ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ଦିଗପହଣ୍ଡି-ସାନଖେମୁଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ସହ ଅଗ୍ରଗତି ସମୀକ୍ଷା

ଦିଗପହଣ୍ଡି, ୩୧।୭(ଅଶେଷ ନାଥ ମିଶ୍ର): ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଶୁକ୍ରବାର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ ବିଭିନ୍ନ ପ୍ରକଳ୍ପର ସ୍ଥିତି ପରିଦର୍ଶନ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଚାଷୀ ଏବଂ ଶ୍ରମିକ କଲ୍ୟାଣ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।

ନିର୍ଦ୍ଦେଶକ ପଣ୍ଡା ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ଵାରା ନିର୍ମିତ କ୍ଷେତ ପୋଖରୀ, ସେଚ କୂପ ଏବଂ ବନ୍ଧ ହୁଡ଼ାରେ କରାଯାଇଥିବା ନଡ଼ିଆ ବୃକ୍ଷରୋପଣ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଥିଲେ। ଏହାସହ “ଏକ ପେଡ଼ ମା’ କେ ନାମ” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେଠାରେ ବୃକ୍ଷରୋପଣ ମଧ୍ୟ କରିଥିଲେ। ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକରେ ଜିଇଏଫ୍-୭ ଏବଂ ପ୍ରଧାନମନ୍ତ୍ରୀ କ୍ଷେତ ସୁରକ୍ଷା ଯୋଜନା ୨.୦ ଅଧୀନରେ ନିର୍ମିତ ଜଳ ଅମଳ ପ୍ରକଳ୍ପ ଏବଂ କଂକ୍ରିଟ୍ ଆଡ଼ିବନ୍ଧ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ସେହିପରି ସିଧାସଳଖ ଧାନ ବୁଣା ପ୍ରଣାଳୀରେ କରାଯାଇଥିବା ଚାଷ କ୍ଷେତ ପରିଦର୍ଶନ କରି ସେଠାରେ ଉପସ୍ଥିତ ଚାଷୀମାନଙ୍କ ସହ ଆଲୋଚନା କରିବା ସହ ଏହି ଆଧୁନିକ କୃଷି ପଦ୍ଧତିର ଉପକାରିତା ଓ ଫଳପ୍ରଦତା ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ।

ପରେ ସାନଖେମୁଣ୍ଡି ବ୍ଲକ ଜୁରା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିର୍ଦ୍ଦେଶକ ଉପସ୍ଥିତ ରହି ଅଗ୍ରଣୀ ମହିଳା ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ସରକାରଙ୍କ ଚାଷୀ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ ମୃତ୍ତିକା ସଂରକ୍ଷଣ ଉପ ନିର୍ଦ୍ଦେଶକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ଇପ୍ସିତା ମିଶ୍ର, ସ୍ୱୟଂପ୍ରଭା ଦାସ, ଜ୍ୟୋତି ରଞ୍ଜନ ସ୍ୱାଇଁ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ବସ୍ତରେନ ମାଉଲିଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା: କଣ୍ଟା ଦୋଳିରେ ଝୁଲିଲେ କାଲିସି, ହଜାର ହଜାର…

କୋକସରା, ୩୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମର ଆରାଧ୍ୟ ଦେବୀ ମା’ ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢ଼ କେନା ମଣ୍ଡେଇ ଯାତ୍ରା…

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

କଂଗ୍ରେସର ନିର୍ବାଚନ ମଣ୍ଡଳୀସ୍ତରୀୟ କର୍ମୀ ସମ୍ମିଳନୀ: ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟାପକ ରଣନୀତି

ଭବାନୀପାଟଣା,୩୧।୭(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଭାରତ ପ୍ଲେସଠାରେ ଶୁକ୍ରବାର କଂଗ୍ରେସର ଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ସଦର…

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri