ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଲେ ଦୀପ୍ତି

ଢେଙ୍କାନାଳ ଅଫିସ, ୨୧ା୧୧: ଭୁବନେଶ୍ୱର ଜୟଦେବ ବିହାର ଛକ-କଳିଙ୍ଗ ଷ୍ଟାଡିୟମ୍‌ ରାସ୍ତାକୁ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅଭିନବ ଉଦ୍ୟମ କରିଛନ୍ତି ସଫ୍ଟଓ୍ବେର ଇଞ୍ଜିନିୟର ଦୀପ୍ତି ଦାଶ ଏବଂ ଅନ୍ୟତମ ରନର ସିଦ୍ଧାର୍ଥ ଶଙ୍କର ଦାଶ। ଉଭୟେ ରବିବାର ଭୋର୍‌ ସାଢ଼େ ୪ଟାରୁ ଢେଙ୍କାନାଳରୁ ମାରାଥନ୍‌ରେ ବାହାରି ଅପରାହ୍ନ ୧ଟା ୨୫ରେ କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚତ୍ଥିଲେ। ୬୬ କିଲୋମିଟର ଦୀର୍ଘ ପଥ ଅତିକ୍ରାନ୍ତ କରିବା ଲାଗି ସେମାନେ ନେଇଥିଲେ ପାଖାପାଖି ୭ଘଣ୍ଟା ସମୟ। ଦୁଇ ଯୁବ ଅଲଟ୍ରା ମାରାଥନରଙ୍କ ଏଭଳି ଉଦ୍ୟମକୁ ସବୁ ମହଲରେ ଭୁରିଭୁରି ପ୍ରଶଂସା କରାଯାଇଛି। ଏଥିପୂର୍ବରୁ ୨୦୧୯ ଅଗଷ୍ଟ ୧୫ରେ ସିଦ୍ଧାର୍ଥ ଅନୁରୂପ ଦାବିନେଇ ଢେଙ୍କାନାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦୌଡ଼ିଥିଲେ, ଯାହା ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ମାରାଥନ୍‌ ପୂର୍ବରୁ ଢେଙ୍କାନାଳ ସହର କାଞ୍ଚନ ବଜାର ଦଣ୍ଡାସାହିସ୍ଥିତ କଳ୍ପନାଙ୍କ ଘର ସମ୍ମୁଖରେ ତାଙ୍କ ମା’ ଶୈଳବାଳା ଦାଶଙ୍କ ପାଦଛୁଇଁ ଉଭୟେ ଆଶୀର୍ବାଦ ନେଇଥିଲେ। ଶୈଳବାଳା ଜାତୀୟ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିବା ସହ ପରିବାର ସଦସ୍ୟମାନେ ଶଙ୍ଖ ବଜାଇ, ଦୀପଜାଳି ଦୀପ୍ତିଙ୍କ ସଫଳତା କାମନା କରିଥିଲେ। ସୂଚନାଯୋଗ୍ୟ, ଢେଙ୍କାନାଳ ମାଟିର ଝିଅ କଳ୍ପନା ପ୍ରଥମ ଓଡ଼ିଆ ମହିଳା ଭାବେ ୨୦୦୮ରେ ସଫଳତାର ସହ ଏଭରେଷ୍ଟ ଶୀର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ନେତ ଏବଂ ଜାତୀୟ ପତାକା ଉଡ଼ାଇ ରାଜ୍ୟକୁ ଗର୍ବିତ କରିଥିଲେ। ଏହାପରେ ସେ ‘କିଲିମାଞ୍ଜାରୋ’ ଗିରିଶୃଙ୍ଗ ଆରୋହଣ କରି ଇତିହାସରେ ନିଜର ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିଲେ।
୨୦୧୯ରେ ୫୨ବର୍ଷ ବୟସରେ ସେ ପୁନର୍ବାର ଏଭରେଷ୍ଟ ଅଭିଯାନରେ ଯାଇଥିଲେ। ତେବେ ଶୀର୍ଷରେ ପହଞ୍ଚତ୍ ଫେରିବା ବେଳେ ଅକ୍ସିଜେନ ସରିଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରି ତଳକୁ ଅଣାଯାଇଥିଲା। ସେଠାକାର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା। ଦେଶର ଛାତ୍ରୀଛାତ୍ର, ଯୁବପିଢ଼ି ଏବଂ ମହିଳାଙ୍କ ପ୍ରେରଣାର ଉତ୍ସ ପାଲଟିଥିବା କଳ୍ପନାଙ୍କ ଏଭଳି ଦେହାନ୍ତ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା। ଏଭଳି ଜଣେ ସାହସୀ ମହିଳାଙ୍କ ସ୍ମୃତି ଉଜ୍ଜୀବିତ କରିବା ଲାଗି ଭୁବନେଶ୍ୱର ଜୟଦେବ ବିହାର ଛକ-କଳିଙ୍ଗ ଷ୍ଟାଡିୟମ୍‌ ରାସ୍ତାକୁ ତାଙ୍କ ନାମରେ ନାମିତ କରିବା ଲାଗି ଦୀର୍ଘଦିନରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ିରେ ବସି ବରକନ୍ୟା ୬ ଘଣ୍ଟା ଅଟକ

ରାଜନଗର,୧ା୩(ଭାସ୍କର ରାଉତରାୟ):ବରଯାତ୍ରୀ କନ୍ୟାଘର ଗାଁରେ ପହଞ୍ଚତ୍ବା ପରେ ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ ା ଗାଁ ଲୋକେ ଏହାକୁ ବିରୋଧ କରିଥିଲେ। ଫଳରେ...

ପେସା ଶ୍ରମିକ, ନିଶା ପ୍ଲାଷ୍ଟିକମୁକ୍ତ ସମାଜ ଗଠନ

କୁଜଙ୍ଗ,୧।୩(ମନୋଜ ପ୍ରଧାନ):ମାଟିରେ ମିଳାଉ ନ ଥିବା ପ୍ଲାଷ୍ଟିକ, ଧୂଳି, ଧୂଆଁ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟ ଯୋଗୁ ବାୟୁମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହେବାରେ...

ବୋନ୍‌ କ୍ୟାନ୍‌ସରରେ ପୀଡ଼ିତ ୩ ବର୍ଷର ଶିଶୁ

କୋରେଇ,୧ା୩(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା କୋରେଇ ବ୍ଲକ ଅନ୍ଧାରି ପଞ୍ଚାୟତ ରଗଡ଼ି ଗ୍ରାମର ରାଜେନ୍ଦ୍ର ରାଉତ ଓ କନକ ରାଉତଙ୍କ ୩ ବର୍ଷର ଶିଶୁପୁତ୍ର ଦୀପକ ରାଉତ...

କାରଖାନା ନିର୍ମାଣ ନାମରେ ମୋରମ ଲୁଟ୍‌

ଯାଜପୁର,୧ା୩(ହର୍ଷବର୍ଦ୍ଧନ ବେହେରା) :ତୃଣମୂଳଠାରୁ ଆରମ୍ଭ କରି ଯାହାର ଯେତେ କ୍ଷମତା ସେହି ପରିମାଣରେ ଦୁର୍ନୀତି ଓ ହରିଲୁଟ ବଢିବା ଏବେ ଯାଜପୁର ଜିଲା ପାଇଁ ଚିନ୍ତାର...

ବରାହନାଥ ପ୍ରକଳ୍ପ କାମରେ ବ୍ୟାପକ ଅନିୟମିତତା

ଯାଜପୁର,୧ା୩(ହର୍ଷବର୍ଦ୍ଧନ ବେହେରା):ଯାଜପୁର ସହର ଓ ଏହାର ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଚାଲିଛି। ସେଥିମଧ୍ୟରୁ ଯାଜପୁର ଉପକଣ୍ଠରେ...

ସ୍କୁଲରେ ଶୋଇଲେ ଶିକ୍ଷକ, ଘରକୁ ଫେରିଲେ ପିଲା

ବଇଣ୍ଡା,୩ା୧ (ପରିକ୍ଷିତ ସାହୁ):ପିଲାଙ୍କୁ ପଢ଼ାଇବା ପରିବର୍ତ୍ତେ ସ୍କୁଲ କାର୍ଯ୍ୟାଳୟରେ ଶୋଇପଡ଼ିଲେ ଶିକ୍ଷକ। ଦୀର୍ଘ ସମୟ ଯାଏ ଶିକ୍ଷକ ଜଣକ ନ ଉଠିବାରୁ ଶେଷରେ ବିଦ୍ୟାଳୟରେ ବସି...

ମୁଁ ଦୁଇ କୁଳକୁ ହିତା: ଶ୍ରୀମୟୀ

ଖୋର୍ଦ୍ଧା,୧ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡିରୁ ଆଶାୟୀ ଶ୍ରୀମୟୀ ମିଶ୍ର ଗୁରୁବାର ଖୋର୍ଦ୍ଧାରେ ବାଇକ୍‌ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଶୋଭାଯାତ୍ରା ମୁକୁନ୍ଦପ୍ରସାଦ ମେଳଣ...

ରତ୍ନଭଣ୍ଡାର କାନ୍ଥରେ ଫାଟ

ପୁରୀ,୧ା୩(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁବାର ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ପ୍ରତ୍ନତତ୍ତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri