୧୦ସେକେଣ୍ଡ ପାଇଁ ବଳାତ୍କାର କରିବାରୁୁ ହେଲାନି ଦଣ୍ଡାଦେଶ, କୋର୍ଟଙ୍କ ଅଦ୍ଭୁତ ରାୟ

ରୋମ,୧୫।୭: ୧୦ସେକେଣ୍ଡ ପାଇଁ ଦୁଷ୍କର୍ମ କିମ୍ବା ର୍ଦୁବ୍ୟବହାର କଲେ ହେବନି ଦଣ୍ଡାଦେଶ। ଏପରି ଏକ ଅଦ୍ଭୁତ ରାୟ ଦେଇଛନ୍ତି ଇଟାଲୀ କୋର୍ଟ। ଇଟାଲୀରେ ଜଣେ ବ୍ୟକ୍ତି ଯୌନ ନିର୍ଯାତନା ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅଭିଯୁକ୍ତ ନାବାଳିକାକୁ କିଛି ସେକେଣ୍ଡ ପାଇଁ ର୍ଦୁବ୍ୟବହାର କରିଥିଲେ ଯାହାଲାଗି କୋର୍ଟ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। କୋର୍ଟର ଏହି ରାୟରେ ଇଟାଲୀରେ ବିରୋଧ କରାଯାଇଛି। ଇଟାଲୀ ନାଗରିକମାନେ ଏହି ପ୍ରସଙ୍ଗରେ ବ୍ୟଙ୍ଗାତ୍ମକ ଭାବରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି। ସେମାନେ ନିଜର ଇନର ପାର୍ଟକୁ ଛୁଇଁ ୧୦ ସେକେଣ୍ଡର ଭିଡିଓ ପ୍ରସ୍ତୁତ କରିବା ସହ ହ୍ୟାସଟ୍ୟାଗ ବ୍ୟବହାର କରି ସୋସିଆଲ ମିଡିଆରେ ନିଜ ବାର୍ତ୍ତା ଦେଇଛନ୍ତି।

ସୂଚନାଯୋଗ୍ୟ, ରୋମର ଏକ ଉଚ୍ଚ ବିଦ୍ୟାଳୟରେ ଅଭିଯୁକ୍ତ ଜଣକ ଜଣେ ୧୭ବର୍ଷିୟ ଛାତ୍ରୀ ଦୁର୍ବ୍ୟବହାର କରିଥିଲେ। ଛାତ୍ରୀ କ୍ଲାସ ଆଟେଣ୍ଡେ କରିବାକୁ ପାହାଚରେ ଯିବା ସମୟରେ ସ୍କୁଲର କେୟାର ଟେକର୍‌ ତାଙ୍କ ପ୍ୟାଣ୍ଟକୁ ଟାଣି ଦେଇଥିଲେ। ସେ ତାଙ୍କ ଅନ୍ତବସ୍ତ୍ରକୁ ଧରି ଇନର ପାର୍ଟକୁ ଛୁଇଁଥିଲେ। ଏନେଇ ନାବାଳିକା ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

କୋର୍ଟ ଶୁଣାଣି ସମୟରେ ଅଭିଯୁକ୍ତ ଦୋଷ ସ୍ବୀକାର କରିଥିଲେ ଏବଂ ଛାତ୍ରୀଙ୍କ ସହ ଥଟ୍ଟା କରିଥିଲେ ବୋଲି କହିଥିଲେ। ନାବାଳିକାଙ୍କ ଓକିଲ ସାଢେ ତିନି ବର୍ଷ ଜେଲ ଦଣ୍ଡ ଦେବାକୁ କହିଥିଲେ ମଧ୍ୟ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ମାମଲାର ଶୁଣାଣି କରି ବିଚାରପତି ରାୟ ଦେଇଥିଲେ ଯେ, ଅଭିଯୁକ୍ତି ୧୦ସେକେଣ୍ଡରୁ କମ ସମୟ ଦୁର୍ବ୍ୟବହାର କରିଛନ୍ତି ତେଣୁ ଆଇନ୍‌ ଅନୁସାରେ ଏହା ଅପରାଧ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri