ମହାଧିବେଶନ ସଫଳ ସମ୍ପର୍କରେ ଆଲୋଚନା

ବଇଣ୍ଡା,୧୨।୩(ଡି.ଏନ.ଏ.)

ଅଖିଳ ଭାରତୀୟ ଗୋଣ୍ଡୱାନାର ଅନ୍ତଃରାଷ୍ଟ୍ରୀୟ ମହାଧିବେଶନ ଡିସେମ୍ବର ମାସରେ ଅନୁଷ୍ଠିତ ହେବ। ଏ ନେଇ ରବିବାର କିଶୋରନଗର ବ୍ଲକ ନାକିଚି ଡାକ ବଙ୍ଗଳା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଜିଲା ସଭାପତି ସଦାଶିବ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ପ୍ରଦେଶ ମହିଳା ଅଧ୍ୟକ୍ଷା ସୁକାନ୍ତିବାଳା ନାୟକ, ମୁଖ୍ୟବକ୍ତା ଭାବେ ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ନାୟକ, ଜିଲା ମହିଳା ସଭାପତି ଶୋଭାଙ୍ଗିନୀ ନାୟକ, ରାଜ୍ୟ ମହାସଚିବ ପ୍ୟାରୀମୋହନ ନାୟକ, ଚୂଡାମଣି ଧରୁଆ, ସୁଜାତା ନାୟକ, ବିଦ୍ୟାଧର ସିଂ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀଦିନରେ ଓଡ଼ିଶାରେ ହେବାକୁ ଥିବା ୫ଦିନିଆ ଅନ୍ତଃରାଷ୍ଟ୍ରୀୟ ଗୋଣ୍ଡୱାନା ମହାଧିବେଶନର ସଫଳ ରୂପାୟନ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଗୋଣ୍ଡ ସଂସ୍କୃତି ଉପରେ ଖ୍ୟାତି ଅର୍ଜନ କରିଥିବା ବିଭିନ୍ନ ଦେଶର ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, କନ୍ଧମାଳ, ଝାରସୁଗୁଡା, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡା ଆଦି ୨୦ ଜିଲାରୁ ସଦସ୍ୟମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?