ବିପର୍ଯ୍ୟୟ ପରିଚାଳନା ଓ ଆମ ସୁରକ୍ଷା

ଶୁଭନାରାୟଣ ଶତପଥୀ

 

୪୮୦ କିଲୋମିଟର ସୁଦୀର୍ଘ ଉପକୂଳ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା ଅନେକ ବିପର୍ଯ୍ୟୟକୁ ସାମ୍ନା କରିଆସୁଛି। ୧୯୯୯ ମହାବାତ୍ୟାଠାରୁ ବର୍ତ୍ତମାନର ମହାମାରୀ ପର୍ଯ୍ୟନ୍ତ ଏକାଧିକ ବିପର୍ଯ୍ୟୟ ଓଡ଼ିଶାର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ସତ କିନ୍ତୁ ଏହାର ସୁପରିଚାଳନା ଓ ଅଭିଜ୍ଞତା ଅନ୍ୟକୁ ବାଣ୍ଟିଛି ଓଡ଼ିଶା। ଏବେ ବି ସେହି ୧୯୯୯ ମହାବାତ୍ୟାର ବିଭୀଷିକା କଥା ମନେପଡ଼ିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି। ମହାବାତ୍ୟାପରଠାରୁ ଫାଇଲିନ, ହୁଡ୍‌ହୁଡ୍‌, ତିତ୍‌ଲି, ଫନୀ ଭଳି ଭୟଙ୍କର ଘୂର୍ଣ୍ଣିଝଡ଼ର ମୁକାବିଲା ଓ ସଫଳ ପରିଚାଳନା କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି ଆମ ରାଜ୍ୟ। ମହାବାତ୍ୟା ସମୟରେ ଓ ବର୍ତ୍ତମାନର ମହାମାରୀ ସମୟରେ ବି ଓଡ଼ିଶାର ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ପରିଚାଳନା ବ୍ୟବସ୍ଥା ଓ ଶୈଳୀ ବେଶ୍‌ ଉନ୍ନତମାନର; ଯାହା ବାରମ୍ବାର ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସୁଖ୍ୟାତି ସାଉଁଟିଛି। ଲୋକମାନଙ୍କର ଧନଜୀବନର ସୁରକ୍ଷା କରିବା ଓ ଶୂନ୍ୟ ମୃତାହତକୁ ଲକ୍ଷ୍ୟରଖି କାର୍ଯ୍ୟକରିବାର ନିପୂଣତା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଏକ ଧୁରୀଣ ଓ ଦକ୍ଷ ରାଜ୍ୟ ରୂପେ ଗଢ଼ିତୋଳିଛି। ତେବେ ସାରା ବିଶ୍ୱରେ ଯେ କେବଳ ଓଡ଼ିଶା ଏହି ବିପର୍ଯ୍ୟୟଗୁଡ଼ିକର ସାମ୍ନା କରୁଛି ତାହା ନୁହେଁ ବରଂ ପ୍ରତ୍ୟେକ ଦେଶ, ରାଜ୍ୟ ସେମାନଙ୍କର ଭୌଗୋଳିକ ସ୍ଥିତି, ବଦଳୁଥିବା ପାଣିପାଗ ପ୍ରଭାବରେ ଭିନ୍ନ ଭିନ୍ନ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ। ୨୦୧୯ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଘଟିଥିବା ବନାଗ୍ନି, ଯାହାଦ୍ୱାରା ୧୮ ମିଲିୟନ ହେକ୍ଟର ଜଙ୍ଗଲ ଭସ୍ମୀଭୂତ ହୋଇଥିଲା। ଫଳରେ ୧୯୦୦୦ ଗୃହ ପ୍ରଭାବିତ ହେବା ସହ ୪୦୦ଜଣ ମୃତ୍ୟୁମୁଖରେ ପଡ଼ିଥିଲେ। ଜାନୁୟାରୀ ୨୦୨୦ରେ ଇଣ୍ଡୋନେସିଆରେ ଘଟିଥିବା ଫ୍ଲାଶ ଫ୍ଲଡରେ ପ୍ରଭାବିତ ହୋଇଥିଲେ ୪ଲକ୍ଷ ଲୋକ। ୨୦୧୯ରୁ ଆରମ୍ଭ ହୋଇଥିବା କୋଭିଡ୍‌ ମହାମାରୀ ଦ୍ୱାରା ଏବେ ବି ବିଶ୍ୱବାସୀ ଆତଙ୍କିତ। ଏହି ମହାମାରୀରେ ଅଦ୍ୟାବଧି ୪୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତିି। ୨୦୨୦ ଫିଲିପାଇନ୍‌ସ ଆଗ୍ନେୟ ଉଦ୍‌ଗିରଣ ଓ ଚାଇନା, ଭାରତ, ଇରାନ, ରୁଷିଆ, ତୁର୍କୀରେ ସଂଗଠିତ ଭୂମିକମ୍ପ ଇତ୍ୟାଦି ବର୍ଣ୍ଣନା କରେ ବିପର୍ଯ୍ୟୟ ଯେମିତି ଆମ ସହଚର। ଏହାର ତାଲିକା ଦିନକୁଦିନ ଏତେ ଲମ୍ବା ହେବାରେ ଲାଗିଛି ଯେ ବର୍ଣ୍ଣନା କରିବା ଅସମ୍ଭବ। ତଥାପି ଲାଗୁଛି ଆମେ ଆମର ଆତ୍ମୀୟମାନଙ୍କର କୁଢ଼କୁଢ଼ ଶବ ଉପରେ ବସି ପୁଣି ଏକ ବିପର୍ଯ୍ୟୟକୁ ଅପେକ୍ଷା କରୁଛୁ। ପ୍ରାକୃତିକ ସଂରଚନା ଯେତିକି କ୍ଷୟ ହେଉଛି, ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ସେତିକି ମାଡ଼ିଆସୁଛି। ଅତ୍ୟଧିକ ବାୟୁ ପ୍ରଦୂଷଣ, ବିଶ୍ୱତାପନ, ଗ୍ଲାସିୟର ତରଳିବା, ଜଳବାୟୁର ଅସ୍ବାଭାବିକ ପରିବର୍ତ୍ତନ ଯୋଗୁ ବନ୍ୟା, ବାତ୍ୟା, ମରୁଡ଼ି, ଅଂଶୁଘାତ ଭଳି ବିପଜ୍ଜନକ ପ୍ରାକୃତିକ ବିପର୍ଯ୍ୟୟ ସଂଗଠିିତ ହେଉଛି।
ବର୍ତ୍ତମାନ ବଜ୍ରପାତ ବା ଲାଇଟ୍‌ନିଂ ପ୍ରମୁଖ ବିପର୍ଯ୍ୟୟ ରୂପେ ଉଭା ହେଲାଣି। ପ୍ରତିବର୍ଷ ହଜାର ହଜାର ବଜ୍ରପାତ ମାରିଥାଏ। ଏହା ବିଗତ ୨୦ ବର୍ଷ ଭିତରେ ଅନେକ ମାତ୍ରାରେ ବୃଦ୍ଧି ପାଇଥିବା ଜଣାଯାଏ। ଭାରତରେ ପ୍ରତିବର୍ଷ ୨୦୦୦ରୁ ୨୫୦୦ ଜଣଙ୍କର ଏହି ବଜ୍ରପାତ ଯୋଗୁ ମୃତ୍ୟୁ ଘଟୁଛି। ଏଣୁ ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସତର୍କତା ଶିକ୍ଷା, ଗୃହରେ ବଜ୍ରପାତ ଆରେଷ୍ଟର ଲଗାଇବା, ବଜ୍ରପାତକୁ ବିଦ୍ୟୁତ୍‌ ଉପଯୋଗୀ କରିବା, ଆର୍ଥିଂକୁ ସୁଦୃଢ଼ କରିବା, ଆଦି ପଦକ୍ଷେପ ଗ୍ରହଣକରି ଜୀବନ ରକ୍ଷା କରାଯାଇପାରିବ। ଏବେ ପ୍ରତ୍ୟେକ ଅନୁଷ୍ଠାନରେ ଏସବୁର ସୁବନ୍ଦୋବସ୍ତ ହେବା ଜରୁରୀ।
ଆକଳନରୁ ଜଣାଯାଏ ସାରା ବିଶ୍ୱରେ ମୋଟ ବିପର୍ଯ୍ୟୟ ମଧ୍ୟରୁ ୫୦ ଶତକଡ଼ା ପ୍ରାକୃତିକ ବିପର୍ଯ୍ୟୟ ସଂଗଠିତ ହେଉଥିବାବେଳେ ଯଥାକ୍ରମେ ୪୫ ଶତକଡ଼ା ଓ ୭୪ ଶତକଡ଼ା ମୋଟ ମୃତ୍ୟୁ ଓ ମୋଟ ଅର୍ଥନୈତିକ କ୍ଷତି ଏହିସବୁ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ହୋଇଥାଏ। ବୈଷୟିକ ଜ୍ଞାନକୌଶଳର ଉପଯୋଗକରି ପୂର୍ବସୂଚନା ଓ ସତର୍କତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଥିବାରୁ ଅନେକ ଧନଜୀବନକୁ ସୁରକ୍ଷିତ ରଖାଯାଇପାରୁଛି।
ତେବେ ଲୋକମାନଙ୍କର ସ୍ଥାନାନ୍ତରଣ ଓ ଥଇଥାନ ପାଇଁ ଅଧିକ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜାତିସଂଘ ସ୍ବତନ୍ତ୍ର ପ୍ରତିନିଧି ମାମି ମିଜୋରୀ। ଏ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ବିପର୍ଯ୍ୟୟର ବିପଦଗୁଡ଼ିକୁ ହ୍ରାସ କରିବା ସହ ପରିବର୍ତ୍ତନଶୀଳ ପାଣିପାଗକୁ ଦୃଷ୍ଟିରେ ରଖି ସମନ୍ବିତ ଜାତୀୟ, ସ୍ଥାନୀୟ ବିପର୍ଯ୍ୟୟ ବିପଦ ହ୍ରାସ କୌଶଳ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ଯାହା କେବଳ ବିପର୍ଯ୍ୟୟକୁ ହ୍ରାସ କରିବ ତାହା ନୁହେଁ ବରଂ ଗରିବୀ ହଟାଇବା ସହ ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ସାଧନରେ ସହାୟକ ହେବ।
ଆମ ଦେଶରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ କାର୍ଯ୍ୟକାରୀ ହେଉଛି। ଜାତୀୟ ଓ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗଠିତ ହୋଇଛି। ଏହି ସଂସ୍ଥା ବିପର୍ଯ୍ୟୟ ଆକଳନ ସଚେତନତା, ନୀତି ଓ ଯୋଜନା ପ୍ରଣୟନ, ସହାୟତା ଓ ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ମୁକାବିଲା, ବିପର୍ଯ୍ୟୟ ସମୟରେ ଓ ପରେ ଥଇଥାନ, ପୁନଃ ସଂସ୍ଥାପନ ମାଧ୍ୟମରେ ଏହି ପଚିଚାଳନାଗତ କାର୍ଯ୍ୟ କରାଯାଇଥାଏ। ବିପର୍ଯ୍ୟୟ ପରେ ପୁନର୍ଗଠନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇ ଲୋକମାନଙ୍କୁ ପୁଣି ସେହି ସାଧାରଣ ଜୀବନଶୈଳୀ ଉପଲବ୍ଧ କରାଇଦିଆଯାଏ । ତେବେ ବାତ୍ୟା, ବନ୍ୟାରୁ ରକ୍ଷା ପାଇବା ନିମନ୍ତେ ଆଶ୍ରୟସ୍ଥଳୀ ନିର୍ମାଣ ଓ ପରିଚାଳନା, ସ୍ବେଚ୍ଛାସେବୀ ସୃଷ୍ଟି, ବ୍ୟକ୍ତିଗତ ଓ ଗୋଷ୍ଠୀର ଦୁର୍ବଳ ସ୍ଥିତି ସମୀକ୍ଷା, ସୁରକ୍ଷା ଯୋଜନା, ପୂର୍ବସୂଚନା ପ୍ରସାରଣ, ଉଦ୍ଧାର ବ୍ୟବସ୍ଥା ଏବଂ ଗୋଷ୍ଠୀ ସହଭାଗିତାରେ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ଓ କୌଶଳ ମାଧ୍ୟମରେ ଧନଜୀବନକୁ ଅଧିକ ସୁରକ୍ଷା ଦିଆଯାଇପାରିବ। ତା’ଛଡା ହେନ୍ତାଳ ବନ ସୃଷ୍ଟି ଓ ସୁରକ୍ଷା, ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ, ବାଉଁଶ ଓ ତାଳ ଗଛ ଭଳି ବାତ୍ୟା ପ୍ରତିରୋଧୀ ବୃକ୍ଷରୋପଣ, ବର୍ଷାଜଳ ଅମଳ, ସଂରକ୍ଷଣ, ପ୍ରାକୃତିକ ସମ୍ବଳ ପରିଚାଳନା ଆଦି ଉପାୟ ସବୁ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟଠାରୁ ଆମକୁ ସୁରକ୍ଷା ପ୍ରଦାନ କରିବ। ବିଭିନ୍ନ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ବାରମ୍ବାର ମକଡ୍ରିଲ, ନିରନ୍ତର ଅଭ୍ୟାସ ଏବଂ ପ୍ରସ୍ତୁତି ହିଁ ଜୀବନ ବଞ୍ଚାଇବାର ମୁଖ୍ୟ ଆୟୁଧ ରୂପେ କାର୍ଯ୍ୟ କରିଥାଏ। ଏହାର ସମୃଦ୍ଧୀକରଣର ଆବଶ୍ୟକତା ରହିଛି। ଗୋଷ୍ଠୀ ସ୍ତରରେ ଏ ବିଷୟରେ ଅଧିକ ସଚେତନତା, ବିପର୍ଯ୍ୟୟ ଯୋଦ୍ଧା ସୃଷ୍ଟି, ସଦା ପ୍ରସ୍ତୁତ ଆଶ୍ରୟସ୍ଥଳୀ, ଗ୍ରାମପଞ୍ଚାୟତ ବିକାଶ ଯୋଜନା ସହ ବିପର୍ଯ୍ୟୟ ପରିଚାଳନା ଯୋଜନାର ସଂଯୋଜନା ଓ ସ୍ଥାନୀୟ ସହଭାଗିତା, ବିପର୍ଯ୍ୟୟ ସହନଶୀଳ ଜୀବିକା, ଦକ୍ଷ ବିପର୍ଯ୍ୟୟ ନିରୋଧୀ ଗ୍ରାମ କିମ୍ବା ଅଞ୍ଚଳ ଗଠନ କରାଯାଇ ଆକ୍ସନପ୍ଲାନ ଅନୁସାରେ କାର୍ଯ୍ୟକଲେ ବିପର୍ଯ୍ୟୟ ପରିଚାଳନା ସହଜ ହେବା ସହ ପ୍ରାକୃତିକ ବିଭବ ସୁରକ୍ଷିତ ରହିପାରିବ। ଏକ୍ଷେତ୍ରରେ ଆହୁରି ସଶକ୍ତ ହେବାର ଆବଶ୍ୟକତା ମନେହୁଏ। ପ୍ରକୃତି ହିଁ ଆମକୁ ବିପର୍ଯ୍ୟୟରୁ ସୁରକ୍ଷା ଦେବ। ବିକାଶ ଲକ୍ଷ୍ୟ ପୂରଣ ବେଳେ ପ୍ରକୃତି ବିରୋଧୀ କାର୍ଯ୍ୟକଳାପ ବନ୍ଦ କଲେ ବିପର୍ଯ୍ୟୟର ମାତ୍ରା ନିଶ୍ଚୟ ହ୍ରାସ ପାଇବ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri