Posted inଜାତୀୟ

ବିପର୍ଯ୍ୟୟ ବର୍ଷକରେ ନେଇଛି ୧୭,୦୦ ଲୋକଙ୍କ ଜୀବନ, ମହାରାଷ୍ଟ୍ରରେ ସର୍ବାଧିକ, ଓଡ଼ିଶା ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୬।୬ : ଦେଶରେ ୨୦୨୧ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୧୭,୦୦ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ୩୫୦ ଜଣ ମହାରାଷ୍ଟ୍ରର, ୨୨୩ ଜଣ ଓଡିଶାରେ ଏବଂ ୧୯୧ ଜଣ ମଧ୍ୟପ୍ରଦେଶର ରହିଛନ୍ତି। ଅଧିକାଂଶ ମୃତ୍ୟୁ ବଜ୍ରପାତ, ଘୂର୍ଣ୍ଣିବଳୟ, ପ୍ରବଳ ଉତ୍ତାପ, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଘଟିଛି।

ବିଶ୍ୱ ପରିବେଶ ଦିବସରେ କେନ୍ଦ୍ର ବିଜ୍ଞାନ ଏବଂ ପରିବେଶ (ସିଏସ୍‌ଇ) ଦ୍ୱାରା ପ୍ରକାଶିତ ଭାରତର ପରିବେଶୀୟ ସ୍ଥିତ-୨୦୨୨ ରିପୋର୍ଟରେ ଏହି ପରିସଂଖ୍ୟାନ ପ୍ରକାଶ ପାଇଛି। ଏଥି ସହିତ, ଏହି ରିପୋର୍ଟ ଅନୁଯାୟୀ, ପରିବେଶର କ୍ଷତି ପାଇଁ ଚଳିତ ବର୍ଷ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି।

୨୦୧୨ରୁ ୨୦୨୧ ଏକ ଦଶନ୍ଧି ମଧ୍ୟରେ ଭାରତରେ ତାପମାତ୍ରାରେ ସର୍ବାଧିକ ବୃଦ୍ଧି ଘଟିଛି। ୧୫ ଟି ଉତ୍ତପ୍ତ ବର୍ଷ ମଧ୍ୟରୁ ୧୧ ଟି ଗତ ଦେଢ଼ ଦଶନ୍ଧିରେ ରେକର୍ଡ କରାଯାଇଥିଲା। ମାର୍ଚ୍ଚ ୨୦୨୨ରେ ମଧ୍ୟ ସବୁଠାରୁ ଗରମ ମାସ ବୋଲି ପ୍ରମାଣିତ ହୋଇଥିଲା। ଏହି କାରଣରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜୁରାଟ ଏବଂ ହରିୟାଣାରେ ତାପମାତ୍ରା ୫୪ ଡିଗ୍ରୀ ସେଲସିୟସ ଛୁଇଁଥିଲା।

ରିପୋର୍ଟ ଅନୁଯାୟୀ, ଭାରତ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ସହ ଜଡିତ ଖର୍ଚ୍ଚ ୩୦ ପ୍ରତିଶତ ହ୍ରାସ ପାଇଛି। ୨୦୨୧ ତୁଳନାରେ, ୨୦୨୨ରେ ୬ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ହ୍ରାସ ୫୦ ପ୍ରତିଶତ ଥିବାବେେଳେ ୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି।

ଭାରତ, ଚାଇନ ଏବଂ ନେପାଳ ମଧ୍ୟରେ ୨୫ ଟି ଗା୍ଲସିୟର ହ୍ରଦ ଏବଂ ଜଳଭଣ୍ଡାର ଅଛି,। ଯାହାର ଅଧିକାଂଶ ଅଂଶ ଉତ୍ତାପ ସହିତ ବୃଦ୍ଧି ପାଉଛି । କେବଳ ନେପାଳରେ, ୨୦୦୯ ରୁ ସେମାନଙ୍କର ଜଳ କ୍ଷେତ୍ର ୪୦ ପ୍ରତିଶତ ବୃଦ୍ଧି ପାଇଛି। ଏହି କାରଣରୁ ଭାରତର ବିହାର, ହିମାଚଳ ପ୍ରଦେଶ, ଆସାମ, ଜମ୍ମୁ-କଶ୍ମୀର, ଲଦାଖ, ଅରୁଣାଚଳ ପ୍ରଦେଶ ଏବଂ ସିକିମ ଆଦି ସାତୋଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ରେ ଅଚାନକ ବନ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି।

୧୯୯୦ରୁ ୨୦୧୮ ମଧ୍ୟରେ ଭାରତର ଉପକୂଳର ପ୍ରାୟ ୩୩ ପ୍ରତିଶତ କ୍ଷୟକ୍ଷତି ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ୬୦ ପ୍ରତିଶତ ଉପକୂଳରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ଏହାର କାରଣ ଜଙ୍ଗଲ କାଟିବା, ବନ୍ଦର ନିର୍ମାଣ ଏବଂ ପରିବହନ କାର୍ଯ୍ୟକଳାପ ବୃଦ୍ଧି, ସମୁଦ୍ର କୂଳରେ ବନ୍ଧ ନିର୍ମାଣ, ସମୁଦ୍ର ପତ୍ତନ ବୃଦ୍ଧି, ଉପକୂଳରେ ଖଣି ଖନନ ବୋଲି ରିପୋର୍ଟରେ ଦର୍ଶାଯାଇଛି।

୨୦୩୦ ସୁଦ୍ଧା ଭାରତର ୬୫ ପ୍ରତିଶତ ଜଙ୍ଗଲରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭୁତ ହେବାର ଆଶଙ୍କା ରହିଛି। ଏଠାରେ ସବୁଜତା, ନିଆଁ, ଜଳ ଉତ୍ସ ଶୁଖିବା ମୁଖ୍ୟ ଅସୁବିଧା ହେବ।
୨୦୫୦ସୁଦ୍ଧା ଦେଶର ପ୍ରାୟ ସମସ୍ତ ଜଙ୍ଗଲ ଜଳବାୟୁ ହଟସ୍ପଟ’ରେ ପରିଣତ ହେବ, ଅର୍ଥାତ୍‌ ଜଳବାୟୁ ପରିବର୍ତ୍ତନ ଯୋଗୁ ଏଠାରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ଥିବା ରିପୋର୍ଟରେ ପ୍ରକାଶିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri