ଡାଇଓଜିନୀଜଙ୍କ ଅନ୍ବିଷ୍ଟ ମଣିଷ

ସୁଦୂର ଅତୀତର (କାରଣ ଖ୍ରୀଷ୍ଟପୂର୍ବ) ଏଇ ବିସ୍ମୟକର ଅଥଚ ଆଧ୍ୟାତ୍ମିକ ଭାବସମ୍ପନ୍ନ ଅଲୌକିକ କ୍ରିୟା, ମାନବ ସଭ୍ୟତାର ଇତିହାସରେ ଏକ ମାଇଲ ଖୁଣ୍ଟ। ସୃଷ୍ଟିର ରାଜମୁକୁଟ ପୁଣି ସୃଷ୍ଟିର ସବୁଠାରୁ ମହାନ୍‌ ସୃଜନ ମଣିଷ ସମ୍ପର୍କରେ ମଣିଷର କୌତୂହଳ ପ୍ରତୁଳ। ବିବର୍ତ୍ତନରେ ମାଙ୍କଡ଼ରୁ ମଣିଷ ହୋଇଥିବା ଏଇ ସତ୍ତା ଏକାଧାରରେ ଆଧ୍ୟାତ୍ମିକ ଓ ପାଶବିକ, ସୁନ୍ଦର ଓ କୁତ୍ସିତ, ଆଲୋକିତ ଓ ଅନ୍ଧାରିତ, ଅମୃତର ସନ୍ତାନ ଅଥଚ ମୃତ୍ୟୁ କବଳିତ ଇତ୍ୟାଦି ବିଷମ ଯୁଗ୍ମତାସମ୍ପନ୍ନ। ଏଥିପାଇଁ ‘ସବୁ ଉପରେ ମଣିଷ’ ବୋଲି କେଡ଼େ ବହପ ଓ ବିଜ୍ଞତାରେ କୁହାଯାଇଥିବା ପହଳିପ୍ରତି ଅନେକ ସମୟରେ ବ୍ୟକ୍ତି ସନ୍ଦିଗ୍ଧ ହୋଇପଡ଼େ। ଯଦି ମଣିଷ, ସୃଷ୍ଟିର ସମସ୍ତଙ୍କ ଠାରୁ (ଉଦ୍ଭିଦ ସମାଜ, ପ୍ରାଣୀ ସମାଜ) ଶ୍ରେଷ୍ଠତର, ମହତ୍ତର, ତା’ହେଲେ ସେ କାହିଁକି ଯୁଦ୍ଧ ଭିଆଏ। ଫଳରେ ଅକାରଣ ଅସଂଖ୍ୟ ଜୀବନ ତଥା ଅପରିମିତ ସମ୍ପତ୍ତି ନଷ୍ଟ ହୁଏ? କାହିଁକି ମଣିଷ ଆପଣାର ଜୀବନକାଳ ଅଳ୍ପ ଓ ଅନିଶ୍ଚିତ ଜାଣି ସୁଦ୍ଧା ତାହାକୁ ବଦଖର୍ଚ୍ଚ କରି ବରବାଦ୍‌ କରିଦିଏ? କାହିଁକି ସେ ସଂସାର ରାସ୍ତାରେ ଫୁଲଟିଏ ହୋଇ ଫୁଟିବାକୁ ପ୍ରାର୍ଥନା ନ କରି କଣ୍ଟାଟିଏ ହୋଇ ପଡ଼ିରହି ପଥିକର ପାଦରେ ଫୁଟି ଯିବାକୁ କାମନା କରେ? କାହିଁକି ସେ ଅନ୍ୟ ଆଖିରୁ ଲୁହ ପୋଛିବାର ସାତ୍ତ୍ୱିକତାରେ ଶିହରି ଉଠିବା ପରିବର୍ତ୍ତେ ତା’ ଜୀବନର ରାହୁ ହୋଇ ତା’ ଆଖିରୁ ଦୁଃଖ ଓ ଯନ୍ତ୍ରଣାର ଅଶ୍ରୁପାତ କରାଏ? ମୋଟ ଉପରେ ଈଶ୍ୱରଙ୍କ ଢାଞ୍ଚାରେ ଗଢ଼ାଯାଇଥିବା ମଣିଷ କାହିଁକି ସଇତାନର କ୍ରୀତଦାସ ପାଲଟି ତା’ ଦିବ୍ୟ ପିତାଙ୍କର ଅଦିବ୍ୟ ସନ୍ତାନ ପାଲଟିଯାଏ? କାହିଁକି?
ଏହିପରି କାହିଁକିର ମର୍ମଭେଦୀ ଆହ୍ବାନରେ ସେଦିନ ବିଶିଷ୍ଟ ଗ୍ରୀକ୍‌ ଦାର୍ଶନିକ ଡାଇଓଜିନୀଜ ନିଶ୍ଚିତ ବିଚଳିତ ହୋଇଥିଲେ। ଫଳରେ ସେ ଅସଲ ମଣିଷ ଖୋଜିବାକୁ ବାହାରି ପଡ଼ିଥିଲେ ଏଥେନ୍‌ସର ରାଜରାସ୍ତାରେ ଏକ ଜଳନ୍ତା ଲଣ୍ଠନ ଧରି। ତାହା ପୁଣି ଦିନ ଦ୍ୱିପ୍ରହରେ। ତାଙ୍କର ଏପରି ଅସାଧାରଣ କର୍ମକାଣ୍ଡ ଯୁଗଯୁଗ ଧରି ମାନବଜାତି ପାଇଁ ଏକ ଆଧ୍ୟାତ୍ମିକ ଆହ୍ବାନ ହୋଇ ରହିଆସିଛି। ସତରେ ସେ କେଉଁ ପ୍ରକାର ମଣିଷର ଅନ୍ବେଷଣ କରୁଥିଲେ ଏବଂ ଏଥେନ୍ସର ରାଜରାସ୍ତାରେ ଚାଲିଯାଉଥିବା ମଣିଷମାନଙ୍କ ମୁହଁରେ ଲଣ୍ଠନ ପକାଇ ଦେଖିବାକୁ ଚାହୁଁଥିଲେ ଆକୃତିରେ ମଣିଷ ସତରେ ମଣିଷ ତ? ଏହି ମହାନ୍‌ ଦାର୍ଶନିକଙ୍କ ଜୀବନୀ ନ ଜାଣିଲେ ଦିନ ଦିପ୍ରହରେ ଜଳନ୍ତା ଲଣ୍ଠନ ଧରି ରାଜରାସ୍ତାରେ ଖୋଜିଥିବା (ଏବଂ ବୋଧେ ନ ପାଇ ନିରାଶାରେ ଦୀର୍ଘଶ୍ୱାସ ପକାଇଥିବା) ଆବେଗିକ ଆଲୋଡ଼ନକାରୀ ଏକର୍ମକାଣ୍ଡର ସର୍ବକାଳୀନ ବ୍ୟଞ୍ଜନାଟିକୁ ଧରି ହେବ ନାହିଁ କି ଧାରଣ କରିହେବ ନାହିଁ। ବିଶ୍ୱବିଜୟୀ ଆଲେକଜାଣ୍ଡାର (ଖ୍ରୀ.ପୂ. ୩୫୬ -୩୨୩) ଓ ମହାନ୍‌ ଦାର୍ଶନିକ ସକ୍ରେଟିସ୍‌ (ଖ୍ରୀ.ପୂ. ୪୬୯ – ଖ୍ରୀ.ପୂ.୩୯୯) ଙ୍କ ସମସାମୟିକ ଡାଇଓଜିନୀଜ ( ଯାହାଙ୍କ ପୂରାନାମ ଡାଇଓଜିନୀଜ ଲେରଟିୟସ – ଖ୍ରୀ.ପୂ.୪୧୨ – ଖ୍ରୀ.ପୂ. ୩୨୩) ହେଉଛନ୍ତି ଅନ୍ୟ ଜଣେ ବିଶିଷ୍ଟ ଗ୍ରୀକ୍‌ ଦାର୍ଶନିକ – ଯେ ନିଜକୁ ”କସ୍‌ମୋପଲିଟାନ୍‌“ ଅର୍ଥାତ୍‌ ବିଶ୍ୱ ନାଗରିକ ବୋଲି ଘୋଷଣା କରିଥିଲେ। ‘ସିନିକ୍‌’ ବାଦର ପ୍ରଚାରକ ଓ ପ୍ରସାରକ ଏହି ନିଆରା ମଣିଷ ଥିଲେ ଜଣେ ଧନୀ ମହାଜନ। ବହୁ ବ୍ୟକ୍ତିଙ୍କୁ କରଜ ଦେଇ ଦେଇ ପରିଶେଷରେ ଦେବାଳିଆ ପାଲଟିଗଲେ। ତେଣୁ ସେ ଭିକ୍ଷାବୃତ୍ତି ଅବଲମ୍ବନ କଲେ। ତା’ପରେ ସେ ଘର ଦ୍ୱାର ଛାଡ଼ି ସିନିକବାଦର ପ୍ରତିଷ୍ଠାତା ଆଣ୍ଟିସ୍ଥିନୀଜ – (ଖ୍ରୀ.ପୂ. ୪୪୫ – ଖ୍ରୀପୂ. ୩୬୫)ଙ୍କ ଶିଷ୍ୟତ୍ୱ ଗ୍ରହଣ କଲେ। ଗୁରୁଙ୍କୁ ପ୍ରଥମେ ସାକ୍ଷାତ୍‌ କଲାବେଳେ ଗୁରୁ ତାଙ୍କୁ ପଳାଇଯିବାକୁ କହିଥିଲେ କିନ୍ତୁ ଡାଇଓଜିନୀଜ ତାହା ନ ମାନିବାରୁ ସେ ତାଙ୍କୁ ଏକ ବାଡ଼ିରେ ପିଟିଥିଲେ। ତଥାପି ଅବିଚଳିତ ରହିଥିଲେ ଡାଇଓଜିନୀଜ କାରଣ ”He wanted wisdom and saw that Antisthenes had it to give“-ବର୍ଟ୍ରାଣ୍ଡ ରସେଲ। ”ସୁଖଦୁଃଖ ପ୍ରତି ସମ୍ପୂର୍ଣ୍ଣ ଅନାସକ୍ତ ରହିବାକୁ ତଥା କଠୋର ଜୀବନ ଯାପନକୁ ଆଦର୍ଶ ମନେକରୁଥିବାରୁ ସେ ଗୋଟିଏ କୁଣ୍ଡ ମଧ୍ୟରେ ବାସ କରୁଥିଲେ“ – ଶରତ ମହାନ୍ତି।
ଲୋକମତକୁ ବେଖାତିର କରି ସିନିକମାନେ ସମାଜବିରୋଧୀ ହେବାକୁ ଚେଷ୍ଟା କରୁଥିଲେ। ଡାଇଓଜିନୀଜ ଏକ କୁକୁରପରି ବଞ୍ଚତ୍ବାକୁ ଚାହିଁଲେ। ସେଥିପାଇଁ ତାଙ୍କୁ ‘ସିନକ’ କୁହାଗଲା ଯାହାର ଅର୍ଥ Canine- କୁକୁର ସମ୍ବନ୍ଧୀୟ। ସମସ୍ତ ପ୍ରଚଳିତ ସାମାଜିକ ପ୍ରଥା (ତାହା ଧର୍ମ, ସାମାଜିକ ବ୍ୟବହାର, ପୋଷାକ, ଖାଦ୍ୟ, ଶାଳୀନତା)କୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।
ରସେଲଙ୍କ ଭାଷାରେ ”He lived like an Indian Fakir, by begging“ କେବଳ ମାନବଜାତି ସହ ନୁହେଁ, ପଶୁମାନଙ୍କ ସହ ସେ ଭ୍ରାତୃତ୍ୱରେ ଥିଲେ ବିଶ୍ୱାସୀ। ନୈତିକ ଉତ୍କୃଷ୍ଟତା (Virtue) ପ୍ରତି ତାଙ୍କର ଥିଲା ପ୍ରବଳ ଉତ୍ସାହ। ଏହାକୁ ସେ ପାର୍ଥିବ ସମ୍ପଦଠାରୁ ଯଥେଷ୍ଟ ଉଚ୍ଚ ବୋଲି ବିବେଚନା କରୁଥିଲେ। କାମନାରୁ ମୁକ୍ତ ହୋଇ ସେ ସାଧୁତା ଓ ନୈତିକ ଉତ୍କୃଷ୍ଟତା ଅନ୍ବେଷୀ ଥିଲେ। ଭାଗ୍ୟଦେବାକୁ ଥିବା କୌଣସି ବସ୍ତୁ (ପଦାର୍ଥ) ପ୍ରତି ବୀତସ୍ପୃହ ହେବାକୁ ସେ କହୁଥିଲେ। ଫଳରେ ବ୍ୟକ୍ତି ଭୟମୁକ୍ତ ହୋଇପାରିବ। ସଭ୍ୟତା ସୃଷ୍ଟ ସକଳ ସୁବିଧା ସେ ବର୍ଜନ କରିଥିଲେ। ସେଇଥିପାଇଁ ସେ ପ୍ରମିଥିଅସ୍‌ଙ୍କ ଦଣ୍ଡକୁ ଯଥାର୍ଥ ବୋଲି ବିଚାରିଥିଲେ। ତାଙ୍କ ମତରେ ପ୍ରମିଥିଅସ୍‌ ମଣିଷ ପାଇଁ ସେହିସବୁ କଳା ଆଣିଥିଲା ଯାହା ଆଧୁନିକ ଜୀବନରେ ଜଟିଳତା ଓ କୃତ୍ରିମତା ସୃଷ୍ଟି କରିଥିଲା।
ଏହି ଋଷି ପ୍ରତିମ ବ୍ୟକ୍ତି ଥିଲେ ବିଜ୍ଞ ଏବଂ ବଞ୍ଚୁଥିଲେ ଏକ ସରଳ ଜୀବନ ଯାହା ନୈତିକତା ଉପରେ ଥିଲା ପ୍ରତିଷ୍ଠିତ। ନିଜକୁ ‘ମୁଁ କୁକୁର’ ବୋଲି ବିପୁଳ ଆନନ୍ଦରେ ଘୋଷଣା କରୁଥିବା ଏହି ଦାର୍ଶନିକଙ୍କର ଖ୍ୟାତି ତତ୍କାଳୀନ ଆଲେକ୍‌ଜାଣ୍ଡାରଙ୍କ ଖ୍ୟାତି ସମକକ୍ଷ ଥିଲା। ଏ ଉଭୟ ମହାନାୟକଙ୍କର ଥରେ ଭେଟ ହୋଇଗଲା, ଥିବୀଜ୍‌ ନଗରର ଏକ ସ୍ଥାନରେ। ଦାର୍ଶନିକ ମହୋଦୟ ଖରା ପୋଉଁଥାନ୍ତି। ତାଙ୍କ ପାଖରେ ପହଞ୍ଚତ୍ଗଲେ ମହାପରାକ୍ରମୀ ଆଲେକଜାଣ୍ଡାର ଏବଂ ପରିଚୟ ଦେଲେ ଯେ ସେ ସମ୍ରାଟ ଆଲେକ୍‌ଜାଣ୍ଡାର। ଦାର୍ଶନିକ ଉତ୍ତର ଦେଲେ ସେ ହେଉଛନ୍ତି ‘କୁକୁର ଡାଇଓଜିନୀଜ। ‘ଆପଣ ଯାହାଇଚ୍ଛା ତାହା ମୋତେ ମାଗନ୍ତୁ’ – କହିଲେ ଆଲେକ୍‌ଜାଣ୍ଡାର। ମୋ ଉପରେ ଆପଣଙ୍କ ଛାଇ ପଡ଼ୁଛି, ଦୟାକରି ଟିକିଏ ଘୁଞ୍ଚତ୍ବେ କି? ଏହି ମାଗୁଣି ଥିଲା ଦାର୍ଶନିକଙ୍କର। ମୁଗ୍ଧ ହୋଇ ଆଲେକଜାଣ୍ଡାର କହିଥିଲେ, ‘ଯଦି ମୁଁ ଆଲେକଜାଣ୍ଡାର ହୋଇ ନ ଥାନ୍ତି, ତେବେ ଡାଇଓଜିନୀଜ ହୁଅନ୍ତି’। (ଏକାଦିନେ ଉଭୟଙ୍କର ମୃତ୍ୟୁ ହୋଇଥିଲା)। ଡାଇଓଜିନୀଜଙ୍କ ଉଚ୍ଚାରଣ ଓ ଆଚରଣ ଅକ୍ଷୁଣ୍ଣ ଥିଲା। ବାସ୍ତବିକ ସେ ଥିଲେ ଜଣେ ସଂଯମୀ ତପସ୍ବୀ ଯେ ସଂସାରର ମଙ୍ଗଳ ପାର୍ଥିବ ସୁଖ ସମ୍ପଦରେ ନାହିଁ ଅଛି ନୈତିକତାରେ ଓ ସାଧୁତାରେ ବୋଲି କହୁଥିଲେ।
ଏପରି ନିଆରା ଦାର୍ଶନିକ ଏଥେନ୍ସର ରାଜରାସ୍ତାରେ ଦିନ ଦିପ୍ରହରେ ଏକ ଜଳୁଥିବା ଲଣ୍ଠନ ଧରି ଖୋଜିଥିବା ମଣିଷ (ଯାହା ତାଙ୍କ ମନ ଓ ହୃଦୟର ମଣିଷ- ଅର୍ଥାତ୍‌ ପ୍ରକୃତ ମଣିଷ) ହେଉଛି କାମନା ବାସନା ଶୂନ୍ୟ ସତ୍‌ପୁରୁଷ।
ସେ ଆମର ଗାନ୍ଧୀ, ଗୋପବନ୍ଧୁ, ସ୍ବାମୀ ବିବେକାନନ୍ଦ କି ସେଣ୍ଟ ଫ୍ରାନ୍ସିସ ଅଫ୍‌ ଆସମ ହୋଇପାରନ୍ତି। ତାଙ୍କର ସେହି ଅତ୍ମିକ ଅନ୍ବେଷଣର ଚିରନ୍ତନ ବାର୍ତ୍ତା ଆମ ଭିତରକୁ ପଶନ୍ତାନି? ଫଳରେ ଆମେ ‘ହଲୋମ୍ୟାନ’ (ଫମ୍ପା ମଣିଷ) ନ ହୋଇ ହୁଅନ୍ତେ ‘ହୋଲିମ୍ୟାନ“ (ପବିତ୍ର ମଣିଷ), ଯେ ପୃଥିବୀମାତାଙ୍କର ଯଥାର୍ଥ ସନ୍ତାନ ହୁଅନ୍ତେ।
ଭଦ୍ରକ
ମୋ: ୮୦୧୮୦୮୭୮୩୧

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?