ନିରାଡ଼ମ୍ବରକୁ ନେଇ ନିରାଶା

ବଇଣ୍ଡା,୧୪।୧୦(ଡି.ଏନ.ଏ.)  ଆରମ୍ଭ ହୋଇଛି ମା’ ଦଶଭୁଜାଙ୍କ ପୂଜା। ହେଲେ ମଣ୍ଡପ ବାହାରକୁ ଶୁଭୁନି ବୈଦିକ ବ୍ରାହ୍ମଣଙ୍କ ବେଦଧ୍ୱନି। କୋଭିଡ୍‌ ସମୟ ହୋଇ ନ ଥିଲେ ଏତେବେଳେକୁ ସାଜସଜ୍ଜା, ସାଉଣ୍ଡ ଓ ଶ୍ରଦ୍ଧାଳୁଙ୍କ ଗହଳିରେ ଫାଟି ପଡ଼ୁଥାନ୍ତା ପୂଜାସ୍ଥାନ। ଉତ୍ସାହ, ଉଦ୍ଦୀପନାରେ ଉଛୁଳି ଉଠିଥାନ୍ତା ଭକ୍ତଙ୍କ ମନ। କିନ୍ତୁ କୋଭିଡ୍‌ କଟକଣା କାରଣରୁ ଗତବର୍ଷ ପରି ଏଥର ମଧ୍ୟ ସମ୍ପୂର୍ଣ୍ଣ ନିରାଡ଼ମ୍ବରରେ ପୂଜା କରାଯାଉଥିବାରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ ନିରାଶାର ଭାବ ଦେଖିବାକୁ ମିଳୁଛି।
କିଶୋରନଗର ବ୍ଲକର ବିଭିନ୍ନ ସ୍ଥାନରେ ପୂଜା ପାଳନ କରାଯାଉଛି। ବିଶେଷକରି ବଇଣ୍ଡା, ଡେବେରାପାଲି ଓ କିଶୋରନଗର ଅଞ୍ଚଳରେ ପ୍ରତିବର୍ଷ ପୂଜା ଦେଖିବାକୁ ଅସମ୍ଭବ ଭିଡ଼ ହୋଇଥାଏ। ଉଜ୍ଜ୍ୱଳ ଆଲୋକମାଳାରେ ଝଲସୁଥିବା ଆକର୍ଷଣୀୟ ପୂଜା ମଣ୍ଡପ, ମିନାବଜାର, ଭଳିକି ଭଳି ଖାଦ୍ୟ ଷ୍ଟଲ ଓ ମେଲୋଡି, ପାଲା, ଦଣ୍ଡନାଚ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଏସବୁ ସ୍ଥାନକୁ ଧାଇଁ ଆସିଥାନ୍ତି। ହେଲେ ୨ ବର୍ଷ ହେଲା ପୂଜା କେବଳ ପରମ୍ପରାରେ ସୀମିତ ରହିଛି। ଆଡ଼ମ୍ବର ସହ ପୂଜାକୁ ସରକାରଙ୍କ ଅନୁମତି ନ ଥିବାରୁ ମଣ୍ଡପ ସାଜସଜ୍ଜା କରାଯାଉ ନାହିଁ। ଚାରିପଟୁ ଆବଦ୍ଧ କରାଯାଉଥିବାରୁ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିପାରୁ ନାହାନ୍ତି। ମେଳା ଲାଗୁ ନ ଥିବାରୁ ଶତାଧିକ ଉଠା ଦୋକାନୀ ବର୍ଷକର ଆୟ ହରାଉଛନ୍ତି। ଏପରି କି ମଣ୍ଡପକୁ ଆକର୍ଷଣୀୟ କରାଯାଉ ନ ଥିବାରୁ ଟେଣ୍ଟ, ଲାଇଟ୍‌ ଓ ସାଉଣ୍ଡ ବ୍ୟବସାୟୀମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି।

ଲୋକଙ୍କୁ ସଚେତନ କରାଯାଉଛି

କଟକଣା ମଧ୍ୟରେ ବଇଣ୍ଡା ଠାରେ ପୂଜା ପାଳନ କରାଯାଉଛି। କୋଭିଡ୍‌ ମହାମାରୀଠାରୁ ଲୋକେ କିପରି ଦୂରେଇ ରହିବେ ସେ ନେଇ କମିଟି ପକ୍ଷରୁ ସମସ୍ତଙ୍କୁ ସଚେତନ କରାଯାଉଛି।
-ସରୋଜ କୁମାର ସାହୁ, ବଇଣ୍ଡା

ସବୁ ଯୋଜନା ଠପ୍‌

ଡେବେରାପାଲି ଗ୍ରାମରେ ୧୯୪୬ରୁ ପୂଜା ପାଳନ କରାଯାଇ ଆସୁଛି। ଚଳିତବର୍ଷ ୭୫ ବର୍ଷ ପୂରଣ ହେଉଥିବାରୁ ଧୁମ୍‌ଧାମରେ ଆୟୋଜନ କରାଯାଇଥାନ୍ତା। କିନ୍ତୁ କରୋନା ପାଇଁ ସବୁ ଠପ୍‌ ହୋଇଗଲା।
-ବସନ୍ତ କୁମାର ମିଶ୍ର, ଡେବେରାପାଲି

ରୋଜଗାର ହରାଇଛନ୍ତି କଳାକାର

୩୦୦ ଶହ ଟଙ୍କାରୁ ଆରମ୍ଭ ହୋଇଥିବା ବଇଣ୍ଡା ହାଇସ୍କୁଲ ରୋଡ୍‌ରେ ପୂଜା ଏବେ ୩ ଲକ୍ଷ ଟଙ୍କାରେ ପହଞ୍ଚିଛି। ଚଳିତବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ଆଖପାଖ କଳାକାରଙ୍କ ରୋଜଗାର ବନ୍ଦ ହୋଇଯାଇଛି।
-ଗିରୀଶ ଚନ୍ଦ୍ର ସାହୁ, ବଇଣ୍ଡା

 

 


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

ରକ୍ଷାବନ୍ଧନରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ୩ ରାଶିଙ୍କ ଉପରେ ବଡ଼ ସଙ୍କଟ! ଜାଣନ୍ତୁ ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ

୨୭ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମାର ଆରମ୍ଭ ସକାଳ ୯ଟା ୮ ମିନିଟରେ ହେବ। ଏହାର ସମାପ୍ତି ୨୮ ଅଗଷ୍ଟ ରାତି ୯ଟା ୪୮ ମିନିଟରେ ହେବ। ଏଭଳି…

ପିଲାମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ ସହ ଅଧିକ ସମୟ ଦେବାକୁ ପରାମର୍ଶ

ଗଞ୍ଜାମ,୧୨ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ପ୍ରଧାନଶିକ୍ଷୟିତ୍ରୀ/ଶିକ୍ଷକ ସମ୍ମିଳନୀ ଓ ନବ ଭାରତ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri