Posted inଖେଳ

ଏଲିନାଙ୍କୁ ଦିଲୀପଙ୍କ ପ୍ରଶଂସା

ରାଉରକେଲା,୧ା୩(ପି.ଟି.):ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲିନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ପରେ ସଭାପତି ଦିଲୀପ ତିର୍କୀ ମୁହଁ ଖୋଲିଛନ୍ତି। ଜଣେ ସିଇଓ ଭାବରେ ଏଲିନା ଉଲ୍ଲେଖନୀୟ କାମ କରିବା ସହ ଭାରତରେ ହକିର ବିକାଶ କରିଛନ୍ତି ବୋଲି ସେ କହିଛନ୍ତି। ତେବେ ହକି ଇଣ୍ଡିଆରେ ଗୋଷ୍ଠୀ ବିବାଦ ଚାଲିଥିବା ନେଇ ଏଲିନା କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ। ଗୁରୁବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତ୍ତାଳାପ ସମୟରେ ସେ ଏହି ବୟାନ ଦେଇଛନ୍ତି। ତେବେ ଭାରତୀୟ ହକିର ବିକାଶରେ ଏଲିନାଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଦିଲୀପ। ସେ ଦାୟିତ୍ୱ ନେବା ପରଠାରୁ ଭାରତୀୟ ହକି ନିୟମିତ ସଫଳ ହୋଇଥିଲା ବୋଲି କହିଥିଲେ। ଏହା ସହ ଭାରତୀୟ ହକି ପ୍ରତି ଏଲିନାଙ୍କ ଅବଦାନକୁ ଆମେ ସମ୍ମାନ କରୁଛୁ ବୋଲି ସେ କହିଛନ୍ତି। ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ସହ ଗୋଷ୍ଠୀ ବିବାଦର ଅଭିଯୋଗ ଆଣିଥିଲେ ଏଲିନା। ସେ କହିଥିଲେ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ମୁଁ ଗୋଟିଏ ଗୋଷ୍ଠୀରେ ଥିବାବେଳେ ମହାସଚିବ ଭୋଳାନାଥ ସିଂ, କାର୍ଯ୍ୟକାରୀ ନିର୍ଦ୍ଦେଶକ କମୋଡର ଆର୍‌. କେ. ଶ୍ରୀବାସ୍ତବ ଓ କୋଷାଧ୍ୟକ୍ଷ ଜେ. ମନୋହରନ ଅନ୍ୟ ଏକ ଗୋଷ୍ଠୀରେ ରହିଥିଲେ। ଦୁଇଟି ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିବା ବେଳେ ଆବଶ୍ୟକ ଫଳାଫଳ ମିଳିବା କଷ୍ଟକର ବୋଲି ସେ କହିଥିଲେ। ତେବେ ବୁଧବାର ଉଭୟ ଦିଲୀପ ଓ ଭୋଳାନାଥ ସିଂ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଏଲିନା ନିଜ ବୟାନରେ ଦିଲୀପ ଭାରତୀୟ ହକିର ବିକାଶ ପାଇଁ କାର୍ଯ୍ୟ କରୁଥିବା ନେଇ କହିଥିବା ବେଳେ ଭୋଳାନାଥ କେବଳ କ୍ଷମତା ହାସଲ ପାଇଁ ଚାହାନ୍ତି ବୋଲି କହିଥିଲେ।
ଏହା ସହ ଭାରତୀୟ ମହିଳା ଦଳର ଖରାପ ପ୍ରଦର୍ଶନକୁ ନେଇ ଆଲୋଚନା ହେଉଥିବା ବେଳେ ଏହା ଉପରେ ମଧ୍ୟ ବୟାନ ଦେଇଛନ୍ତି ହକି ଇଣ୍ଡିଆ ସଭାପତି। ସେ କହିଛନ୍ତି ୨୦୨୩ରେ ଭାରତୀୟ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ତେବେ ଭାଗ୍ୟ ଭାରତର ସାଥ୍‌ ନ ଦେବା କାରଣରୁ ଆମେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲୁ। ଏଫ୍‌ଆଇଏଚ୍‌ ନେସନ୍ସ କପ୍‌, ଏସିଆନ୍‌ ଗେମ୍ସ ଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲା। ଏହା ସହିତ ମହିଳା ହକି ଦଳର ବିଦାୟୀ କୋଚ୍‌ ଜାନେକ୍‌ ସ୍କୁପମାନଙ୍କୁ ମଧ୍ୟ ଦିଲୀପ ପ୍ରଶଂସା କରିଥିଲେ। ଭାରତୀୟ ଦଳ କାହିଁକି ବିଫଳ ହେଲା ଏହାର ବିଶ୍ଳେଷଣ ମଧ୍ୟ କରିଛୁ। ଆଉଥରେ ଆରମ୍ଭ କରିବା ପାଇଁ ଏହା ଲାଭଦାୟକ ହେବ। ମହିଳା ଦଳ ପାଇଁ ସମସ୍ତ ପ୍ରକାର ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦିଲୀପ। ପୁରୁଷ ଦଳ ପ୍ୟାରିସ୍‌ ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri