୧୦ସେକେଣ୍ଡ ପାଇଁ ବଳାତ୍କାର କରିବାରୁୁ ହେଲାନି ଦଣ୍ଡାଦେଶ, କୋର୍ଟଙ୍କ ଅଦ୍ଭୁତ ରାୟ

ରୋମ,୧୫।୭: ୧୦ସେକେଣ୍ଡ ପାଇଁ ଦୁଷ୍କର୍ମ କିମ୍ବା ର୍ଦୁବ୍ୟବହାର କଲେ ହେବନି ଦଣ୍ଡାଦେଶ। ଏପରି ଏକ ଅଦ୍ଭୁତ ରାୟ ଦେଇଛନ୍ତି ଇଟାଲୀ କୋର୍ଟ। ଇଟାଲୀରେ ଜଣେ ବ୍ୟକ୍ତି ଯୌନ ନିର୍ଯାତନା ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅଭିଯୁକ୍ତ ନାବାଳିକାକୁ କିଛି ସେକେଣ୍ଡ ପାଇଁ ର୍ଦୁବ୍ୟବହାର କରିଥିଲେ ଯାହାଲାଗି କୋର୍ଟ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। କୋର୍ଟର ଏହି ରାୟରେ ଇଟାଲୀରେ ବିରୋଧ କରାଯାଇଛି। ଇଟାଲୀ ନାଗରିକମାନେ ଏହି ପ୍ରସଙ୍ଗରେ ବ୍ୟଙ୍ଗାତ୍ମକ ଭାବରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି। ସେମାନେ ନିଜର ଇନର ପାର୍ଟକୁ ଛୁଇଁ ୧୦ ସେକେଣ୍ଡର ଭିଡିଓ ପ୍ରସ୍ତୁତ କରିବା ସହ ହ୍ୟାସଟ୍ୟାଗ ବ୍ୟବହାର କରି ସୋସିଆଲ ମିଡିଆରେ ନିଜ ବାର୍ତ୍ତା ଦେଇଛନ୍ତି।

ସୂଚନାଯୋଗ୍ୟ, ରୋମର ଏକ ଉଚ୍ଚ ବିଦ୍ୟାଳୟରେ ଅଭିଯୁକ୍ତ ଜଣକ ଜଣେ ୧୭ବର୍ଷିୟ ଛାତ୍ରୀ ଦୁର୍ବ୍ୟବହାର କରିଥିଲେ। ଛାତ୍ରୀ କ୍ଲାସ ଆଟେଣ୍ଡେ କରିବାକୁ ପାହାଚରେ ଯିବା ସମୟରେ ସ୍କୁଲର କେୟାର ଟେକର୍‌ ତାଙ୍କ ପ୍ୟାଣ୍ଟକୁ ଟାଣି ଦେଇଥିଲେ। ସେ ତାଙ୍କ ଅନ୍ତବସ୍ତ୍ରକୁ ଧରି ଇନର ପାର୍ଟକୁ ଛୁଇଁଥିଲେ। ଏନେଇ ନାବାଳିକା ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

କୋର୍ଟ ଶୁଣାଣି ସମୟରେ ଅଭିଯୁକ୍ତ ଦୋଷ ସ୍ବୀକାର କରିଥିଲେ ଏବଂ ଛାତ୍ରୀଙ୍କ ସହ ଥଟ୍ଟା କରିଥିଲେ ବୋଲି କହିଥିଲେ। ନାବାଳିକାଙ୍କ ଓକିଲ ସାଢେ ତିନି ବର୍ଷ ଜେଲ ଦଣ୍ଡ ଦେବାକୁ କହିଥିଲେ ମଧ୍ୟ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ମାମଲାର ଶୁଣାଣି କରି ବିଚାରପତି ରାୟ ଦେଇଥିଲେ ଯେ, ଅଭିଯୁକ୍ତି ୧୦ସେକେଣ୍ଡରୁ କମ ସମୟ ଦୁର୍ବ୍ୟବହାର କରିଛନ୍ତି ତେଣୁ ଆଇନ୍‌ ଅନୁସାରେ ଏହା ଅପରାଧ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?