ଦେଶରେ ବିପତ୍ତି, ବିଦେଶରେ ମୋଦି

ଇମ୍ଫାଲ/ନୂଆଦିଲ୍ଲୀ/ପ୍ୟାରିସ୍‌,୧୫ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୨୦୨୩ ଏପ୍ରିଲରେ ମଣିପୁର ହାଇକୋର୍ଟ ମେଇତି ସମ୍ପ୍ରଦାୟର ଲୋକଙ୍କୁ ୪ ସପ୍ତାହ ମଧ୍ୟରେ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ବର୍ଗରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇମ୍ଫାଲ ଉପତ୍ୟକାର ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟର ଦାବିକୁ ବିରୋଧ କରି ମେ’ ୩ରେ ଅଲ୍‌ ଟ୍ରାଇବାଲ୍‌ ଷ୍ଟୁଡେଣ୍ଟ ୟୁନିୟନ୍‌ ଅଫ୍‌ ମଣିପୁର (ଏଟିଏସ୍‌ୟୁଏମ୍‌) ପକ୍ଷରୁ ସମସ୍ତ ପାର୍ବତ୍ୟ ଜିଲାରେ ଆଦିବାସୀ ଏକତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଶୋଭାଯାତ୍ରା ବେଳେ ମେଇତିମାନେ କୁକି ଓ ନାଗା ସମ୍ପ୍ରଦାୟର ଲୋକଙ୍କୁ ଆକ୍ରମଣ କରିବାରୁ ଜାତିଆଣ ହିଂସା ଆରମ୍ଭ ହୋଇଥିଲା। ଏହି ସଂଘର୍ଷର ନିଆଁରେ ଜୁଲାଇ ୪ ସୁଦ୍ଧା ୧୪୨ ଜଣଙ୍କ ମୃତ୍ୟୁ ଘଟିଥିବା ଓ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସରକାରୀ ଭାବେ କୁହାଯାଇଥିଲା। ସେହିପରି ୫୪,୪୮୮ ଜଣ ବିସ୍ଥାପିତ ହୋଇଥିବା ରିପୋର୍ଟ କରାଯାଇଥିଲା। କିନ୍ତୁ ପ୍ରକୃତ ମୃତାହତ ଓ ବିସ୍ଥାପିତଙ୍କ ସଂଖ୍ୟା ଏଥିରୁ ବହୁ ଅଧିକ ହେବ ବୋଲି କୁହାଯାଉଛି। ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଭାରତୀୟ ସେନା ଓ ଅର୍ଦ୍ଧସାମରିକ ବଳର ୧୦,୦୦୦ରୁ ଊର୍ଦ୍ଧ୍ୱ ଯବାନଙ୍କୁ ମୁତୟନ କରାଯାଇଛି। ଗୁଜବ ରୋକିବା ଆଳରେ ଅନେକ ଦିନ ଧରି ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଉଛି। ଏପରି କି କର୍ଫ୍ୟୁ ଅମାନ୍ୟ କଲେ ଉଲ୍ଲଂଘନକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ୫୩%ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ମେଇତି ସମ୍ପ୍ରଦାୟର ଲୋକେ ସଂଖ୍ୟାଲଘୁ କୁକି ଆଦିବାସୀଙ୍କ ଘରେ ନିଅଁା ଲଗାଇଦେଉଛନ୍ତି। ଜଳାପୋଡ଼ା, ଭଙ୍ଗାରୁଜା ଭିତରେ କେତେବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ତ ପୁଣି କେବେ ପୋଲିସ ଗୁଳିରେ ମୃତ୍ୟୁ। ମୃତକଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହିଂସା ଷଡ଼ଯନ୍ତ୍ରର ତଦନ୍ତ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ମଧ୍ୟ ତଦନ୍ତ ପାଇଁ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି। କିନ୍ତୁ ମଣିପୁରକୁ ଶାନ୍ତି ଫେରୁନାହିଁ। କାରଣ ମେଇତି ସମ୍ପ୍ରଦାୟ ରାଜନୈତିକ ଦୃଷ୍ଟିରୁ ଅଧିକ ପ୍ରଭାବଶାଳୀ। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ନେତୃତ୍ୱାଧୀନ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ଭାଜପାର ୩୭ ବିଧାୟକ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣ ମେଇତି ସମ୍ପ୍ରଦାୟର। ବୀରେନ୍‌ ସିଂ ସରକାର ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଦର୍ଶାଇ ୧୦ କୁକି ବିଧାୟକ (ଯାହାଙ୍କ ମଧ୍ୟରୁ ୭ ଜଣ ଭାଜପାର) ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି କରିଥିବାବେଳେ ମେଇତି ବିଧାୟକମାନେ ଦିଲ୍ଲୀରେ ଶକ୍ତିପ୍ରଦର୍ଶନ କରିବାକୁ ପଛାଇ ନାହାନ୍ତି। ଏସବୁ ଭିତରେ ମଣିପୁରରେ ଇଣ୍ଟରନେଟ ଉପରୁ କଟକଣା ହଟାଇବା ପଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜୁଲାଇ ୧୭ରେ ଏହାର ଶୁଣାଣି କରାଯିବ ବୋଲି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ସ୍ପଷ୍ଟ କରିଛନ୍ତି। ବିରୋଧୀଙ୍କ ମତରେ ମଣିପୁରରେ ଭାଜପାର ଡବଲ୍‌ ଇଞ୍ଜିନ ସରକାର ଲାଇନ୍‌ଚ୍ୟୁତ ହୋଇଯାଇଛି। ମଣିପୁର ହିଂସା ଅନ୍ତର୍ଜାତୀୟ ସମୁଦାୟର ମଧ୍ୟ ଧ୍ୟାନ ଆକର୍ଷଣ କରିଛି। ଏହି ହିଂସାର ସମାଧାନ ସାଙ୍ଗକୁ ଧର୍ମୀୟ ସଂଖ୍ୟାଲଘୁ ବିଶେଷକରି ଖ୍ରୀଷ୍ଟିୟାନ୍‌ମାନଙ୍କ ସୁରକ୍ଷା ପାଇଁ ଭାରତ ଆବଶ୍ୟକ ପଦକ୍ଷେପ ନେଉ ବୋଲି ୟୁରୋପୀୟ ପାର୍ଲାମେଣ୍ଟରେ ଗୁରୁବାର ପ୍ରସ୍ତାବ ଗୃହୀତ ହୋଇଛି। ଲୋକେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେବା ଉପରେ ସାଂସଦମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି, ଯାହାକୁ ଭାରତ ଆଭ୍ୟନ୍ତରୀଣ ବ୍ୟାପାର କହି ଗ୍ରହଣ କରିନାହିଁ। ଅନ୍ୟପକ୍ଷେ ମୌସୁମୀର ବିଳମ୍ବିତ ଆଗମନ ଭାରତରେ ନାହିଁ ନ ଥିବା ସ୍ଥିତି ଉପୁଜାଇଛି। ଲଗାଣ ବର୍ଷା ଓ ତଦ୍‌ଜନିତ ବନ୍ୟା ସହ ଭୂସ୍ଖଳନ ଯୋଗୁ କେବଳ ଉତ୍ତର ଭାରତରେ ଜୁଲାଇ ୧୩ ସୁଦ୍ଧା ଅନୂ୍ୟନ ୧୦୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଉଛି, ଯଦିଓ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ। ବାରମ୍ବାର ଭୂସ୍ଖଳନ ଯୋଗୁ ଅମରନାଥ ଯାତ୍ରାକୁ ବନ୍ଦ କରାଯାଇଛି। ବନ୍ୟା ଯୋଗୁ ଗଙ୍ଗା, ଯମୁନା ଓ ବ୍ରହ୍ମପୁତ୍ର ସମେତ ଦେଶର ଅନେକ ନଦୀ ଫୁଲି ଉଠିଛି। ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ବାସହରା ଲୋକେ ରାସ୍ତାକଡ଼ରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରାଯାଇଛି। ବନ୍ୟା ପ୍ରଭାବିତଙ୍କ ପାଖରେ ସରକାରୀ ରିଲିଫ ପହଞ୍ଚତ୍ପାରୁ ନାହିଁ। ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୧୪୪ ଧାରା ଜାରି କରାଯାଇଛି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ଓ ସାମରିକ ସମ୍ମାନ ଗ୍ରାଣ୍ଡ୍‌ କ୍ରସ୍‌ ଅଫ୍‌ ଦି ଲେଜିଅନ୍‌ ଅଫ୍‌ ଅନର ପ୍ରଦାନ କରାଯାଇଛି। ମୋଦିଙ୍କ ପ୍ୟାରିସ୍‌ ଗସ୍ତର ଦ୍ୱିତୀୟ ଦିନରେ ଏଲିସି ପ୍ୟାଲେସ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ତାଙ୍କୁ ଏହି ସମ୍ମାନ ଦେଇଛନ୍ତି। ଫ୍ରାନ୍ସର ଜାତୀୟ ଦିବସ ବାଷ୍ଟିଲ୍‌ ଡେ’ରେ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିବା ମୋଦି ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି। ଭାରତର ୩ ସେନାର ୨୬୯ ସଦସ୍ୟ ବିଶିଷ୍ଟ କଣ୍ଟିଜେଣ୍ଟକୁ ମଧ୍ୟ ଗ୍ରାଣ୍ଡ୍‌ ପରେଡ୍‌ରେ ସାମିଲ କରାଯାଇଛି। ଭାରତୀୟ ବାୟୁସେନାର ରାଫାଲ ଯୁଦ୍ଧବିମାନ ଫରାସୀ ଜେଟ୍‌ଗୁଡ଼ିକ ସହ ଯୁଦ୍ଧକୌଶଳ ପ୍ରଦର୍ଶନ କରିଛି।

ସୁପ୍ରିମକୋର୍ଟରେ ଯମୁନା ଜଳ

ଯମୁନା ନଦୀ ଜଳସ୍ତର କମୁଥିବା ସତ୍ତ୍ୱେ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳ ବନ୍ୟାଜଳରେ ଉବୁଟୁବୁ। ବହୁ ଅଞ୍ଚଳ ପାଣିଘେରରେ ଥିବାରୁ ସ୍କୁଲ, କଲେଜ ବନ୍ଦ କରିଦିଆଯାଇଛି। ଗୁରୁବାର ରାତିରେ ଯମୁନା ଜଳସ୍ତର ୨୦୮.୬୬ ମିଟରରେ ପହଞ୍ଚତ୍ଥିବାବେଳେ ଶୁକ୍ରବାର ସକାଳେ ତାହା ୨୦୮.୪୬ ମିଟରକୁ ହ୍ରାସ ପାଇଥିଲା। ଆଇଟିଓ, ରାଜଘାଟ ପାଣିରେ ବୁଡ଼ି ରହିଥିବାବେଳେ ବନ୍ୟାପାଣି କେନ୍ଦ୍ରୀୟ ଦିଲ୍ଲୀର ତିଳକ ମାର୍ଗରେ ଥିବା ସୁପ୍ରିମକୋର୍ଟ ପାଖରେ ପହଞ୍ଚତ୍ଛି। ଉତ୍ତରପଶ୍ଚିମ ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳ ନିକଟରେ ବନ୍ୟାପାଣିରେ ବୁଡ଼ିଯାଇ ୩ ପିଲାଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ୧୨ରୁ ୧୫ ବର୍ଷ ମଧ୍ୟରେ। ଦିଲ୍ଲୀ ବନ୍ୟାରେ ଏହା ପ୍ରଥମ ମୃତ୍ୟୁ ଘଟଣା। ଉପରାଜ୍ୟପାଳ ଭି.କେ. ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଇନ୍ଦ୍ରପ୍ରସ୍ଥ ଜଳ ରେଗୁଲେଟରର ମରାମତି କାର୍ଯ୍ୟ ବୁଲିଦେଖିଥିଲେ। ଉକ୍ତ ରେଗୁଲେଟରରୁ ପାଣି ମାଡ଼ିଯାଇ ଆଇଟିଓ, ରାଜଘାଟ ସମେତ ଦିଲ୍ଲୀର ଅନେକ ଅଞ୍ଚଳ ବୁଡ଼ିଯାଇଛି। ସହରକୁ ଜଳପ୍ରବେଶ ରୋକିବାରେ ସେନା, ଏନ୍‌ଡିଆର୍‌ଏଫ୍‌ ସମେତ ବନ୍ୟା ନିୟନ୍ତ୍ରଣ ବିଭାଗ, ଦିଲ୍ଲୀ ଜଳ ବୋର୍ଡର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?