କଳାପଟାରୁ ଆଭାସୀ ଶିକ୍ଷା ଯାଏ

ଡ. କିଶୋର ମହାନ୍ତି

 

ଏକଦା ଗ୍ରାମ୍ୟ ଚାଟଶାଳୀ ଥିଲା ଆମ ଶିକ୍ଷା ଗ୍ରହଣର ମନ୍ଦିର। ଆଉ ସେଇଠାରୁ ଆରମ୍ଭ ହେଉଥିଲା ପ୍ରତିଟି ପିଲାର ଖଡ଼ିଛୁଆଁ। ଗୁରୁଜୀମାନେ ଥିଲେ ଚାଟମାନଙ୍କର ମାର୍ଗଦର୍ଶକ ତଥା ତତ୍ତ୍ୱାବଧାରକ। ସେଠାରେ ଶିକ୍ଷକମାନେ ମୁଣ୍ଡା ଖଡ଼ିରେ ବର୍ଣ୍ଣମାଳାତକ ଥୋଇ ଦେଉଥିଲେ କଳାପଟାରେ ଆଉ ସେଇଠୁ ଆରମ୍ଭ ହେଉଥିଲା ଗଣିତ ପାଠ, ମିଶାଣ, ଫେଡ଼ାଣ, ହରଣ, ଗୁଣନର ଚିହ୍ନ; ଯାହାକି ମାନସ ପଟରେ ଛାପି ହେଇଯାଉଥିଲା। କଳାପଟା ଥିଲା ସେତେବେଳେ ଶିକ୍ଷା ଗ୍ରହଣର ଅନ୍ୟତମ ମାଧ୍ୟମ। ସେଥିରେ ଶୂନ୍ୟଠାରୁ ଆରମ୍ଭ କରି ଶହେ ପର୍ଯ୍ୟନ୍ତ ସଂଖ୍ୟା ଲେଖାଯାଉଥିଲା ପ୍ରତିଦିନ। ପ୍ରତିଦିନ ବିଦ୍ୟାଳୟ ଚାଲୁଥିବା ସମୟରେ ବଗ,଼ କୁକୁର, ଆମ୍ବ, କାଉ, କୁକୁଡ଼ା ଆଉ କୋଇଲି, ଫୁଲ, ପୂର୍ବ ଦିଗରେ ଉଦିତ ହେଉଥିବା ସୂର୍ଯ୍ୟଙ୍କ ଛବି ଆଙ୍କିଦେଇ ଗୁରୁଜୀ ପରିଚିତ କରାଉଥିଲେ ଆଉ ନିଜେ ଆଙ୍କି ପିଲାଙ୍କୁ ଆଙ୍କିବାକୁ କହୁଥିଲେ କଳାପଟାରେ। କଳାପଟାରେ ଯାହା ଥରେ ଲେଖା ହୋଇଯାଉଥିଲା ତାହା ଜୀବନଯାକ ମନେ ରହିଯାଉଥିଲା। ଏତଦ୍‌ବ୍ୟତୀତ ବର୍ଣ୍ଣବୋଧ ପାଠ ଆମକୁ ଯେତିକି ଭାବରେ ଉପଦେଶମାନ ଦେଉଥିଲା, ସେତିକି ପ୍ରକୃତି ଓ ଜନଜୀବନର ବୈଚିତ୍ର୍ୟମୟ ଚିତ୍ର ସହ ପରିଚିତ କରାଇ ଦେଉଥିଲା। ଈଶ୍ୱରଙ୍କ ସମ୍ବନ୍ଧୀୟ ତାତ୍ତ୍ୱିକ ଜ୍ଞାନ ପିଲାଟି ବେଳୁ ଶିକ୍ଷା ଦେଉଥିଲା। କୁହାଯାଉଥିଲା, ”ବାଳୁତବେଳୁ ଧର୍ମ ଧନ ମୁଁ ସଞ୍ଚତ୍ବି“- ଏହାଠାରୁ ବଳି ଆଉ ଜୀବନଧର୍ମୀ ଶିକ୍ଷା କ’ଣ ଥାଇପାରେ। ହେଲେ ଏବେ ‘ରାଇମ୍‌’ ଘୋଷି ଆମେ ଆମର ଇଂଲିଶ୍‌ ବେଶି ଜାଣିବା ପଣିଆର ବାହାବାହା ନେଇଛୁ, କିନ୍ତୁ ଥରେ ବର୍ଣ୍ଣବୋଧରେ ଥିବା ନୈତିକ ଶିକ୍ଷା ପ୍ରତି ଆମେ ଆଖି ପକାଇଛୁ କି ? ଏବେ ବର୍ଣ୍ଣବୋଧର ପୃଷ୍ଠା ଥରୁଟିଏ ଆଡ଼େଇ ଦେଖଉଛୁ କି- ପିଲାଙ୍କ ଆଗରେ ଶିଶୁ ସୁଲଭ ଠାଣିରେ ବହିରୁ ପଦୁଟିଏ ଗାଇ ଶୁଣାଇ ପାରୁଛେ କି ? ସୃଜନଶୀଳର ବିକାଶ ନିମନ୍ତେ ‘ବର୍ଣ୍ଣବୋଧ’ ଓ କଳାପଟା ଥିଲା ଚାଟଶାଳୀ ପିଲାର ଆଶାବାଡ଼ି। ଆଜି ତା’ର ପରିବର୍ତ୍ତନ ଘଟିଛି। ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି । ଆଜିର ସମସ୍ୟା ଭିତରେ କରୋନା ମହାମାରୀର ପ୍ରାଦୁର୍ଭାବରେ ଗତ ଦେଢ଼ ବର୍ଷ କାଳ ଜନଜୀବନ ବାଧାପ୍ରାପ୍ତ ହେବା ସହ ଅବସ୍ଥା ଅସମ୍ଭାଳ ହୋଇପଡ଼ିଛି ଓ ସମସ୍ତ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ବିଦ୍ୟାଳୟ, କଲେଜ ଓ ୟୁନିଭରସିଟିକୁ ସବୁ ପିଲା ଆସି ନାହାନ୍ତି। ଛାତ୍ରୀଛାତ୍ରମାନେ ପ୍ରତ୍ୟକ୍ଷ ଶିକ୍ଷାଗ୍ରହଣରୁ ବଞ୍ଚତ୍ତ ହେଉଛନ୍ତି। ଏବେ ସବୁ ସ୍ବାଭାବିକ ହେବ ବୋଲି ଆଶା ସଞ୍ଚାର ହେଉଛି।
ବିଦ୍ୟାଳୟରେ ସୃଜନଶୀଳତା ଓ ବାଗ୍ମିତାର ବିକାଶ ଘଟୁଥିଲା। ଜୀବନ ପାଠର ଆଦ୍ୟ ଭିତ୍ତିଭୂମି ହିଁ ପଡ଼ୁଥିଲା ଏହି ବିଦ୍ୟାଳୟରୁ। ସହପାଠୀ ତଥା ସାଙ୍ଗସାଥୀମାନଙ୍କ ସହ ମିଶିବା ଯୋଗେ ସାମାଜିକତା, ବନ୍ଧୁତା ତଥା ଏକତାର ସୂତ୍ରପାତ ହେଉଥିଲା। ପିଲାମାନଙ୍କ ମଧ୍ୟରେ ସଂସ୍କାର ଆଉ ନାଗରିକ ଉତ୍ତମ ଭାବର ଏକ ଉତ୍ତରଦାୟିତ୍ୱ ରହିଛି ବୋଲି ଦର୍ଶାଉଥିଲା। ଏ ସବୁ ଶିକ୍ଷାଦାନର ବିକଳ୍ପ ବ୍ୟବସ୍ଥା ଅନ୍‌ଲାଇନ୍‌ ପାଠପଢ଼ାରୁ କେଉଁଠୁ ମିଳିପାରିବ? କିନ୍ତୁ ଅନ୍‌ଲାଇନ୍‌ ପାଠପଢ଼ାର ଆଉ ଏକ ବିସ୍ତାରିତ ଦିଗ ହେଲା ଯାହାକୁ ଆମେ ଗୁରୁତ୍ୱ ଦେବା ଉଚିତ। ଏବେ ବୈଷୟିକ ଆଧାରିତ ବିଦ୍ୟାଳୟ ବା କଲେଜ ଶିକ୍ଷାର ଅସଲ ଛବି ପ୍ରକାଶ ପାଉଛି। ସବୁଆଡ଼େ ବିଜୁଳି ସହଜରେ ଉପଲବ୍ଧ ନୁହେଁ- ଭିତ୍ତିଭୂମିର ଘୋର ଅଭାବ ଏବଂ ଇଣ୍ଟରନେଟ୍‌ର ସୁବିଧା ଏତେ ସହଜ ନୁହେଁ। ଯାହାଫଳରେ ଶିକ୍ଷାଦାନ ଏତେ ସକ୍ରିୟ ନୁହେଁ କି ଫଳପ୍ରଦ ନୁହେଁ । ଆମ ପିଲା ଏବେ ସୁଦ୍ଧା କମ୍ପ୍ୟୁଟର ସମ୍ବନ୍ଧୀୟ ଜ୍ଞାନ କୌଶଳ ସହ ବିଶେଷ ଜ୍ଞାନ ଆହରଣ କରିନାହାନ୍ତି। ଏମିତିକି ପାହାଡ଼ଘେରା ଡଙ୍ଗର ଏବଂ ଗାଁ ଗହଳିରେ ଇଣ୍ଟରନେଟ୍‌ ସମ୍ପର୍କ ବି ବ୍ୟାହତ।
ଏହା ସତ୍ୟ ଯେ, ସରକାରୀ ସ୍କୁଲରେ ପାଠ ପଢ଼ୁତ୍ଥିବା ଛାତ୍ରୀଛାତ୍ରଙ୍କ ପରିବାର ନିମ୍ନ ଆୟକାରୀ ବର୍ଗ ଅନ୍ତର୍ଭୁକ୍ତ। ଏମାନଙ୍କ ପାଖରେ ସ୍ମାର୍ଟ ଫୋନ ପାଇବା ପାଇଁ ସୁଯୋଗ ତଥା ସୁବିଧା ତଥା ମୂଲ୍ୟ ଦେଇ କିଣିବାର ଅସୁବିଧା ଉପୁଜେ ।
ପ୍ରତିମାସରେ ଇଣ୍ଟରନେଟ୍‌ ପାଇଁ ପଇସା ପକାଇବା ସମ୍ଭବ ନୁହେଁ । ଆଉ ଗୋଟେ ପଟେ ଦାରିଦ୍ର୍ୟ ଓ ଇଣ୍ଟରନେଟ୍‌ ପ୍ରତି ସଚେତନତା ତଥା ଜ୍ଞାନ ଆହରଣ ଖୁବ୍‌ କମ୍‌ ଥାଏ। ଏସବୁକୁ କାର୍ଯ୍ୟକାରୀ କରିବାରେ ଏମାନଙ୍କର ସେମିତି ବୈଷୟିକ ଜ୍ଞାନ ତିଳେମାତ୍ର ନଥାଏ। ଜୀବନଜୀବିକା ପାଇଁ ଏମାନେ ବି ସର୍ବଦା ବ୍ୟସ୍ତ ଥାଆନ୍ତି। ଦୀର୍ଘ ସମୟ ଧରି ସ୍କୁଲ ବନ୍ଦ ହେବା ଫଳରେ ପିଲାମାନଙ୍କ ପାଠ ପ୍ରତି ସ୍ପୃହା ଆସ୍ତେ ଆସ୍ତେ କମିଯାଏ । କିଛି କିଛି ପିଲା ଏହି କାରଣରୁ ବି ସ୍କୁଲ ଛାଡ଼ି ସାରିଲେଣି। ସରକାର ଶିକ୍ଷାରୁ ବଞ୍ଚତ୍ତ ହେଉଥିବା ସାଧାରଣ ତଥା ଗରିବ ପିଲାମାନଙ୍କ କଥା ଚିନ୍ତା କରିବା ଉଚିତ । ୨୦୨୦-୨୧ର ଆର୍ଥିକ ସର୍ଭେରେ କୁହାଯାଇଛି ଯେ, ଯଦି ଅନ୍‌ଲାଇନ୍‌ ଶିକ୍ଷାକୁ ଠିକ୍‌ ବାଟରେ ଓ ଠିକ୍‌ ଅର୍ଥରେ ପ୍ରୟୋଗ କରାଯାଏ, ଏଥିରେ ଶୈକ୍ଷିକ ପରିଣାମ ଦୃଷ୍ଟିରୁ ଅସମାନତା ଦୂର ହୋଇପାରେ। କିନ୍ତୁ କେହି ଜଣେ ଅଣ୍ଟା ଭିଡ଼ି ଜୋର ଦେଇ କହିପାରିବେ ନାହିଁ ଯେ, ଭାରତ ପରି ଦେଶରେ ସବୁପିଲାଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦେଇ ଦେଶର ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳପ୍ରାପ୍ତି ହୋଇପାରେ।
ମୋ: ୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri