Posted inଜାତୀୟ

‘ଜେଡିୟୁ-ଆର୍‌ଜେଡି ମେଣ୍ଟର ପ୍ରଭାବ ରହିବନି’

ନୂଆଦିଲ୍ଲୀ,୧୫ା୮: ବିହାରରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)କୁ ନେଇ ନବଗଠିତ ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ ବୋଲି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) କହିଛନ୍ତି।
ପାଟନାର ଏକ ଖବରଦାତା ସମ୍ମିଳନୀରେ ରବିବାର ଜେଡିୟୁର ପୂର୍ବତନ ନେତା ପ୍ରଶାନ୍ତ କିଶୋର ବିହାରର ଦୁଇ ପ୍ରମୁଖ ଦଳର ପୁନର୍ମିଳନକୁ ଏକ ‘ରାଜନୈତିକ ଅହଂକାର’ ଭାବେ ଅଭିହିତ କରିଛନ୍ତି। ପିକେ କହିଛନ୍ତି, ଜେଡିୟୁ ନେତା ନୀତୀଶ କୁମାର ଏବଂ ଆର୍‌ଜେଡିର ତେଜସ୍ବୀ ଯାଦବ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ରକ୍ଷା କରିପାରିବେ ତାହା ଉଭୟଙ୍କ ଉପରେ ନିର୍ଭର କରେ। ଆଗାମୀ ଲୋକ ସଭା ନିର୍ବାଚନ ଉପରେ ଏହି ମେଣ୍ଟର ବିଶେଷ ପ୍ରଭାବ ରହିବ ନାହିଁ। ପୂର୍ବରୁ ନୀତୀଶ ଯେତେ ଥର ମେଣ୍ଟ କରିଛନ୍ତି ତାହା ଦୁଇବର୍ଷରୁ ଅଧିକ ସମୟ ତିଷ୍ଠିନାହିଁ। ତେଣୁ ଆଗକୁ ନୀତୀଶ-ତେଜସ୍ବୀଙ୍କ ଚୁକ୍ତି କେତେଦିନ ବଳବତ୍ତର ରହିବ ତାହା ଅନୁମାନ କରାଯାଇପାରେ ବୋଲି ପ୍ରଶାନ୍ତ କହିଛନ୍ତି। ପ୍ରକାଶ ଯେ, ଏକଦା ଜେଡିୟୁ ଉପାଧ୍ୟକ୍ଷ ଥିବା ପ୍ରଶାନ୍ତଙ୍କୁ ନୀତୀଶଙ୍କ ଘନିଷ୍ଠ ସହଯୋଗୀ ବିବେଚନା କରାଯାଉଥିଲା। କିନ୍ତୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରସଙ୍ଗରେ ନୀତୀଶ କୁମାର ଭାଜପା ଆଭିମୁଖ୍ୟକୁ ସମର୍ଥନ କରିବା ପରେ ପ୍ରଶାନ୍ତ କିଶୋର ଜେଡିୟୁ ଛାଡ଼ି ଭିନ୍ନ ପଥ ବାଛିଥିଲେ। ୨୦୨୫ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ପ୍ରତିଷ୍ଠା ଘୋଷଣା କରିଥିବା ପିକେ ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ଜନ ସ୍ବରାଜ’ ନାମରେ ବିହାରରେ ପଦଯାତ୍ରା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅର ଅକାଳ ମୃତ୍ୟୁ: ହଠାତ୍‌ ଘଟିଲା…

ଲକ୍ଷ୍ନୌ,୧୩।୫: ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ତଥା ଅପର୍ଣ୍ଣା ଯାଦବଙ୍କ ସ୍ବାମୀ ପ୍ରତୀକ ଯାଦବଙ୍କ ଦେହାନ୍ତ ହୋଇଛି। ସେ ଲକ୍ଷ୍ନୌର ଏକ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ…

ବିକ୍ରି ପରିମାଣ ନେଇ ଚାଷୀ ଅସନ୍ତୋଷ: ଲଖମରା ମଣ୍ଡିକୁ ଆସିଛି ୧୨୪ ପ୍ୟାକେଟ୍‌ ଧାନ

ପଦ୍ମପୁର,୧୩ା୫(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ସୋମବାରଠାରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଖଣ୍ଡର ମୋଟ ୫୯ଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ ।…

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା…

ଇନଷ୍ଟାଗ୍ରାମ୍‌ରେ ଖୁଲମ୍‌ ଖୁଲା ମନର କଥା କହିଦେଲେ ତ୍ରିଶା! ବିଜୟଙ୍କୁ ନେଇ କହିଦେଲେ…

ଦକ୍ଷିଣ ଭାରତୀୟ ସିନେମା ଜଗତର ଦୁଇଟି ବଡ଼ ନାଁ ଥାଲାପଥି ବିଜୟ ଏବଂ ତ୍ରିଷା କୃଷ୍ଣନ୍। କେତେବେଳେ ସେମାନଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ତ କେତେବେଳେ ଅଫସ୍କ୍ରିନ୍ ଆଫେୟାର୍,…

ୟୁପିରେ ଆରମ୍ଭ ହୋଇପାରେ ଅନଲାଇନ କ୍ଲାସ ଓ ୱାର୍କ ଫ୍ରମ ହୋମ୍‌! ଆକ୍ସନରେ ଯୋଗୀ ସରକାର

ଲକ୍ଷ୍ନୌ,୧୨।୫: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ମଙ୍ଗଳବାର ଦିନ ‘୫ କାଳିଦାସ ମାର୍ଗ ’ ସ୍ଥିତ ନିଜ ସରକାରୀ ବାସଭବନରେ ଅଧିକାରୀମାନଙ୍କ…

ବାଂଲାଦେଶର ଐତିହାସିକ ବିଜୟ

ଢାକା,୧୨ା୫: ଅଧିନାୟକ ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ପରେ ମେହିଦି ହାସନ ମିରାଜ ଓ ନାହିଦ ରାଣାଙ୍କ ୫ ଉଇକେଟ ସଫଳତା ବଳରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା…

ସରକାର ହେଉ ହେଉ ଥାଲାପଥି ବିଜୟଙ୍କୁ ଝଟ୍‌କା! ସୁପ୍ରିମକୋର୍ଟ ପହଞ୍ଚିଲା…

ଚେନ୍ନାଇ,୧୨।୫: ଟିଭିକେ ବିଧାୟକ ଆର. ଶ୍ରୀନିବାସ ସେତୁପତି ମାଡ୍ରାସ ହାଇକୋର୍ଟଙ୍କ କୌଣସି ଫ୍ଲୋର ଟେଷ୍ଟରେ ଭୋଟ ଦେବାରୁ ବାରଣ କରିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri