Posted inଜାତୀୟ

ତିହାର ଜେଲର ସ୍ଥିତିରେ ସୁଧାର ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୧।୧୧: ୟୁନିଟେକ ମାମଲାରେ ଅଭିଯୁକ୍ତଙ୍କ ସହ ଜେଲ କର୍ତ୍ତୃପକ୍ଷଙ୍କ ଜଟିଳତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତିହାର ଜେଲରେ ପରିସ୍ଥିତିକୁ ଦର୍ଶାଇ କହିଛନ୍ତି ଯେ ଜେଲ ପରିଚାଳନାରେ ଉନ୍ନତି ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଏମ.ଆର୍‌ ଶାହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ୬ ଅକ୍ଟୋବର ୨୦୨୧ ରେ କୋର୍ଟର ପୂର୍ବ ଆଦେଶର ଅନୁଚ୍ଛେଦ ୩ ଏବଂ ୪ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ଗ୍ରହଣ କରାଯାଇଥିବା ସଂସ୍କାରର କାର୍ଯ୍ୟକାରିତା ସମ୍ପର୍କରେ ଏକ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ କୌଣସି କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇନାହିଁ କିମ୍ବା ପଦକ୍ଷେପ ନିଆଯିବା ନେଇ ଅଗ୍ରଗତି ସମ୍ପର୍କରେ ଦାଖଲ ହୋଇଥିବା ଦସ୍ତାବିଜ୍‌ରେ ଦେଖାଯାଇ ନାହିଁ। କୋର୍ଟ କହିଛନ୍ତି, ଏଏସ୍‌ଜି କେ.ଏମ୍‌. ନଟରାଜ ପ୍ରକ୍ରିୟା ଉପରେ ବିଚାର କରାଯାଉଥିବା ବିଷୟରେ ଉଲ୍ଲେଖ କରିଛନ୍ତି। କୋର୍ଟ ଏହାକୁ ଗ୍ରହଣୀୟ ମନେ କରୁନାହାନ୍ତି। ମାମଲାରେ ପୂର୍ବତନ ୟୁନିଟେକ ପ୍ରମୋଟର ସଞ୍ଜୟ ଚନ୍ଦ୍ର ଏବଂ ଅଜୟ ଚନ୍ଦ୍ରଙ୍କ ସହ ତିହାର ଜେଲ ଅଧିକାରୀଙ୍କ ମିଳିତ ହୋଇଥିବା ପ୍ରସଙ୍ଗରେ ବେଞ୍ଚ ୟୁନିଟେକ ମାମଲାର ଶୁଣାଣି କରିଥିଲା।

ଏହାପୂର୍ବରୁ କିଛି ଅଧିକାରୀଙ୍କ ସହ ମିଶି ତିହାର ଜେଲ ପରିସରରେ ବେଆଇନ ଭାବେ ସେମାନଙ୍କ ବ୍ୟବସାୟ କରୁଥିବା ଦର୍ଶାଯିବା ପରେ ଖଣ୍ଡପୀଠ ମୁମ୍ବାଇ ଜେଲର ଚନ୍ଦ୍ରଙ୍କ ସମେତ ତାଙ୍କ ଭାଇମାନଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲା।

୨୦୨୧ ଅକ୍ଟୋବର ୧୨ ଏବଂ ୨୧ ରେ ୩୭ ଅଭିଯୁକ୍ତ, ୩୨ ଜେଲ ଅଧିକାରୀ, ୩ ଜଣ ଚନ୍ଦ୍ର ଭାଇଙ୍କ ବିରୋଧରେ ଆଇପିସିର ଧାରା ୨୦୧ ଅର୍ନ୍ତଗତ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ଦୁର୍ନୀତି ନିବାରଣ ଆଇନର ୧୨୦-ବି ଏବଂ ଧାରା ୭,୮,୧୨ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri