ କିଛିଦିନ ଧରି ଲଗାଣ ବର୍ଷା ଉପର ମୁଣ୍ଡରେ ଲାଗିରହେ ଏବଂ ଛତିଶଗଡ଼ ମହାନଦୀ ଉପରେ ଥିବା ସବୁ ବ୍ୟାରେଜ ଗେଟ ଖୋଲି ଦିଅନ୍ତି, ତେବେ ହୀରାକୁଦ ସହିତ ଓଡ଼ିଶାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବ। ଗତ ମେ’ରେ କଲମା ବ୍ୟାରେଜଠାରେ ମହାନଦୀର ଓଡ଼ିଶା ପଟରେ ମରୁଭୂମି ପରି ଦୃଶ୍ୟ ଦେଖିଲା ପରେ ବ୍ୟାରେଜର ସର୍ବନିମ୍ନ ୫ଟି ଗେଟ୍‌ ଖୋଲିବା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ସେତେବେଳେ ଛତିଶଗଡ଼ ସେ କଥା ଶୁଣିଲା ନାହିଁ। ଆଜି କିନ୍ତୁ ଛତିଶଗଡ଼ ହୀରାକୁଦର ଗେଟ ଖୋଲିବାକୁ ନିବେଦନ କରୁଛି। ଖରାଦିନେ କଲମା ବ୍ୟାରେଜର ଗେଟ ଖୋଲିବା ପାଇଁ ଓଡ଼ିଶାର ବ୍ୟାକୁଳତା ଓ ବର୍ଷା ଦିନେ ହୀରାକୁଦର ଗେଟ ଖୋଲିବା ପାଇଁ ଛତିଶଗଡ଼ର ବ୍ୟାକୁଳତା, ମହାନଦୀକୁ ଉଭୟ ରାଜ୍ୟ ବ୍ୟାପକ ଓ ସାମଗ୍ରିକ ଭାବେ ନ ଦେଖିବାର ଫଳ ବୋଲି ସୁଦର୍ଶନ କହିଛନ୍ତି। ତେଣୁ ମହାନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସୁଧାର ପାଇଁ ତୁରନ୍ତ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥା ହୁଅନ୍ତୁ ବୋଲି ସୁଦର୍ଶନ କହିଛନ୍ତି।
ସେପଟେ ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ୱେ ବି ଛତିଶଗଡ଼ ସରକାର ଅଲୋଚନାକୁ ଆସୁନାହାନ୍ତି ବୋଲି ଓଡ଼ିଶା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି। ସେ କହିଛନ୍ତି, ଗତ ୨/୩ ବର୍ଷ ହେଲା କୋଭିଡ୍‌ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମନ୍ବୟ ବୈଠକ ହୋଇପାରି ନ ଥିଲା। ଚଳିତ ବର୍ଷ ଆମେ ଆଲୋଚନା ପାଇଁ ଛତିଶଗଡ଼ ସରକାରଙ୍କୁ ଡାକିଥିଲୁ। କିନ୍ତୁ ସେମାନେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଆସି ନ ଥିଲେ। ବର୍ଷା ଜଳ ସମ୍ବନ୍ଧୀୟ କୌଣସି ତଥ୍ୟ ସେମାନେ ଅବଗତ କରୁନାହାନ୍ତି। ଉପରମୁଣ୍ଡରେ ରହୁଥିବା ଆମ ଲୋକଙ୍କ ତଥ୍ୟ ଅନୁସାରେ କେତେ ଜଳ ନିଷ୍କାସନ ହେବ ଆମେ ତାହା ନିର୍ଦ୍ଧାରଣ କରୁଛୁ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଆଉ ୩ ମୁଣ୍ଡ ନେଲା କରୋନା; ସମସ୍ତେ ଗଞ୍ଜାମ ଜିଲାର

ଭୁବନେଶ୍ୱର,୧୨।୭(ବ୍ୟୁରୋ): କରୋନାରେ ଆଉ ୩ଜଣଙ୍କ ମୃତ୍ୟୁ। ମୃତକମାନେ ଗଞ୍ଜାମ ଜିଲାର। ଏବେ ସୁଦ୍ଧା ଜିଲାରେ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ସେହିଭଳି ରାଜ୍ୟରେ କରୋନାଜନିତ...

କୋଭିଡ ସଂଗ୍ରାମରେ ପ୍ରତିଟି ଜୀବନର ସୁରକ୍ଷା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ମାସ ଧରି...

ସହଯୋଗୀଙ୍କୁ ବେଲ୍‌ରେ ନେବାକୁ ଆସି ଧରାପଡ଼ିଲେ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଗ୍ରାହକଙ୍କୁ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ନେଉଥିବା ମାମଲାରେ ନୂଆ ନୂଆ ତଥ୍ୟ...

ଦୁର୍ନୀତି ବିରୋଧରେ ସରକାରଙ୍କ କଡ଼ା ଆଭିମୁଖ୍ୟ: ୧୬ ଜଣଙ୍କୁ ଚାକିରିରୁ ବିଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୯ (ବ୍ୟୁରୋ): ଦୁର୍ନୀତି ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଏ କ୍ଷେତ୍ରରେ...

ଘଡ଼ଘଡ଼ି ସହ ବର୍ଷା: ୫ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ସୋମବାର ରାଜ୍ୟର ୫ ଜିଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୮ା୭(ବ୍ୟୁରୋ): ଗୁରୁବାର ପୂର୍ବାହ୍ନରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିବାରୁ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...

୪ ଦିନ ଲାଗି ରହିବ ବର୍ଷା

ଭୁବନେଶ୍ବର,୨।୭: ରାଜ୍ୟରେ ପୁଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମଧରଣର ବର୍ଷା ଗୁରୁବାରଠାରୁ ଆରମ୍ଭ ହୋଇଛି।...

ପତିତପାବନଙ୍କ ଦର୍ଶନ ମିଳିବନି

ପୁରୀ ଅଫିସ,୨୭।୧୧: ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜନସାଧାରଣଙ୍କ ଭିଡ଼ ଆଶଙ୍କା କରି ଏବଂ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ...

Advertisement
Archives

Model This Week