କଳାପଟାରୁ ଆଭାସୀ ଶିକ୍ଷା ଯାଏ

ଡ. କିଶୋର ମହାନ୍ତି

 

ଏକଦା ଗ୍ରାମ୍ୟ ଚାଟଶାଳୀ ଥିଲା ଆମ ଶିକ୍ଷା ଗ୍ରହଣର ମନ୍ଦିର। ଆଉ ସେଇଠାରୁ ଆରମ୍ଭ ହେଉଥିଲା ପ୍ରତିଟି ପିଲାର ଖଡ଼ିଛୁଆଁ। ଗୁରୁଜୀମାନେ ଥିଲେ ଚାଟମାନଙ୍କର ମାର୍ଗଦର୍ଶକ ତଥା ତତ୍ତ୍ୱାବଧାରକ। ସେଠାରେ ଶିକ୍ଷକମାନେ ମୁଣ୍ଡା ଖଡ଼ିରେ ବର୍ଣ୍ଣମାଳାତକ ଥୋଇ ଦେଉଥିଲେ କଳାପଟାରେ ଆଉ ସେଇଠୁ ଆରମ୍ଭ ହେଉଥିଲା ଗଣିତ ପାଠ, ମିଶାଣ, ଫେଡ଼ାଣ, ହରଣ, ଗୁଣନର ଚିହ୍ନ; ଯାହାକି ମାନସ ପଟରେ ଛାପି ହେଇଯାଉଥିଲା। କଳାପଟା ଥିଲା ସେତେବେଳେ ଶିକ୍ଷା ଗ୍ରହଣର ଅନ୍ୟତମ ମାଧ୍ୟମ। ସେଥିରେ ଶୂନ୍ୟଠାରୁ ଆରମ୍ଭ କରି ଶହେ ପର୍ଯ୍ୟନ୍ତ ସଂଖ୍ୟା ଲେଖାଯାଉଥିଲା ପ୍ରତିଦିନ। ପ୍ରତିଦିନ ବିଦ୍ୟାଳୟ ଚାଲୁଥିବା ସମୟରେ ବଗ,଼ କୁକୁର, ଆମ୍ବ, କାଉ, କୁକୁଡ଼ା ଆଉ କୋଇଲି, ଫୁଲ, ପୂର୍ବ ଦିଗରେ ଉଦିତ ହେଉଥିବା ସୂର୍ଯ୍ୟଙ୍କ ଛବି ଆଙ୍କିଦେଇ ଗୁରୁଜୀ ପରିଚିତ କରାଉଥିଲେ ଆଉ ନିଜେ ଆଙ୍କି ପିଲାଙ୍କୁ ଆଙ୍କିବାକୁ କହୁଥିଲେ କଳାପଟାରେ। କଳାପଟାରେ ଯାହା ଥରେ ଲେଖା ହୋଇଯାଉଥିଲା ତାହା ଜୀବନଯାକ ମନେ ରହିଯାଉଥିଲା। ଏତଦ୍‌ବ୍ୟତୀତ ବର୍ଣ୍ଣବୋଧ ପାଠ ଆମକୁ ଯେତିକି ଭାବରେ ଉପଦେଶମାନ ଦେଉଥିଲା, ସେତିକି ପ୍ରକୃତି ଓ ଜନଜୀବନର ବୈଚିତ୍ର୍ୟମୟ ଚିତ୍ର ସହ ପରିଚିତ କରାଇ ଦେଉଥିଲା। ଈଶ୍ୱରଙ୍କ ସମ୍ବନ୍ଧୀୟ ତାତ୍ତ୍ୱିକ ଜ୍ଞାନ ପିଲାଟି ବେଳୁ ଶିକ୍ଷା ଦେଉଥିଲା। କୁହାଯାଉଥିଲା, ”ବାଳୁତବେଳୁ ଧର୍ମ ଧନ ମୁଁ ସଞ୍ଚତ୍ବି“- ଏହାଠାରୁ ବଳି ଆଉ ଜୀବନଧର୍ମୀ ଶିକ୍ଷା କ’ଣ ଥାଇପାରେ। ହେଲେ ଏବେ ‘ରାଇମ୍‌’ ଘୋଷି ଆମେ ଆମର ଇଂଲିଶ୍‌ ବେଶି ଜାଣିବା ପଣିଆର ବାହାବାହା ନେଇଛୁ, କିନ୍ତୁ ଥରେ ବର୍ଣ୍ଣବୋଧରେ ଥିବା ନୈତିକ ଶିକ୍ଷା ପ୍ରତି ଆମେ ଆଖି ପକାଇଛୁ କି ? ଏବେ ବର୍ଣ୍ଣବୋଧର ପୃଷ୍ଠା ଥରୁଟିଏ ଆଡ଼େଇ ଦେଖଉଛୁ କି- ପିଲାଙ୍କ ଆଗରେ ଶିଶୁ ସୁଲଭ ଠାଣିରେ ବହିରୁ ପଦୁଟିଏ ଗାଇ ଶୁଣାଇ ପାରୁଛେ କି ? ସୃଜନଶୀଳର ବିକାଶ ନିମନ୍ତେ ‘ବର୍ଣ୍ଣବୋଧ’ ଓ କଳାପଟା ଥିଲା ଚାଟଶାଳୀ ପିଲାର ଆଶାବାଡ଼ି। ଆଜି ତା’ର ପରିବର୍ତ୍ତନ ଘଟିଛି। ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି । ଆଜିର ସମସ୍ୟା ଭିତରେ କରୋନା ମହାମାରୀର ପ୍ରାଦୁର୍ଭାବରେ ଗତ ଦେଢ଼ ବର୍ଷ କାଳ ଜନଜୀବନ ବାଧାପ୍ରାପ୍ତ ହେବା ସହ ଅବସ୍ଥା ଅସମ୍ଭାଳ ହୋଇପଡ଼ିଛି ଓ ସମସ୍ତ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ବିଦ୍ୟାଳୟ, କଲେଜ ଓ ୟୁନିଭରସିଟିକୁ ସବୁ ପିଲା ଆସି ନାହାନ୍ତି। ଛାତ୍ରୀଛାତ୍ରମାନେ ପ୍ରତ୍ୟକ୍ଷ ଶିକ୍ଷାଗ୍ରହଣରୁ ବଞ୍ଚତ୍ତ ହେଉଛନ୍ତି। ଏବେ ସବୁ ସ୍ବାଭାବିକ ହେବ ବୋଲି ଆଶା ସଞ୍ଚାର ହେଉଛି।
ବିଦ୍ୟାଳୟରେ ସୃଜନଶୀଳତା ଓ ବାଗ୍ମିତାର ବିକାଶ ଘଟୁଥିଲା। ଜୀବନ ପାଠର ଆଦ୍ୟ ଭିତ୍ତିଭୂମି ହିଁ ପଡ଼ୁଥିଲା ଏହି ବିଦ୍ୟାଳୟରୁ। ସହପାଠୀ ତଥା ସାଙ୍ଗସାଥୀମାନଙ୍କ ସହ ମିଶିବା ଯୋଗେ ସାମାଜିକତା, ବନ୍ଧୁତା ତଥା ଏକତାର ସୂତ୍ରପାତ ହେଉଥିଲା। ପିଲାମାନଙ୍କ ମଧ୍ୟରେ ସଂସ୍କାର ଆଉ ନାଗରିକ ଉତ୍ତମ ଭାବର ଏକ ଉତ୍ତରଦାୟିତ୍ୱ ରହିଛି ବୋଲି ଦର୍ଶାଉଥିଲା। ଏ ସବୁ ଶିକ୍ଷାଦାନର ବିକଳ୍ପ ବ୍ୟବସ୍ଥା ଅନ୍‌ଲାଇନ୍‌ ପାଠପଢ଼ାରୁ କେଉଁଠୁ ମିଳିପାରିବ? କିନ୍ତୁ ଅନ୍‌ଲାଇନ୍‌ ପାଠପଢ଼ାର ଆଉ ଏକ ବିସ୍ତାରିତ ଦିଗ ହେଲା ଯାହାକୁ ଆମେ ଗୁରୁତ୍ୱ ଦେବା ଉଚିତ। ଏବେ ବୈଷୟିକ ଆଧାରିତ ବିଦ୍ୟାଳୟ ବା କଲେଜ ଶିକ୍ଷାର ଅସଲ ଛବି ପ୍ରକାଶ ପାଉଛି। ସବୁଆଡ଼େ ବିଜୁଳି ସହଜରେ ଉପଲବ୍ଧ ନୁହେଁ- ଭିତ୍ତିଭୂମିର ଘୋର ଅଭାବ ଏବଂ ଇଣ୍ଟରନେଟ୍‌ର ସୁବିଧା ଏତେ ସହଜ ନୁହେଁ। ଯାହାଫଳରେ ଶିକ୍ଷାଦାନ ଏତେ ସକ୍ରିୟ ନୁହେଁ କି ଫଳପ୍ରଦ ନୁହେଁ । ଆମ ପିଲା ଏବେ ସୁଦ୍ଧା କମ୍ପ୍ୟୁଟର ସମ୍ବନ୍ଧୀୟ ଜ୍ଞାନ କୌଶଳ ସହ ବିଶେଷ ଜ୍ଞାନ ଆହରଣ କରିନାହାନ୍ତି। ଏମିତିକି ପାହାଡ଼ଘେରା ଡଙ୍ଗର ଏବଂ ଗାଁ ଗହଳିରେ ଇଣ୍ଟରନେଟ୍‌ ସମ୍ପର୍କ ବି ବ୍ୟାହତ।
ଏହା ସତ୍ୟ ଯେ, ସରକାରୀ ସ୍କୁଲରେ ପାଠ ପଢ଼ୁତ୍ଥିବା ଛାତ୍ରୀଛାତ୍ରଙ୍କ ପରିବାର ନିମ୍ନ ଆୟକାରୀ ବର୍ଗ ଅନ୍ତର୍ଭୁକ୍ତ। ଏମାନଙ୍କ ପାଖରେ ସ୍ମାର୍ଟ ଫୋନ ପାଇବା ପାଇଁ ସୁଯୋଗ ତଥା ସୁବିଧା ତଥା ମୂଲ୍ୟ ଦେଇ କିଣିବାର ଅସୁବିଧା ଉପୁଜେ ।
ପ୍ରତିମାସରେ ଇଣ୍ଟରନେଟ୍‌ ପାଇଁ ପଇସା ପକାଇବା ସମ୍ଭବ ନୁହେଁ । ଆଉ ଗୋଟେ ପଟେ ଦାରିଦ୍ର୍ୟ ଓ ଇଣ୍ଟରନେଟ୍‌ ପ୍ରତି ସଚେତନତା ତଥା ଜ୍ଞାନ ଆହରଣ ଖୁବ୍‌ କମ୍‌ ଥାଏ। ଏସବୁକୁ କାର୍ଯ୍ୟକାରୀ କରିବାରେ ଏମାନଙ୍କର ସେମିତି ବୈଷୟିକ ଜ୍ଞାନ ତିଳେମାତ୍ର ନଥାଏ। ଜୀବନଜୀବିକା ପାଇଁ ଏମାନେ ବି ସର୍ବଦା ବ୍ୟସ୍ତ ଥାଆନ୍ତି। ଦୀର୍ଘ ସମୟ ଧରି ସ୍କୁଲ ବନ୍ଦ ହେବା ଫଳରେ ପିଲାମାନଙ୍କ ପାଠ ପ୍ରତି ସ୍ପୃହା ଆସ୍ତେ ଆସ୍ତେ କମିଯାଏ । କିଛି କିଛି ପିଲା ଏହି କାରଣରୁ ବି ସ୍କୁଲ ଛାଡ଼ି ସାରିଲେଣି। ସରକାର ଶିକ୍ଷାରୁ ବଞ୍ଚତ୍ତ ହେଉଥିବା ସାଧାରଣ ତଥା ଗରିବ ପିଲାମାନଙ୍କ କଥା ଚିନ୍ତା କରିବା ଉଚିତ । ୨୦୨୦-୨୧ର ଆର୍ଥିକ ସର୍ଭେରେ କୁହାଯାଇଛି ଯେ, ଯଦି ଅନ୍‌ଲାଇନ୍‌ ଶିକ୍ଷାକୁ ଠିକ୍‌ ବାଟରେ ଓ ଠିକ୍‌ ଅର୍ଥରେ ପ୍ରୟୋଗ କରାଯାଏ, ଏଥିରେ ଶୈକ୍ଷିକ ପରିଣାମ ଦୃଷ୍ଟିରୁ ଅସମାନତା ଦୂର ହୋଇପାରେ। କିନ୍ତୁ କେହି ଜଣେ ଅଣ୍ଟା ଭିଡ଼ି ଜୋର ଦେଇ କହିପାରିବେ ନାହିଁ ଯେ, ଭାରତ ପରି ଦେଶରେ ସବୁପିଲାଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦେଇ ଦେଶର ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳପ୍ରାପ୍ତି ହୋଇପାରେ।
ମୋ: ୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri